• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଣତନ୍ତ୍ର

ବିନା ସଂସଦରେ ଗଣତନ୍ତ୍ର

April 10, 2017 by ଓଡିଶା ଡଟ କମ Leave a Comment

ଶେଷ ମୁହୂର୍ତରେ ଅନେକଗୁଡ଼ିଏ ସଂଶୋଧନ ଅଣାଯିବା ପରେ ବିତୀୟ ବିଲ୍ ୨୦୧୭ର ଅଂଶସ୍ୱରୂପ ସରକାର ୪୦ଟି ବୈଧାନିକ ନିୟମରେ ସଂଶୋଧନ ଆଣିବା ପାଇଁ ନିଷ୍ପତି ନେବା ଗୋଟିଏ ସ୍ପଷ୍ଟ ବାର୍ତା ଦେଉଛି; ନିଜର ରାଜନୈତିକ ପ୍ରତିପକ୍ଷମାନଙ୍କ ସହ ପରାମର୍ଶ କରିବାରେ ସରକାରଙ୍କର ବିଶ୍ୱାସ ନାହିଁ ।

କଥାଟିକୁ ଏକ ସ୍ୱାଧୀନ ନ୍ୟାୟପାଳିକା ପରେ ନିଜ ଦୃଷ୍ଟି ଭିତରକୁ ଆଣିପାରିବ ଏଭଳି ବିଶ୍ୱାସ ମଧ୍ୟ ସରକାରଙ୍କର ନାହିଁ ।

ଏମାନଙ୍କ ପୂର୍ବରୁ ଶାସନରେ ଥିବା ଶକ୍ତିଟିକୁ ‘ଟିକସ ଆତଙ୍କବାଦ’ ଚଳାଇଛନ୍ତି ବୋଲି ସମାଲୋଚନା କରୁଥିବା ଲୋକେ ଆଜି ଶାସନକୁ ଆସିବା ପରେ, ଆୟକର ଅଧିକାରୀମାନଙ୍କ ଦ୍ୱାରା ଚାଲିଥିବା ମନମୁଖୀ ତନଖି ନେବା ଏବଂ ଜବତ କରିବା ଅଧିକାରଟି ଉପରେ ବିତର୍କ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ।

ସର୍ବୋପରେ, ରାଜନୈତିକ ପାଣ୍ଠି ଉପରେ ସାରଗର୍ଭକ ବକ୍ତବ୍ୟ ରଖି ଆସିଥିବା ଦଳ ଅତି ସଂକ୍ଷେପରେ କହିବାକୁ ଗଲେ ଠିକ୍ ବିପରୀତ କାମଟି କରିବସିଛି ଏବଂ ଭାରତୀୟ ଗଣତନ୍ତ୍ରକୁ କମ୍ପାନୀ ସ୍ୱାର୍ଥ ପାଖରେ ନତମସ୍ତକ କରିଦେଇଛି ।

ବିତୀୟ ବିଲ୍ ୨୦୧୭କୁ ଅର୍ଥ ବିଲ୍ ହିସାବରେ ଲୋକସଭାରେ ଆଗତ କରାଗଲା । ଦୁଇଟି ଗୃହ ଥିବା ଆମର ଶାସନବ୍ୟବସ୍ଥାରେ ଏଭଳି ଅର୍ଥ ବିଲ୍ଟି କେବଳ ନିମ୍ନ ଗୃହ ବା ଲୋକସଭାର ସର୍ବୋଚ୍ଚ କ୍ଷମତା ଅଛି ତାକୁ ମଞ୍ଜୁରୀ ପ୍ରଦାନ କରିବା ପାଇଁ ।

ବିଭିନ୍ନ ନିୟମରେ ବ୍ୟାପକ ଏବଂ ବିବିଧ ସଂଶୋଧନ ଆଣିବା ପାଇଁ ସରକାର ଏହି ମନି ବିଲ୍ ବା ଅର୍ଥ ବିଲ୍କୁ ବ୍ୟବହାର କଲେ ଯେତେବେଳେ କି ଲୋକସଭା ବାଚସ୍ପତିଙ୍କର ଆଧାର ବିଲ୍ – ୨୦୧୬ (ଯାହା ଏବେ ଆଧାର ନିୟମ – ୨୦୧୬ ହେଇଯାଇଛି)କୁ ପ୍ରଶ୍ନକରି ଅର୍ଥ ବିଲ୍ ହିସାବରେ ବିଚାର କରିବା ନିଷ୍ପତିକୁ ରାଜ୍ୟସଭା ସଦସ୍ୟ ଜୟରାମ ରମେଶଙ୍କ ଆବେଦନ ଉଚ୍ଚତମ ନ୍ୟାୟାଳୟରେ ଏଯାଏଁ ବିଚାର ଅପେକ୍ଷାରେ ଅଛି ।

ସମ୍ବିଧାନର ଧାରା ୧୧୦(୩)ର ବାରଣ ବିନା ଯାହାକି ବାଚସ୍ପତିଙ୍କୁ କ୍ଷମତା ଦେଇଛି କେଉଁଟା ବିତୀୟ ବିଲ୍ ଓ କେଉଁଟି ଅର୍ଥ ବିଲ୍ କହିବାର ଶେଷ ନିଷ୍ପତି ଶୁଣାଇବା ପାଇଁ, ବାଚସ୍ପତିଙ୍କ ଏତାଦୃଶ ନିଷ୍ପତିକୁ ଯଥା ବିଲ୍ ୨୦୧୭କୁ ଅର୍ଥ ବିଲ୍ ପର୍ଯ୍ୟାୟଭୁକ୍ତ କରିବା ଯୁକ୍ତିଯୁକ୍ତ କୁହାଯାଇ ପାରିବନି ।

ସମ୍ବିଧାନର ଧାରା ୧୧୦(୧)ରେ କୁହାଯାଇଛି ସେହି ବିଲ୍ଟିକୁ ଅର୍ଥ ବିଲ୍ କୁହାଯିବ ଯେଉଁଥିରେ ଏସବୁ ବିଷୟ ଅଛି ଯଥା, ଟିକସ, ସରକାରଙ୍କ ଉଧାର ଆଣିବା ଏବଂ ପ୍ରତିଶ୍ରୁତି ଦେବା କଥା ଅଛି । ସରକାରୀ ବ୍ୟୟ ତଥା ଏସବୁ ସମ୍ପର୍କିତ ଅନ୍ୟ କିଛି କଥା ଅଛି ।

ବାର୍ଷିକ ବଜେଟ୍ ପ୍ରକ୍ରିୟାରେ ଗୋଟିଏ ବିତୀୟ ବିଲ୍ରେ ଏସବୁ କଥା ମଧ୍ୟ ଆସିଯାଏ । କିନ୍ତୁ ଏଥର ବିତୀୟ ବିଲ୍ ୨୦୧୭ ଅନେକ ଦୃଷ୍ଟିରୁ ସୀମା ଅତିକ୍ରମ କରିଛି ।

ସେ ଭିତରୁ ଗୋଟିଏ କଥା ଏଠି କୁହାଯାଉଛି । ବିତୀୟ ବିଲ୍ ୨୦୧୭, କମ୍ପାନୀ ଆଇନ ୨୦୧୩ର ଭାଗ ୧୮୨କୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବଦଳାଇ ଦେଇଛି ।

ଏହା ଫଳରେ କମ୍ପାନୀମାନେ ନିଜ ମୂଳ ଲାଭର ଶତକଡ଼ା ୭.୫ ଭାଗ ତିନିବର୍ଷ ସମୟ କାଳ ଭିତରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଆକାରରେ ଦେଇପାରିବେ ବୋଲି ଯେଉଁ ବ୍ୟବସ୍ଥାଟି ଥିଲା ତାକୁ କୋହଳ କରିଦିଆଯାଇଛି ।

ଏବେ ସେମାନେ ଯେତେ ଟଙ୍କା ଚାହିଁବେ ରାଜନୈତିକ ଦଳମାନଙ୍କୁ ଦେଇପାରିବେ । ଏହି ନିୟମ ପୂର୍ବରୁ କହୁଥିଲା ଯେ, କମ୍ପାନୀମାନେ ରାଜନୈତିକ ଦଳମାନଙ୍କୁ ଦେଉଥିବା ଚାନ୍ଦାର ପରିମାଣ ଏବଂ କେଉଁ ଦଳକୁ ତାହା ଦେଲେ ସବୁ ପ୍ରକାଶ କରିବାପାଇଁ ।

ବର୍ତମାନ ଯେଉଁ ସଂଶୋଧନ କରାଗଲା, ତା’ଫଳରେ ଆଉ ସେଭଳି କିଛି ଜଣାଇବାକୁ ପଡ଼ିବନି – କେତେ ଟଙ୍କା ଚାନ୍ଦା ଦେଲେ ବା କେଉଁ ଦଳକୁ ଦେଲେ ।

୧୯୮୫ରେ କମ୍ପାନୀ ଆଇନ ୧୯୫୬ର ସଂଶୋଧନ ପୂର୍ବରୁ ଭାରତରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବାଉପରେ ନିଷେଧାଜ୍ଞା ଥିଲା (୧୯୬୦ରୁ ୧୯୬୯ ସମୟକାଳ ବ୍ୟତୀତ) । ନିର୍ବାଚନ ସଂଶୋଧନ ପାଇଁ ଗଠିତ କମିଟିମାନେ ବିଭିନ୍ନ ସମୟରେ ସ୍ପଷ୍ଟ ମତ ରଖିଥିଲେ ଯେ ରାଜନୈତିକ ଦଳମାନଙ୍କୁ କମ୍ପାନୀମାନେ ପାଣ୍ଠି ଯୋଗାଇଲେ ସେମାନେ ଭାବିନେବେ ଯେ ସେମାନେ ‘ପୁଞ୍ଜି ନିବେଶ’ କରୁଛନ୍ତି ଯାହାର ଅମଳ ବା ଲାଭ ସେମାନେ ଭବିଷ୍ୟତରେ କରିବେ ।

ଏଭଳି ପାଣ୍ଠି ଯୋଗାଣ ସରକାରଙ୍କର ନିଷ୍ପତି ନେବା ପ୍ରକ୍ରିୟାକୁ ସେହି କମ୍ପାନୀମାନଙ୍କ ସପକ୍ଷରେ ପ୍ରଭାବିତ କରିବ ବୋଲି ମଧ୍ୟ ଯୁକ୍ତି କରାଯାଇଥିଲା । ସମ୍ପ୍ରତି କରାଯାଇଥିବା ସଂଶୋଧନଟିକୁ ଦେଶଟିକୁ ସମ୍ପୂର୍ଣ୍ଣ ଭାବେ ବିପରୀତ ଦିଗକୁ ନେଇଯାଇ ବ୍ୟବସାୟ ଓ ରାଜନୀତି ଭିତରେ ଥିବା ସମ୍ପର୍କକୁ ଅଧିକ ବଳିଷ୍ଠ କରିଛି ।

ବେନାମୀ ଚାନ୍ଦା ଗ୍ରହଣ କରିବାଦ୍ୱାରା ରାଜନୈତିକ ଦଳମାନଙ୍କର କମ୍ପାନୀମାନଙ୍କ ଚାନ୍ଦା ଗ୍ରହଣ ଅଧିକ ଅସ୍ପଷ୍ଟ ହେବ ଏବଂ ତାହାର ଉତ୍ତରଦାୟିତ୍ୱ ବୋଲି କିଛି ରହିବ ନାହିଁ । ଯଦିଓ ରାଜ୍ୟସଭା ସରକାରଙ୍କର କମ୍ପାନୀ ଆକ୍ଟ ୨୦୧୩ର ସଂଶୋଧନଗୁଡ଼ିକୁ ଅକାମୀ କରିବା ପାଇଁ ପ୍ରସ୍ତାବ ଗୃହୀତ କରିଥିଲା, ସେସବୁ ଲୋକସଭାରେ କାଟ ଖାଇଲା ।

ଏଭଳି ଏକ ପଦକ୍ଷେପ ସରକାରଙ୍କ ପୂର୍ବ କାର୍ଯ୍ୟକଳାପ ସହ ତାଳ ଦେଇ ହିଁ ହେଇଛି ଯେମିତି ସରକାର ଚୁପ୍ଚାପ୍ ବିତୀୟ ବିଲ୍, ୨୦୧୬ରେ ଏକ ସଂଶୋଧନ ନେଇ ଆସିଥିଲେ ।

ଲଣ୍ଡନରେ ଅନୁଷ୍ଠିତ ବେଦାନ୍ତ କମ୍ପାନୀ ବେଆଇନ ଭାବେ ଭାଜପା ଓ କଂଗ୍ରେସକୁ ଚାନ୍ଦା ଦେବା କଥାରେ ଅଦାଲତ ରାୟ ଦେବା ପରେ, ସରକାରଟି ଏହି ସଂଶୋଧନ ଆଣି ବିଦେଶୀ କମ୍ପାନୀର ସଂଜ୍ଞା ପରିବର୍ତନ କରିଦେଲେ ।

ଆଉ ଯେଉଁ ସଂଶୋଧନଗୁଡ଼ିକ ଚିନ୍ତାର କାରଣ ହେଇଛି, ସେ ଭିତରେ ଅଛି କେତୋଟି ନିର୍ଦ୍ଦିଷ୍ଟ ଟ୍ରିବ୍ୟୁନାଲକୁ ଅନ୍ୟ ଟ୍ରିବ୍ୟୁନାଲ ସହ ମିଶାଇ ଦେବା କଥାଟି । ଏଭଳି ଏକ ପଦକ୍ଷେପ ସ୍ୱତନ୍ତ୍ର ଦକ୍ଷତା ଥିବା ଟ୍ରିବ୍ୟୁନାଲମାନଙ୍କର ଭୂମିକାଟିକୁ ଗୌଣ କରିବା ସହ, ଅନ୍ୟ ଟ୍ରିବ୍ୟୁନାଲମାନଙ୍କ ବୋଝ ବଢ଼ାଇ ଦେବ ।

ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସରକାର ଏବେ ଟ୍ରିବ୍ୟୁନାଲ ସଦସ୍ୟମାନଙ୍କର ନିଯୁକ୍ତି, ନିଯୁକ୍ତିର ସର୍ତ ଏବଂ ସେମାନଙ୍କ କାର୍ଯ୍ୟକାଳ ସମାପ୍ତ କରିବା କ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଚାହୁଁଛନ୍ତି ।

ଏପରି କରିବା ଦ୍ୱାରା, ଏହି ଅର୍ଦ୍ଧ-ନ୍ୟାୟପାଳିକା ସଂସ୍ଥାଗୁଡ଼ିକ ଯେଉଁମାନେ ଉଚ୍ଚ ନ୍ୟାୟାଳୟ ସହ ସମତୁଲ କ୍ଷମତାପ୍ରାପ୍ତ, ସେମାନଙ୍କର ସ୍ୱାଧୀନତା ବିପନ୍ନ ହେବ । ଉଚ୍ଚତମ ନ୍ୟାୟାଳୟ ୨୦୧୪ ମସିହାରେ ଯେଭଳି କହିଥିଲେ ଏହି ଟ୍ରିବ୍ୟୁନାଲମାନଙ୍କରେ ସଦସ୍ୟ ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟପାଳିକା ବା ସରକାରଙ୍କର ଭୂମିକା ରହିବା ଉଚିତ ନୁହେଁ ।

ଅଧିକାଂଶ ସମୟରେ ସରକାର ନିଜେ ମାମଲା ନେଇ ବା ସେଥିରେ ସମ୍ପୃକ୍ତ ହୋଇ ଏହି ଟ୍ରିବ୍ୟୁନାଲମାନଙ୍କର ଦ୍ୱାରସ୍ଥ ହୋଇଥାନ୍ତି । ସେଇଥିପାଇଁ ଏଭଳି ସଂଶୋଧନଗୁଡ଼ିକ ଆଚମ୍ବିତ କରୁଛି ଯେ ସରକାର କେମିତି ଟ୍ରିବ୍ୟୁନାଲର ଉଦ୍ଦେଶ୍ୟ ଓ ନିଜର ଆଗ୍ରହଭିତରେ ଥିବା ସ୍ପଷ୍ଟ ଦ୍ୱନ୍ଦ୍ୱଗୁଡ଼ିକୁ ଚିହ୍ନିପାରୁ ନାହାନ୍ତି ।

ଯଦିଓ ଅର୍ଥମନ୍ତ୍ରୀ ନ୍ୟାୟପାଳିକାର ପରାମର୍ଶ ନେବେ ବୋଲି ରାଜ୍ୟସଭାରେ ପ୍ରତିଶ୍ରୁତି ଦେଇଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ ।

ବିତୀୟ ବିଲ୍ ୨୦୧୭ର ବିବ୍ରତ କଲାଭଳି ଅନ୍ୟ ଗୋଟିଏ କଥା ହେଉଛି ଆୟକର ଆଇନ, ୧୯୫୬ର ସଂଶୋଧନ ଯାହାଫଳରେ ଆୟକର ଅଧିକାରୀ ମାନଙ୍କର ସ୍ୱେଚ୍ଛାଚାରୀ କ୍ଷମତା ବଢ଼ାଇ ଦିଆଯାଇଛି ।

ବର୍ତମାନ ଏହି ସଂଶୋଧନ ଦ୍ୱାରା କ୍ଷମତାପ୍ରାପ୍ତ ହେଇଥିବା ଅଧିକାରୀମାନଙ୍କ କେବଳ ‘ବିଶ୍ୱାସ କଲାଭଳି କାରଣ’ଟିଏ ଦରକାର କେଉଁଠି ବି ଖୋଳତାଡ଼ କରିବା ଏବଂ ସମ୍ପତି ବାଜ୍ୟାପ୍ତ କରିବା ପାଇଁ, ଯାହା ସେମାନେ ୧୯୬୨ରୁ ପିଛିଲା ଘଟଣାଗୁଡ଼ିକୁ ନେଇ ମଧ୍ୟ କରିପାରିବେ ।

ଯଦି ସେମାନଙ୍କୁ ଚୁନୋତି ଦିଆଯିବ ତେବେ ସେମାନେ କୌଣସି କର୍ତୃପକ୍ଷ ଅବା ଆବେଦନ କରିବା ପାଇଁ ଉଦ୍ଦିଷ୍ଟ ଟ୍ରିବ୍ୟୁନାଲ ପାଖରେ ଏପରି କରିବାର କାରଣ ଜଣାଇବାର ଆବଶ୍ୟକତା ନାହିଁ ।

ଅସଲ ଅର୍ଥରେ ଆୟକର ଅଧିକାରୀଙ୍କୁ ଏଭଳି ଏକ ଭୟଙ୍କର ପଦକ୍ଷେପ ମାଧ୍ୟମରେ ଏମିତି ସ୍ୱେଚ୍ଛାଚାରୀ କ୍ଷମତା ଦିଆଯାଇଛି ସେମାନେ ଚାହିଁଲେ ଯେକୌଣସି ଲୋକଙ୍କୁ ହଇରାଣ ଅବା ଭୟଭୀତ କରାଇ ପାରିବେ ।

ଏହି କଥାଗୁଡ଼ିକୁ ଅକାମୀ କରିବା ପାଇଁ ରାଜ୍ୟସଭା ଯେତେସବୁ ସଂଶୋଧନ ଆଣିଥିଲେ, ସବୁତକ ଲୋକସଭାରେ ନାକଚ ହୋଇଗଲା ।

ସଂଶୋଧନଗୁଡ଼ିକର ଛୋଟମୋଟ କଥାଗୁଡ଼ିକୁ ନେଇ ଯଦିଓ ବିତର୍କ କରାଯାଇପାରେ, ତେବେ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ସେହି କଥାଟି ହେଉଛି ଯେଉଁଭଳି ଭାରତର ଶାସନ ଓ ସମ୍ବିଧାନରେ ସଂସଦର ବରିଷ୍ଠ ଗୃହ ତଥା ରାଜ୍ୟସଭା ପାଇଁ ଉଲ୍ଲିଖିତ ଭୂମିକାକୁ ନ୍ୟୁନ କରି ଦେଖି ତାକୁ ଅକାମୀ କରିଦିଆଗଲା ।

ଅର୍ଥ ବିଲ୍ ରାସ୍ତାରେ ସବୁ ଆଇନକୁ ଲୋକସଭାରେ ପାରିତ କରାଇନେବା, ଯେହେତୁ ସରକାରଙ୍କର ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ନାଇଁ ବର୍ତମାନ ସରକାରଙ୍କର ଏକ ଧାରା ହୋଇଗଲାଣି ।

ସ୍ୱେଚ୍ଛାଚାରୀ ସଂଖ୍ୟାଗରିଷ୍ଠତା ଥିବା ଯେକୌଣସି ଦଳ ସେମାନଙ୍କ ଉପରେ ରୋକ୍ ଲଗାଉଥିବା ରାଜ୍ୟସଭାର କ୍ଷମତାକୁ ନ୍ୟୁନ କରିଦେବା ପାଇଁ ଏବକାର ସରକାରଙ୍କର ଏହି ପଦକ୍ଷେପ ଭବିଷ୍ୟତ ପାଇଁ ରାସ୍ତା ଉନ୍ମୁକ୍ତ କରିଦେଇଛି ।

ନିଜର ଲକ୍ଷ୍ୟ ହାସଲ ପାଇଁ ଯେକୌଣସି ଉପାୟ ଅବଲମ୍ବନ କରି ସରକାର ଯେ କେବଳ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଉଲ୍ଲଂଘନ କରିନାହାନ୍ତି ବରଂ ଆମ ସମ୍ବିଧାନରେ ସ୍ୱଭାବ ବା ଲୋକାଚାରକୁ ନଷ୍ଟ କରୁଛନ୍ତି ।

April 1, 2017     VOL L 11  NO 13  (Parliament sans Democracy )

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଗଣତନ୍ତ୍ର, ରାଜନୈତିକ ଦଳ

ଛଅ ମଇରେ ରାଜ୍ୟସ୍ତରୀୟ ନାରଦ ସମ୍ମାନ ଉତ୍ସବ

April 24, 2015 by News Bureau Leave a Comment

ଭୁବନେଶ୍ୱର, ୨୪ ଏପ୍ରିଲ (ଓଡିଶା ଡଟ କମ) ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା ତରଫରୁ ରାଜ୍ୟସ୍ତରୀୟ ‘ତ୍ରୟୋଦଶ ନାରଦ ସମ୍ମାନ’ ଉତ୍ସବ ଆସନ୍ତା ୬ ମେ ୨୦୧୫ରିଖ ବୁଧବାର ଦିନ ଭୁବନେଶ୍ୱରସ୍ଥ ଜୟଦେବ ଭବନରେ ସଂଧ୍ୟା ୬.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହେବ ।

ଏହି ଉତ୍ସବରେ ରାଜ୍ୟ ପ୍ରଶାସନିକ ନ୍ୟାୟଧିକରଣ,ଓଡିଶାର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଲେଖକ ଓ ଗବେଷକ ଶ୍ରୀ ହର ପ୍ରସାଦ ଦାସ ମୁଖ୍ୟ ଅତିଥି ଏବଂ ଭାରତୀୟ କିଷାନ ସଂଘର ରାଷ୍ଟ୍ରୀୟ ମନ୍ତ୍ରୀ ଶ୍ରୀ ମୋହିନୀ ମୋହନ ମିଶ୍ର ମୁଖ୍ୟବକ୍ତାରୂପେ ଯୋଗଦେବେ ବୋଲି ବିଶ୍ୱ ସମ୍ବାଦ କେନ୍ଦ୍ରର ରାଜ୍ୟ ସଭାପତି ଶ୍ରୀ ରଘୁନାଥ ପତି ପ୍ରକାଶ କରିଛନ୍ତି ।

ସେ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ ଏହି ଦିନ ଦେବର୍ଷି ନାରଦଙ୍କ ଜନ୍ମଦିବସ ହୋଇଥିବାରୁ ଅନୁଷ୍ଠାନ ତରଫରୁ ମଧ୍ୟ ନାରଦ ଜୟନ୍ତୀ ପାଳନ କରାଯିବ ।

ଗଣତାନ୍ତ୍ରୀକ ଆଲୋଚନା ଓ ଗଣମାଧ୍ୟମରେ ସ୍ୱାଧିନତା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା,ଜନସାଧାରଣଙ୍କୁ ନିରପେକ୍ଷ,ମୁକ୍ତ ଓ ଦାୟିତ୍ୱ ସମ୍ପନ୍ନ ସଂବାଦ ସଂସ୍ଥାର ଆବଶ୍ୟକତା ସଂପର୍କରେ ଅବଗତ କରାଇବା ଏହି ଉତ୍ସବ ର ଉଦ୍ଦେଶ୍ୟ ।

ଯେ କୌଣସି ପ୍ରକାରର ନିୟନ୍ତ୍ରଣ,ବନ୍ଧନ ଓ ସ୍ୱାଧିନତା ହନନ ବିରୋଧରେ ଗଣମାଧ୍ୟମକୁ ସମର୍ଥନ ଯୋଗାଇବା,ରାଷ୍ଟ୍ର ଓ ସଂସ୍କୃତିର ପ୍ରଗତି ପାଇଁ ଲେଖନୀ ଚାଳନା କରୁଥିବା ଗଣମାଧ୍ୟମର ବ୍ୟକ୍ତିତ୍ୱଙ୍କୁ ପ୍ରତିବର୍ଷ ବିଶ୍ୱ ସମ୍ବାଦ କେନ୍ଦ୍ର,ଓଡିଶା ତରଫରୁ ଏହି ନାରଦ ଜୟନ୍ତୀରେ ରାଜ୍ୟ ସ୍ତରୀୟ ସାମ୍ବାଦିକ ପୁରସ୍କାର ନାରଦ ସମ୍ମାନ ପ୍ରଦାନ କରାଯାଇଥାଏ ।

ଦୀର୍ଘ ୧୩ବର୍ଷ ପୂର୍ବରୁ ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ପାଳନ କରାଯିବା ସହ ରାଜ୍ୟର ଜଣେ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକଙ୍କୁ ରାଜ୍ୟସ୍ତରୀୟ ନାରଦ ସମ୍ମାନ ପ୍ରଦାନ କରାଯାଉଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ସଭା ସମିତି Tagged With: ଉତ୍ସବ, ଗଣତନ୍ତ୍ର, ରାଜ୍ୟସ୍ତର, ସଂସ୍କୃତି

ଏବିଏପିର ତ୍ରୀଦିବସୀୟ ରାଷ୍ଟ୍ରୀୟ ଅଧିବେଶକ୍ଟନ ଉଦ୍ଘାଟିତ

December 26, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ : ଗୋଲଖ ଚନ୍ଦ୍ର ଦାସ

ଭୁବନେଶ୍ୱର,ଡିସେମ୍ବର ୨୬(ଓଡିଶା ଡଟ୍ କମ୍ )- ଅଖିଳ ଭାରତୀୟ ଅଧିବକ୍ତା ପରିଷଦର ତ୍ରିଦିବସୀୟ ରାଷ୍ଟ୍ରୀୟ ଅଧିବେଶନ ବୁଧବାର ଦିନ ଅପରାହ୍ନ ୨.୩୦ରେ ଭୁବେନେଶ୍ୱର କିଟ ପରିସରେ ଉଦ୍ଘାଟିତ ହୋଇଛି । ଏହି ଅଧିବେଶନ ଆସନ୍ତା ୨୮ ତାରିଖ ଦିନ ସମାରୋପ ହେବ ବୋଲି କାର୍ଯକ୍ରମର ପ୍ରଚାରପ୍ରସାର ବିଭାଗ ମୁଖ୍ୟ ସମୀର କୁମାର ମହାନ୍ତି ଜଣାଇଛନ୍ତି ।

ଆଜିର ଏହି ଅଧିବେଶନରେ ସୁପ୍ରୀମକୋର୍ଟର ବିଚାରପତି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ମୁଖ୍ୟଅତିଥିରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଏହି ଅଧିବେଶନରେ ସାମ୍ବିଧାନିକ ଓ ଗଣତାନ୍ତ୍ରୀକ ସଂସ୍ଥା ଗୁଡିକକୁ କିପରି ସଶକ୍ତ କରାଯିବ ତାଉପରେ ଆଲୋଚନା ହେଉଅଛି ।

ଅବସରପ୍ରାପ୍ତ ପଂଜାବ ଓ ହରିଆନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ବିହାରର ପୂର୍ବତନ ରାଜ୍ୟପାଳ ଜଷ୍ଟିସ୍ ରାମା ଜଏସ୍ ,ସୁପ୍ରୀମକୋର୍ଟ ବାର ଆସୋସିଏସନର ସଭାପତି ବରିଷ୍ଠ ଆଇନଜୀବି ଏମ୍ ଏନ୍ କୀଷ୍ଣମଣୀ,ଆନ୍ଦ୍ର ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ଏବଂ ପରିଷଦର ଅଖିଳ ଭାରତୀୟ ସଭାପତି ଜଷ୍ଟିସ୍ ପର୍ବତ ରାଓ,ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ ପି ସାହାଙ୍କ ସମେତ ଭାରତର ବିଭିନ୍ନ ରାଜ୍ୟରୁ ଦଦୁଇ ହଜାର ଉର୍ଦ୍ଧ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

କାର୍ଯକ୍ରମକୁ ଉଦ୍ଘାଟନ କରି ମୁଖ୍ୟ ଅତିଥି ଜଷ୍ଟିସ ଏ କେ ପଟ୍ଟନାୟକ କହିଲେ ଯେ,ଅଦାଲତମାନଙ୍କରେ ଅଧିକ ବିଚାରପତି ନିଯୁକ୍ତି ଦିଆଯିବା ଉଚିତ୍ । ଅପରାଧର ପ୍ରମାଣ ଗ୍ରହଣ ଏବଂ ତଦନ୍ତ ପାଇଁ ସ୍ୱତନ୍ତ୍ର ପୋଲିସ ନିଯୁକ୍ତି ହେବା ଉଚିତ୍ । ଯେଉଁମାନଙ୍କ ଉପରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାର ଦଦାୟିତ୍ୱ ନଥିବ । ଅପରାଧୀମାନଙ୍କ ପ୍ରମାଣକୁ ବଳିଷ୍ଠ କରାଯାଇ ପାରିବ ଏବଂ ସେମାନେ ଅଦାଲତରୁ ଖସି ପାରିବେ ନାହିଁ ।

ଏହି ଅବସରରେ ବରିଷ୍ଠ ଆଇନଜୀବି ଶ୍ରୀ କୀଷ୍ଣମଣୀ କହିଲେ ଯେ ସଂସଦ,ନ୍ୟାୟାଳୟ,ସିଏଜି,ଭିଜିଲାନ୍ସ ବିଭାଗ ଏବଂ ପ୍ରଶାସନ ବିଭାଗକୁ ସଶକ୍ତ କରାଗଲେ ସମ୍ବିଧାନ ଓ ଗଣତନ୍ତ୍ର ସୁରକ୍ଷା କରାଯାଇ ପାରିବ ।

ପରିଷଦର ଅଖିଳ ଭାରତୀୟ ସଂପାଦକ ଡି.ଭରତ କୁମାର କହିଲେ ଯେ,ଆଇନଗତ ପେସାକୁ ଆଇନଜୀବିମାନେ ଏକ ବ୍ୟବସାୟ ରୂପେ ନଦେଖି ଏକ ମିଶନରୂପେ ଦେଖିବା ଉଚିତ୍ ।

ପରିଷଦର ଅଖିଳ ଭାରତୀୟ ସଭାପତି ଜଷ୍ଟିସ ପର୍ବତରାଓ ସମସ୍ତ ରାଜନୈତିକ ଦଳକୁ ଅନୁରୋଧ କରିଥିଲେ ଯେ, ସେମାନେ ଅପରାଧ ପୃଷ୍ଠ ଭୂମି ଥିବା ଲୋକମାନଙ୍କୁ ଟିକେଟ୍ ନଦିଅନ୍ତୁ । ଯାହା ଫଳରେ କି ସଂସଦକୁ ସଶକ୍ତ କରାଯାଇ ପାରିବ ।

ଏହି ଅଧିବେଶନରେ ଏକ ତ୍ର୍ୟୈମାସିକ ପତ୍ରୀକା ନ୍ୟାୟପ୍ରଭାର ଉନ୍ମୋଚନ କରାଯାଇଥିଲା । ସ୍ୱାଗତ ସମିତିର ସଂପାଦକ ବରିଷ୍ଠ ଆଇନଜୀବି ଯୁଗଳ କିଶୋର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଓଡିଶା ଶାଖାର ସଭାପତି ଶ୍ରୀ ପ୍ରଭାକର ସାହୁ ଓ ସଂପାଦକ ତୁଷାରକାନ୍ତି ଶତପଥି ମଂଚାସୀନ ଅତିଥିମାନଙ୍କର ପରିଚୟ କରିବା ସହ ଏହି ସଭାକୁ ପରିଚାଳନା କରିଥିଲେ ।

 

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କିଟ, ଗଣତନ୍ତ୍ର, ଭୁବେନେଶ୍ୱର

ହଟ୍ଟଗୋଳ ମଧ୍ୟରେ ସରିଲା ଶୀତ ଅଧିବେଶନ

December 22, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୨୨(ଓଡିଶା ଡଟ୍ କମ୍)-ଶୀତ ଅଧିବେଶନର ଶେଷ ଦିନରେ ବଧାନସଭାରେ ହୋଇଥିଲା ପ୍ରବଳ ହଟ୍ଟଗୋଳ ଓ ଫାଇଲ ଫିଙ୍ଗା । ଏହିପରି ଭାବରେ ଶେଷ ହୋଇଛି ଚଳିତ ବର୍ଷର ଶୀତ ଅଧିବେଶନ ।

ଶନିବାର ଦିନ ବିଧାନସଭାର ଶେଷ ଦିବସରେ ବିରୋଧୀ ଦଳର ସଦସ୍ୟମାନେ କୃଷକ ସମସ୍ୟାକୁ ନେଇ ହଙ୍ଗାମା କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ନେଇ କଂଗ୍ରେସ ବିଧାୟକମାନେ ଫ୍ଲା କାଡ ଦେଖାଇଥିଲେ । ଚାଷୀଙ୍କ ସମସ୍ୟାନେଇ କଂଗ୍ରେସ ତରଫରୁ ଯେଉଁ ମୁଲତବୀ ପ୍ରସ୍ତାବ ଆସିଥିଲା ବାଚସ୍ପତି ତାକୁ ଗ୍ରହଣ କରିନଥିଲେ ।

ପ୍ରଶ୍ନୋତରକାଳର ମାତ୍ର ପାଞ୍ଚ ମିନିଟ ପରେ ୧୨.୩୦ ପର୍ଯ୍ୟନ୍ତ ବାଚସ୍ପତି ଗୃହକାର୍ଯ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।

ଏହାପରେ ବିରୋଧୀ ବିଧାୟକମାନେ ବିଧାନସଭା ପରିସରରେ ଧାରଣା ଦେଇଥିଲେ । ଅପରାହ୍ନ ଅଧିବେଶନରେ ସମବାୟ ସଂଶୋଧନ ବିଲ୍ ଅନୁମୋଦିତ ହେବା ବେଳେ ପୁଣି ହୋହାଲ୍ଲା କରିଥିଲେ କଂଗ୍ରେସ ବିଧାୟକ ।

କଂଗ୍ରେସ ଦଳର ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢି ଫାଇଲପତ୍ର ଫୋପାଡି ଦେଇଥିଲେ । ପ୍ରାୟ ଅଧଘଣ୍ଟା କାଳ ଗୃହକୁ ହୁଲୁସ୍ତୁଲ କରିଥିଲେ କଂଗ୍ରେସ ସଦସ୍ୟମାନେ । ତାମଧ୍ୟରେ ଗୃହିତ ହୋଇଯାଇଥିଲା ବିଲ୍ ।

ଏ ଘଟଣାକୁ ନେଇ ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଛନ୍ତି ଯାହା ଆଜି ଘଟିଗଲା ତାହା ହେଉଛି ସବୁଠୁଁ କଳଙ୍କମୟ ଦିନ । ଆଜିର ଦିନଟି ହେଉଛି କଳା ଦିବସ ।

ଓଡିଶା ବିଧାନସଭା ଇତିହାସରେ ଯେଭଳି ଭାବରେ ଗୃହ ପରିଚାଳନା କରାଯାଉଛି । ଏଠି ସରକାର ଯାହା ଚାହିଁବେ ତାହା ହିଁ ହେବ । ଗଣତନ୍ତ୍ର ଏଠି ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଶାସକ ଦଳ କେଉଁ ପରିସ୍ଥିତିରେ କେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ବୁଝାଯାଉନାହିଁ । ବିଧାନସଭାରେ ବିରୋଧୀଙ୍କ ଆଚରଣକୁ ନିନ୍ଦା କରିଛନ୍ତି ଶାସକ ଦଳର ମୁଖ୍ୟ ସଚେତକ ପ୍ରଭାତ କୁମାର ତ୍ରିପାଠୀ ।

ପ୍ରଥମେ ୧୨.୩୦ମି. ପରେ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଗୃହ ମୁଲତବୀ ହୋଇଥିଲା । ତାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃିତି ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଏହି ଅଧିବେଶନ ଭଲ ଭାବରେ ଶେଷ ହୋଇଛି ଓ ଶାନ୍ତି ପୂର୍ଣ୍ଣ ଥିଲା ।

ଏହି ଅଧିବେଶନରେ ମୋଟ ୧୫ଟି ବିଲ୍ ପାସ ହୋଇଛି । ରାଜ୍ୟବାସୀଙ୍କ ହିତଲାଗି ଅନେକ ବିଷୟରେ ଆଲୋଚନା ହୋଇଛି । ସେତେବେଳେ ମଧ୍ୟ କଂଗ୍ରେସ ବିଧାୟକମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଫଳରେ ବାଚସ୍ପତି ଅନିଦିଷ୍ଟ କାଳପାଇଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କଂଗ୍ରେସ ସଦସ୍ୟ, ଗଣତନ୍ତ୍ର, ବିଧାନସଭା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ଶୀତ ଅଧିବେଶନ

ଓଡିଆଙ୍କର ଉନ୍ନତି ପାଇଁ ନବୀନଙ୍କ ଆନ୍ତରିକତା ନାହିଁ :ପ୍ୟାରୀ

November 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭବାନୀପାଟଣା, ନଭେମ୍ବର ୨୦(ଓଡିଶା ଡଟ୍ କମ୍)- ବିଜେଡିରୁ ବହିଷ୍କୃତ ହେବାପରେ ପ୍ୟାରିମୋହନ ମହାପାତ୍ରଙ୍କ ପ୍ରଥମ ଶକ୍ତି ପଦର୍ଶନ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି କ୍ରାନ୍ତି ସମାବେଶରେ ଜନମୋର୍ଚ୍ଚାର ଅନ୍ୟତମ ପ୍ରତିଷ୍ଠା ସଦସ୍ୟ ତଥା ପୂର୍ବତନ ସାଂସଦ ରବି ସିଂଙ୍କ ଅଧ୍ୟକ୍ଷତା କରିଥିଲେ ।

ଭୁବନେଶ୍ୱର କ୍ରାନ୍ତି ସମାବେଶ ପରେ ରାଜଧାନୀ ବାହାରେ ପ୍ରଥମ କରି କେବିକେ ଜିଲ୍ଲାରେ ହୋଇଥିବା ଏହି ସମାବେଶରେ କଳାହାଣ୍ଡିର ୫ଟି ବିଧାନସଭା ନିର୍ବାଚନୀ ମଣ୍ଡଳୀର ୧୩ଟି ବ୍ଲକ ଏବଂ ଭବାନୀପାଟଣା, ଜୁନାଗଡ ଏବଂ କେସିଙ୍ଗା ପୌରପରିଷଦ ସହ ପଡ଼ୋଶୀ ଜିଲ୍ଲା ନୂଆପଡ଼ା,ବଲାଙ୍ଗୀର, ସୋନପୁର, ବଉଦ, ଫୁଲବାଣୀ, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରୁ ହଜାର ଜନମୋର୍ଚ୍ଚାର ସମର୍ଥକ ଯୋଗ ଦେଇଥିଲେ ।

ସମାବେଶ ପୂର୍ବରୁ ସାଂସଦ ପ୍ୟାରୀମୋହନ ମହାପାତ୍ର, ସାଧାରଣ ସଂପାଦକ ଯଜେ୍ଞଶ୍ୱର ବାବୁ, ଅନ୍ୟତମ ସାଧାରଣ ସଂପାଦକ ସୁନୀଲ ନାଏକ ଏବଂ ପୂର୍ବତନ ବିଧାୟକ ରାଜୁ ସିଂହ ମାଁ ମାଣିକେଶ୍ୱରୀଙ୍କ ମନ୍ଦିରକୁ ଆସି ନଡିଆ ଫଟାଇ ପୂଜା କରିଥିଲେ ।

ପରେ ସେଠାରୁ ଘୁମୁରା ଏବଂ ଗଉଡ ବାଡି ନାଚର ତାଳେ ତାଳେ ଏକ ଶୋଭାଯାତ୍ରାରେ କଲେଜ ପଡିଆକୁ ଆସିଥିଲେ । ଭବାନୀପାଟଣା ସ୍ଥିତ କଲେଜ ପଡିଆରେ ଅନୁଷ୍ଠିତ ଜନମୋର୍ଚ୍ଚାର ବିଶାଳ ସମାବେଶକୁ ଉଦ୍ବୋଧନ ଦେଇ ଜନମୋର୍ଚ୍ଚାର ଅଧ୍ୟକ୍ଷ ତଥା ସାଂସଦ ପ୍ୟାରୀମୋହନ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶରୀରରେ ପଞ୍ଜାବୀ, ବଙ୍ଗାଳିର ରକ୍ତ ଶତକଡା ୭୫ ପ୍ରତିଶତ ବହୁଥିବା ବେଳେ ୨୫ ଭାଗ ମାତ୍ର ଓଡିଆ ରକ୍ତ ରହିଛି ।

ତେଣୁ ତାଙ୍କର ଓଡିଶା ତଥା ଓଡିଆଙ୍କର ଉନ୍ନତି ଓ ଓଡିଶାର ଦାରିଦ୍ର୍ୟ ଦୂରୀକରଣ କରିବା ପାଇଁ ଆନ୍ତରିକତା ନାହିଁ । ୧୨ବର୍ଷ ହୋଇଗଲା ଯିଏ ଭଲକରି ଓଡିଆ ପଦଟିଏ ମଧ୍ୟ କହିପାରୁନାହାନ୍ତି ସେ କିପରି ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଧଶା ବୁଝି ପାରିବେ ?

ଯଦି ଆଗାମୀ ସାଧାରଣ ନିର୍ବାଚନରେ ଓଡିଶା ଜନମୋର୍ଚ୍ଚା ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରେ ତେବେ ଓଡିଶାର ଦାରିଦ୍ର୍ୟ ଦୂର ହେବା ସହିତ ରାଜ୍ୟରେ ଏକ ସୁଶାସନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ ।

ବିଜେଡ଼ିରେ କେହି ସଭାପତି ନାହାଁନ୍ତି । ଏଥିରେ ଗଣତନ୍ତ୍ର ବୋଲି କିଛି ନାହିଁ । ଗତ ସାଧାରଣ ନିର୍ବାଚନରେ ବିଜେଡ଼ି ତାର ନିର୍ବାଚନ ଇସ୍ତହାରରେ ଦେଇଥିବା ପ୍ରତିଶୃତି ତୁରନ୍ତ ପୂରଣ କରିବା ଆଦି କେତେକ ପ୍ରସ୍ତାବ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ତାଙ୍କର ମତାନ୍ତର ସୃଷ୍ଟି ହୋଇଛି ।

ମୋର ଉଦ୍ୟମରେ ଓଡିଶାରେ ସର୍ବାଧିକ ୧୦୨ ବିଧାୟକ ବିଜୟ ହୋଇଥିଲେ । ସେଥିରେ ମୋର ନିଜର ୯୨ରୁ ଉର୍ଦ୍ଧ ବିଧାୟକ ରହିଛନ୍ତି । ସେହି ସମୟରେ ମୁଁ ନବୀନ ବାବୁଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ନିଜେ ହୋଇ ପାରିଥାନ୍ତି । କିନ୍ତୁ ମୁଁ ପଦ ପଦବୀ ଲୋଭୀ ନୁହେଁ । ମୁଁ ଚାହେଁ ଓଡିଶା ଏବଂ ଓଡିଆର ଉନ୍ନତି ।

ବିଜେଡି ଦଳରେ କିଛି ଅପାରଗ ଓ ଅବାଞ୍ଛିତ ନେତାମାନଙ୍କୁ ସାବାଡ କରିବା ପାଇଁ ଗଠିତ ହୋଇଛି ଓଡିଶା ଜନମୋର୍ଚ୍ଚା । ନବୀନ ପଟ୍ଟନାୟକ ୧୨ ବର୍ଷ ଶାସନ ମଧ୍ୟରେ ଓଡିଶାରେ ଦାରିଦ୍ର୍ୟ ଯେତିକି ବଢିଛି ତାହାଠାରୁ ଅଧିକ କୃଷକମାନେ ଆର୍ଥିକ ଶୋଷଣର ଶିକାର ହୋଇଛନ୍ତି ।

ନବୀନବାବୁଙ୍କ ପାଇଁ ଦେଇଥିବା ୧୨ ବର୍ଷ ସମୟ ଶୁଖୁଆ ଝୋଳରେ ଯାଇଛି । ଏହି ୧୨ବର୍ଷ ମଧ୍ୟରେ ନବୀନ ବାବୁଙ୍କ ସବୁ ଅପକର୍ମର ପାପ ମୁଁ ନିଜେ ମୋ ମୁଣ୍ଡରେ ନେଇଛି । ସବୁ ପ୍ରଶଂସା ନବୀନବାବୁଙ୍କ ମୁଣ୍ଡରେ ଲଦି ଦେଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଓଡିଆଙ୍କର ଉନ୍ନତ୍ତି, କୃଷକ, ଗଣତନ୍ତ୍ର, ଜନମୋର୍ଚ୍ଚା, ନିର୍ବାଚନ, ପ୍ୟାରୀମୋହନ ମହାପାତ୍ର, ବିଜେଡ଼ି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ସାମ୍ବାଦିକଙ୍କ ସମସ୍ୟାର ସମାଧାନ ପାଇଁ ଗୃହକମିଟି ଗଠନ ଦାବୀ

December 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ସାମ୍ବାଦିକ ମାନଙ୍କୁ ସରକାରୀ ଗୃହ ଯୋଗାଣ, ଅଧିସ୍ୱୀକୃତି ପ୍ରଦାନ, ଚାକିରୀଗତ ସର୍ତ୍ତାବଳୀ ନିର୍ଦ୍ଧାରଣ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଗୃହ କମିଟି ଗଠନ କରିବାକୁ ବିଧାନସଭାରେ ଦାବୀ ହୋଇଛି ।

ବୁଧବାର ବିଧାନସଭାରେ ଉଭୟ ଶାସକ ଓ ବିରୋଧି ବିଧାୟକ ମାନେ ଏହି ପ୍ରସଙ୍ଗ ଉତ୍ଥାପନ କରିଥିଲେ । ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ।

ଗଣମାଧ୍ୟମ ଯୋଗୁଁ ସାଧାରଣ ଲୋକଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚି ପାରୁଛି ଓ ସରକାରଙ୍କ ପାଖରେ ସାଧାରଣ ଲୋକଙ୍କ ଅଭାବ,ଅସୁବିଧା ପହଞ୍ଚୁଛି । ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କ କଥା ବିଚାର ହେବା ଦରକାର ।

ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦଦାତା ମାନେ ସରକାରୀ ବାସଗୃହ ପାଇପାରୁନାହାନ୍ତି । ଯୋଗ୍ୟ ସାମ୍ବାଦିକ ମାନଙ୍କୁ ତୁରନ୍ତ ଏହା ଯୋଗାଇ ଦେବା ଆବଶ୍ୟକ । ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ସରକାର ପଦକ୍ଷେପ ନେବାକୁ ବିଜେଡ଼ିର ପ୍ରଦୀପ ମହାରଥୀ ଦାବି କରିଥିଲେ ।

ସରକାର ଚାଷୀ, ଶ୍ରମିକ, ବିଧାୟକ, କର୍ମଚାରୀ ସମସ୍ତଙ୍କ କଥା ବିଚାର କରୁଛନ୍ତି ମାତ୍ର ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସାମ୍ବାଦୀକ ମାନଙ୍କ କଥା କେହି ବିଚାରକୁ ନେଉନାହାନ୍ତି । ପେନସନ ବ୍ୟବସ୍ଥା ଘୋଷଣା ହୋଇଥିଲେ ବି କାର୍ଯ୍ୟକାରୀ ହେଉନାହିଁ ବୋଲି ଶୂନ୍ୟକାଳରେ ସ୍ୱତନ୍ତ୍ର ଉଲ୍ଲେଖ ମାଧ୍ୟମରେ ବିଜେଡ଼ି ବିଧାୟକ ଅନନ୍ତ ଦାସ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଣତନ୍ତ୍ର, ଗୃହ କମିଟି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ