• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଜପତି

ମାଓନେତା ସବ୍ୟସାଚୀଙ୍କ ଅଙ୍ଗରକ୍ଷୀର ଆତ୍ମସମର୍ପଣ

May 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି,ମଇ ୪(ଓଡ଼ିଶା ଡ଼ଟ୍ କମ୍) ଗଜପତି ଜିଲ୍ଲାରେ ଶୁକ୍ରବାର ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଅଙ୍ଗରକ୍ଷୀ ପ୍ରଶାନ୍ତ ମାଝି ଓରଫ ସୁଶାନ୍ତ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

ଜିଲ୍ଲା ପୋଲିସ ମୁଖ୍ୟ ସାର୍ଥକ ଷଡ଼ଙ୍ଗୀଙ୍କ ନିକଟରେ ସେ ଆତ୍ମ ସମର୍ପଣ କରିଥିବା ବେଳେ ୨୦୦୫ରେ ଛାତ୍ର ଥିବା ସମୟରେ ସବ୍ୟସାଚୀଙ୍କ ସଂପର୍କରେ ଆସି ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା ।

ମାଓବାଦୀ ସଂଗଠନରେ ମିଶିବା ପରେ ପ୍ରଶାନ୍ତ ଅସ୍ତ୍ରଚାଳନା ସହ ବିସ୍ଫୋରଣ ଭଳି କାର୍ଯ୍ୟ ନେଇ କ୍ଷମତା ହାସଲ କରିଥିଲା । ପାଣିଗଣ୍ଡା ବିଟ୍ ହାଉସ୍ ବିସ୍ଫୋରଣ, କଟାମା ହିଂସାକାଣ୍ଡ, ଝଂଜିରିଗୁଡ଼ା ଠିକାଦାରଙ୍କୁ ମାଡ଼ ସହ ଗାଜଲବାଡ଼ି କାଠଟ୍ରକ୍ ପୋଡ଼ି ଇତ୍ୟାଦି ଘଟଣାରେ ସେ ସଂପୃକ୍ତ ବୋଲି ଏସ୍ପି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି କେନ୍ଦୁଝର ଓ ଯାଜପୁର ଜିଲ୍ଲା କାଳିଆହାତା-କାଳିଆପାଣି ଜଙ୍ଗଲରୁ ଜଣେ ଦୁର୍ଦ୍ଧାନ୍ତ ମହିଳା ମାଓବାଦୀକୁ ପୋଲିସ ଗିରଫ କରିଛି ।

ଉଭୟ ଜିଲ୍ଲା ପୋଲିସ ମିଳିତ ତଲାସି ଅଭିଯାନ ବେଳେ ସୁନି ସାଇ ଓରଫ ନାନି ନାମକ ଏହି ମାଓବାଦୀ ଧରାପଡ଼ିଛି । ତା’ଘର ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଞ୍ଚଳରେ ବୋଲି ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗଜପତି, ମାଓନେତା

ଗଜପତି: ମହିଳା ମାଓବାଦୀର ଆତ୍ମସମର୍ପଣ

January 25, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପାରଳାଖେମୁଣ୍ଡି, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଗଜପତି ଜିଲ୍ଲାରେ ବୁଧବାର ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିବା ପୋଲିସ କହିଛି ।

୨୦୦୯ରୁ ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଡ଼ବା ଥାନା ଅନ୍ତର୍ଗତ ଗଙ୍ଗମୁଣ୍ଡା ଗ୍ରାମର ତବିତା ମଲ୍ଲିକ ଆତ୍ମସମର୍ପଣ କରିଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ବାଶଧାରା ଓ ଘୁମସର ଡ଼ିଭିଜନର ସଦସ୍ୟ ତବିତା କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସମିତି ସଭ୍ୟ  ହତ୍ୟାକାଣ୍ଡ ଏବଂ ଗୋପିନାଥପୁର ଅଂଚଳରେ ପୋଲିସ ସହ ଗୁଳିବିନିମୟରେ ସଂପୃକ୍ତ ଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଜପତି, ମହିଳା ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ