• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରାମବାସୀ

ଗିରଫ ପ୍ରତିବାଦରେ ବ୍ଲକ ଘେରାଉ, ପୋଲିସର ଲାଠିମାଡ଼

May 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

କନ୍ଧମାଳ, ମଇ ୪(ଓଡ଼ିଶା ଡ଼ଟ୍ କମ୍) କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସହ ସମ୍ପର୍କ ଥିବା ସନ୍ଦେହରେ ପୋଲିସ ଅଟକ ରଖିଥିବା କେତେକ ଗ୍ରାମବାସୀଙ୍କୁ ଛାଡ଼ିବା ଦ।ବିରେ ବୁଧବାର ଶତାଧିକ ଲୋକ ବ୍ଲକ ଘେରାଉ କରିଥିବା ବେଳେ ପୋଲିସ ସେମାନଙ୍କ ଉପରକୁ ଲାଠି ମାଡ଼ କରିଥିବା ଅଭିଯୋଗ ହୋଇଛି ।

କଲେଙ୍ଗବାଡ଼ି ଜଙ୍ଗଲରେ ଗତ ସୋମବାର ରାତିରେ ପୋଲିସ ଓ ମାଓବାୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଓ ଏଥିରେ ଜଣେ ଯବାନ ନିହତ ହୋଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ କେତେକ ଲୋକଙ୍କୁ ପୋଲିସ ମାଓବାଦି ସଂହେରେ ଅଟକ ରଖିଥିଲା ।

ଏହାର ପ୍ରତିବାଦ କରି ଶତାଧିକ ପୁରୁଷ ଓ ମହିଳା ଦ।ରିଙ୍ଗବାଡ଼ି ବ୍ଲକ ଘେରାଉ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦ।ବିପତ୍ର ପ୍ରଦାନ କରିଥିଲେ । ଗିରଫ ବ୍ୟକ୍ତିଙ୍କୁ ଛାଡି ଦେବାକୁ ଦାବି କରିଥିଲେ । ବିକ୍ଷୋଭକାରୀଙ୍କୁ ମନା କରିବା ପାଇଁ ପୋଲିସ ଲାଠି ମାଡ଼ କରିଥିଲା ଓ ଏଥିରେ ଦଶରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି ।

ତେବେ ମାଓବାୀ ସନ୍ଦେହରେ ଗିରଫ ହୋଇଥିବା ୨୭ ଜଣଙ୍କୁ ପୋଲିସ ଛାଡ଼ିେଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କନ୍ଧମାଳ, ଗ୍ରାମବାସୀ, ମୁଖ୍ୟ ଖବର

ଜୀଅନ୍ତା ପୋଡ଼ି ଘଟଣାରେ ୮୬ ଗିରଫ, ରାସ୍ତା ଅବରୋଧ

May 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଶେରଗଡ଼, ମଇ ୧(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାର ଏକ କ୍ରସର ୟୁନିଟ କର୍ମଚାରୀଙ୍କୁ ଜୀଅନ୍ତା ପୋଡ଼ି ଘଟଣାରେ ପୋଲିସ ୮୬ ଜଣ ଗ୍ରାମବାସୀଙ୍କୁ ଗିରଫ କରିଥିବା ବେଳେ ଏହାର ପ୍ରତିବାଦରେ ଶତାଧିକ ମହିଳା ରାସ୍ତା ଅବରୋଧ କରିଛନ୍ତି ।

ଉତ୍ତ୍ୟକ୍ତ ମହିଳାମାନେ ଶେରଗଡ଼-ବଡ଼ଗଡ଼ ରାସ୍ତା ଅବରୋଧ କରିବା ସହ ଧାରଣାରେ ବସିଛନ୍ତି । ଉକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଏହି ଘଟଣାରେ ୮୬ ଜଣଙ୍କୁ ଗିରିଫ କରାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ ଦେବେନ୍ଦ୍ର ଦୋରା କହିଛନ୍ତି ।

ଧରାକୋଟ ଥାନା ଅନ୍ତର୍ଗତ ବାଗଡ଼ ଗ୍ରାମରେ ଥିବା କ୍ରସର ୟୁନିଟକୁ ସ୍ଥାନୀୟ ଲୋକମାନେ ବହୁ ଦିନ ହେଲା ବିରୋଧ କରିଆସୁଥିବା ବେଳେ ଶୁକ୍ରବାର ରାତିରେ ଏହା ଭୟଙ୍କର ରୂପ ନେଇଥିଲା ।

ଉତ୍ତ୍ୟକ୍ତ ଗ୍ରାମବାସୀମାନେ କ୍ରସର କ୍ୟାମ୍ପରେ ପେଟ୍ରୋଲ କିରୋସିନ ଢାଳି ନିଅାଁ ଲଗାଇେଇଥିଲେ । ଏଥିରେ ପ୍ରଥମେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ଓ ପରେ ପୋଷ୍ଟମର୍ଟମ ସମୟରେ ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।

ପୂର୍ବରୁ ଏହି କ୍ରସର ୟୁନିଟକୁ ବିରୋଧ କରି ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥା ନଶୁଣିବାରୁ ଲୋକମାନେ ଆଇନକୁ ନିଜ ହାତକୁ ନେଇଛନ୍ତି । ତେଣୁ ଏହି ଘଟଣାରେ ବିଚାରବିଭାଗୀୟ ତନ୍ତ କରିବାକୁ ବିରୋଧି ଦଳ ଦ।ବି କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ଗ୍ରାମବାସୀ, ଜୀଅନ୍ତା ପୋଡ଼ି, ମୁଖ୍ୟ ଖବର

କ୍ରସର ୟୁନିଟ୍କୁ ବିରୋଧ, ସାତ ଜଣଙ୍କୁ ପୋଡ଼ି ହତ୍ୟା

April 30, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଶେରଗଡ଼, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ଗଞ୍ଜାମ ଜିଲ୍ଲାର ଏକ ସ୍ଥାନରେ କ୍ରସର ୟୁନିଟ୍କୁ ବିରୋଧ କରି ଉତ୍ତ୍ୟକ୍ତ ଲୋକମାନେ ଉକ୍ତ କ୍ରସର କ୍ୟାମ୍ପ ଭିତରେ ଥିବା ସାତ ଜଣଙ୍କୁ ଜୀବନ୍ତ ପୋଡ଼ି ଦେଇଥିବା ପୋଲିସ ଶନିବାର କହିଛି ।

ଧରାକୋଟ ଥାନା ଅନ୍ତର୍ଗତ ବାଗଡ଼ ଗ୍ରାମରେ ଥିବା କ୍ରସର ୟୁନିଟକୁ ସ୍ଥାନୀୟ ଲୋକମାନେ ବହୁ ଦିନ ହେଲା ବିରୋଧ କରିଆସୁଥିବା ବେଳେ ଶୁକ୍ରବାର ରାତିରେ ଏହା ଭୟଙ୍କର ରୂପ ନେଇଥିଲା ।

ଗ୍ରାମବାସୀମାନେ ସଂଘବଦ୍ଧ ଭାବେ ଏଠାରେ କାମ କରୁଥିବା କର୍ମଚାରୀ ମାନଙ୍କୁ ମାଡ଼ ମାରିବାକୁ ଗୋଡ଼ାଇଥିଲେ । ଏଥିରେ ସେମାନେ ଭୟଭୀତ ହୋଇ କ୍ୟାମ୍ପ ଭିତରକୁ ଚାଲିଯାଇଥିଲେ ।

ଏହି ସମୟରେ ଗ୍ରାମବାସୀମାନେ କ୍ୟାମ୍ପ ଉପରେ ପେଟ୍ରୋଲ ଓ କିରୋସିନ ଢାଳି ନିଅାଁ ଲଗାଇ ଦେଇଥିଲେ ଫଳରେ ସଠାରେ ଥିବା ସାତ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ଗ୍ରାମବାସୀ, ମୁଖ୍ୟ ଖବର

ଶିକ୍ଷକ ଅଭାବ ଯୋଗୁଁ ସ୍କୁଲରେ ଗ୍ରାମବାସୀଙ୍କ ତାଲା

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଶିକ୍ଷକ ଅଭାବ, ବହିପତ୍ର ନମିଳିବା ତଥା ପରୀକ୍ଷା କରାଯାଉନଥିବା ଯୋଗୁଁ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ତିର୍ତ୍ତୋଳ ଓ ଜଗତସିଂହପୁର ଶିକ୍ଷା ଜିଲ୍ଲାର ପ୍ରାୟ ଛଅଟି ସ୍କୁଲରେ ତାଲା ପକାଇ ଦେଇଛନ୍ତି ।

ଫଳରେ ସର୍ବଶିକ୍ଷା ଅଭିଯାନ ଦ୍ଵାରା ଶିକ୍ଷାର ମାନ ବୃଦ୍ଧି ପାଇଁ ଖର୍ଚ୍ଚ କରାଯାଉଥିବା କୋଟିକୋଟି ଟଙ୍କାର କୌଣସି ସୁଫଳ ମିଳିପାରୁ ନାହିଁ ।

ବର୍ତ୍ତମାନ ସ୍କୁଲ କର୍ମଚାରୀମାନେ ଡ଼୍ରେସକୋଡ଼, କର୍ମଶାଳା, ତାଲିମ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ଶିକ୍ଷ।ନୁଷ୍ଠାନରେ ବ୍ୟାପକ ଅସୁବିଧା ଖୋେଇଛି । ଏଥିଯୋଗୁଁ ବିଭିନ୍ନ ଗ୍ରାମର ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏହି ସ୍କୁଲ ଗୁଡ଼ିକରେ ତାଲା ପକାଇ ଦେଇଛନ୍ତି ।

ଶିକ୍ଷକ ଅଭାବ, ଗାଁ ଶିକ୍ଷା କମିଟି ଗଠନ ନକରିବା ତଥା ପାଠ୍ୟ ପୁସ୍ତକ ଉପଲବ୍ଧ ; ନହେବାରୁ ଗତ ସାତ ଦିନ ହେଲା ଗ୍ରାମବାସୀମାନେ ଏର୍ସମା ବ୍ଲକ ଅନ୍ତର୍ଗତ ଖଟି ଖୋଲା ପ୍ରାଥମିକ ସ୍କୁଲରେ ତାଲା ପକାଇଛନ୍ତି ।

ଉକ୍ତ ସ୍କୁଲରେ ପାଞ୍ଚଟି ଶ୍ରେଣୀରେ ମୋଟ୍ ୧୨୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏମାନଙ୍କୁ ଶିକ୍ଷ।ନୁଷ୍ଠାନ କରିବା ପାଇଁ ମାତ୍ର ଜଣେ ଶିକ୍ଷା ସହାୟକଙ୍କୁ ନିଯୁକ୍ତ କରାଯାଇଛି । ନିକଟରେ ଗ୍ରାମବାସୀଙ୍କ ଦାବି ପରେ ଜଣେ ଗଣ ଶିକ୍ଷକଙ୍କୁ ଏହି ସ୍କୁଲରେ ନିଯୁକ୍ତି ଦିଆଯାଇଥିଲା ମାତ୍ର ଗୋଟିଏ ସପ୍ତାହ ପରେ ସେ ପୁଣି ଚାଲିଯାଇଥିଲେ ।

ସେହିପରି ଜଣେ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ପରେ ଗ୍ରାମବାସୀମାନେ ଗୋଟିଏ ସ୍କୁଲକୁ ବନ୍ଦ କରିଦେଇ ଥିଲେ ପରେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ତାହା ପୁଣି ଚାଲୁ ହୋଇଥିଲା । ଜାତିଆଣ ଭେଦଭାବକୁ ନେଇ ମଧ୍ୟ ଜିଲ୍ଲାରେ ଲୋକମାନେ ସ୍କୁଲ ବନ୍ଦ କରିଦେଇଥିଲେ । ସେହିପରି ବାଲିକୁଦା, ନୂଆଗାଁ ବ୍ଲକର ଅନ୍ୟ ତିନୋଟି ସ୍କୁଲକୁ ମଧ୍ୟ ଲୋକମାନେ ବନ୍ଦ କରିଦେଇଛନ୍ତି ।

“”ତିର୍ତ୍ତୋଳ ଶିକ୍ଷା ଜିଲ୍ଲାରେ ୩୬୦ଟି ସ୍ଥାୟୀ ସ୍କୁଲ ସମେତ ମୋଟ୍ ୮୪୩ଟି ସ୍କୁଲରେ ଶିକ୍ଷକ ଅଭାବ ଥିବା ବେଳେ ୧୧୩ଟି ସ୍କୁଲ ଗୋଟିଏ ଶିକ୍ଷକରେ ଚାଲିଛି । ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ପୁଣି ସ୍କୁଲ ଖେଲିବାକୁ ଉଦ୍ୟମ କରାଯାଉଛି” ସ୍କୁଲ ଡ଼ିଆଇ ଦେବେନ୍ଦ୍ର ଦ।ସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗ୍ରାମବାସୀ, ମୁଖ୍ୟ ଖବର, ଶିକ୍ଷକ, ସର୍ବଶିକ୍ଷା ଅଭିଯାନ, ସ୍କୁଲ ଛାତ୍ରୀ

ଜାନୁୟାରୀ ୯ରୁ ୧୯ ବରଗଡ଼ ଧନୁଯାତ୍ରା

December 6, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ବରଗଡ଼ ଠାରେ ଆସନ୍ତା ୨୦୧୧ ଜାନୁୟାରୀ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର ଏବଂ ଯାତ୍ରା କମିଟି ଉପସଭାପତି ତଥା ଜିଲ୍ଲା ଆରକ୍ଷି ଅଧିକ୍ଷକ ସୁର୍ଯ୍ୟ ଥାଙ୍କପାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଅଧିକାରୀ ଦିଲିପ କୁମାର ସାମନ୍ତରାୟ କହିଛନ୍ତି ।

ପୂର୍ବ ବର୍ଷରେ ଦାୟୀତ୍ୱ ସଂପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ପୁନଃ ଦାୟୀତ୍ୱ ଦିଆଯିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଛି । ଧନୁଯାତ୍ରାର ହିସାବ ସୂଚନା ଅଧିକାର ଆଇନରେ ମିଳିପାରୁନଥିବା ନେଇ କମିଟିରେ ଉଚ୍ଚବାଚ ହୋଇଛି ।

ଧନୁଯାତ୍ରାର ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ୧ କୋଟି ୪୯ ଲକ୍ଷ ଟଙ୍କା ଅନୁଦାନ ଦେଉଥିବାରୁ ପର୍ଯ୍ୟଟନ ନିଗମ ଏହାର ଖଚ୍ଚ କରିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଏହା ସହ ଜିଲ୍ଲାର ଅନ୍ୟ ସାତଟି ଗ୍ରାମରେ ମଧ୍ୟ ଗ୍ରାମବାସୀମାନେ ନିଜସ୍ୱ ପାଣ୍ଠିରେ ଧନୁଯାତ୍ରା କରିବା ପାଇଁ ସ୍ଥିର କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗ୍ରାମବାସୀ, ଧନୁଯାତ୍ରା, ବରଗଡ଼, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ