• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରୀଷ୍ମପ୍ରବାହ

ବିଷ୍ଣୁ ଖିଲାର: ବୃକ୍ଷ ରୋପଣ ଯାହାଙ୍କ ଜୀବନର ମୂଳମନ୍ତ୍ର

May 29, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ମଇ ୨୯(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ଦେଶରେ ଗ୍ରୀଷ୍ମପ୍ରବାହ, ଅନାବୃଷ୍ଟି, ପରିବେଶ ପ୍ରଦୂଷଣ ଜନଜୀବନକୁ ପ୍ରଭାବିତ କରିଚାଲିଥିବା ବେଳେ ଭଦ୍ରକ ଜିଲ୍ଲାର ବିଷ୍ଣୁ ଖିଲାର ବୃକ୍ଷ ରୋପଣକୁ ଜୀବନର ମୂଳମନ୍ତ୍ର ଭାବେ ଗ୍ରହଣ କରିଛନ୍ତି ।

ବନ୍ତ ବ୍ଲକ ତୋଡ଼ଙ୍ଗା ଗ୍ରାମପଞ୍ଚାୟତର ଖିଲାରଙ୍କ ଏଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ଜନସାଧାରଣ ତଥା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରିଛି । ବିନା ସ୍ୱାର୍ଥରେ ସେ ଆଜି ପର୍ଯ୍ୟନ୍ତ ସରକାରୀ ଜମିରେ ଦୁଇ ହଜାରରୁ ଉର୍ଦ୍ଧ ଗଛ ଲଗାଇ ରକ୍ଷଣାବେକ୍ଷଣ କରିଆସୁଛନ୍ତି ।

ତାଙ୍କର ଏହି ଗୁଣ ପାଇଁ ସ୍ଥାନୀୟ ବନ୍ୟପ୍ରାଣୀ ବିଭାଗ ବିଶ୍ୱବ୍ୟାଙ୍କ ସହାୟତାରେ ଲଗାଯାଇଥିବା ରାସ୍ତା ପାଶ୍ୱର ବୃକ୍ଷ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ତାଙ୍କୁ ହସ୍ତାନ୍ତର କରିଛି ।

ବିଶେଷକରି ବର,ନିମ୍ବ,ଆମ୍ବ,ଜାମୁ,କରଞ୍ଜ ଓ ଆକାଶୀ ଭଳି ଗଛ ରୋପଣ କ୍ଷେତ୍ରରେ ସେ କୌଣସି ନର୍ସରୀ କିମ୍ବା ସରକାରୀ ଅନୁଷ୍ଠାନ ସହାୟତା ଲୋଡ଼ିନାହାନ୍ତି । ନିଜ ବାଡ଼ିରେ ଛୋଟ ନର୍ସରୀଟିଏ କରି ବିଭିନ୍ନ ମଞ୍ଜି ସଂଗ୍ରହକରି ଚାରା ତିଆରି କରନ୍ତି ।

ତାହା ଲଗାଇବା ଉପଯୋଗୀ ହୋଇଗଲେ ରାସ୍ତାପାଶ୍ୱରେ, ଛକସ୍ଥାନ କିମ୍ବା ସରକାରୀ ପଡ଼ିଆ ଜମିରେ ଗାତଖୋଳି ଗୋବର ଖତ ଦେଇ ନିଜେ ଲଗାନ୍ତି । କେବଳ ଏତିକିରେ ତାଙ୍କ କାମ ସରେନାହିଁ ।

ଚାରାଗୁଡ଼ିକ କିଭଳି ବଞ୍ଚିବ ସେଥିପାଇଁ ବାଉଁଶ ବତା ଓ କଣିରେ ଘେରି ମୁଣ୍ଡୁଳା ନିର୍ମାଣ କରି ସେଗୁଡ଼ିକୁ ଆବଦ୍ଧ କରିଥାନ୍ତି । ମୁଖ୍ୟତଃ ବର୍ଷାଦିନରେ ବିଷ୍ଣୁ ଏହି କାର୍ଯ୍ୟ ହାତକୁ ନେଇଥାନ୍ତି ।

କିଛିିଦିନ ପରେ ଗଛମୂଳରେ ହୋଇଥିବା ଅନାବନା ଘାସବାଛି ସେଥିରେ ଅଣୁସାର ଓ ଗୋବର ଖତ ଦେବାସହ ପତ୍ର କାଣ୍ଡରେ ଗୋମୂତ୍ରରୁ ଏକପ୍ରକାର କୀଟନାଶକ ତିଆରି ସିଞ୍ଚନ କରିଥାନ୍ତି । ଖରାଦିନରେ ଟ୍ରଲିରେ ପାଣିନେଇ ଦିନ କୁ ଦୁଇଓଳି ସେ ଗଛମୂଳରେ ଢ଼ାଳିଥାନ୍ତି ।

ବିସ୍ମୟର କଥା ଆଜି ପର୍ଯ୍ୟନ୍ତ ଏହି ମହାନ କାର୍ଯ୍ୟ ପାଇଁ କେହି ତାଙ୍କୁ ସମ୍ନାନ କିମ୍ବା ଅଭ୍ୟର୍ଥନ କରିନାହାନ୍ତି । ଏକା ଏକା ନୀତିରେ ବିଶ୍ୱାସ କରୁଥିବା ବିଷ୍ଣୁ ପଛକୁ ନଅନାଇ ଏଭଳି ମହତ କାମକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଚାଲିଛନ୍ତି ।

ଏଭଳି ଏକ ଜନହିତକାର କାର୍ଯ୍ୟ ଦେଖି ହରିପୁର ଗ୍ରାମର ଯୁବ ସମାଜସେବୀ ତଥା ଯୋଗଗୁରୁ ସଞ୍ଜିବ ନାୟକ ତାଙ୍କ ସହ ହାତ ମିଳାଇ ସମ୍ନାନ ସହ ଅର୍ଥର ବନ୍ଦୋବସ୍ତ ମଧ୍ୟ କଲେ ।

କେବଳ ସଞ୍ଜିବ ନୁହଁନ୍ତି, ଭଦ୍ରକ ନେହେରୁ ଷ୍ଟାଡ଼ିୟମର କିଛି ଯୁବକ ମଧ୍ୟ ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ହାତ ବଢ଼ାଇଛନ୍ତି । ଏମାନେ ସମସ୍ତେ ମିଶି ଏବେ ଖିଲାରଙ୍କୁ ବୃକ୍ଷରୋପଣ କାର୍ଯ୍ୟରେ ସହାୟତା କରୁଛନ୍ତି ।

ଅମ୍ଳଜାନ ଗ୍ୟାସ ଆମକୁ ମାଗଣାରେ ମିଳିଯାଉଛି ସତ, କିନ୍ତୁ ଆମେ ଭଗବାନ ଓ ତାଙ୍କ ସୃଷ୍ଟି ପରିବେଶ ଉପରେ ଧାରୁଆ ହୋଇ ରହିଯାଉଛୁ । ତେଣୁ ସେମାନଙ୍କ ଠାରୁ ଋଣମୁକ୍ତ ହେବା ପାଇଁ ଆଜିଠାରୁ ଆମେ ବର୍ଷରେ ଗୋଟିଏ ଲେଖାଏଁ ଗଛ ଲଗାଇବା ନିତ୍ୟାନ୍ତ ଜରୁରୀ ବୋଲି ବିଷ୍ଣୁ ଖିଲାର କହିଛନ୍ତି ।

ଏକ ଗ୍ରାମୀଣ ପରିବେଶରେ ବିଷ୍ଣୁ ଯେଭଳି ଆଜିର ମନୁଷ୍ୟକୃତ ସନ୍ତୁଳିତ ପରିବେଶକୁ ତାଙ୍କର ବୃକ୍ଷରୋପଣ ରୂପକ ସଞ୍ଜିବନୀ ପ୍ରଦାନ କରିଚାଲିଛନ୍ତି ତାହା ଆମ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ନିଶ୍ଚୟ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର Tagged With: ଅମ୍ଳଜାନ ଗ୍ୟାସ, ଗଛ ରୋପଣ, ଗ୍ରାମପଞ୍ଚାୟତ, ଗ୍ରୀଷ୍ମପ୍ରବାହ, ଜନସାଧାରଣ, ବନ୍ୟପ୍ରାଣୀ, ବିଷ୍ଣୁ ଖିଲାର, ବୃକ୍ଷ ରୋପଣ, ଭଦ୍ରକ

ଗ୍ରୀଷ୍ମପ୍ରବାହ ଜାରି, ରାଜ୍ୟବ୍ୟାପୀ ଜନଜୀବନ ଅସ୍ତବ୍ୟସ୍ତ

May 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୬(ଓଡ଼ିଶା ଡ଼ଟ୍ କମ୍) ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଶନିବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ୪୬.୭ ଡ଼ିଗ୍ରୀ ସେଲ୍ସିଅସ୍ ରେକର୍ଡ଼ କରାଯାଇଥିବା ବେଳେ ୧୩ଟି ସହରର ତାପମାତ୍ରା ୪୨ ଡ଼ିଗ୍ରୀ ଉପରେ ରହିଛି ।

ସେହିପରି ସୋନପୁର ଏବଂ ହୀରାକୁର ତାପମାତ୍ରା ୪୬.୨ ଡ଼ିଗ୍ରୀ ସେଲ୍ସିଅସ୍, ଝାରସୁଗୁଡ଼ା ୪୬.୦, ଟିଟିଲାଗଡ଼ ୪୫.୮, ବଲାଙ୍ଗୀର ୪୫.୫, ସୁନ୍ଦରଗଡ଼ ୪୫.୦ ଏବଂ ଭବାନୀପାଟଣାର ତାପମାତ୍ରା ୪୪.୭ ଡ଼ିଗ୍ରୀ ସେଲ୍ସିଅସ୍ ରେକର୍ଡ଼ କରାଯାଇଛି ।

ସରକାରୀଭାବେ ଗ୍ରୀଷ୍ମ ପ୍ରବାହ ଯୋଗୁଁ  ଅଂଶୁଘାତରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବେସରକାରୀ ଭାବେ ୭୯ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଅଂଶୁଘାତ, ଗ୍ରୀଷ୍ମପ୍ରବାହ, ଭୁବନେଶ୍ୱର

ପାନୀୟ ଜଳ ଅଭାବ ଯୋଗୁଁ ଲୋକେ ହନ୍ତସନ୍ତ

May 21, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ମଇ ୨୧(ଓଡ଼ିଶା ଡ଼ଟ୍ କମ୍) ଉପକୂଳବର୍ତୀ ଜଗତସିଂହପୁର ଜିଲ୍ଲାର ଏର୍ସମା ଏବଂ ବାଲିକୁଦା ଅଞ୍ଚଳରେ ପାନୀୟ ଜଳର ଅଭାବ ଯୋଗୁଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ପାଣିର ଅଭାବରେ ସଂପୃକ୍ତ ଅଞ୍ଚଳର  ଲୋକଙ୍କ ଅବସ୍ଥା ଦିନକୁଦିନ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଲୋକମାନେ ଗାଧୋଇବା ଏବଂ ଲୁଗା ସଫା କରିବାକୁ ମଧ୍ୟ ପାଣି ପାଉନାହାନ୍ତି ।

ବିଭିନ୍ନ ସ୍ଥାନରେ ଚୂଆ ଖୋଳି ପାଣି ସଂଗ୍ରହ କରୁଛନ୍ତି ଏବଂ ଏହାକୁ ବ୍ୟବହାର କରୁଛନ୍ତି । ଫଳରେ ଏଭଳି ପାଣି ବ୍ୟବହାର କରି ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି ।

ପାରାଦ୍ବୀପ, କୁଜଙ୍ଗ, ଏର୍ସମା ଏବଂ ବାଲିକୁଦା ଅଞ୍ଚଳରେ ଗତ ୧୫ଦିନ ମଧ୍ୟରେ ଜଳସ୍ତର ପ୍ରାୟ
ଦୁଇରୁ ତିନି ମିଟର ତଳକୁ ଖସିଯାଇଥିବା କୁହାଯାଇଛି । ଫଳରେ କୂଅ ଗୁଡ଼ିକର ଜଳସ୍ତର ମଧ୍ୟ ହ୍ରାସ ପାଇବା ସହ ନଳକୂଅରେ ପାଣି ବାହାରୁ ନାହିଁ ।

ପାଣିର ଅଭାବ ମେଣ୍ଟାଇବା ପାଇଁ ଲୋକମାନେ ଦୂଷିତ ପାଣି ବ୍ୟବହାର କରୁଥିବାରୁ ସେମାନେ
ଡ଼ାଇରିଆ ଏବଂ ଚର୍ମରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୟାଙ୍କର ଯୋଗେ ଦିଆଯାଉଥିବା ପାଣି ନିୟମିତ ଭାବେ ଉପଲବ୍ଧ ହେଉନଥିବା ଅଭିଯୋଗ ହୋଇଛି ।

କେତେକ ସ୍ଥାନରେ ବିଦ୍ୟୁତ୍ କମ୍ ଭୋଲ୍ଟେଜ୍ ଯୋଗୁଁ ପାଇପ ଦ୍ୱାରାଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ପାଇପ ଗୁଡ଼ିକ ଫାଟି ଯାଇଥିଲେ ମଧ୍ୟ ବହୁଦିନ ହେଲା ମରାମତି ହୋଇପାରି ନାହିଁ ।

ନଦୀ ଏବଂ ନାଳରେ କମ୍ ଜଳ ପ୍ରବାହିତ ହେଉଥିବାରୁ ଲୋକଙ୍କ ଆବଶ୍ୟକତାକୁ ଏହା ପୂରଣ କରିପାରୁ ନାହିଁ । ଫଳରେ ସେମାନେ ୫ରୁ ୭ କିମି ଚାଲିଚାଲି ଯାଇ ପାଣି ଆଣୁଛନ୍ତି ।

“”ଚାରି କିମି ଦୂରରେ ଥିବା ପଟୁଆ ଗ୍ରାମର ଜଣେ ବ୍ୟକ୍ତିଙ୍କ କୂଅରୁ ବର୍ଷ ତମାମ ଆମେ ପାଣି ଆଣି ଥାଉ । ଏହି କୂଅରୁ ପ୍ରାୟ ଦୁଇ ଶହ ପରିବାର ପିଇବା ପାଣି ପାଉଛନ୍ତି”” ଜଣେ ମହିଳା ସୁକାନ୍ତି ମଣ୍ଡଳ କହିଛନ୍ତି ।

ପାଣିର ଅସୁବିଧା ଯୋଗୁଁ ଆମେ ସପ୍ତାହରେ ଦୁଇ ଥର ଗାଧୋଉଛୁ ତେଣୁ ମହିଳା ଓ ପିଲାମାନେ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅନ୍ୟ ଜଣେ ମହିଳା ଅଭିଯୋଗ କରିଛନ୍ତି ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ତାଲଦଣ୍ଡା ଓ ମାଛଗାଁଦୁଇଟି ପ୍ରମୁଖ କେନାଲରେ ପାଣି ଆସୁନଥିବାରୁ କେବଳ ମଣିଷ ନୁହେଁ ଗାଈ ଗୋରୁମାନେ ମଧ୍ୟ ପାଣି ପାଇପାରୁ ନାହାନ୍ତି ।

ଏର୍ସମା ଓ ବାଲିକୁଦା ଅଞ୍ଚଳର ପାଖାପାଖି ୨୦/୨୫ଟି ଗ୍ରାମରେ ପାନୀୟ ଜଳର ଅବାଭ ରହିଛି । ତେଣୁ ସଂପୃକ୍ତ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ବୋକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳ ସୁରଜିତ୍ ଦାସ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମପ୍ରବାହ, ଜଗତସିଂହପୁର

ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ବରଗଡ଼ରେ ଜଳସଙ୍କଟ

March 11, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ମାର୍ଚ୍ଚ ୧୧(ଓଡ଼ିଶା ଡ଼ଟ୍ କମ୍) ସଂପ୍ରତି ବରଗଡ଼ ସହରରେ ଜନସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇଥିବା ବେଳେ ଗ୍ରୀଷ୍ମ ପ୍ରବାହ ପ୍ରାରମ୍ଭରୁ ତୁଳନାତ୍ମକ ଭାବେ ସହରବାସୀଙ୍କ ଜଳସଙ୍କଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ପୂର୍ବ ପୁରୁଷ ମାନଙ୍କ ଦୃଷ୍ଟି ଏତେ ତୀକ୍ଷ୍ଣ ଥିଲା ଯେ ସେମାନେ ଭବିଷ୍ୟତରେ ଜଳକଷ୍ଟ ନହେବା ସକାଶେ ସହରର ଚତୁଃପାଶ୍ୱର୍ରେ କଟା ଓ ବନ୍ଧମାନ ଖୋଳାଇଥିଲେ ।

ବରଗଡ଼ ସହରରେ ଦାନୀକଟା, ଖଜୁରକଟା ଓ ଅମାପାଲି କଟା ସମେତ୧୭ଟି ବନ୍ଧ ରହିଛି । ଏହା ବ୍ୟତୀତ ସହରବାସୀଙ୍କ ପାଇଁ ଜୀରାନୀ ହେଉଛି ଜୀବନ ରେଖା ସଦୃଶ ।

କାରଣ ଭୌଗଳିକ ଦୃଷ୍ଟିକୋଣରୁ ସହର ଚତୁଃପାଶ୍ୱର୍ରେ ଥିବା ମନାବନ୍ଧ, ପୂର୍ଣ୍ଣୀବନ୍ଧ, ମଝଲି ବନ୍ଧ, ବାହାବଲ ବନ୍ଧ, ଗୋବିନ୍ଦପାଲି ବନ୍ଧ,ଓ ଅମାପାଲି କଟାର ଏପରି ସଂଯୋଗୀକରଣ ହୋଇଛି ଯାହା ବରଗଡ଼ ନିକଟସ୍ଥ କେନାଲ କିମ୍ବା ନୀର ପାଣି ଭୂତଳ ଜଳସ୍ତରକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଉଥିଲା ।

କେନାଲରେ ପାଣି ଆସିଲେ ତାହା ର୍ହଦ, ନାଳା, ନଳିଆ ଦେଇ ସହରର ସମସ୍ତ ବନ୍ଧ, କଟାକୁ ମାଡ଼ିବା ପରେ ନଦୀରେ ମିଶୁଥିଲା ।

ତେବେ କେତେକ ଅସାମାଜିକ ତଥା ଅଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଉକ୍ତ ବନ୍ଧ ଓ କଟା ମାନଙ୍କ ହିଡ଼କୁ ଜବରଦଖଲ କରି ବାସଗୃହ ନିର୍ମାଣ କରି ରହିବା ସହିତ ଧିରେଧିରେ ସେଗୁଡ଼ିକୁ ପୋତି ପକାଉଥିବା ବେଳେ ଜମି ମାଫିଆମାନେ ଜଳାଶୟ ଗୁଡ଼ିକୁ ପୋତି ରିୟଲ ଇଷ୍ଟେଟ ବ୍ୟବସାୟ କରିଛନ୍ତି ।

ଜଳାଶୟ ଓ ବନ୍ଧ କଟାଗୁଡ଼ିକୁ ପତି ଜବର ଦଖଲ କରାଯିବା ଦ୍ୱାରାସହରର ଭୂତଳ ଜଳସ୍ତର ହ୍ରାସପାଇ ଏବେ ସଂକଟଜନକ ସ୍ଥିତିରେ ପହଞ୍ଚିଲାଣି । ପାନୀୟଜଳ ସଙ୍କଟର ଆଉ ଏକ ମୁଖ୍ୟ କାରଣ ହେଉଛି ବିନା ଅନୁମତି ପତ୍ରରେ ବେଆଇନ୍ ଭାବେ ଘରେଘରେ ଗଭୀର ନଳକୂପ ଖନନ ।

ଆଗରୁ ବରଗଡ଼ରେ ମାତ୍ର ୧୦ ରୁ ୨୦ଫୁଟ ଗଭୀରତାରେ ଭୂତଳଜଳ ଉପଲବ୍ଧ ହେଉଥିଲା । କିନ୍ତୁ ଏବେ ତାହା ଆନୁପାତିକ ଭାବେ ପ୍ରାୟ ୧୦୦ ରୁ ୨୦୦ ଫୁଟ ତଳକୁ ଖସିଯାଇଥିବା ପରିଲକ୍ଷିତ ହେଉଛି ।

ବରଗଡ଼ ହାଟପା ସଂଲଗ୍ନସ୍ଥ ମନାବନ୍ଧର ନାମକରଣ ପଛରେ ଏକ କାରଣ ରହିଛି । ପୂର୍ବେ ଏହି ବନ୍ଧକୁ କୌଣସି ବାହ୍ୟଜଳ ପ୍ରବେଶ କରୁ ନଥିବା ବେଳେ କେବଳ ବର୍ଷାଜଳ ଏଥିରେ ସଂଗୃହୀତ ହୋଇ ରହୁଥିଲା ।

ଏଠାରେ ସ୍ନାନ ଶୌଚାିକର୍ମ କରିବା ସମ୍ପୂର୍ଣ୍ଣ ମନା ଥିଲା । ଫଳରେ ଲୋକେ ସମୟାନୁକ୍ରମେ ଏହାକୁ ମନାବନ୍ଧରୂପେ ନାମିତ କରିଥିଲେ ।

ସରକାର ପୁରଣା ଜଳାଶୟ ଗୁଡ଼ିକର ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରୁଥିବା ବେଳେ ପ୍ରଶାସନିକ ଅବହେଳା, ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଲୋକଙ୍କ ଯୋଗୁଁ ଜଳାଶୟ ଗୁଡ଼ିକ ପୋତି ହୋଇ ପଡ଼ୁଛି ବୋଲି ଜଳସଂରକ୍ଷଣ ଉପରେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ପ୍ରଦୀପ ମହାପାତ୍ର କହିଛନ୍ତି ।

ସହରବାସୀଙ୍କ ପାନୀୟଜଳ ସମସ୍ୟା ଦୂର କରିବା ନିମନ୍ତେ ବରଗଡ଼ ଉପକଣ୍ଠସ୍ଥ ବରଗାଁ ଠାରେ ଏକ ବୃହତ ପାନୀୟଜଳ ପ୍ରକଳ୍ପର ଯୋଜନା କରାଯାଇ ପାଞ୍ଚବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲେ ହେଁ ତାହା କେବଳ ପାଇପ କିଣାରେ ସିମୀତ ହୋଇ ରହିଛି ।

ଉକ୍ତ ପ୍ରକଳ୍ପଟି ଯୋଜନା ବିହୀନ ଭାବେ କରାଯାଇଥିବାରୁ ତାହା ସହରବାସୀଙ୍କ ଜଳ ସଙ୍କଟ ଦୁର କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗ୍ରୀଷ୍ମପ୍ରବାହ, ଜଳସଙ୍କଟ, ବରଗଡ଼

ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

February 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଫେବୃୟାରୀ ମାସରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସହ ତାପମାତ୍ର ୪୦ ଡ଼ିଗ୍ରୀ ଛୁଇଁଥିବାରୁ ଆଗୁଆ ସତର୍କ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବର୍ତମାନ ଠାରୁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ପତ୍ର ପଠାଯାଇଛି ।

ଶ୍ରମିକଙ୍କ କାର୍ଯ୍ୟ ସମୟରେ ପରିବର୍ତନ କରିବାକୁ ପତ୍ରରେ କୁହାଯାଇଥିବା ବେଳେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମୟରେ କାମ ନକରିବା ପାଇଁ ନିର୍ଦ୍ଦେଶନାମା ଦିଆଯିବ ।

ଏହାସହ ସେମାନେ କାମ କରୁଥିବା ସ୍ଥାନରେ ପାଣି, ଓଆର୍ଏସ୍ ଏବଂ ବିଶ୍ରାମ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଯାତ୍ରୀବାହୀ ବସ୍ ଗୁଡ଼ିକର ଚଳାଚଳ ସମୟ ପରିବର୍ତନ କରାଯିବ ।

ସ୍କୁଲ ଓ କଲେଜରେ ପାଠପଢା ତଥା ପରୀକ୍ଷା ସମୟ ପରିବର୍ତନ ସହ ଅପ୍ରେଲ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ
କରିବାକୁ କୁହାଯାଇଛି । ସକାଳ ୬ଟା ୩୦ରୁ ୧୦ଟା ମଧ୍ୟରେ ପରୀକ୍ଷା କରିବାକୁ କୁହାଯାଇଛି ।

ଜିଲ୍ଲାପାଳମାନେ ବିଭିନ୍ନ ସଂଗଠନ ସହ ସମନ୍ୱୟ ରକ୍ଷା କରି ତୁରନ୍ତ ବୈଠକ ଡ଼ାକିବେ ଏବଂ
ଡ଼ାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍ଏସ୍ ଏବଂ ବରଫ ମହଜୁଦ ରଖାଯିବ । ଉଭୟ
ସହରାଂଚଳ ଏବଂ ଗ୍ରାମାଂଚଳ, ବସଷ୍ଟାଣ୍ଡରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ୍ ବିଭାଗକୁ କୁହାଯାଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଂଚାୟତିରାଜ ସଂସ୍ଥା ଗୁଡ଼ିକୁ କୁହାଯାଇଛି ।

ଜିଲ୍ଲା ଓ ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇ ପରିସ୍ଥିତିର ଅନୁଧ୍ୟାନ କରାଯିବ ।

ପ୍ରତିିନ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ବିଭାଗକୁ ରିପୋର୍ଟ ପଠାଇବେ ଏବଂ ଜିଲ୍ଲା ବିପର୍ଯ୍ୟୟ କମିଟି ବୈଠକ ଡ଼ାକି ଆଲୋଚନା କରିବେ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ।

କୌଣସି ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ଖବର ଜଣାପଡ଼ିଲେ କିମ୍ବା ଗଣମାଧ୍ୟମରେ ପ୍ରକାଶିତ ହେଲେ ସ୍ଥାନୀୟ ତହସିଲାର ଏବଂ ଚିକିତ୍ସାଧିକାରୀ ତୁରନ୍ତ ଏହି ଘଟଣାର ଯାଂଚ କରି ବିଭାଗକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମପ୍ରବାହ, ଜିଲ୍ଲାପାଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ