• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଗ୍ରୀଷ୍ମ ପ୍ରବାହ

ପ୍ରବଳ ଗରମ, ଗୁଳୁଗୁଳି, ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ

June 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର,୧୦ ଜୁନ(ଓଡିଶା ଡଟ୍ କମ୍) ବିଭିନ୍ନ ସ୍ଥାନରେ ବୁଧବାର ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଭୁବନେଶ୍ୱରରେ ରାଜ୍ୟର ଦିନର ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

କେତେକ ସ୍ଥାନରେ ଏପରି ଗରମ ସହ ଗୁଳୁଗୁଳି ଆହୁରି ଦିନେ ଦୁଇଦିନ ଅନୁଭୁତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି। ଉତ୍ତର-ପଶ୍ଚିମ ଜିଲ୍ଲାରୁ ଗତ ଦୁଇ ତିନି ଦିନ ହେବ ଗରମ ପବନ ବହିବା ଯୋଗୁଁ ରାଜ୍ୟରେ ତାପମାତ୍ରା ବଢିଛି ବୋଲି ସେ କହିଛନ୍ତି।

ତେବେ ଗୁରୁବାର ଠାରୁ ତାପମାତ୍ରା ଧୀରେଧୀରେ କମିବାର ସମ୍ଭାବନା ରହିଥିବା ସେ କହିଛନ୍ତି । ବୁଧବାର ଅନ୍ୟ ଯେଉଁ ସ୍ଥାନରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେହି ସହର ଗୁଡିକ ହେଲା ଚାନ୍ଦବାଲିରେ ୪୩.୦ ଡିଗ୍ରୀ ସେଲସିୟସ, ସମ୍ବଲପୁରରେ ୪୨.୯ ଡିଗ୍ରୀ ସେଲସିୟସ, ଅନୁଗୁଳରେ ୪୨.୭ ଡିଗ୍ରୀ ସେଲସିୟସ ଓ ତାଳଚେରରେ ୪୨.୨ ଡିଗ୍ରୀ ସେଲସିୟସ ।

ସେହିପରି ବାରିପଦାରେ ୪୧.୮ ଡିଗ୍ରୀ ସେଲସିୟସ, ହୀରାକୁଦରେ ୪୧.୭ ଡିଗ୍ରୀ ସେଲସିୟସ, ବାଲେଶ୍ଵରରେ ୪୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରା ଯାଇଥିବା ବେଳେ, ସୁନ୍ଦରଗଡ ଓ ଟିଟିଲାଗଡରେ ତାପମାତ୍ରା ୪୧.୦ ଡିଗ୍ରୀ ତଥା ଭବାନୀପାଟଣାରେ କେନ୍ଦୁଝର , କଟକ ରେ ଓ ସୋନପୁରରେ ସର୍ବୋଛ ତାପମାତ୍ରା ଯଥାକ୍ରମେ ୪୦.୨, ୩୯.୫, ୩୯.୫ ଓ ୩୯.୪ ଡିଗ୍ରୀ ସେଲସିୟସ ରହିଥିବା ପାଣିପାଗ ଅଫିସ କହିଛି ।

ସରକାରୀ ସୂତ୍ରରୁ ମିଳିଥିବା ସୁଚନାନୁସାରେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁସଂଖ୍ୟା ୪୧ ରହିଛି ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ପରିବେଶ Tagged With: ଗରମ, ଗ୍ରୀଷ୍ମ ପ୍ରବାହ, ତାପମାତ୍ରା

ଅଂଶୁଘାତ ମୃତ୍ୟୁସଂଖ୍ୟା ୪୦, ପାରଦ ଏବେବି ୪୦ ଡିଗ୍ରୀ ଉପରେ

June 8, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ) ପଶ୍ଚିମ ଓଡିଶାର କେତେକ ସ୍ଥାନରେ ସୋମବାର ଦିନର ସର୍ବାଧିକ ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିବା ବେଳେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪୦ ରେ ପହଞ୍ଚିଥିବା ସରକାର କହିଛନ୍ତି ।

୪୧. ୪ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରି ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଛି । ଅନ୍ୟ ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଊର୍ଦ୍ଧ୍ଵ ତାପମାତ୍ରା ରେକର୍ଡ କରାଯାଇଛି ସେ ସହର ହେଲା ଅନୁଗୁଳ- ୪୦.୧ ଡିଗ୍ରୀ, ଝାରସୁଗୁଡା-୪୦.୫ ଡିଗ୍ରୀ ଓ ହୀରାକୁଦ- ୪୦.୭ ଡିଗ୍ରୀ ।

ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ଅଫିସ ଜାରି କରିଥିବା ସୂଚନା ଅନୁସାରେ ସୋମବାର ସୁଦ୍ଧା ସରକାରଙ୍କ ପାଖରେ ୧୫୯ ଜଣ ଅଂଶୁଘାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ଅଭିଯୋଗ ପହଞ୍ଚିଛି ।

ସେମଧ୍ୟରୁ ୪୦ ଜଣ ଅଂଶୁଘାତ ଦ୍ଵାରା ମୃତ୍ୟୁ ବରଣ କରିଥିବା ଅନୁସନ୍ଧାନରୁ ଜଣା ପଡିଥିବା ବେଳେ, ୭୩ ଜଣ ଅନ୍ୟ କାରଣରୁ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ୪୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ଏହି ସୂଚନାରେ କୁହା ଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଅଂଶୁଘାତ ମୃତ୍ୟୁ, ଗ୍ରୀଷ୍ମ ପ୍ରବାହ

ଟିଟିଲାଗଡରେ ତାପମାତ୍ରା ୪୪ ଡିଗ୍ରୀ, ଜାରି ରହିବ ଗ୍ରୀଷ୍ମ ପ୍ରବାହ

May 20, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୦ (ଓଡିଶା ଡଟ କମ)ବୁଧବାର ରାଜ୍ୟର ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ଟିଟିଲାଗଡରେ ରେକର୍ଡ କରାଯାଇଥିବା ବେଳେ, ଆଗାମୀ ଏକ ସପ୍ତାହ ଧରି ଅଧିକାଂଶ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ ଓ କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୨ ରୁ ୪୪ ଡିଗ୍ରୀ ମଧ୍ୟରେ ରହିପାରେ ବୋଲି ପାଣିପାଗ ବିଭାଗ ଗୁରୁବାର କହିଛି ।

ଉତ୍ତର ପଶ୍ଚିମ ଦିଗରୁ ପ୍ରବଳ ଉତ୍ତପ୍ତ ପବନ ଓଡିଶା ଉପକୂଳ ଦେଇ ପ୍ରବାହିତ ହେଉଛି । ଆକାଶ ସଫା ଥିବା ଯୋଗୁଁ ଏହି ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉନଥିବା ଏହି ବିଭାଗ କହିଛି ।

ଠିକ ସେହି ପରି ବଂଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସ୍ତୃଷ୍ଟି ହୋଇଥିବାରୁ ପରବର୍ତ୍ତୀ ସମୟରେ ଦୁଇଦିନ ମଧ୍ୟରେ ସେଠାରେ ଏକ ଲଘୁଚାପ ସ୍ତୃଷ୍ଟି ହେବାର ସମ୍ଭାବନା ରହିଛି ।

ଫଳରେ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ଉପକୂଳ ଦେଇ ପ୍ରବାହିତ ହେଉଥିବା ଶୁଖିଲା ଓ ଉତ୍ତପ୍ତ ପବନ ଜାରି ରହିବ । ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉଭୟ ଦିନ ଓ ରାତ୍ରିରେ ପ୍ରବଳ ଗରମ ଲାଗିରହିବ ।

ବୁଧବାର ସମ୍ବଲପୁର, ସୋନପୁର, ଓ ଭବାନୀପାଟଣାରେ ମଧ୍ୟ ଦିନର ସର୍ବୋଛ ତାପମାତ୍ରା ୪୩ ଡିଗ୍ରୀ ରୁ ଉପରେ ରହିଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗ୍ରୀଷ୍ମ ପ୍ରବାହ, ତାପମାତ୍ରା ୪୪ ଡିଗ୍ରୀ

୧୨ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ, ଝାରସୁଗୁଡାରେ ୪୪ ଡିଗ୍ରୀ

May 9, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୯ (ଓଡିଶା ଡଟକମ) ରାଜ୍ୟର ବାରଟି ଜିଲ୍ଲାରେ ଶନିବାର ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରହିଥିବା ବେଳେ, ଝାରସୁଗୁଡାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେ ସ୍ଥାନ ଗୁଡିକ ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ, ଭବାନୀପାଟଣା, ଅନୁଗୁଳ, ବଲାଙ୍ଗିର ଓ ଟିଟିଲାଗଡ ଅନ୍ୟତମ ।

ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରି ଅନୁଗୁଳ ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଥିଲା । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଦ୍ଵିପହର ସମୟରେ ବହୁ ଲୋକ ଘର ଭିତରେ ରହିଥିଲେ । ବହୁ ସ୍ଥାନରେ ଜନ ଜୀବନ ପ୍ରଭାବିତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: 44 ଡିଗ୍ରୀ, ଗରମ, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା

ଝାରସୁଗୁଡାରେ ସର୍ବାଧିକ ଦିନ ତାପମାତ୍ରା ୪୩.୪ଡିଗ୍ରୀ

May 8, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୮ (ଓଡିଶା ଡଟ କମ ) ବିଭିନ୍ନ ସ୍ଥାନରେ ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପଶ୍ଚିମ ଓଡିଶାର ଝାରସୁଗୁଡା ସହରରେ ରାଜ୍ୟର ସର୍ବାଧିକ ୪୩.୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

heatwave୪୨.୯ ଡିଗ୍ରୀ ରେକର୍ଡ ହୋଇଥିବା ହୀରାକୁଦ ସହର ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସ୍ଥାନ ରହିଥିବ ବେଳେ ତାହା ତଳକୁ ତାଳଚେର ସହର ରହିଛି । ସେଠାରେ ଦିନର ସର୍ବୋଚ୍ଛ ତାପମାତ୍ରା ୪୨.୮ ଡିଗ୍ରୀ ରହିଥିଲା

ଚାଳିଶ ଓ ବୟାଲିଶ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ କରାଯାଇଥିବା ଅନ୍ୟ ସହର ଗୁଡିକ ହେଲା ସମ୍ବଲପୁର, ସୁନ୍ଦରଗଡ, ଭବାନୀପାଟଣା, ବଲାଙ୍ଗିର, ଟିଟିଲାଗଡ ଏବଂ ଅନୁଗୁଳ ।

ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ଚବିଶ ଘଣ୍ଟା ମଧ୍ୟରେ ସାମାନ୍ୟ ବର୍ଷା କିମ୍ବା ଘଡ ଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଭୁବନେଶ୍ଵର ଏବଂ ଆଖ ପାଖରେ ପାଗ ସାମାନ୍ୟ ମେଘୁଆ ରହିବାର ସମ୍ଭାବନା ଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀ ରହିବାର ସମ୍ଭାବନା ଥିବା ଅନୁମାନ କରାଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗ୍ରୀଷ୍ମ ପ୍ରବାହ, ପାଣିପାଗ, ବର୍ଷା, ରାଜଧାନୀ

ଝାରସୁଗୁଡାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

May 2, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ)ଓଡିଶାର ବିଭିନ୍ନ ଅଞ୍ଚଳରେ ଶନିବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ପାଣିପାଗ ଅଫିସ କହିଛି ।

ବଲାଙ୍ଗିର ଓ ଭବାନୀପାଟଣାରେ ଯଥାକ୍ରମେ ୪୦. ୮ ଓ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ବହୁ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ମଧ୍ୟରେ ରହିଥିଲା ।

ତେବେ ଉପକୂଳ ଅଞ୍ଚଳର ପୁରୀ, ଗୋପାଳପୁର, ପାରାଦୀପ ଆଦି ସ୍ଥାନ ଗ୍ରୀଷ୍ମ ପ୍ରବାହରୁ ଅପେକ୍ଷା କୃତ ସାମାନନ୍ୟ ମୁକ୍ତ ରହିଥିଲା ।ଏହି ସ୍ଥାନମାନଙ୍କରେ ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ପୁରୀ ୩୩.୮ ଡିଗ୍ରୀ, ଗୋପାଳପୁର ୩୧.୮ ଡିଗ୍ରୀ, ଓ ପାରାଦୀପ ୩୧.୯ ଡିଗ୍ରୀ ।

ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ଝାଞ୍ଜି ଓ ବତାସ ପବନ ବହିବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ  ମତ୍ସ୍ୟଜୀବୀ ମାନଙ୍କୁ  ସମୁଦ୍ରକୁ ମାଛ ମାରି ନ ଯିବାକୁ ସତର୍କ କରାଇ ଦିଆ ଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗୋପାଳପୁର, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା, ପାଣିପାଗ, ପାରାଦୀପ, ପୁରୀ, ସେଲସିଅସ

ଗ୍ରୀଷ୍ମ ପ୍ରବାହ ଜାରି, ତାଳଚେରରେ ସର୍ବାଧିକ ୪୩.୨ ଡିଗ୍ରୀ

April 5, 2015 by ନିଉଜ ଡେସ୍କ Leave a Comment

ଭୂବନେଶ୍ଵର, ଏପ୍ରିଲ 5 (ଓଡିଶା ଡଟକମ) ରାଜ୍ୟର ପଶ୍ଚିମ ଓଡିଶା ସମେତ ବିଭିନ୍ନ ସ୍ଥାନରେ ରବିବାର ଗ୍ରୀଷ୍ମ ପ୍ରବାହ ଜାରିରହିଥିବା ବେଳେ ଶିଳ୍ପ ଏବଂ କୋଇଲାଖଣି ପାଇଁ ପରିଚିତ ତାଳଚେରରେ ଦିନର ସର୍ବାଧିକ ୪୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

heatwaveଅନ୍ୟ ଯେଉଁ ସହରରେ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେଗୁଡିକ ହେଲା ଭବାନୀପାଟଣା -୪୨.୨ ଡିଗ୍ରୀ, ଟିଟିଲାଗଡ-୪୨ ଡିଗ୍ରୀ, ବଲାଙ୍ଗିର ୪୧.୧ ଡିଗ୍ରୀ, ସମ୍ବଲପୁର ୪୧ ଡିଗ୍ରୀ,  ମାଲକାନଗିରି ୪୦.୪ ଡିଗ୍ରୀ, ଓ ଅନଗୁଳ ୪୧.୭ ଡିଗ୍ରୀ ।

ଯଦିଓ ଆସନ୍ତା ଦୁଇ ଦିନ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷ ହେବାର ସମ୍ଭାବନା ରହିଛି, ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଅ।ପ।ତତ ଶୁଖିଲା ରହିବା ବୋଲି ସ୍ଥାନୀୟ ପାଣିପାଗ କାର୍ଯ୍ୟ।ଳୟ ଏଠାରେ କହିଛି ।

ଓଡିଶା ଡଟକମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପର୍ଯଟନ, ସ୍ୱାସ୍ଥ୍ୟ Tagged With: ଗ୍ରୀଷ୍ମ ପ୍ରବାହ, ଘଡଘଡି, ତାପମାତ୍ରା, ପଶ୍ଚିମ ଓଡ଼ିଶା

ଆହୁରି ଚାରି ପାଞ୍ଚଦିନ ଗ୍ରୀଷ୍ମପ୍ରବାହ

May 22, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୨(ଓଡ଼ିଶା ଡ଼ଟ୍ କମ୍) ପଶ୍ଚିମ ଓ ଉତ୍ତର ଦିଗରୁ ଗରମ ପବନ ପ୍ରବାହିତ ହେଉଥିବାରୁ ଏହା ପ୍ରଭାବରେ ରାଜ୍ୟରେ ଆସନ୍ତା ଚାରି ପାଞ୍ଚଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଉପର ଦେଇ ତେଲେଙ୍ଗାନା ପର୍ଯ୍ୟନ୍ତ ଟ୍ରାପଲାଇନ ଯାଇଥିଲେ ମଧ୍ୟ ତାହାର ପ୍ରଭାବରେ ଘୂର୍ଣ୍ଣିଝଡ ସୃଷ୍ଟି ହେବାର ଆଂଶକା ରହିଛି କିନ୍ତୁ ଏହା ତାପମାତ୍ରାକୁ ପ୍ରଭାବିତ କରୁନାହିଁ । କେବଳ ସାମୟିକ ଭାବେ ୧ରୁ ୨ ଡିଗ୍ରୀ ତାପମାତ୍ରା ହ୍ରାସ ପାଉଛି ବୋଲି କୁହାଯାଇଛି ।

ତେବେ ମଙ୍ଗଳବାର ମଧ୍ୟ ପଶ୍ଚିମ ଓଡ଼ିଶାର ସୋନପୁର ସହରର ସର୍ବୋଚ୍ଚ ତାପମାତ୍ରା ୪୬ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ଟିଟିଲାଗଡ଼ ୪୫.୫ ଡ଼ିଗ୍ରୀ ରେକର୍ଡ଼ କରାଯାଇଛି ।

ସେହିପରି ସମ୍ବଲପୁରରେ ୪୪.୮, ବଲାଙ୍ଗୀର ୪୪, ହୀରାକୁଦ ୪୨.୩, ସୁନ୍ଦରଗଡ଼ ୪୪, ଝାରସୁଗୁଡା ୪୨.୪ ଓ ଅନୁଗୁଳର ତାପମାତ୍ରା ୪୨.୭ ଡ଼ିଗ୍ରୀ ସେଲ୍ସିୟସ ରେକର୍ଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମ ପ୍ରବାହ, ପଶ୍ଚିମ ଓଡ଼ିଶା

ଜଳକଷ୍ଟ ଅଂଚଳରେ ଟ୍ୟାଙ୍କର ଦ୍ୱାରାପାଣି ଯୋଗାଇବାକୁ ନିର୍ଦ୍ଦେଶ

March 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମାର୍ଚ୍ଚ ୧(ଓଡ଼ିଶା ଡ଼ଟ୍ କମ୍) ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳକଷ୍ଟ ଅଂଚଳରେ ଲୋକଙ୍କୁ ଟ୍ୟାଙ୍କର ଜରିଆରେ ପାଣି ଯୋଗାଇବା ସହ ଏହାର ମୁକାବିଲା ପାଇଁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି ।

ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି, ତେଣୁ ସମସ୍ତ ସଂପୃକ୍ତ ବିଭାଗ ଗୁଡ଼ିକ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପ୍ରସ୍ତୁତ ଓ ପଦକ୍ଷେପ ସଂପର୍କରେ ଠିକ୍ ଭାବେ ମନିଟରିଂ କରିବା ପାଇଁ ସେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମୟରେ ଗାଁ ଓ ସହର ଗୁଡ଼ିକୁ ଅବିରତ ପାନୀୟ ଜଳ ଯୋଗାଣ ନିଶ୍ଚିତ କରିବା ତଥା ଅଚଳ ନଳକୂପ ଓ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥାର ତୁରନ୍ତ ମରାମତି ପାଇଁ ସଂପୃକ୍ତ ବିଭାଗମାନେ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ସେହିପରି ସ୍କୁଲ ଗୁଡ଼ିକର ସମୟ ଅବଧି, ପରୀକ୍ଷା ସମୟ ନିର୍ଘଂଟ ଏବଂ ଶ୍ରମିକ ମାନଙ୍କର କାର୍ଯ୍ୟ ସମୟରେ ଆବଶ୍ୟକ ପରିବର୍ତନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି ।

ମାର୍ଚ୍ଚ ୩୧ ପରେ ଏହି ପରିବର୍ତିତ ସମୟ ନିର୍ଘଂଟ କାର୍ଯ୍ୟକାରୀ କରିବାକୁ ଥିଲେ ମଧ୍ୟ ଆଗୁଆ ଗ୍ରୀଷ୍ମ ପ୍ରଭାବ କ୍ଷେତ୍ରରେ ଏହା ଆଗରୁ କାର୍ଯ୍ୟକାରୀ କରାଯାଇପାରେ ବୋଲି ବୈଠକରେ କୁହାଯାଇଛି ।

ସ୍କୁଲ ଗୁଡ଼ିକୁ ପାନୀୟ ଜଳ ଯୋଗାଣ ଅତି ଗୁରୁତ୍ୱପୂର୍ଣ୍ଣ ତେଣୁ ଏହାକୁ ନିଶ୍ଚିତ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ପ୍ରକାର ପକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମ ପ୍ରବାହ, ଜଳକଷ୍ଟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ