• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରାମପଞ୍ଚାୟତ

୧୦ ଜୁନରେ ଜମାକାରୀଙ୍କ ରାଜ୍ୟସ୍ତରୀୟ ମହାସମାବେଶ

April 13, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ୧୩ ଏପ୍ରିଲ (ଓଡିଶା ଡଟ କମ) ଶାସକ ଓ ବିରୋଧୀ ଦଳଗୁଡିକ ଜମାକାରୀଙ୍କ ସ୍ଵାର୍ଥରକ୍ଷା ଲାଗି କୌଣସି ବିଶେଷ ପଦକ୍ଷେପ ନେଉନଥିବାରୁ ଆସନ୍ତା ଜୁନ୍ ୧୦ ତାରିଖରେ ନିଜର ଦାବି ଉପସ୍ଥାପନ କରିବାପାଇଁ ଏକ ଲକ୍ଷ ଜମାକାରୀ ଭୁବନେଶ୍ୱରଠାରେ ଏକ ମହାସମାବେଶରେ ସାମିଲ ହେବେ ।

ପ୍ରଥମେ ଠକ କମ୍ପାନୀମାନେ ଲୁଟିଲେ ଜମାକାରୀଙ୍କୁ, ପରେ ରାଜ୍ୟ ସରକାର ପ୍ରୋତ୍ସାହନ ଦେଲେ ଠକକମ୍ପାନୀମାନଙ୍କୁ, ମହାସମାବେଶର ଆୟୋଜକ ମାନେ ଅଭିଯୋଗ କରିଛନ୍ତି ।

କମ୍ପାନୀମାନେ ଟଙ୍କା ଲୁଟି ପଳାଇବା ପରେ କ୍ରାଇମବ୍ରାଞ୍ଚ ଠକାମୀର ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କଲା ପରେ ମାନ୍ୟବର ସୁପ୍ରିମ କୋର୍ଟ ଏହି ମହା ଠକାମୀର ତଦନ୍ତ ଭାର ସିବିଆଇ ଏବଂ ଟଙ୍କା ଉଦ୍ଧାର ଦାୟିତ୍ୱ ପ୍ରବର୍ତ୍ତନ ନିର୍ଦେଶାଳୟ ଉପରେ ନ୍ୟସ୍ତ କରିଥିଲେ ।

ତେବେ ବିଜେପିର ମହାସଂଗ୍ରାମର ରାଲି ପରେ ରାଉରକେଲାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପରେ ସିବିଆଇ ବସ୍ତୁତଃ ତଦନ୍ତ କାର୍ଯ୍ୟ ବନ୍ଦ କରିଦେଲା ଭଳି ଜମାକାରୀମାନେ ଅନୁଭବ କଲେଣି ।

ସିବିଆଇ ଦାଖଲ କରୁଥିବା ଚାର୍ଜସିଟରେ ପ୍ରମୁଖ ଅପରାଧୀମାନଙ୍କୁ ସ୍ଥାନିତ ନ କରି ଛୋଟ ଅପରାଧୀମାନଙ୍କ ଭିତରେ ସୀମିତ ରଖିବା ଏବଂ ଠକ କମ୍ପାନୀମାନଙ୍କ ସହ ମିଶି ଠକାମୀରେ ଜଡ଼ିତ ଥିବା ଓକିଲ ପ୍ରବର୍ତ୍ତନ ନିର୍ଦେଶାଳୟ ର ଓକିଲାତି ଦାୟିତ୍ୱ ନେବା ସମୂହ ଜମାକାରୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଚରଣ ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ସେମାନେ ଅଭିଯୋଗ କରିଛନ୍ତି ।

ଦିଲ୍ଲୀଠାରେ ଗତ ଡ଼ିସେମ୍ବର ମାସରେ ଅନୁଷ୍ଠିତ ଜମାକାରୀ ସମାବେଶ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ଜେଟଲୀ ଦେଇଥିବା ପ୍ରତିଶ୍ରୁତି ମୁତାବକ ତ୍ରୁଟିଯୁକ୍ତ କେନ୍ଦ୍ରୀୟ ଆର୍ଥିକ ଆଇନ୍ ସଂଶୋଧନ ପରିବର୍ତ୍ତେ ଠକ କମ୍ପାନୀମାନଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ ଦେଶବ୍ୟାପୀ ଜମାକାରୀମାନଙ୍କୁ ନିରାଶ କରିଛି ।

ଏହି ପୃଷ୍ଠଭୂମିରେ ମିଳିତ ମଞ୍ଚ ମହାସମାବେଶ ଆୟୋଜନ କରିଛି । ମହାସମାବେଶ ପୂର୍ବରୁ କମ୍ପାନୀ ୱାରୀ, ବ୍ଲକୱାରୀ, ଜିଲ୍ଲାୱାରୀ ଏପ୍ରିଲ ୧୫ରୁ ମେ ୧୫ ପର୍ଯ୍ୟନ୍ତ ଜମାକାରୀ ସମାବେଶ ସଂଗଠିତ କରାଯିବ ।

ଜମାକାରୀମାନଙ୍କର କଷ୍ଟାର୍ଜିତ ଅର୍ଥ ଫେରସ୍ତ ପାଇଁ ଜାତୀୟ ଖାଉଟି ସୁରକ୍ଷା କମିଶନଙ୍କ ନିକଟରେ ମିଳିତ ମଞ୍ଚ ମାଧ୍ୟମରେ ଜମାକାରୀମାନେ ମିଳିତ ମଞ୍ଚରେ ନିଜର ସଭ୍ୟପଦ ସହ ଷ୍ଟାମ୍ପ ଡିଉଟି ଓ ଆନୁସଙ୍ଗିକ ଖର୍ଚ୍ଚ ଦାଖଲ କରି କ୍ଲେମ ମକଦ୍ଦମା ପାଇଁ ଜମାକାରୀଙ୍କ ମଧ୍ୟରେ ସଚେତନତାର ଅଭିଯାନ ଗ୍ରହଣ କରାଯିବ ।

ରାଜ୍ୟ ସରକାର ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଜମାକାରୀ ଚିହ୍ନଟ ପାଇଁ ଦାବୀ କରାଯାଇଥିବା ବେଳେ ମିଳିତ ମଞ୍ଚ ମଧ୍ୟ ସାଙ୍କେତିକ ଭାବେ ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ୍ନ ଗୋଟିଏ ଲେଖାଏଁ ଗ୍ରାମପଞ୍ଚାୟତରେ ଘରକୁ ଘର ସର୍ଭେର ନମୂନା ରାଜ୍ୟ ସରକାର ଓ ମଦନମୋହନ ଦାସ କମିଶନଙ୍କ ନିକଟରେ ଦାଖଲ କରାଯିବ, ଆୟୋଜକ କହିଛନ୍ତି ।

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ବୈଠକ ୧୧ ଓ ୧୨ ଏପ୍ରିଲ ଦୁଇଦିନ ଧରି ଭୁବନେଶ୍ୱରଠାରେ ମଞ୍ଚ ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମଞ୍ଚର ପରାମର୍ଶଦାତା ତଥା ସମ୍ବାଦ ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଞ୍ଜନ ପଟ୍ଟନାୟକ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ସଞ୍ଜୟ ମହାପାତ୍ର, ଅନୁରାଧା ସୁବୁଦ୍ଧି ଓ ଅନ୍ୟ କର୍ମକର୍ତ୍ତା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅପରାଧୀ, କମ୍ପାନୀ, କ୍ରାଇମବ୍ରାଞ୍ଚ, ଗ୍ରାମପଞ୍ଚାୟତ, ଜମାକାରୀ

ବିଷ୍ଣୁ ଖିଲାର: ବୃକ୍ଷ ରୋପଣ ଯାହାଙ୍କ ଜୀବନର ମୂଳମନ୍ତ୍ର

May 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ଦେଶରେ ଗ୍ରୀଷ୍ମପ୍ରବାହ, ଅନାବୃଷ୍ଟି, ପରିବେଶ ପ୍ରଦୂଷଣ ଜନଜୀବନକୁ ପ୍ରଭାବିତ କରିଚାଲିଥିବା ବେଳେ ଭଦ୍ରକ ଜିଲ୍ଲାର ବିଷ୍ଣୁ ଖିଲାର ବୃକ୍ଷ ରୋପଣକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ।

ବନ୍ତ ବ୍ଲକ ତୋଡ଼ଙ୍ଗା ଗ୍ରାମପଞ୍ଚାୟତର ଖିଲାରଙ୍କ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜନସାଧାରଣ ତଥା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି । ବିନା ସ୍ୱାର୍ଥରେ ସେ ଆଜି ପର୍ଯ୍ୟନ୍ତ ସରକାରୀ ଜମିରେ ଦୁଇ ହଜାରରୁ ଉର୍ଦ୍ଧ ଗଛ ଲଗାଇ ରକ୍ଷଣାବେକ୍ଷଣ କରିଆସୁଛନ୍ତି ।

ତାଙ୍କର ଏହି ଗୁଣ ପାଇଁ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗ ବିଶ୍ୱବ୍ୟାଙ୍କ ସହାୟତାରେ ଲଗାଯାଇଥିବା ରାସ୍ତା ପାଶ୍ୱର ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଛି ।

ବିଶେଷକରି ବର,ନିମ୍ବ,ଆମ୍ବ,ଜାମୁ,କରଞ୍ଜ ଓ ଆକାଶୀ ଭଳି ଗଛ ରୋପଣ କ୍ଷେତ୍ରରେ ସେ କୌଣସି ନର୍ସରୀ କିମ୍ବା ସରକାରୀ ଅନୁଷ୍ଠାନ ସହାୟତା ଲୋଡ଼ିନାହାନ୍ତି । ନିଜ ବାଡ଼ିରେ ଛୋଟ ନର୍ସରୀଟିଏ କରି ବିଭିନ୍ନ ମଞ୍ଜି ସଂଗ୍ରହକରି ଚାରା ତିଆରି କରନ୍ତି ।

ତାହା ଲଗାଇବା ଉପଯୋଗୀ ହୋଇଗଲେ ରାସ୍ତାପାଶ୍ୱରେ, ଛକସ୍ଥାନ କିମ୍ବା ସରକାରୀ ପଡ଼ିଆ ଜମିରେ ଗାତଖୋଳି ଗୋବର ଖତ ଦେଇ ନିଜେ ଲଗାନ୍ତି । କେବଳ ଏତିକିରେ ତାଙ୍କ କାମ ସରେନାହିଁ ।

ଚାରାଗୁଡ଼ିକ କିଭଳି ବଞ୍ଚିବ ସେଥିପାଇଁ ବାଉଁଶ ବତା ଓ କଣିରେ ଘେରି ମୁଣ୍ଡୁଳା ନିର୍ମାଣ କରି ସେଗୁଡ଼ିକୁ ଆବଦ୍ଧ କରିଥାନ୍ତି । ମୁଖ୍ୟତଃ ବର୍ଷାଦିନରେ ବିଷ୍ଣୁ ଏହି କାର୍ଯ୍ୟ ହାତକୁ ନେଇଥାନ୍ତି ।

କିଛିିଦିନ ପରେ ଗଛମୂଳରେ ହୋଇଥିବା ଅନାବନା ଘାସବାଛି ସେଥିରେ ଅଣୁସାର ଓ ଗୋବର ଖତ ଦେବାସହ ପତ୍ର କାଣ୍ଡରେ ଗୋମୂତ୍ରରୁ ଏକପ୍ରକାର କୀଟନାଶକ ତିଆରି ସିଞ୍ଚନ କରିଥାନ୍ତି । ଖରାଦିନରେ ଟ୍ରଲିରେ ପାଣିନେଇ ଦିନ କୁ ଦୁଇଓଳି ସେ ଗଛମୂଳରେ ଢ଼ାଳିଥାନ୍ତି ।

ବିସ୍ମୟର କଥା ଆଜି ପର୍ଯ୍ୟନ୍ତ ଏହି ମହାନ କାର୍ଯ୍ୟ ପାଇଁ କେହି ତାଙ୍କୁ ସମ୍ନାନ କିମ୍ବା ଅଭ୍ୟର୍ଥନ କରିନାହାନ୍ତି । ଏକା ଏକା ନୀତିରେ ବିଶ୍ୱାସ କରୁଥିବା ବିଷ୍ଣୁ ପଛକୁ ନଅନାଇ ଏଭଳି ମହତ କାମକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଚାଲିଛନ୍ତି ।

ଏଭଳି ଏକ ଜନହିତକାର କାର୍ଯ୍ୟ ଦେଖି ହରିପୁର ଗ୍ରାମର ଯୁବ ସମାଜସେବୀ ତଥା ଯୋଗଗୁରୁ ସଞ୍ଜିବ ନାୟକ ତାଙ୍କ ସହ ହାତ ମିଳାଇ ସମ୍ନାନ ସହ ଅର୍ଥର ବନ୍ଦୋବସ୍ତ ମଧ୍ୟ କଲେ ।

କେବଳ ସଞ୍ଜିବ ନୁହଁନ୍ତି, ଭଦ୍ରକ ନେହେରୁ ଷ୍ଟାଡ଼ିୟମର କିଛି ଯୁବକ ମଧ୍ୟ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ହାତ ବଢ଼ାଇଛନ୍ତି । ଏମାନେ ସମସ୍ତେ ମିଶି ଏବେ ଖିଲାରଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ସହାୟତା କରୁଛନ୍ତି ।

ଅମ୍ଳଜାନ ଗ୍ୟାସ ଆମକୁ ମାଗଣାରେ ମିଳିଯାଉଛି ସତ, କିନ୍ତୁ ଆମେ ଭଗବାନ ଓ ତାଙ୍କ ସୃଷ୍ଟି ପରିବେଶ ଉପରେ ଧାରୁଆ ହୋଇ ରହିଯାଉଛୁ । ତେଣୁ ସେମାନଙ୍କ ଠାରୁ ଋଣମୁକ୍ତ ହେବା ପାଇଁ ଆଜିଠାରୁ ଆମେ ବର୍ଷରେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିତ୍ୟାନ୍ତ ଜରୁରୀ ବୋଲି ବିଷ୍ଣୁ ଖିଲାର କହିଛନ୍ତି ।

ଏକ ଗ୍ରାମୀଣ ପରିବେଶରେ ବିଷ୍ଣୁ ଯେଭଳି ଆଜିର ମନୁଷ୍ୟକୃତ ସନ୍ତୁଳିତ ପରିବେଶକୁ ତାଙ୍କର ବୃକ୍ଷରୋପଣ ରୂପକ ସଞ୍ଜିବନୀ ପ୍ରଦାନ କରିଚାଲିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ନିଶ୍ଚୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଅମ୍ଳଜାନ ଗ୍ୟାସ, ଗଛ ରୋପଣ, ଗ୍ରାମପଞ୍ଚାୟତ, ଗ୍ରୀଷ୍ମପ୍ରବାହ, ଜନସାଧାରଣ, ବନ୍ୟପ୍ରାଣୀ, ବିଷ୍ଣୁ ଖିଲାର, ବୃକ୍ଷ ରୋପଣ, ଭଦ୍ରକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ