• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗଣବଳାତ୍କାର

ରାୟଗଡ଼ା ପୀଡିତାଙ୍କ ଶେଷକୃତ୍ୟ ସଂପନ୍ନ

January 17, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡା, ଜାନୁଆରୀ ୧୭(ଓଡ଼ିଶା ଡ଼ଟ୍ କମ୍)-ରାୟଗଡ ଗଣବଳାତ୍କାର ପୀଡିତାଙ୍କ ଶେଷକୃତ୍ୟ ରାୟଗଡ ଶିରିଗୁଡା ସ୍ଥିତ ଶ୍ମଶାନରେ ଶୋକାକୁଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଯାଇଛି ।

ବୁଧବାର ଦିନ ଏହି କାର୍ଯ୍ୟରେ ରାଜନୈତିକ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀଙ୍କ ସମେତ ଶତାଧିକ ଲୋକ ଶ୍ମଶାନଘାଟରେ ଉପସ୍ଥିତ ରହି ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଶ୍ମଶାନରେ ମୃତ ଦେହକୁ କଂଗ୍ରେସର ପିସିସି ସଂପାଦକ ମୁନା ତ୍ରିପାଠୀ, ଜିଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା,ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝି, ମା ଘରର କେବିକା ଜିଲାର ଅଧ୍ୟକ୍ଷା କାଦମ୍ବିନୀ ତ୍ରିପାଠୀ, ଜିଲାପରିଷଦ ଅଧ୍ୟକ୍ଷା ସୁଜାତା ମାଣ୍ଡାଙ୍ଗି, ବିଜେଡିର ଜିଲା ସଭାପତି ସୁଧୀର ଦାସ, କେସିସି ବ୍ୟାଙ୍କ ଉପାଧ୍ୟକ୍ଷ ହେମନ୍ତ ନାୟକ, ପୌର ପରିଷଦର ଅଧ୍ୟକ୍ଷ ରାଇସିଂ ବିଡିକା, ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରୀଣି ସଭ୍ୟ ରଜତ ମାଦଳା, ଜିଲା ସଂପାଦକ ସୁମନ୍ତ ମହାରଣା ପ୍ରମୁଖ ଯୋଗ ଦେଇଥିଲେ ।

ପ୍ରଶାସନ ପକ୍ଷରୁ ଡେପୁଟି କଲେକ୍ଟର ସୁବ୍ରତ ପାଣିଗ୍ରାହି, ଅତିରିକ୍ତ ଏସପି ଏକେ ସିଂ, ଡିଏସପି ଭିଆର ରାଓ, ଥାନାଧିକାରୀ ପ୍ରଶାନ୍ତ ଭୂପତି, ତଦନ୍ତ ଅଧିକାରୀ ସୁଜାତା ଖମ୍ଭାରି ପ୍ରମୁଖ ଯୋଗ ଦେଇଥିଲେ । ପୀଡିତାଙ୍କ ସଦଗତି ପାଇଁ ଦଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

ପୀଡିତାଙ୍କ ଦାଦା ଡି ମାଲ୍ଲେସୁ ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ଶବସତ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ ।

ଗତ ତିନି ଦିନ ତଳେ ଅଚାନକ ଭାବେ ପୀଡିତାଙ୍କ ସ୍ୱାସ୍ଥ୍ୟରେ ଅବନତି ଦେଖା ଦେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲେ ସୁଦ୍ଧା ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ଦୀର୍ଘ ୧୩ ଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ପୀଡିତାଙ୍କ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା ।

ବୁଧବାର ଦିନ ମୃତଦେହ ବ୍ୟବଛେଦ ପରେ ପୁଲିସର ସୁରକ୍ଷାବଳୟ ମଧ୍ୟରେ ରାୟଗଡ ସ୍ଥିତ ପୀଡିତାର ବାସଗୃହ ଆଞ୍ଜିଆପେଟାକୁ ଅଣାଯାଇଥିଲା । ସେଠାରେ ପୀଡିତାର ପରିବାରବର୍ଗ ସହିତ କଂଗ୍ରେସର ନେତାମାନେ ଅପେକ୍ଷା କରି ରହିଥିଲେ ।

ସେଠାରେ ସାହିବାସିନ୍ଦା ଶେଷଦର୍ଶନ କରିବା ପରେ ମୃତଦେହକୁ ସିଧାସଳଖ ଆମ୍ବୁଲାନ୍ସ ମାଧ୍ୟମରେ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇଥିଲା । ଶିରିଗୁଡା ସ୍ଥିତ ଶ୍ମଶାନରେ ଅପରାହ୍ନ ପ୍ରାୟ ୪ଟାରେ ଶବସତ୍କାର କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣବଳାତ୍କାର, ରାୟଗଡ଼ା ପୀଡିତା

କଟକ: ଡ଼ାକ୍ତରଖାନାରେ ପିପିଲି ପୀଡ଼ିତାଙ୍କ ମୃତ୍ୟୁ

June 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜୁନ୍ ୨୧(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ପୀଡ଼ିତାଙ୍କ ଗୁରୁବାର କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ଦୀର୍ଘ ଛଅ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଆଇସିୟୁରେ ଚିକିତ୍ସିତ ହେଉଥିବା ପୀଡ଼ିତାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଡ଼ାକ୍ତରଖାନା କର୍ତୃପକ୍ଷ ଗଣମାଧ୍ୟମକୁ କହିଛନ୍ତି ।

ଗତ କିଛିଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା । ଗତ ଜାନୁୟାରୀ ମାସରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଖବର ପାଇବା ପରେ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପୋଲିସ ଏବଂ ପୀଡ଼ିତାଙ୍କ ପରିବାର ଲୋକ ଡ଼ାକ୍ତରଖାନାରେ ପହଞ୍ଚିଛି ।

ପିପିଲି ଅର୍ଜୁନଗୋଦା ଗ୍ରାମର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୯ରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ ଅଭିଯୋଗ କରିଥିଲେ ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଆଯାଇଥିବା ଅଭିଯୋଗ ହେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେବ ସହ ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଓ ଆନ୍ଦୋଳନ କରାଯାଇଥିଲା ।

ପରେ ସରକାର ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ ଏବଂ କ୍ରାଇମବ୍ରାଞ୍ଚ ଗତ ଜାନୁୟାରୀ ୧୫ରେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଶାନ୍ତ ପ୍ରଧାନ ଓରଫ ପଶେଇକୁ ଗିରଫ କରିଥିଲା ।

ଏହାସହ ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟ ଅବସରପ୍ରାପ୍ତ ବିଚାରପିତିଙ୍କୁ ନିଯୁକ୍ତ କରିଥିଲେ । ପୀଡ଼ିତାଙ୍କ ମୃତ୍ୟୁ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ବାପାଙ୍କୁ ଦଶ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଟକ, ଗଣବଳାତ୍କାର, ପୀଡ଼ିତା

ପିପିଲି ଗଣବଳାତ୍କାର: ତଦନ୍ତ କମିଶନଙ୍କ ଘଟଣାସ୍ଥଳ ପରିଦର୍ଶନ

May 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପିପିଲି, ମଇ ୧୩(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣ ଗଣବଳାତ୍କାର ଘଟଣାର ବିଚାର ବିଭାଗୀୟ ତଦନ୍ତ କରୁଥିବା କମିଶନ ମୁଖ୍ୟ ଜଷ୍ଟିସ ପି.କେ. ମହାନ୍ତି ରବିବାର ପୀଡ଼ିତାଙ୍କ ଗାଁ ପରିଦର୍ଶନ କରିଛନ୍ତି ।

ଜଷ୍ଟିସ ମହାନ୍ତି ଓ ତାଙ୍କ ସହ ଆସିଥିବା ଓକିଲ ଏବଂ ଅଧିକାରୀମାନେ ଡାକବଙ୍ଗଳାକୁ ଆସି ସେଠାରୁ ପୀଡ଼ିତା ପଡ଼ିଥିବା ସ୍ଥାନକୁ ଯାଇଥିଲେ ।

କ୍ରାଇମବ୍ରାଞ୍ଚ ଅଧିକାରୀ ତଥା ଏହି ମାମଲାର ଅନୁସନ୍ଧାନକାରୀ ଅଫିସରଙ୍କ ଠାରୁ ପୀଡ଼ିତା ପଡ଼ିଥିବା ସ୍ଥାନ, କିପରି ପଡ଼ିଥିଲେ, ସେ ସମୟରେ ଉକ୍ତ ଅବସ୍ଥା ଦର୍ଶାଯାଇଥିବା ଟ୍ରାକ୍ଟର କେଉଁ ଦିଗରୁ ଆସୁଥିଲା ବିଷୟରେ ପଚାରି ବୁଝିଥିଲେ ।

ସେଠାରେ ପିପିଲି ତହସିଲଦାର, ଅମିନ, ଆରାଇ ଉକ୍ତ ସ୍ଥାନର ନକ୍ସା କମିଶନରଙ୍କୁ ଦେଇଥିବା
ବେଳେ ନକ୍ସାରେ ଏହା ଭୂଲ ଥିବା ଗାଁ ମୁଖିଆ କହିବା ସହ ପ୍ରକୃତ ସ୍ଥାନ ଦେଖାଇଥିଲେ । ତେବେ
ସେହି ସ୍ଥାନର ଚିତ୍ର ଉତ୍ତୋଳନ କରିବାକୁ କମିଶନ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ରାଇମବ୍ରାଂଚ, ଗଣବଳାତ୍କାର, ପିପିଲି

ପିପିଲି ଗଣବଳାତ୍କାର: ତିନି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

April 21, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ମାମଲାରେ ସରକାର ତିନି ଜଣ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ଡ଼ାକ୍ତରମାନେ ହେଲେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷ ତ୍ରିପାଠୀ ଓ ଡାକ୍ତର ଜାନକୀ ଭୂଷଣ ପଟ୍ଟନାୟକ ଏବଂ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମିଲନ ମିତ୍ର । ଏମାନଙ୍କ ବିରୁଦ୍ଧରେ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଥିଲା ।

ଏହି ୩ ଜଣ ଡ଼ାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଘଟଣା ସମୟରେ ପିପିଲି ଥାନାରେ କେଉଁ ଅଫିସର ଦାୟିତ୍ୱରେ ଥିଲେ ଏବଂ ପୀଡ଼ିତାଙ୍କୁ କେଉଁ ଡାକ୍ତର ଚିକିତ୍ସା କରିଥିଲେ ତାହା ଜଣାଇବାକୁ ତଦନ୍ତ କମିଶନ ସରକାରଙ୍କୁ କହିଛନ୍ତି ।

ପିପିଲି ଓ କ୍ୟାପିଟାଲ ହସ୍ପିଟାଲ ସମେତ କଟକ ବଡ ମେଡିକାଲର ଡାକ୍ତରଙ୍କ ନାମ ଜଣାଇବାକୁ କୁହାଯାଇଛି । ଏହାବ୍ୟତୀତ ପୀଡିତାଙ୍କ ଘରେ ଏବେ କେଉଁମାନେ ରହୁଛନ୍ତି ଏବଂ ତାଙ୍କ ସହିତ ସେମାନଙ୍କର ସଂପର୍କ କ’ଣ ତାହା ଜଣାଇବାକୁ କମିଶନ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ପିପିଲି

ଗଣବଳାତ୍କାର:ସିବିଆଇ ତଦନ୍ତ ଦାବି କଲେ ପୀଡ଼ିତାଙ୍କ ଭାଇ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ବହୁ ଚର୍ଚ୍ଚିତ ପିପିଲି ଗଣବଳାତ୍କାର ଘଟଣାର ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ରବିବାର ଦାବି କରିଛନ୍ତି ।

କ୍ରାଇମବ୍ରାଞ୍ଚ ଦେଇଥିବା ଚାର୍ଜସିଟକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କହିବା ସହ ଏଥିପାଇଁ ଅଧିକ ତଦନ୍ତ ଆବଶ୍ୟକ ବୋଲି ଗଣମାଧ୍ୟମକୁ କହିଛନ୍ତି ।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ପୋଲିସ ଚାରି ଜଣଙ୍କୁ ଗିରଫ କରିଥିବା ବେଳେ କେବଳ ଦୁଇ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ବୋଲି ସେ କହିଛନ୍ତି ।

“ବଳାତ୍କାରକୁ ପ୍ରମାଣିତ କରିବା ଭଳି କୌଣସି ତଥ୍ୟ ମିଳି ନାହିଁ ଏବଂ ମୁଖ୍ୟ ଅଭିଯୁକ୍ତ ପୀଡ଼ିତାଙ୍କୁ ହତ୍ୟା ଉଦ୍ୟମ କରିଥିଲା” ଶନିବାର କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟରେ ଦର୍ଶାଇଛି ।

ତେବେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପିପିଲି ଅର୍ଜୁନଗୋଦା ଗ୍ରାମର ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବର ୨୯ରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ସଂପୃକ୍ତ ଯୁବତୀଙ୍କୁ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିିଆଯାଇଥିବା ଅଭିଯୋଗ ହେବାପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଏବଂ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ପିପିଲି

ଗଣବଳାତ୍କାର: ବ୍ୟକ୍ତିଗତ ହାଜର ପାଇଁ ମୁଖ୍ୟ ସଚିବଙ୍କୁ ସମନ

February 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୬(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ମାମଲାରେ ଜାତୀୟ ଅନୁସୂଚିତ ଜନଜାତି କମିଶନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ବ୍ୟକ୍ତିଗତ ହାଜର ହେବାକୁ ସମନ କରିଛନ୍ତି ।

ଏହାସହ ପୋଲିସ ମହାନିର୍ଦ୍ଦେଶକ, ଗୃହ ସଚିବ ଏବଂ ଅନୁସୂଚିତ ଜାତି ଜନଜାତି ବିଭାଗ ସଚିବଙ୍କୁ ମଧ୍ୟ ଆସନ୍ତା ମାର୍ଚ୍ଚ ୧୨ରେ ହାଜର ହେବାକୁ କମିଶନ ଅଧ୍ୟକ୍ଷ ପି.ଏଲ୍ ପୁନିଆ ରବିବାର ସମନ ଜାରି କରିଛନ୍ତି ।

ଅନୁସୂଚିତ ଜନଜାତି ଯୁବ ପରିଷଦ ପକ୍ଷରୁ ଏନେଇ କମିଶନଙ୍କ ନିକଟରେ ପିଟିସନ୍ ଦାଖଲ କରାଯାଇଥିଲା ।

ପିପିଲି ଅର୍ଜୁନଗୋଦା ଗ୍ରାମର ୧୯ ବର୍ଷ ବୟସ୍କା ସଂପୃକ୍ତ ଯୁବତୀଙ୍କୁ ଗତ ନଭେମ୍ବରରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୁକ୍ତମାନେ ତାଙ୍କୁ ପୂର୍ବରୁ ୨୦୦୮ରେ ମଧ୍ୟ ଦୁର୍ବ୍ୟବହାର କରିଥିବା ଯୁବତୀଙ୍କ ଘରଲୋକେ ଅଭିଯୋଗ କରିଥିଲେ ।

ସଂପୃକ୍ତ ଯୁବତୀଙ୍କୁ ଏକ ଡ଼ାକ୍ତରଖାନରେ ଚିକିତ୍ସା କରିବାକୁ ମନା କରିଦିଆଯାଇଥିବା ଅଭିଯୋଗ ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ଏସଂପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା ।

ବର୍ତମାନ କ୍ରାଇମବ୍ରାଞ୍ଚ ପୋଲିସ ଏବଂ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରାଗଠିତ କମିଶନ ଏହି ଘଟଣାର ତଦନ୍ତ କରୁଥିବା ବେଳେ ଯୁବତୀ ଜଣକ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ଜନଜାତି କମିଶନ, ପିପିଲି

ଗଣବଳାତ୍କାର: ପୁଣି ତଦନ୍ତ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

February 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ପିପିଲି ଗଣବଳାତ୍କାର ଘଟଣାର ପୁଣି ଥରେ ତଦନ୍ତ କରିବାକୁ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ରାଜ୍ୟ ମହିଳା କମିଶନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାରେ ମହିଳା କମିଶନ ଅଧ୍ୟକ୍ଷା ସରକାରଙ୍କୁ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଥିରେ ହସ୍ତକ୍ଷେପ କରିବାକୁ ପାଂଚଟି ରାଜନୈତିକ ଦଳ ଏବଂ ଗଣସମାଜ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା ।

ଘଟଣାରେ ଗଣବଳାତ୍କାର ହୋଇନଥିବା ନେଇ କମିଶନ ଅଧ୍ୟକ୍ଷା ରିପୋର୍ଟ ଦେଇଥିଲେ । ଉକ୍ତ
ରିପୋର୍ଟରେ ଦୋଷୀ ପୋଲିସ ବିରୁଦ୍ଧରେ ମଧ୍ୟ କୌଣସି ବିଷୟ ଉଲ୍ଲେଖ କରାଯାଇନଥିଲା ଏବଂ ଏହାକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ଏସଂପର୍କରେ ଜାଣିବା ପରେ ରାଜ୍ୟପାଳ ନିଜର ସାମ୍ବିଧାନିକ କ୍ଷମତା ବଳରେ କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀଙ୍କୁ ଗତ ଶନିବାର ରାଜଭବନକୁ ଡ଼ାକି ଆଲୋଚନା କରିଥିଲେ ।

ତେବେ ରାଜ୍ୟପାଳ ତାଙ୍କୁ ଡ଼କାଇ ଆଲୋଚନା କରିବା ସହ କିଛି ପରାମର୍ଶ ଦେଇଛନ୍ତି ବୋଲି ଅଧ୍ୟକ୍ଷା ଗଣମାଧ୍ୟମକୁ କହିଛନ୍ତି । ଘଟଣାର କ୍ରାଇମବ୍ରାଂଚ ତଦନ୍ତ ଚାଲୁଥିଲେ ମଧ୍ୟ ମହିଳା କମିଶନ ଏହାର ତଦନ୍ତ କରିଥିଲେ ଏବଂ ତଦନ୍ତ ସଂପୂର୍ଣ୍ଣ ହୋଇନଥିବାରୁ ଆଉ ଥରେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ପିପିଲି

ଗଣବଳାତ୍କାର:ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ

February 3, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଗଣବଳାତ୍କାରର ଶିକାର ହୋଇଥିବା ଯୁବତୀଙ୍କ ଚିକିତ୍ସାରେ ଅବହେଳା କରିଥିବା ଡ଼ାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମହିଳା କମିଶନ ପରାମର୍ଶ ଦେଇଥିବା ଶୁକ୍ରବାର କମିଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ସଂପୃକ୍ତ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଛି ବୋଲି କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗୁରୁବାର ସରକାରଙ୍କୁ ଦେଇଥିବା ରିପୋର୍ଟରେ ଦର୍ଶାଇଛନ୍ତି ।

କୋମା ଅବସ୍ଥାରେ ଥିବା ୧୯ ବର୍ଷ ବୟସ୍କା ଏହି ଯୁବତୀଙ୍କୁ ଗତ ନଭେମ୍ବର ୨୮ରେ ତାଙ୍କ ଗାଁ
ଅର୍ଜୁନଗେ।। ନିକଟରେ କେତେକ ଲୋକ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ।

ଅଭିଯୁକ୍ତମାନେ ପୂର୍ବରୁ ୨୦୦୮ରେ ମଧ୍ୟ ଯୁବତୀଙ୍କୁ ଦୂର୍ବ୍ୟବହାର କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ । ଗତ ନଭେମ୍ବର ୨୯ରେ ତାଙ୍କୁ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା ଏବଂ ପରେ ଅନ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।

ଡ଼ାକ୍ତରଖାନାରେ ତାଙ୍କୁ ଚିକିତ୍ସା କରିବାକୁ ମନା କରିବୋରୁ ଗଣମାଧ୍ୟ ପ୍ରତିନିଧିମାନେ ଏ ସଂପର୍କରେ ରିପୋର୍ଟ ପ୍ରକାଶ କରିବା ପରେ ଏହା ଲୋକଲୋଚନକୁ ଆସିଥିଲା ।

ପୀଡ଼ିତାଙ୍କୁ ଝୁଲାଇ ଦିଆଯାଇଥିବାରୁ ତାଙ୍କର ବେକରେ ଆଘାତ ଲାଗିଛି ବୋଲି ପ୍ରାଥମିକ ଡ଼ାକ୍ତରୀ ରିପୋର୍ଟରୁ ଜଣାପଡ଼ିଥିବା କମିଶନ ଅଧ୍ୟକ୍ଷା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

“”ଆଇନ ଅନୁଯାୟୀ ଯଦି ଯୁବତୀଙ୍କୁ ଝୁଲାଇ ଦିଆଯାଇଥିବା ତଥ୍ୟ ଡ଼ାକ୍ତର ପାଇଥିଲେ ତେବେ ସେ ଏସଂପର୍କରେ ସ୍ଥାନୀୟ ଥାନାକୁ ଅବଗତ କରାଇବା ଉଚିତ୍ ଥିଲା” ପାଣିଗ୍ରାହୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ସଂପୃକ୍ତ ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ସତ୍ୱେ ଡ଼ାକ୍ତରଖାନାରୁ ତାଙ୍କୁଦୁଇଥର ଫେରାଇ ଦିଆଯାଇଛି, ସେ କହିଛନ୍ତି ।

“”ବିଭିନ୍ନ ଡ଼ାକ୍ତରଖାନାରେ ଯଦି ଡ଼ାକ୍ତର ମାନଙ୍କ ଦ୍ୱାରାଠିକ୍ ସମୟରେ ପଦକ୍ଷେପ ନିଆଯାଇଥାନ୍ତା ତେବେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇନଥାନ୍ତା” ସେ ଉଲ୍ଲେଖ କରିଛନ୍ତି ।

ଗଣବଳାତ୍କାର ଅଭିଯୋଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ତତ୍କାଳୀନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ପୀଡ଼ିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ଗତ ଜାନୁୟାରୀ ୧୯ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

ଏହି ଘଟଣାରେ କ୍ରାଇମବ୍ରାଂଚ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କର ଲାଇ
ଡ଼ିଟେକ୍ଟର ଏବଂ ପଲିଗ୍ରାଫ ପରୀକ୍ଷା କରିସାରିଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ନିଯୁକ୍ତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ସ୍ୱାସ୍ଥ୍ୟ

ଗଣବଳାତ୍କାର: ଜାତୀୟ ମହିଳା କମିଶନ ସଦସ୍ୟ ଏସ୍ସିବିରେ

February 2, 2012 by admin

ଓଡ଼ିଶା ଡ଼ଟ୍ କମ
ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ ଗଣବଳାତ୍କାର: ଜାତୀୟ ମହିଳା କମିଶନ ସଦସ୍ୟ ଏସ୍ସିବିରେ ଦେଇ ହଳୀଡ଼ିହ ବାଇପାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ପାଇଁ ୩୭ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା ।

ଏହାକୁ ଜନୈକ ଠିକ।।ର ୩୨ପ୍ରତିଶତ କମ୍ରେ ନେଇ କାର୍ଯ୍ୟାରମ୍ଭ କରିଥିଲେ । ମାତ୍ର ଠିକ।।ର ଜଣକ କିଛି କ୍ରସର ଡ଼ଷ୍ଟ ଆଣି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଜାଣିବା ପରେ ଏହାକୁ ବନ୍ଦ କରିେଇଥିଲେ ।

ଗ୍ରାମବାସୀମାନେ ପୂର୍ତ ବିଭାଗର ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ
ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଟା ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆଗାମୀଦିନରେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ
ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ରାସ୍ତା

ଭଦ୍ରକରେ କଂଗ୍ରେସର ସରକାର ବିରୋଧି ସମାବେଶ ୩୧ରେ

January 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଜାନୁୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ବିଜେଡି ସରକାର ସମୟରେ ହୋଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯାତନା ବିରୋଧରେ ଆସନ୍ତା ୩୧ରେ ଭଦ୍ରକ ଜିଲ୍ଲାରେ ଏକ ସମାବେଶର ଆୟୋଜନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନିଜ ହାତରେ ଗୃହବିଭାଗ ରଖିଥିଲେ ହେଁ ରାଜ୍ୟତମାମ ମହିଳାଙ୍କ ଉପରେ ଅତ୍ୟାଚାର ଓ ବଳାତ୍କାର ଘଟଣା ବଢି ଚାଲିଛି ବୋଲି ରବିବାର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବଦ୍ରି ନାରାୟଣ ଧଳ କହିଛନ୍ତି ।

ଅଧିକାଂଶ ମାମଲାରେ ପୋଲିସର କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା ବେଳେ ଧର୍ଷଣ ଅଭିଯୁକ୍ତମାନେ ରାଜନୈତିକ ସୁରକ୍ଷା ବଳୟ ଭିତରେ ରହୁଥିବା ପ୍ରମାଣ ମିଳିସାରିଛି ।

ପିପିଲି ଗଣଧର୍ଷଣ ମାମଲାରେ ଗଣ ଆନ୍ଦୋଳନ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ମନ୍ତ୍ରୀ ଓ ପୋଲିସ ଅଫିସରଙ୍କୁ ବିଦା କରିଛନ୍ତି,ସେ କହିଛନ୍ତି ।

କିନ୍ତୁ ଗୃହ ବିଭାଗକୁ ନିଜ ହାତରେ ରଖିଥିବା ମୁଖ୍ୟମନ୍ତ୍ରୀ ନିଜେ ନିଜକୁ ଘଣ୍ଟ ଘୋଡାଇବାର ଅପଚେଷ୍ଟା କରିଛନ୍ତି । କୌଣସି ପରିସ୍ଥିତିରେ ନିଜମୁଣ୍ଡକୁ ଦୋଷ ନେବାକୁ ଅନିଚ୍ଛୁକ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାରେ ଲାଗିଛନ୍ତି ।

ଆୟୋଜିତ ସମାବେଶରେ ଓଡିଶା ଦାୟିତ୍ୱରେ ଥିବା କଂଗ୍ରେସ ପ୍ରଭାରୀ ଜଗଦୀଶ ଟାଇଟଲର, ପିସିସି ସଭାପତି ନିରଂଜନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କଂଗ୍ରେସ, ଗଣବଳାତ୍କାର, ପୋଲିସ, ବିଜେଡ଼ି, ମୁଖ୍ୟମନ୍ତ୍ରୀ

  • Page 1
  • Page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ