• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଖଡ଼ଗପୁର

ଆଇଆଇଟି ଜେଇଇ: ୧୫୪ ର୍ୟାଙ୍କରେ ଓଡ଼ିଶାର ରାକେଶ

May 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୧୮(ଓଡ଼ିଶା ଡ଼ଟ୍ କମ୍) ଆଇଆଇଟି ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିବା ବେଳେ ଖଡ଼ଗପୁର ଜୋନ୍ ରୁ ଫୁଲବାଣୀର ରାକେଶ ରଂଜନ ନାୟକ ୧୫୪ ର୍ୟାଙ୍କରେ ରହିଛନ୍ତି ।

ସେହିପରି ଭଦ୍ରକର ରଜତ କୁମାର ପଣ୍ଡା ୧୯୫, କଟକର ଆନନ୍ଦ ପଣ୍ଡା ୨୧୯, ଭୁବନେଶ୍ୱରର ରୁଷଭ ପତି ୨୬୨, ଅନୁଭବ ମହାନ୍ତି ୮୭୯, ପିୟୁଷ ଜୈନ ୭୮୮, କଣ୍ଟାବାଞ୍ଜିର ରୋହିତ ଅଗ୍ରୱାଲ ୪୪୪,
ନୟାଗଡ଼ର ଅଭିଷେକ ମିଶ୍ର ଓ ସବ୍ୟସାଚୀ ମିଶ୍ର ଯଥାକ୍ରମେ ୭୨୦ ଏବଂ ୯୬୮ ର୍ୟାଙ୍କରେ ରହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆଇଆଇଟି ଜେଇଇ, ଖଡ଼ଗପୁର

କଟକ ପାଇଁ ବିସ୍ତୃତ ବିକାଶ ଯୋଜନା

August 8, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଅଗଷ୍ଟ ୮(ଓଡ଼ିଶା ଡ଼ଟ୍ କମ୍) ଆଇଆଇଟି ଖଡ଼ଗପୁର ପକ୍ଷରୁ କଟକର ବିସ୍ତୃତ ବିକାଶ ଯୋଜନା(ସିଡ଼ିପି) ଭିଜନ ୨୦୩୦ ପ୍ରସ୍ତୁତ କରାଯାଇଛି ।

ଆଇଆଇଟି ଖଡ଼ଗପୁରର ଆର୍କିଟେକ୍ଚର ଓ ରିଜିଓନାଲ ପ୍ଲାନିଂ ବିଭାଗ ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ସଂପୂର୍ଣ୍ଣ ଭିଜନ ଟକ୍ୟୁମେଣ୍ଟ ଉପସ୍ଥାପନ କରାଯାଇ ଏହା ଉପରେ ଆଲୋଚନା କରାଯାଇଛି ।

କଟକ ମୁନିସିପାଲିଟି ଅଞ୍ଚଳର ୪୮ଟି ୱାର୍ଡ଼, ଚାରିବାଟିଆ, ଚୌଦ୍ୱାର ଅଞ୍ଚଳର ୨୮ଟି ୱାର୍ଡ଼ ଏବଂ ଅନ୍ୟ ୬୦ଟି ଗ୍ରାମକୁ ନେଇ କଟକ ବିକାଶ ଯୋଜନା ଅଞ୍ଚଳ ପ୍ରସ୍ତୁତ କରାଯାଇଛି । ୨୦୦୧ରେ ଏହି ଅଞ୍ଚଳର ଜନସଂଖ୍ୟା ୬.୬୬ ଲକ୍ଷ ଥିବା ବେଳେ ୨୦୩୦ରେ ଏହାର ଜନସଂଖ୍ୟା ୧୫ ଲକ୍ଷରେ ପହଞ୍ଚିବା ସମ୍ଭାବନା ରହିଛି ।

ଏହାକୁ ଆଖି ଆଗରେ ରଖି ନୂତନ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନାରେ ଅଞ୍ଚଳକୁ ଉତ୍ତରାଞ୍ଚଳ, କେନ୍ଦ୍ରୀୟ ସହସ୍ରାଦ୍ଧ ସହର, ଏବଂ ଦକ୍ଷିଣାଞ୍ଚଳ । ଏପରି ତିନୋଟି ଅଞ୍ଚଳର ବିକାଶ ଯୋଜନା କରାଯାଇଛି ।

ଏଥିରେ ଚାରିବାଟିଆ, ନିର୍ଗୁଣ୍ଡି, ଛତିଶା, ଚୌଦ୍ୱାର, ନିମପୁର, ବିଡ଼ାନାସୀ, ପୁରୁଣା କଟକ, ଶିଖରପୁର, ମୁଣ୍ଡଳୀ, ବାରଙ୍ଗ ଏବଂ ଗୋପାଳପୁର ପରି ଭିନ୍ନଭିନ୍ନ ଅଞ୍ଚଳ ପାଇଁ ଯୋଜନା କରାଯାଇଛି ।

ଏହି ସବୁ ଅଞ୍ଚଳରେ ଶିଳ୍ପକେନ୍ଦ୍ର, ଲଜିଷ୍ଟିକ ସେଣ୍ଟର,ଆବାସିକ ଯୋଜନା, ବାଣିଜ୍ୟ କେନ୍ଦ୍ର , ବିନୋଦନ କେନ୍ଦ୍ର, ସାଂସ୍କୃତିକ କେନ୍ଦ୍ର ଏବଂ ଅନ୍ୟାନ୍ୟ କେନ୍ଦ୍ର ସ୍ଥାପନ ପାଇଁ ପ୍ରସ୍ତାବରେ କୁହାଯାଇଛି ।

ପ୍ରସ୍ତାବରେ କଟକ, ଭୁବନେଶ୍ୱର ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳକୁ ନେଇ ଏକ ଭୁବନେଶ୍ୱର କଟକ ଅର୍ବାନ କନ୍ଗ୍ଲୋମୋରେଟ ମେଟ୍ରୋ ଅଥରିଟି(ବିସିୟୁସି ମେଟ୍ରୋ ଅଥରିଟି) ଗଠନ ପାଇଁ ମଧ୍ୟ କୁହାଯାଇଛି ।

ଏହି ବିକାଶ ଯୋଜନା ପାଇଁ ପ୍ରାୟ ୧୮,୯୪୦ କୋଟି ଟଙ୍କା ବିନିଯୋଗ ଆବଶ୍ୟକତା ରହିଛି ଏବଂ ଏଥିରୁ ସରକାରୀ କ୍ଷେତ୍ରରେ ପାଞ୍ଚ ହଜାର କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସମସ୍ତ ଘରୋଇ କ୍ଷେତ୍ର ଦ୍ୱାରାବିନିଯୋଗ କରିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଇଆଇଟି, ଖଡ଼ଗପୁର, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ