• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରାମବାସୀ

ଜଙ୍ଗଲ ଅଧିକାରକୁ ସରକାରଙ୍କ ଉଲଂଘନ

May 12, 2018 by ଘାସିରାମ ପଣ୍ଡା Leave a Comment

 


ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଆମ ରାଜ୍ୟ ସରକାର ଏକ ନୂତନ କାର୍ଯ୍ୟକ୍ରମ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୩୦ଟି ବନଖଣ୍ଡରେ ୧୧୭୦.୨ କୋଟି ବ୍ୟୟରେ ୨ ଲକ୍ଷ ୬୦ ହଜାର ହେକ୍ଟର ଜଙ୍ଗଲର ପୁନରୁଦ୍ଧାର କାରାଯିବ । ଏଥିପାଇଁ ୭ ହଜାର ବନ ସଂରକ୍ଷଣ ସମିତିଙ୍କୁ କାର୍ଯ୍ୟରେ ନିୟୋଜିତ କରାଯିବ ।

ରାଜ୍ୟରେ ଜଙ୍ଗଲ ବୃଦ୍ଧି ଓ ତଦ୍ ଜନିତ ଜୀବନ ଜୀବିକାର ସୁଯୋଗ ସୃଷ୍ଟି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଯୋଜନା ଆରମ୍ଭରୁ ବନ ବିଭାଗର ଆଚରଣ ଚିନ୍ତାର କାରଣ ହୋଇଛି । ଯୋଜନା ଆରମ୍ଭ କରିବାକୁ ଯାଇ ବନ ବିଭାଗ ନଂ ୨୫୨୫/ଉୠଚଗଚ – ୦୪/ ୨୦୧୪ ତା୨୬.୮.୨୦୧୪ ମାଧ୍ୟମରେ ବେସରକାରୀ ସଂଗଠନର ଭାଗିଦାରୀତା ହେତୁ ଆଗ୍ରହ ପ୍ରକାଶ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ।

କହିବାକୁ ଗଲେ ଏହି ଦିନଠାରୁ ବିଭାଗ ଆମ ଜଙ୍ଗଲ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ଏବେ ପ୍ରାୟ ଦେଢ ବର୍ଷ ପରେ ଏଥିପାଇଁ କ୍ୟାବିନେଟର ଅନୁମୋଦନ ଆବଶ୍ୟକ ହେଲା କାହିଁକି ? ଅନ୍ୟ ଅର୍ଥରେ ବିନା କ୍ୟାବିନେଟ ଅନୁମୋଦନରେ ବିଭାଗ ସର୍ବସାଧାରଣରେ ବିଜ୍ଞପ୍ତି ପ୍ରକାଶ କରିଥିଲେ କେମିତି?
ଆମ ଜଙ୍ଗଲ ଯୋଜନାର ବିଜ୍ଞପ୍ତି ପ୍ରକାଶିତ ହେଲାପରେ ଏହାକୁ ନେଇ ଜଙ୍ଗଲ ଅଧିକାର ପାଇଁ କାର୍ଯ୍ୟକରୁଥିବା କର୍ମକର୍ତ୍ତାଙ୍କ ଠାରୁ ପ୍ରତିବାଦର ସ୍ୱର ଶୁଣିବାକୁ ମିଳିଥିଲା । ବିଶେଷ କରି ବନ ସଂରକ୍ଷଣ ସମିତି ମାଧ୍ୟମରେ ଜଙ୍ଗଲର ପୁନରୁଦ୍ଧାର ବାହାନାରେ ଜଙ୍ଗଲ ଉପରେ ବନବାସୀଙ୍କ ଅଧିକାର ବଦଳରେ ବନ ବିଭାଗର କତୃତ୍ୱକୁ ପୁନଃ-ଅବସ୍ଥାପିତ କରିବାରେ ସହାୟକ ହେବାର ଆଶଙ୍କା ବ୍ୟକ୍ତ କରାଯାଇଥିଲା ।

ଏକଥା ଉଲ୍ଲେଖ ଯୋଗ୍ୟ ଯେ, ତଫସିଲ ଭୂକ୍ତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପାରିକ ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ଓ ଜଙ୍ଗଲ ଉପରେ ଥିବା ସେମାନଙ୍କର ପାରମ୍ପାରିକ ଅଧିକାରକୁ ସ୍ୱୀକୃତୀ ଦେବାପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ ପ୍ରଣୟନ କରାଯାଇଛି । ଏହି ଆଇନର ଧାରା ୩-୧ (ଠ) ବନବାସୀଙ୍କୁ ନିଜର ପାରମ୍ପାରିକ ଜଙ୍ଗଲ ସମ୍ବଳର ଚିରସ୍ଥାୟୀ ବ୍ୟବହାର ହେତୁ ସଂରକ୍ଷଣ , ପୁନଃଜନନ ଓ ପରିଚାଳନାର ଅଧିକାର ପ୍ରଦାନ କରିଛି ।

ଧାରା ୫ ଗାମସଭାକୁ ବନ୍ୟଜୀବ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା ପାଇଁ ନିଷ୍ପତ୍ତି ନେବାକୁ କ୍ଷମତାଶାଳୀ କରିଛି । ଧାରା ୪ (୧) ଅନୁଯାୟୀ ଗ୍ରାମସଭା ଏ ସବୁର ପରିଚାଳନା ପାଇଁ ଗ୍ରାମବାସୀଙ୍କୁ ନେଇ କମିଟି ତିଆରି କରିପାରିବ । ଜଙ୍ଗଲ ଅଧିକାର ନୀୟମାବଳୀ (ସଂଶୋଧିତ) ୨୦୧୨ର ଧାରା ୫ (ଞ) ଅନୁଯାୟୀ ଗ୍ରାମସଭା ଦ୍ୱାରା ଗଠିତ ହୋଇଥିବା ଏହି କମିଟି ଗ୍ରାମସଭା ଅଧିନରେ ଥିବା ଜଙ୍ଗଲ ସମ୍ବଳର ପରିଚାଳନା ଯୋଜନା ପ୍ରସ୍ତୁତ କରିବ ଯାହାକି ପୂର୍ବରୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟ ଯୋଜନାରେ ସମନ୍ୱୀତ ହେବ ।

ଜଙ୍ଗଲ ବିଭାଗ ଦ୍ୱାରା ପ୍ରସ୍ତାବିତ ‘ଆମ ଜଙ୍ଗଲ ଯୋଜନା’ ଯୁଗ୍ମ ଜଙ୍ଗଲ ପରିଚାଳନା ଅନୁଯାୟୀ ଗଠିତ ବନ ସଂରକ୍ଷଣ ସମିତି ମାଧ୍ୟମରେ ପରିଚାଳିତ ହେବ । ଏହି ସମିତି ଗ୍ରାମସଭା ଦ୍ୱାରା ଗଠିତ ହେଉଥିଲେ ହେଁ ଏଥିରେ ବନପାଳ ସଂପାଦକ ଭାବରେ କାର୍ଯ୍ୟକରନ୍ତି ଓ ତାଙ୍କ ଇଙ୍ଗିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୁଏ । ଏହି ବ୍ୟବସ୍ଥା ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମସଭାକୁ ମିଳିଥିବା ଅଧିକାରର ସଂପୂର୍ଣ୍ଣ ଉଲଂଘନ କରୁଛି ।

୧୪ ଜୁଲାଇ ୨୦୧୫ରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଙ୍କ ପ୍ରମୁଖ ସଚୀବଙ୍କ ମଧ୍ୟରେ ଏକ ଭିଡିଓ ବାର୍ତ୍ତାଳାପ କରିଥିଲେ । ଏଥିରେ ଓଡିଶା ସରକାରଙ୍କ ତଫସିଲଭୂକ୍ତ ଜାତି, ଜନଜାତି ବିଭାଗ ସଚିବଙ୍କ ଯୁଗ୍ମ ଜଙ୍ଗଲ ପରିଚାଳନା ଅନୁଯାୟୀ ପରିଚାଳିତ ବନ ସଂରକ୍ଷଣ ସମିତିର ଭୂମୀକାକୁ ନେଇ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ନିର୍ଦ୍ଧାରିତ ହୋଇଥିବା ପାରମ୍ପାରିକ ଜଙ୍ଗଲ ସୀମାର ପରିଚାଳନାରେ ଗ୍ରାମସଭାର କ୍ଷମତାକୁ ସ୍ପଷ୍ଟତା ପ୍ରଦାନ କରିଛନ୍ତି । ଏହାସତ୍ତେ୍ୱ ଆମ ଜଙ୍ଗଲ ଯୋଜନାର ପ୍ରଣୟନ ଜାଣିଶୁଣି ବନବାସିଙ୍କ ପାରମ୍ପାରିକ ଅଧିକାର ଉପରେ ଏକ ଅନଧିକାର ପ୍ରବେଶ, ଯାହା ସରକାରଙ୍କ ଇଚ୍ଛାକୃତ ।

ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କଲାପରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ, ଓଡିଶା ସରକାରଙ୍କ ତଫସିଲ ଭୂକ୍ତ ଜାତି ଓ ଜନଜାତି ଉନ୍ନୟନ ବିଭାଗକୁ ପତ୍ର ସଂଖ୍ୟା ୨୩୦୧୧/୯/୨୦୧୩ ତା ୨୮.୧୦.୨୦୧୪ ଅନ୍ୟୁାୟୀ ଜବାବ ତଲବ କରିଥିଲେ । ଏଥିରେ ସେ ଏହି ଅଭିଯୋଗ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜାଣିବାକୁ ଚାହିଁଥିଲେ ହେଁ, ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ କିଛି ଜଣାଯାଇ ନଥିଲା ।

ପରେ ସୂଚନା ଅଧିକାର ଆଇନ ବ୍ୟବହାର କରି ଏ ସଂକ୍ରାନ୍ତରେ ବିଭାଗର ସ୍ଥତି ଜାଣିବାକୁ ଚେଷ୍ଠା କଲାପରେ, ଏହାର ପ୍ରଭାବରେ ୩୧ ଡିସେମ୍ବର, ୨୦୧୫ ଦିନ ପତ୍ର ସଂଖ୍ୟା ୨୫୧୩୯/ଝଝଊ/ଝଞଝଉଊ – ୠଜଇ –ଜଞଓ – ୦୦୦୬ – ୨୦୧୫ ଯୋଗେ ପ୍ରତ୍ୟୁତ୍ତର ରଖିଛନ୍ତି । ହେଲେ ଏଥରେ ମଧ୍ୟ ତଫସିଲ ଭୂକ୍ତ ଜାତି, ଜନଜାତି ଉନ୍ନୟନ ବିଭାଗ ନିଜେ ନେଇଥିବା କାର୍ଯ୍ୟାନୁଷ୍ଠାନର କୌଣସି ବିବରଣୀ ନଦେଇ ‘ଆମ ଜଙ୍ଗଲ ଯୋଜନା’ କାର୍ଯ୍ୟକାରୀ କରୁଥିବା ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ବିବରଣୀକୁ କେବଳ ଉପସ୍ଥାପିତ କରିଛନ୍ତି ।

ଜଙ୍ଗଲ ଅଧରକାରକୁ କାର୍ଯ୍ୟକାରୀ କରିବା ସମୟରେ ଯେଉଁ ବିଭାଗମାନଙ୍କ ଭିତରେ ସମନ୍ୱୟ ଏକ ସମସ୍ୟା ହୁଏ, ଏହାକୁ କାର୍ଯ୍ୟକାରୀ କରେଇ ନଦେବାରେ ସେମାନେ ବେଶି ସମନ୍ୱିତ ହୁଅନ୍ତି ଏହା ତାହାର ଏକ ବଳିଷ୍ଠ ଉଦାହରଣ ।ଜଙ୍ଗଲ ପୁନରୁଦ୍ଧାର ର ଆବଶ୍ୟକତା ରହିଛି । ଓଡିଶାରେ ଗୋଷ୍ଠୀ ଜଙ୍ଗଲ ପରିଚାଳନା ମାଧ୍ୟମରେ ଗ୍ରାମବାସୀଙ୍କ ଦ୍ୱାରା ଜଙ୍ଗଲ ଓ ଜୈବବିବିଧତାର ସଂରକ୍ଷଣ ଏବଂ ପରିଚାଳନାର ଯଥେଷ୍ଟ ବଳିଷ୍ଠ ଉଦାହରଣ ରହିଛି ।

ସରକାରୀ ବିଭାଗ ଓ ନିର୍ଦ୍ଦିଷ୍ଟ କିଛି କର୍ମଚାରୀଙ୍କ ଅପେକ୍ଷା ଗ୍ରାମସଭା ମଧ୍ୟମରେ ସିଧାସଳଖ ଲୋକଙ୍କ ଉପରେ ଆସ୍ଥାରଖି କାର୍ଯ୍ୟକଲେ ସରକାରଙ୍କୁ ଅଧିକ ସଫଳତା ମିଳିବ । ଅନ୍ୟଥା ଜଙ୍ଗଲ ଅଧିକାର ଆଇନ ଉଲଂଘନ କରି ଆଉ ଏକ ଐତିହାସିକ ଅନ୍ୟାୟର କାରଣ ସାଜିବେ ।

ଘାସିରାମ ପଣ୍ଡା

Filed Under: ପରିବେଶ Tagged With: ଗ୍ରାମବାସୀ, ଜଙ୍ଗଲ

ମାଓବାଦୀଙ୍କ ସହ ଯାଇଥିବା ଗ୍ରାମବାସୀଙ୍କ ପ୍ରତ୍ୟାବର୍ତ୍ତନ

April 16, 2015 by ନିଉଜ ଡେସ୍କ Leave a Comment

ମାଲକାନଗିରି, ଏପ୍ରିଲ ୧୬ (ଓଡିଶା ଡଟ କମ) ମାଲକାନଗିରି ଜିଲ୍ଲାର କେତେକ ଗ୍ରାମରୁ କିଛିଦିନ ତଳେ ମାଓବାଦୀ ନେଇଯାଇଥିବା ସମସ୍ତ ଏଗାର ଜଣ ବ୍ୟକ୍ତି  ପ୍ରତ୍ୟାବର୍ତ୍ତନ କରିଥିବା ପୁଲିସ ଗୁରୁବାର କହିଛି ।

maoistsପ୍ରଥମେ ସେମାନେ ଅପହରଣ ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଥିବା ବେଳେ, ସେମାନେ ନିଜ ଇଚ୍ଛାରେ ମାଓବାଦୀଙ୍କ ସହ ଯାଇଥିବା ପୁଲିସ ସନ୍ଦେହ କହିଛି ।

ସେମାନଙ୍କୁ ମାଓ ସମର୍ଥକ ଆଖ୍ୟା ଦେଇ ପୁଲିସ କହିଛି ଯେ ଦୁଇ ଜଣ ବୁଧବାର ରାତିରେ ଘରକୁ ଫେରିଥିବା ବେଳେ, ଅନ୍ୟ ନଅ ଜଣ ଗୁରୁବାର ନିଜ ଘରକୁ ଫେରିଛନ୍ତି ।

ଘରକୁ ଫେରିଥିବା ଗ୍ରାମବାସୀଙ୍କୁ ପଚରା ଉଚୁରା କରି ସେମାନଙ୍କର ମାଓବାଦୀ ସହ କି ସଂପର୍କ ରହିଛି ତାହା ମଧ୍ୟ ପୁଲିସ ଅନୁଧ୍ୟାନ କରୁଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: ଗ୍ରାମବାସୀ, ମାଓବାଦୀ

ଗ୍ରାମବାସୀଙ୍କ ବିରୋଧ ଯୋଗୁଁ କୋଇଲା ଉତ୍ପାଦନରେ ବାଧା

April 10, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ତାଳଚେର, ଏପ୍ରିଲ ୧୦ (ଓଡିଶା ଡଟ କମ) ଚାକିରି ଓ ସ୍ଥାନୀୟ ସମସ୍ୟାର ସମାଧାନ ଦାବିକରି ଗ୍ରାମବାସୀମାନେ ଚଳାଇଥିବା ଆନ୍ଦୋଳନ ଯୋଗୁଁ ଗତ ବୁଧବାର ଠାରୁ ମହାନଦୀ କୋଲଫିଲଡର ତାଳଚେର କୋଇଲାଖଣି ଅଞ୍ଚଳରେ କୋଇଲା ଉତ୍ପାଦନ ଓ ପରିବହନରେ ବାଧା ସ୍ତୃଷ୍ଟି ହୋଇଛି।

coal-talabiraଖଣି ଦ୍ଵାରା ପ୍ରଭାବିତ ହୋଇଥିବା ଡେରା ଗ୍ରାମର ବାସିନ୍ଦା ରାସ୍ତା ଅବରୋଧ କରିବା ସହ ମହାନଦୀ କୋଲ ଫିଲଡ ର ସ୍ଥାନୀୟ କାର୍ଯ୍ୟ।ଳୟରେ ଭଙ୍ଗାରୁଜା କରିଛନ୍ତି । ଏହା ଫଳରେ ଜଗନ୍ନାଥ, ଭୁବନେଶ୍ଵରୀ ଓ ଅନନ୍ତ ଖଣିରେ ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।

କମ୍ପାନୀର ସ୍ଥାନୀୟ ଅଧିକାରୀ ଗ୍ରାମବାସୀ ମାନଙ୍କ ସହ ଏହାର ସମାଧାନ ପାଇଁ ଆଲୋଚନା ଜାରି ରଖିଥିବା ବେଳେ, ଯଦି ଆଗାମୀ କିଛିଦିନ ଏହିଭଳି ବିରୋଧ ଅବ୍ୟାହତ ରହେ ତେବେ ରାଜ୍ୟ ତଥା ରାଜ୍ୟ ବାହାରକୁ ବିଜୁଳି ଉତ୍ପାଦନକରୁଥିବା କମ୍ପାନୀ ମାନଙ୍କୁ କୋଇଲା ଯୋଗାଇବାରେ ସମସ୍ୟା ହୋଇପାରେ , ମହାନଦୀ କୋଲଫିଲଡର ର ଜଣେ ଅଧିକାରୀ ଓଡିଶା ଡଟ କମ କୁ କହିଛନ୍ତି ।

ପ୍ରଭାବିତ ହୋଇଥିବା ଏହି ଖଣିଗୁଡ଼ିକ ଗତ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲଡ ଉତ୍ପାଦନ କରିଥିବା ସମୁଦାୟ ୧୨୧ ମିଲିୟନ କୋଇଲାର ୩୫ ଭାଗ ଯୋଗାଇ ଦେଇଥିଲା । ଗତ ତିନି ଦିନ ହେଲା ଏହି ଖଣିମାନଙ୍କର ଉତ୍ପାଦନ ଦୈନିକ ପ୍ରାୟ ପଚାଶ ପ୍ରତିଶତ ହ୍ରାସ ପାଇଛି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅର୍ଥ-ବ୍ୟବସାୟ Tagged With: କୋଇଲା, କୋଇଲାଖଣି, କୋଲଫିଲଡ, ଗ୍ରାମବାସୀ, ତାଳଚେର, ମହାନଦୀ

ଚାରିଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ହତ୍ୟା, ୭୦ ଅଟକ

April 9, 2015 by ନିଉଜ ଡେସ୍କ Leave a Comment

କୋରାପୁଟ, ଏପ୍ରିଲ ୯ (ଓଡିଶା ଡଟ କମ) କୋରାପୁଟ ଜିଲାରେ ଗୁରୁବାର ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ଆକ୍ରମଣ କରି ଚାରିଜଣଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଏବଂ ପରେ ସେମାନଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ପୁଲିସ କହିଛି ।

ମଧ୍ୟରାତ୍ରି ପରେ ଜୟପୁର ସଦର ଥାନା ଅଞ୍ଚଳର ବାଲିଆ ଗ୍ରାମ ନିକଟରେ ହୋଇଥିବା ଏହି ନୃଶଂସ ମାମଲାରେ ପୋଲିସ ପ୍ରାୟ ୭୦ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିବା ଆଇଜି ଯଶୱନ୍ତ ଜେଠ୍ୱା ଓଡିଶା ଡଟ କମକୁ କହିଛନ୍ତି ।

ତାଙ୍କ କହିବା ଅନୁସାରେ ଶତାଧିକ ଗ୍ରାମବାସୀ କେତେକ ଗାଡିରେ ଗଞ୍ଜେଇ ନେଇ ଯାଉଥିବା ଛତିଶଗଡର ଦଶଜଣ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ସେମାନଙ୍କ ମଧ୍ୟରୁ ଚାରିଜଣଙ୍କୁ ସେମାନେ ପିଟି ପିଟି ହତ୍ୟା କରିଥିବା ବେଳେ ଅନ୍ୟମାନେ ସୌଭାଗ୍ୟକ୍ରମେ ବଞ୍ଚି ଯାଇଥିଲେ ।

ପୋଲିସ ବର୍ତି ଯାଇଥିବା ଚୋରାବେପାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି । ରାସ୍ତାରେ ପଡିଥିବା ଚାରି ଗଞ୍ଜେଇ ଚୋରା ଚାଲାଣ କାରୀଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏହି ମାମଲାରେ ପ୍ରାୟ ୭୦ ଜଣ ସ୍ଥାନୀୟ ଲୋକଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଥିବା ସେ କହିଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କୋରାପୁଟ, ଗଞ୍ଜେଇ, ଗ୍ରାମବାସୀ, ଚୋରା ଚାଲାଣକାରୀ, ହତ୍ୟା

କୁହୁଡ଼ି ଦଳ ବେହେରାଙ୍କ ଜନ୍ମ ଜୟନ୍ତୀ ସମ୍ବର୍ନ୍ଧନା ଉତ୍ସବ

January 29, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୯(ଓଡିଶା ଡଟ୍ କମ୍)- ନେହେରୁ ଯୁବ ପ୍ରତିଷ୍ଠାନ ଦଳ ଦ୍ୱାରା କୁହୁଡ଼ି ଦଳ ବେହେରା ତଥା ଜଣେ ସମାଜବାଦୀ ବାମପନ୍ଥୀ ଚିନ୍ତାଶୀଳ ବ୍ୟକ୍ତି ଲକ୍ଷ୍ମୀଧର ଇନ୍ଦ୍ରଜିତ୍ ଦଳବେହେରାଙ୍କର ୯୦ତମ ଜନ୍ମ ଜୟନ୍ତୀ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ବୁଦ୍ଧ ବିହାର ପରିସରରେ ବହୁ ଉତ୍ସାହ ଉଦ୍ଧୀପନା ସହ ପାଳିତ ହୋଇଯାଇଛି ।

ପ୍ରତିଷ୍ଠାନର ସଭାପତି ତଥା ସମାଜର ମୁଖ୍ୟ ପରିଚାଳକ ଅବସର ପ୍ରାପ୍ତ ଆଇ.ଏ.ଏସ. ଶ୍ରୀ ସୁରେଶଚନ୍ଦ୍ର ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମ୍ବର୍ଦ୍ଧନା ଉତ୍ସବରେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଶ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ଜନ୍ମଦିନର କେକ୍ କୁ କାଟି ଉଦ୍ଘାଟନ କରିଥିଲେ ।

ବାଚସ୍ପତି ଶ୍ରୀ ଅମାତ ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରି ତାଙ୍କ ବକ୍ତବ୍ୟରେ କହିଲେଯେ କୁହୁଡ଼ି ଅଞ୍ଚଳର ସୁଯୋଗ୍ୟ ସନ୍ତାନ ତାଙ୍କ ଆଦର୍ଶ ବାମପନ୍ଥୀ । ସେହି ଦିକ୍ଷାରେ ଦିକ୍ଷୀତ ହୋଇ କୁହୁଡ଼ି ଅଞ୍ଚଳର ବହୁ ଜନହିତକର କାର୍ଯ୍ୟମାନ କରି ବେଶ୍ ପରିଚିତ ଅଟନ୍ତି । ଏଭଳି ଯଶସ୍ୱୀଙ୍କର ଆଜି ପୁଶ ପୂର୍ଣ୍ଣିମା ତିଥିରେ ଜନ୍ମଜୟନ୍ତୀରେ ତାଙ୍କର ଦୀର୍ଘ ଜୀବନ କାମନା କରୁଛି ।

ଉତ୍ସବରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ କହିଲେ ଯେ, ଦଳବେହେରାଙ୍କ ସହ ମୋର ସମ୍ପର୍କ ଅତି ନିବିଡ଼ । ସେ ଏଭଳି ଏକ ବ୍ୟକ୍ତିତ୍ୱଯେ କୁହୁଡ଼ିର ଦଳବେହେରା ଭାବେ ଘରେ ଘରେ ପରିଚିତ ।

ସେ ସାମ୍ୟବାଦୀ ନେତା ଭାବେ ନିଜକୁ ପ୍ରତିପାଦିତ କରି ଭାଗଚାଷୀ, ମତ୍ସ୍ୟଜୀବୀ ଆନ୍ଦୋଳନଠାରୁ ଆରମ୍ଭ କରି ଖଟିଖିଆ ଗରୀବ ଲୋକମାନଙ୍କ ପାଇଁ ଅହରହ ସଂଗ୍ରାମ ଜାରି ରଖିଥିଲେ ।

ଖାଲି ସେତିକି ନୁହେଁ ଗରୀବ ବାସହରାଙ୍କ ଥଇଥାନ ପାଇଁ ଗୋପୀନାଥପୁର ଓ ଲକ୍ଷ୍ମୀଧରପୁର ଗ୍ରାମ ଗଠନ କରିବା ସହ ଶିକ୍ଷାସଂସ୍ଥା ଗଠନ, ପାଇକ ଆଖଡ଼ା, ମହିଳା ସଂଗଠନ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ । ଦଶହରା ପର୍ବକୁ ଭାଇଚାରା ଓ ଗଣପର୍ବ ଭାବେ ପାଳନ କରି ସଦ୍ଭାବନା ପ୍ରତିଷ୍ଠା କରୁଥିଲେ ।

ବୈକୁଣ୍ଠନାଥ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବର ପ୍ରାରମ୍ଭରେ ଦଳବେହେରାଙ୍କ ଉପରେ ଆଧାରିତ ଆବାହନୀ ସଂଗୀତ ଶ୍ରୀମତୀ ଉତ୍ପଳା ମହାନ୍ତିଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା ।

କୁହୁଡ଼ି ଗ୍ରାମବାସୀ, ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ପରିବାର, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ମାନେ ପୁଷ୍ପଗୁଚ୍ଛ ଉପଢ଼ୌକନ ଉପହାର ଦେଇ ଶ୍ରୀ ଦଳବେହେରା ଓ ଶ୍ରୀମତୀ ସୁରେଖା ଇନ୍ଦ୍ରଜିତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଏହି ଉତ୍ସବରେ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସୋମନାଥ ପାତ୍ର, ପୂର୍ବତନ କୃଷି ନିର୍ଦ୍ଦେଶକ ଡ଼ଃ ବିକ୍ରମ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ବେଣୁଧର ବଳିୟାର ସିଂହ, ରାଜ୍ୟ ସମାଜ ମଙ୍ଗଳ ବୋର୍ଡ଼ର ଅଧ୍ୟକ୍ଷା ଶ୍ରୀମତୀ ନିବେଦିତା ନାୟକ, ଶ୍ରୀ ଦଳବେହେରାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ତାଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡ଼ଃ ସେବା ମହାପାତ୍ର, ନାରୀନେତ୍ରୀ ସାବିତ୍ରୀ ସାହୁ, ଶ୍ରୀବତ୍ସ ପରିଡ଼ା, କୁଳମଣୀ ପାଣିଗ୍ରାହୀ, କେଦାର ଦାସ, ଭାସ୍କର ଚନ୍ଦ୍ର ମତଗଜ ସିଂହ, କମ୍ୟୁନିଷ୍ଟ ନେତା ବାସୁଦେବ ଦୋରା, ଦିଲ୍ଲୀପ ସିଂହ, ସୁଧୀର ମାନସିଂ, ମିନତି ଦାସ ପ୍ରମୁଖ ବକ୍ତବ୍ୟରେ ତାଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ ଏବଂ କବିତାପାଠ, ସଂଗୀତପାଠର ପରିବେଷଣ ହୋଇଥିଲା ।

ଶ୍ରୀମତୀ ସ୍ନେହଲତା ମଲ୍ଲିକ, ଶ୍ରୀ ସୁଧୀର ମାନସିଂ, ଲଲାଟେନ୍ଦୁ ଇନ୍ଦ୍ରଜିତ, ବିପିନ୍ ମଲ୍ଲିକ, ସୁରେନ୍ଦ୍ରସାହୁ, ବଚନ ମଲ୍ଲିକ, ଲକ୍ଷ୍ମୀତରାସ, ଟୁନୀ, ଚିନୁ, ବେଙ୍ଗୁ ପ୍ରମୁଖଙ୍କ ଉଦ୍ୟମରେ ସମ୍ବର୍ଦ୍ଧନା ଉତ୍ସବଟି ବେଶ୍ ସଫଳତା ହୋଇ ପାରିଥିଲା । ଶେଷରେ ଆଇନଜୀବି ବ୍ରଜବନ୍ଧୁ ପାଇକରାଏ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀ ଦଳବେହେରାଙ୍କର ଆତ୍ମୀୟ ସ୍ୱଜନ ସୁଦୁର ଶିଙ୍ଗାପୁରୁ, ବାଙ୍ଗାଲୋର, ମୁମ୍ବାଇ, ପଣ୍ଡିଚେରୀ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶାର ସୁନ୍ଦରଗଡ଼, ରାଉରକେଲା, ସମ୍ବଲପୁର, ଇନ୍ଦୁପୁରୁ, କେନ୍ଦ୍ରାପଡ଼ା, ବ୍ରହ୍ମଗିରି, ପୁରୀ, ତାପଙ୍ଗ, ଗଡ଼ମଧୁପୁରୁ, ଖୋର୍ଦ୍ଧା ଅଞ୍ଚଳର ବିଭିନ୍ନ ପ୍ରାନ୍ତରୁ ଆସି ସମ୍ବର୍ଦ୍ଧିତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କୁହୁଡ଼ି, ଗ୍ରାମବାସୀ, ଦଶହରା ପର୍ବ

ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ୍ୟୁ

January 17, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

କେନ୍ଦୁଝର, ଜାନୁଆରୀ ୧୭(ଓଡିଶା ଡଟ୍ କମ୍)-ବୁଧବାର ମଧ୍ୟରାତ୍ରିରେ ଗୋଟିଏ ବଣୁଆ ଦନ୍ତାହାତୀ କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ ନେଙ୍କଡା ଘର ନିକଟସ୍ଥ ଜାମୁନାଳିଆ ଗ୍ରାମରେ ପଶି ଘରଦ୍ୱାର ଭାଙ୍ଗିବା ସହ ଖାଦ୍ୟଶସ୍ୟ ଖାଇଯାଇଥିଲା ।

ଦନ୍ତାହାତୀ ଆକ୍ରମଣରେ ଘରର କାନ୍ଥ ପଡିଯିବାରୁ ଘରେ ଶୋଇଥିବା ମଙ୍ଗଳି ମୁଣ୍ଡା ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତାର ୧୫ ଦିନର ନବଜାତ ଶିଶୁଙ୍କ ସମେତ ମୃତ ମହିଳାଙ୍କ ମା ରଜନୀ ମୁଣ୍ଡା,ତାଙ୍କ ଶାଶୁ ବାଲା ମୁଣ୍ଡା ଓ ସଂପର୍କୀୟ ଶ୍ରୀମତୀ ମୁଣ୍ଡା ଗୁରୁତ୍ୱର ଆହତ ହୋଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଚିକତ୍ସାଧିନ ଥିବା ଜଣା ପଡିଛି ।

ଦନ୍ତାହାତୀ ଉତ୍ପାତ ସଂପର୍କରେ ଗ୍ରାମବାସୀମାନେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଖବର ଦେଇଥିଲେ ମଧ୍ୟ ଜଙ୍ଗଲ ବିଭାଗ କର୍ମଚାରୀମାନେ ବିଳମ୍ବରେ ଘଟଣାସ୍ଥଳକୁ ଯାଇଥିବା ଓ କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଗ୍ରାମବାସୀମାନେ ଜାତୀୟ ରାଜପଥ ୨୧୫କୁ ନେଙ୍କଡାଘର ଠାରେ ଘଣ୍ଟାଘଣ୍ଟାଧରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଖାଦ୍ୟଶସ୍ୟ, ଗ୍ରାମବାସୀ, ଦନ୍ତାହାତୀ, ମହିଳା ମୃତ୍ୟୁ

ଏସିସି ସିମେଣ୍ଟର ଜମି ଅଧିଗ୍ରହଣକୁ ବିରୋଧ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍:ଶାନ୍ତନୁ ବିଶ୍ୱାଳ

ବରଗଡ,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ବରଗଡ ନିକଟସ୍ଥିତ ବରଡୋଲ ଗାଁରେ ଏସିସି ସିମେଣ୍ଟ କଂପାନୀ ତରଫରୁ ହେଉଥିବା ଜମି ଅଧିଗ୍ରହଣକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି ।

କଂପାନୀ ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଯୋଗୁ ପୋଲିସ ଶିଶୁ,ମହିଳା ସମେତ ୧୨ ଜଣ ଗ୍ରାମବାସୀଙ୍କୁ ଗିରଫ କରିଛି । ଏହି ଗ୍ରାମବାସୀମାନେ ନିଜ ଜମିର ଉଚିତ୍ ମୁଲ୍ୟ ପାଇଁ କଂପାନୀ ଆଗରେ ଧାରଣାରେ ବସିଥିଲେ । କଂପାନୀ କହିଛି ୧୯୬୧ରେ ଯେବେ କଂପାନୀ ଆରମ୍ଭ ହେଲା ଡି.ସି ଏହି ଜମି ଅଧିଗ୍ରହଣ କରିଥିଲେ ।

ଗ୍ରାମବାସୀମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଜମିର ପଟ୍ଟା ଓ କବଲା ସେମାନଙ୍କ ନାମରେ ଅଛି । କଂପାନୀ ବିସ୍ତାପିତ ଲୋକମାନଙ୍କୁ ଉଚିତ୍ କ୍ଷତି ପୁରଣ ଦେଇନାହିଁ କି ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେଇନାହିଁ ।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଯେଉଁ ଝିଅମାନେ ସେ ସମୟରେ ଗାଁରେ ନଥିଲେ ଅନ୍ୟ ରାଜ୍ୟରେ ବିବାହ କରିଛନ୍ତି କଂପାନୀ ସେମାନଙ୍କ ନାମରେ ମିଛ କେସ୍ କରିଛି । ଯାହାଫଳରେ ସେମାନଙ୍କୁ ହଇରାଣ ହରକତ କରାଯାଉଛି ।

କଂପାନୀର ଡୁଙ୍ଗୁରି ଖାଦାନର ପୁରୁଣା ଲିଜ୍ ଏବେ ଶେଷ ହୋଇଯାଇଛି । କଂପାନୀ ବିନା ଲିଜ୍ ରେ ଏଠାରେ ଖଣି ଖୋଳୁଛି । ପୋଲିସ ଦ୍ୱାରାଗିରଫ ହୋଇଥିବା ଗ୍ରାମବାସୀ ମାନେ ଥାନାରେ ଅନଶନରେ ବସିଛନ୍ତି । ତାଙ୍କର ଦାବି ପୁରଣ ନହେଲା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି ।

ସେଠାରେ କାମ କରୁଥିବା ଅନ୍ୟ କିଛି ଲୋକଙ୍କୁ ମଧ୍ୟ ପୋଲିସ ଗିରଫ କରିନେଇଛି । ଯାହାଙ୍କ ମଧ୍ୟରେ ଜଣେ ହୃଦରୋଗରେ ଆକ୍ରାନ୍ତ ମହିଳା ଅନ୍ତଭୁକ୍ତ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏସିସି ସିମେଣ୍ଟ, ଗ୍ରାମବାସୀ, ଜମି ଅଧିଗ୍ରହଣ

ପୂଜାରୀଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ମାଡ

October 11, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ନବରଂଗପୁର,ଅକ୍ଟୋବର ୧୧ (ଓଡିଶା ଡଟ୍ କମ୍)-ଚିକିତ୍ସାସେବାରେ ଅବହେଳା କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ଗୁରୁବାର ଦିନ ପୂଜାରୀଗୁଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଶି ଭଙ୍ଗାରୁଜା କରିଛନ୍ତି ।

ଚିକିତ୍ସାଧିକାରୀ ଡା.ଶରତ ସେଠୀଙ୍କୁ ମଧ୍ୟ ସେମାନେ ମାଡ ମାରିଥିବା ଅଭିଯୋଗ ହୋଇଛି । ଡ଼ାକ୍ତରଙ୍କ ବିରୁଦ୍ଧରେ ବାରମ୍ବାର ଅଭିଯୋଗ ପରେ ଉକ୍ତ ଅଞ୍ଚଳକୁ ଆଜି ତଦନ୍ତପାଇଁ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ବି.ପି.ପୋରିହିତ ଯାଇଥିବା ସମୟରେ ଏହି ଗଣ୍ଡଗୋଳ ହୋଇଥିଲା । ଉତେଜିତ ଗ୍ରାମବାସୀ ତାଙ୍ଗୁ ମଧ୍ୟ ଘେରାଉ କରିଥିଲେ ।

ଆଜି ମାସିକ ବୈଠକ ଥିବାରୁ ସମସ୍ତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ । ବିଳମ୍ବରେ ଉମରକୋଟ ପୋଲିସ ଡାକ୍ତରଖାନାରେ ପହଞ୍ଚିଥିଲେ ମଧ୍ୟ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ୨ମାସ ଧରି ଏହି ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲେ ମଧ୍ୟ କୌଣସି ଡାକ୍ତରଙ୍କ ଦେଖା ନଥିଲା । ଗତ ସପ୍ତାହରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଜଣେ ପ୍ରସୂତିିଙ୍କୁ ଲାଞ୍ଚ ମାଗିବାରୁ ସେଠାରେ ଉତେଜନା ସୃଷ୍ଟି ହୋଇଥିଲା । ଯାହା ଫଳରେ ଉତ୍ୟକ୍ତ ଲୋକେ ମେଡିକାଲରେ ତାଲା ପକାଇଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା.ନନ୍ଦ କିଶୋର ମିଶ୍ରଙ୍କ ନିର୍ଦ୍ଦେଶରେ ଆଜି ତଦନ୍ତ ପାଇଁ ଯାଇଥିବା ଏଡିଏମଓ ବାପି ପୁରୋହିତଙ୍କୁ ପାଞ୍ଚଶହରୁ ଉର୍ଦ୍ଧ ଲୋକ ଅନିୟମିତତା ଅଭିଯୋଗକରେ ତାଙ୍କୁ ଅଟକ ରଖିବା ସହ ଡାକ୍ତର ଶରତ ସେଠୀଙ୍କୁ
ନିସ୍ତୁକ ମାଡ ମାରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଉମରକୋଟ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରାମବାସୀ, ଡ଼ାକ୍ତର, ପୋଲିସ

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

July 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜୁଲାଇ ୩୦(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପହଣା ଗ୍ରାମରେ ସୋମବାର ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ସଂପୃକ୍ତ ପରିବାରର ଧୁମତ ପଟ୍ଟନାୟକ ପ୍ରଥମେ ଏକ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚିତ୍କାର କରିବା ପରେ ତାଙ୍କ ବାପା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେ ମଧ୍ୟ ବିଦ୍ୟୁତ ତାରରେ ଲାଗିଯାଇଥିଲେ ।

ପରେ ଉକ୍ତ ପରିବାରର ଦୁଇ ମହିଳା କୋଇଲି ଓ ସରସ୍ୱତୀ ସେମାନଙ୍କୁ ଉଦ୍ଧାର କରିବାକୁ ଆସି ବିଦ୍ୟୁତ ତାରରେ ଲାଗିଯାଇଥିଲେ । ଗ୍ରାମବାସୀମାନେ ବିଦ୍ୟୁତ ପ୍ରବାହ ଛିନ୍ନ କରି ସଂପୃକ୍ତ ଚାରି ଜଣଙ୍କୁ ଡ଼ାକ୍ତରଖାନାକୁ ଆଣିଥିବାବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୁଜଙ୍ଗ, ଗ୍ରାମବାସୀ, ଜଗତସିଂହପୁର

ପୋସ୍କୋ ଅଂଚଳରେ ରାସ୍ତା ନିର୍ମାଣକୁ ବିରୋଧ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ରାସ୍ତା କାମ କରିବାକୁ ପ୍ରଶାସନ ଯୋଜନା କରିଥିବା ବେଳେ ଏହାକୁ ବିରୋଧ କରି ଢିଙ୍କିଆ ଏବଂ ଗୋବିନ୍ଦପୁର ଗ୍ରାମବାସୀମାନେ ଗୁରୁବାର ଆନ୍ଦୋଳନ କରିଛନ୍ତି ।

ଢିଙ୍କିଆ ଓ ଗୋବିନ୍ଦପୁର ଅଂଚଳର ମହିଳା ଓ ଶିଶୁ ମାନଙ୍କ ସହ ସିପିଆଇ, ସିପିଆଇଏମ୍, ଆର୍ଜେଡ଼ି, କଂଗ୍ରେସ, ଫରୱାର୍ଡ଼ବ୍ଲକ ଏବଂ ସମାଜବାୀ ପାର୍ଟି ନେତାମାନେ ରାସ୍ତା ହେବାକୁ ଥିବା ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସ୍ଥାନୀୟ ଲୋକଙ୍କ ବିନା ସହମତିରେ ସରକାର ପୋଲିସ ଦ୍ୱାରାଜୋରଜବରସ୍ତ ରାସ୍ତା କାମ କରିବାକୁ
ଚାହୁଁଛନ୍ତି ବୋଲି ରାଜନୈତିକ ଦଳର ନେତାମାନେ କହିଛନ୍ତି ।

ଉତ୍ୟକ୍ତ ଗ୍ରାମବାସୀମାନେ ଇଣ୍ଡିଆନ ଅଏଲ କର୍ପୋରେଶନର କାମ କରୁଥିବା ଏକ ମେସିନକୁ ଭଙ୍ଗାରୁଜା କରିବା ସହ ଏହାର ଡ଼୍ରାଇଭରକୁ ଆକ୍ରମଣ କରିଛନ୍ତି ।

କୌଣସି ପ୍ରକାର ଧମକ କିମ୍ବା ଚାପ ଦ୍ୱାରାପୋସ୍କୋ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ବନ୍ଦ ହେବ ନାହିଁ, ଗ୍ରାମବାସୀମାନେ ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ଆୟୋଜିତ ଏକ ସଭାରେ ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି ନେତା ଅଭୟ ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗ୍ରାମବାସୀ, ପୋସ୍କୋ

  • Go to page 1
  • Go to page 2
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ