• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଞ୍ଜାମ ଜିଲ୍ଲା

୧୮ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

March 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୨୦(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଳକ୍ ଅନ୍ତର୍ଗତ ବଇରିବାଡ଼ ଗ୍ରାମରେ ହୋଇଥିବା ବହୁଚର୍ଚ୍ଚିତ ହତ୍ୟା ମାମଲାର ଶୁଣାଣି କରି ମଙ୍ଗଳବାର ସ୍ଥାନୀୟ ଅଦାଲତ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଦୌରାଜଜ୍ ମନୋଜ କୁମାର ପଣ୍ଡା ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମାନଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ।

୨୦୧୦ ଜାନୁଆରୀ ୩ରେ ବଇରିବାଡ଼ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ ରାତିରେ ପି. ନୀଳାମ୍ବର ନାମକ ଜଣେ ବ୍ୟକ୍ତିଙ୍କୁ କେତେକ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଗୋଳନ୍ଥରା ଥାନା ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ୧୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାରେ ପୂର୍ବରୁ ହାଇକୋର୍ଟ ଅଭିଯୁକ୍ତ ପି. ହେରମ୍ବକୁ ସର୍ତମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଗିରଫ ୧୭ଜଣ ଜେଲରେ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କାରାଦଣ୍ଡ, ଗଞ୍ଜାମ ଜିଲ୍ଲା, ବହୁଚର୍ଚ୍ଚିତ ହତ୍ୟା

ସାଂସଦ ପ୍ରତିନିଧିଙ୍କ ହତ୍ୟା ଘଟଣାରେ ପୁଣି ୨ଗିରଫ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଆସ୍କା ସାଂସଦଙ୍କ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ରବିବାର ପୁଣି ଦୁଇ ଜଣଙ୍କୁ ଗିରଫ କରିଥିବା ପୋଲିସ କହିଛି ।

ହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ବଡ଼ଗଡ଼ ଏବଂ କ୍ରାଇମବ୍ରାଂଚ ପୋଲିସ ମିଳିତ ଭାବରେ ବିଭିନ୍ନ ସ୍ଥାନରେ ଚଢାଉ କରି ହରିପୁର ଗ୍ରାମର ଶତୃଘ୍ନ ସ୍ୱାଇଁ ଓ ରଂଜନ ସ୍ୱାଇଁଙ୍କୁ ଗିରଫ କରିଛନ୍ତି ।

ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶତୃଘ୍ନକୁ ତପ୍ତପାଣି ଅଂଚଳରୁ ଏବଂ ରଂଜନକୁ ବାଲୁଗାଁରୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ପଂଚାୟତ ନିର୍ବାଚନ ପୂର୍ବରୁ ଗତ ଜାନୁୟାରୀ ୫ରେ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ପ୍ରତିନିଧି ତଥା ବିଜେଡ଼ି ନେତା କଂଗ୍ରେସ ନାୟକଙ୍କୁ ହରିପୁର ଠାରେ କେତେକ ଦୁର୍ବୃତ ହତ୍ୟା କରିଥିଲେ ।

ଏହି ଦୁଇ ଜଣଙ୍କ ଗିରଫ ପରେ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ପାଂଚରେ ପହଂଚିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଂଚ, ଗଞ୍ଜାମ ଜିଲ୍ଲା, ସାଂସଦ

ଋଷିକୁଲ୍ୟା ମୁହାଣରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡ।ଦାନ

February 29, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଋଷିକୁଲ୍ୟା ମୁହାଣରେ ବୁଧବାର ବିରଳ ପ୍ରଜାତିର ଅଲିଭ ରିଡ୍ଲେ କଇଁଛଙ୍କ ଅଣ୍ଡ।ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏହି କଇଁଛଙ୍କ ଅଣ୍ଡ।ଦାନ ନେଇ ପୂର୍ବରୁ ପରିବେଶବିତ୍ମାନେ ଆଶଙ୍କାରେ ରହିଥିବା ବେଳେ ଶତାଧିକ ଅଲିଭ୍ ରିଡ୍ଲେ ବେଳାଭୂମିକୁ ଆସି ଅଣ୍ଡା ଦେଇଛନ୍ତି । ପୁରୁଣାବନ୍ଧ ଠାରୁ ପୋଡମପେଟା ପର୍ଯ୍ୟନ୍ତ ଦୁଇ କିଲୋମିଟର ବ୍ୟାପୀ ଅଂଚଳରେ ଏମାନେ ଅଣ୍ଡା ଦେଇଥାନ୍ତି ।

ଆରମ୍ଭ ହୋଇଥିବା ଏହି ଅଣ୍ଡ।ଦାନ ପ୍ରକ୍ରିୟା ଆସନ୍ତା କିଛିିନ ଧରି ଚାଲିବ ବୋଲି ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି । ସମଗ୍ର ଅଂଚଳକୁ ୩୦ଟି ଭାଗରେ ବିଭକ୍ତ କରାଯାଇ ବନ କର୍ମଚାରୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯାଇଥିବା ସେ କହିଛନ୍ତି ।

ବନ୍ୟପ୍ରାଣୀ କର୍ମଚାରୀ ଓ ବନବିଭାଗ କର୍ମଚାରୀ ଅଣ୍ଡା ଗୁଡ଼ିକର ସୁରକ୍ଷା ।ୟିତ୍ୱରେ ରହିଛନ୍ତି । ଋଷିକୁଲ୍ୟା ମୁହାଣ ବ୍ୟତୀତ ଗହୀରମଥା ଏବଂ ବେୀ ମୁହାଣକୁ ମଧ୍ୟ ପ୍ରତିବର୍ଷ କଇଁଛମାନେ ଅଣ୍ଡ।।ନ ପାଇଁ ଆସିଥାନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଋଷିକୁଲ୍ୟା, କଇଁଛ, ଗଞ୍ଜାମ ଜିଲ୍ଲା

୨ ମହିଳାଙ୍କ ସହ ତିନି ମାଓବାଦୀ ଗିରଫ

February 14, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପୋଲିସ ମଙ୍ଗଳବାର ଦୁଇ ଜଣ ମହିଳାଙ୍କ ସମେତ ତିନି ଜଣ ମାଓବାଦୀଙ୍କୁ ଗିରଫ କରିଛି ।

ଜିଲ୍ଲା ପୋଲିସ ଓ ସିଆର୍ପିଏଫ୍ ଯବାନମାନେ ମିଳିତ ଭାବେ ଚଢ଼ାଉ କରି ଏହି ତିନି ଜଣଙ୍କୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଗିରଫ ମାଓବାଦୀମାନେ ହେଲେ ମାଳତୀ ମାଝି, ତଲୋମ ସନୋ ଓରଫ ରତ୍ନା ଓ କଦମ୍ବ ବୁଲୁ ଓରଫ ବିଜଲ । ମାଳତୀ ୨୦୦୭ରେ ମାଓବାଦୀ ସଂଗଠନରେ ଯୋଗଦେଇଥିବା ବେଳେ ସେ ନୟାଗଡ଼ଆକ୍ରମଣ ସହ ଅନ୍ୟ ଘଟଣାରେ ସଂପୃକ୍ତ ଥିବା ଏସ୍ପି ଗଣମାଧ୍ୟମକୁ କହିଛନ୍ତି ।

ସେହିପରି ତଲୋମ ୨୦୧୦ରେ ସଂଗଠନରେ ଯୋଗଦେଇ ଛତିଶଗଡ଼ ସିଆର୍ପିଏଫ୍ କ୍ୟାମ୍ପ ଆକ୍ରମଣ ଘଟଣାରେ ସଂପୃକ୍ତ ଏବଂ ବିଜଲ ୨୦୦୮ରେ ଛତିଶଗଡ଼ ମାଓ ସଂଗଠନରେ ଯୋଗେଇ ଶ୍ରୀରାମପୁର ବିସ୍ଫୋରଣ ସହିତ ଅନ୍ୟ ବିସ୍ଫୋରଣ ଘଟଣାରେ ସାମିଲ ଥିଲା ବୋଲି ସେ କହିଛନ୍ତି ।

ରତ୍ନା ଓ କମ୍ବ ଭଞ୍ଜନଗର ଛତିଶଗଡ଼ ଡିଭିଜନର ମାଓବାଦୀ ହୋଇଥିବା ବେଳେ ମାଳତୀ ସବ୍ୟସାଚୀ ପଣ୍ଡାଙ୍କ ଦେହରକ୍ଷୀ ଭାବେ ଭାବେ କାର୍ଯ୍ୟ କରୁଥିଲେ, ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା, ବ୍ରହ୍ମପୁର, ମାଓବାଦୀ, ସିଆର୍ପିଏଫ୍ ଯବାନ

ଆସିକା ସାଂସଦ ପ୍ରତିନିଧିଙ୍କୁ ହତ୍ୟା

February 5, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସୋରଡ଼ା,ଫେବୃୟାରୀ ୬(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ପଂଚାୟତ ନିର୍ବାଚନ ପୂର୍ବରୁ ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଆସିକା ସାଂସଦଙ୍କ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି ।

ରବିବାର ଅପରାହ୍ନରେ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ପ୍ରତିନିଧି କଂଗ୍ରେସ ନାୟକ ଗ୍ରାମବେତୀ ମନ୍ଦିର ନିକଟରେ ଯାଉଥିବା ବେଳେ କେତେକ ଦୁର୍ବୃତ ମାରଣାସ୍ତ୍ର ଧରି ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଏହି ଘଟଣା ପରେ ସଂପୃକ୍ତ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଶତାଧିକ ଲୋକ ଶମଇଲି ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ସାଂସଦ ପ୍ରଧାନ, ଧରାକୋଟ ରାଜମାତା ନନ୍ଦିନୀ ଦେବୀ ପ୍ରମୁଖ ଗାଁରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରିଥିବା ବେଳେ ଏସ୍ପି ଏବଂ ଅନ୍ୟ ପୋଲିସ ଅଧିକାରୀମାନେ ମଧ୍ୟ ସେଠାରେ ପହଂଚିଛନ୍ତି ।

ରାଜନୈତିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ହତ୍ୟାକାରୀକୁ ତୁରନ୍ତ ଗିରଫ କରାନଗଲେ ପରିସ୍ଥିତି ଜଟିଳ ହେବ ବୋଲି ନାୟକଙ୍କ ସମର୍ଥକମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା, ହତ୍ୟା

ମହିଳାଙ୍କ ଆକ୍ରମଣରେ ଅବକାରୀ ଅଧିକ୍ଷକ ଆହତ

February 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଫେବୃୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ବୁଧବାର ଚଢ଼ାଉ ସମୟରେ ମହିଳାଙ୍କ ଆକ୍ରମଣରେ ଅବକାରୀ ଅଧିକ୍ଷକ ଆହତ ହୋଇଥିବା ପୋଲିସ କହିଛି ।

ଅବକାରୀ ବିଭାଗ ଓ ପୋଲିସ ମିଳିତ ଭାବେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୌରା ନୂଆପଲ୍ଲୀ ଗାଁରେ ଚଢ଼ାଉ କରିଥିଲେ । ଏହି ସମୟରେ ଗାଁରେ କୌଣସି ପୁରୁଷ ଲୋକେ ନଥିବାରୁ ମହିଳାମାନେ ଏହାକୁ ବିରୋଧ କରିଥିଲେ ।

ପରେ ପୋଲିସ ବଳପୂର୍ବକ ଗାଁରେ ଚଢ଼ାଉ କରିବାରୁ ମହିଳାମାନେ ଏକତ୍ରିତ ହୋଇ ଆକ୍ରମଣ କରିଥିଲେ । ଏହି ସମୟରେ ଅଧିକ୍ଷକ ବରେନ୍ଦ୍ର ନାଥ ଧଳ ନିଜ ଗାଡ଼ିରେ ବସିବାକୁ ଯାଉଥିବା ବେଳେ ଜଣେ ମହିଳା ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ ।

ଫଳରେ ସେ ଗୁରୁତର ଆହତ ହୋଇ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ତୁରନ୍ତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା

ଚିନିକଳ ଟାଙ୍କି ଫାଟି ତିନିଜଣଙ୍କ ମୃତ୍ୟୁ

January 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଜାନୁୟାରୀ ୨୩(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲା ଆସ୍କା ସ୍ଥିତ ଚିନିକଳରେ ଟାଙ୍କି ଫାଟି ତିନି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୋମବାର କହିଛି ।

ରବିବାର ରାତିରେ କାରଖାନାର ୨୫୦୦ ଟନ୍ ବିଶିଷ୍ଟ ମୋଲାସିସ୍ ଟାଙ୍କିଟି ହଠାତ୍ ଫାଟିଯାଇଥିଲା । ପରେ ଏହାର ଉତ୍ତପ୍ତ ଗୁଡ଼ ପାଣି ନିକଟରେ ଥିବା କଲୋନୀର ତିନୋଟି ଘର ଉପରେ ପଡ଼ିଥିଲା ।

ଘରେ ଶୋଇଥିବା ଅବସ୍ଥାରେଦୁଇଟି ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଟାଙ୍କି ଫାଟିବା ବେଳେ କାରଖାନାରେ ପ୍ରାୟ ତିନି ଶହରୁ ଉଦ୍ଧ୍ୱର୍ କର୍ମଚାରୀ କାର୍ଯ୍ୟ କରୁଥିଲେ ।

ଖବର ପାଇ ପୋଲିସ ଓ ମକଳବାହୀନୀ ଘଟଣା ସଂପର୍କରେ ପହଂଚି ମୃତକଙ୍କୁ ଉଦ୍ଧାର କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା

ମାଓବାଦୀଙ୍କ ମୋବାଇଲ ଟାୱାର ପୋଡ଼ି

December 17, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଡ଼ିସେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାରେ ମାଓବାଦୀମାନେ ପାଂଚଟି ମୋବାଇଲ ଟାୱାର ପୋଡ଼ି ଦେଇଥିବା ପୋଲିସ ଶନିବାର କହିଛି ।

ଶୁକ୍ରବାର ବିଳମ୍ବିତ ରାତିରେ ସେମାନେ ସୋରଡ଼ା ଥାନା ଅନ୍ତର୍ଗତ ଅସୁରବନ୍ଧ ଠାରେ ତିନୋଟି ଏବଂ ଗାଜରବାଡ଼ିରେ ଦୁଇଟି ମୋବାଇଲ ଟାୱାର ପୋଡ଼ି ଦେଇଛନ୍ତି ।

କୀଶନ୍ଜୀଙ୍କ ହତ୍ୟା ପ୍ରତିବାଦରେ ଏଭଳି କରାଯାଇଥିବା ଉଲ୍ଲେଖ କରି ମାଓବାଦୀମାନେ ସଂପୃକ୍ତ ଅଂଚଳରେ ପୋଷ୍ଟର ଲଗାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ ଜିଲ୍ଲା, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ