• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଘରୋଇ କମ୍ପାନୀ

ଜନଗଣଙ୍କ ଖର୍ଚ୍ଚରେ

May 19, 2017 by ଓଡିଶା ଡଟ କମ Leave a Comment

ଜନଗଣଙ୍କ ଖର୍ଚ୍ଚରେ

ଘରୋଇ କମ୍ପାନୀମାନଙ୍କର ଆର୍ଥିକ ଦୁଃସ୍ଥାବସ୍ଥାର ବୋଝ ସରକାରୀ କ୍ଷେତ୍ର କାହିଁକି ବହନ କରିବ?

ବ୍ୟାଙ୍କ ପରିଚାଳନା (ସଂଶୋଧନ) ଅଧ୍ୟାଦେଶ, ୨୦୧୭ଟି ମେ ୪, ୨୦୧୭ରେ ଲାଗୁ କରାଗଲା ଯାହାକି ୧୯୪୯ମସିହାରେ ବ୍ୟାଙ୍କ ପରିଚାଳନା ଆଇନକୁ ସଂଶୋଧନ କରି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କ୍ଷମତା ଅର୍ପଣ କଲା ଯେ ୨୦୧୬ର ଇନ୍ସଲଭାନସି ଓ ବ୍ୟାଙ୍କରପ୍ଟ କୋଡ଼ ମୁତାବକ
ଋଣ ଖିଲାପକାରୀମାନଙ୍କ ବିରୁଦ୍ଧରେ ଦେବାଳିଆ ଘୋଷଣା କରିବାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ବ୍ୟାଙ୍କମାନଙ୍କୁ ଯେମିତି ନିର୍ଦ୍ଦେଶ ଦିଆଯିବ ।

ଏଥି ସହିତ ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ କମ୍ପାନୀମାନଙ୍କୁ ସମୟ ସମୟରେ ନିର୍ଦ୍ଦେଶ ଦେବେ ଯେମିତି ଅସୁବିଧାରେ ଥିବା ସମ୍ପତିଗୁଡ଼ିକୁ ନେଇ ସମାଧାନର ରାସ୍ତା ବାହାର କରିବେ ଏବଂ ବ୍ୟାଙ୍କ କମ୍ପାନୀମାନଙ୍କୁ ପରାମର୍ଶ ଦେବା ପାଇଁ କମିଟି ଗଠନ କରିପାରିବେ । ସରକାର ଏବଂ ଏହାର
କାର୍ଯ୍ୟକର୍ତାମାନେ ତଥାପି ସଙ୍କଟରେ ଥିବା ସମ୍ପତିଗୁଡ଼ିକ ନେଇ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେଇ ଚାଲିଛନ୍ତି, ଯେମିତି କି ତୁରନ୍ତ ସେ ସବୁର ସମାଧାନ ହେଇଯିବ ।

ଏଭଳି ସମାଧାନର ରାସ୍ତା ଗୋଟିଏ କଥାକୁ ନିଶ୍ଚିତ କରିବାକୁ ଯାଉଛି ଯେ ଋଣ ଖିଲାପ କରିଥିବା ଘରୋଇ କମ୍ପାନୀମାନଙ୍କର ଋଣ ଭାର ଯେମିତି ରାଷ୍ଟ୍ର ବା ରାଷ୍ଟ୍ରାୟତ କ୍ଷେତ୍ରରେ ଉଦ୍ୟୋଗମାନେ ବହନ କରିବେ । ନିକଟ ଅତୀତରେ ଅନେକ ପ୍ରସ୍ତାବ ଦିଆଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ପାରା ବା ରାଷ୍ଟ୍ରାୟତ ଉଦ୍ୟୋଗର ସମ୍ପତ୍ତି ଥଇଥାନ ସଂସ୍ଥାଟିଏ ଖୋଲିବା ପାଇଁ ପ୍ରସ୍ତାବ ରଖାଯାଇଛି, ଯିଏକି ସରକାରୀ କ୍ଷେତ୍ରର ବ୍ୟାଙ୍କମାନଙ୍କ (ପି.ଏସ୍.ବି)ଠାରୁ ଅନାଦେୟ ଋଣଗୁଡ଼ିକୁ କିଣିବ ।

ଏହି ପାରା ସଂସ୍ଥାକୁ ତିନୋଟି ସୂତ୍ରର ଅର୍ଥ ଯୋଗାଇ ଦିଆଯିବ; ସରକାରଙ୍କ ପ୍ରତିଶ୍ରୁତିିକୁ ବିକ୍ରି କରି, ଘରୋଇ ପୁଞ୍ଜି ନିବେଶକାରୀଙ୍କ ଅଂଶଧନକୁ ପୁଞ୍ଜି କରି ଏବଂ ରିଜର୍ଭ ବ୍ୟାଙ୍କର ବଳକା ଟଙ୍କାକୁ ନେଇ । ସଙ୍କଟରେ ଥିବା ସମ୍ପତିକୁ ନେଇ ପାରା ଭଳି ଅନ୍ୟ ସବୁ ପ୍ରସ୍ତାବିତ ସମାଧାନଗୁଡ଼ିକ ମଧ୍ୟ ଦୁଃସ୍ଥ ଅବସ୍ଥାରେ ଥିବା ବ୍ୟାଙ୍କମାନଙ୍କର ହିସାବ ଖାତାକୁ ନିର୍ମଳ ରଖିବା ପାଇଁ ରାଷ୍ଟ୍ରର ଅର୍ଥ ଲଗାଣ ଉପରେ ନିର୍ଭରଶୀଳ ।

ସବୁଠୁ ଖରାପ କଥା ହେଉଛି ଯେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଗୋଟିଏ ବୈଠକ ହୋଇଥିଲା ଯେଉଁଠି ପ୍ରସ୍ତାବ ଦିଆଗଲା ଯେ ଋଣ ଖିଲାପକାରୀ ଘରୋଇ କମ୍ପାନୀମାନଙ୍କର ନିଷ୍କ୍ରିୟ ବା ଅଚଳ ସମ୍ପତିକୁ ସରକାରୀ କ୍ଷେତ୍ରରେ ବ୍ୟାଙ୍କମାନେ ଏଭଳି ଦୁଃସ୍ଥାବସ୍ଥାରେ ଥିବା ସମ୍ପତିକୁ ଅଣବ୍ୟାଙ୍କିଙ୍ଗ ସରକାରୀ ଉଦ୍ୟୋଗକୁ ହସ୍ତାନ୍ତର କଲେ ସେଭଳି ତର୍ଜମାର ସମ୍ମୁଖୀନ ହେବାକୁ ପଡ଼ିବନି ।

ଋଣ ଖିଲାପକାରୀ ଘରୋଇ କମ୍ପାନୀମାନେ ନିଜର ଖରାପ ସ୍ଥିତିରେ ଥିବା ସମ୍ପତିକୁ ବିକ୍ରି କରିଦେବେ ଏବଂ ସେଥି ସହିତ ଜଡ଼ିତ ବୋଝଗୁଡ଼ିକୁ ସରକାରୀ କ୍ଷେତ୍ରରେ କମ୍ପାନୀମାନଙ୍କୁ ଦେଇଦେବେ । ଏହା ଫଳରେ ଭଲ ଅବସ୍ଥାରେ ଥିବା ସରକାରୀ କମ୍ପାନୀମାନେ ଆର୍ଥିକ ଦୃଷ୍ଟିରୁ ଦୁଃସ୍ଥାବସ୍ଥାକୁ ଆସିଯିବେ ।

ସେମିତି ନକରି ଆମେ କାହିଁକି ସରକାରୀ କ୍ଷେତ୍ରର ବ୍ୟାଙ୍କରେ ପୁନଃ ପୁଞ୍ଜିଲଗାଣ କରିବା ନାହିଁ ଏବଂ ଋଣ ଖିଲାପକାରୀ ଘରୋଇ କମ୍ପାନୀମାନଙ୍କୁ ଉତରଦାୟୀ କରାଇବା ନାହିଁ? ରାଷ୍ଟ୍ରାୟତ ବ୍ୟାଙ୍କରେ ପୁନଃ ପୁଞ୍ଜିଲଗାଣ କଥା ପଡ଼ିଲେ ଏଭଳି କଥା ସବୁ କୁହାଯାଏ ଯାହା କ୍ଷତି ସହୁଥିବା ସରକାରୀ ଉଦ୍ୟୋଗର କମ୍ପାନୀମାନଙ୍କୁ ବଜେଟ ମାଧ୍ୟମରେ ସାହାଯ୍ୟ କଲାବେଳେ କୁହାଯାଇଥାଏ । ସତ୍ୟକୁ ବିକୃତ କରି ଏଭଳି ଉପସ୍ଥାପନା କରାଯାଇଛି ।

ରାଷ୍ଟ୍ରାୟତତ୍ତବ୍ୟାଙ୍କଗୁଡ଼ିକ ଲାଭରେ ଚାଲିଛନ୍ତି, ଯେଉଁମାନେ ଉଭୟ ଟିକସ ଓ ଅଣଟିକସ ରାଜସ୍ୱ ସଂଗ୍ରହରେ ନିଜର ଅବଦାନ ରଖି ଆସିଛନ୍ତି । ୨୦୦୫-୦୬ରୁ ୨୦୧୬-୧୭ ଭିତରେ ସେମାନେ ରାଷ୍ଟ୍ରୀୟ ରାଜକୋଷକୁ ଯେତେ ଦେଇଆସିଛନ୍ତି ସେମାନଙ୍କୁ ବଜେଟ ମାଧ୍ୟମରେ ଦିଆଯାଇଥିବା ସାହାଯ୍ୟ ତୁଳନାରେ ତାହା ଢ଼େର ଅଧିକ ।

ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପୁଣିଥରେ ଘରୋଇକରଣ କରିବା ପାଇଁ ଗୋଟିଏ ମିଛ ଧାରଣାକୁ ଆଧାର କରି କୁହାଯାଉଛି ଯେ ସେମାନଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ସାମଗ୍ରିକ ଋଣ ପ୍ରଦାନ ଏବଂ ସେଥିରେ ବଡ଼ ଧରଣର ଅଚଳ ସମ୍ପତିର ଅନୁପାତର ବ୍ୟବଧାନଟି ବଢ଼ି ବଢ଼ି ଯାଉଛି । କୁହାଯାଉଛି ଯେ ଯଦି ଘରୋଇ ବ୍ୟାଙ୍କମାନଙ୍କ ପାଇଁ ଅଧିକ ସୁଯୋଗ ମିଳିଥାନ୍ତା ଏପରି ଅବସ୍ଥା ଉପୁଜି ନଥାନ୍ତା ।

ଗତ ଦଶନ୍ଧି ଧରି ଅର୍ଥ ବିନିଯୋଗ ଓ ଅଭିବୃଦ୍ଧିର ଯେଉଁ ଧାରାଟି ଚାଲିଛି, ତାକୁ ଏଭଳି ଏକ ମତ ଅଣଦେଖା କରୁଛି । ସବୁପ୍ରକାର ଉଦାର ଋଣ ଲଗାଣ ଯୋଗୁଁ ଭାରତର ଅଭିବୃଦ୍ଧି ଘଟିଥିଲା, କିନ୍ତୁ ୨୦୦୭ର ବିଶ୍ୱ ଆର୍ଥିକ ସଙ୍କଟଯୋଗୁଁ, ଅର୍ଥନୈତିକ କାରବାରରେ ମାନ୍ଦା ଅବସ୍ଥା ଉପୁଜିଲା । ଏହାର ଅର୍ଥ ହେଲା କମ ଲାଭ ଏବଂ ଅଧିକ ଋଣ ଖିଲାପ, ବିଶେଷକରି ଘରୋଇ କ୍ଷେତ୍ରର କମ୍ପାନୀମାନଙ୍କ ଦ୍ୱାରା ।

ଯଦିଓ କିି ଋଣପ୍ରଦାନ କ୍ଷେତ୍ରରେ ରାଷ୍ଟ୍ରାୟତ ବ୍ୟାଙ୍କମାନେ ଖରାପ ନିଷ୍ପତି ନେଇଛନ୍ତି କିନ୍ତୁ ବ୍ୟାଙ୍କ କ୍ଷେତ୍ରରେ ସଙ୍କଟର ପ୍ରମୁଖ କାରଣଟି ବ୍ୟାଙ୍କର ପରିଚାଳନା ଓ ପରିସର ବାହାରେ ହିଁ ରହିଆସିଛି । ଘରୋଇ ବ୍ୟାଙ୍କମାନଙ୍କ କ୍ଷେତ୍ରରେ ଯାହା ହୁଏନି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକୁ ତାହା କହିବା ପାଇଁ ବାଧ୍ୟ କରାଯାଇଛି ଯେମିତିକି ଶକ୍ତି, ଇସ୍ପାତ, ଟେଲିକମ ଏବଂ ବେସାମରିକ ବିମାନ ପରିଚାଳନା ଭଳି ଭିତିଭୂମି ସୃଷ୍ଟି କରିବା ପାଇଁ ଘରୋଇ କମ୍ପାନୀମାନଙ୍କୁ ଅଧିକ ଋଣ ପ୍ରଦାନ କରିବା ପାଇଁ ସରକାର ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି ।

ଘରୋଇ ବ୍ୟାଙ୍କମାନେ ଭିତିଭୂମି ପ୍ରକଳ୍ପ ପାଇଁ ଋଣ ପ୍ରଦାନ କରିବା ବିପଦପୂର୍ଣ୍ଣ ବୋଲି ବିଚାର କରୁଥିଲେ ଯେହେତୁ ଏହିସବୁ ପ୍ରକଳ୍ପ ପାଇଁ ବୃହତ ଧରଣର ପୁଞ୍ଜି ଲଗାଣ କରିବାକୁ ପଡ଼େ ଏବଂ ସେସବୁ କାର୍ଯ୍ୟକାରୀ ହେବା ପାଇଁ ବହୁତ ସମୟ ଲାଗିଥାଏ । ସ୍ପଷ୍ଟ ଭାବେ କହିଲେ ସରକାରଙ୍କ ନିକଟରେ ନିମ୍ନ ବାଟ ଟି ହିଁ ଅଛି : ହୁଏତ ରାଷ୍ଟ୍ରାୟତ ବ୍ୟାଙ୍କରେ ପୁନଶ୍ଚ ଅର୍ଥଲଗାଣ କରିବେ, ଋଣ ଆଦାୟ କାମଟି ତା ବାଟରେ ଚାଲିଥିବା ବେଳେ ଅବା ସେମାନଙ୍କ ହିସାବ ଖାତାରେ ଉନ୍ନତି ଆଣିବା ପାଇଁ ଅନାଦେୟ ଋଣଗୁଡ଼ିକୁ ହିସାବରୁ ବାହାର କରିଦେବେ ।

ଦୁଇଟି ବାଟ ଭିତରୁ, ଦ୍ୱିତୀୟ ବାଟ ତତ୍କ୍ଷଣାତ ଅଠା ଲଗାଇ କାମ କରିବା ଭଳି କଥାଟିଏ । ଏଠି ମଧ୍ୟ ସମୁଦାୟ ମୂଲ୍ୟଟି ରାଷ୍ଟ୍ର ନିଜେ ବହନ କରିବ । ଏହାଫଳରେ ଘରୋଇ ଋଣ ଖିଲାପକାରୀମାନେ କୌଣସି ସମୀକ୍ଷାର ସମ୍ମୁଖୀନ ହେବେ ନାହିଁ ଏବଂ ସମ୍ଭବତଃ ନିଜର ଗୁଣଗୁଡ଼ିକୁ ସଜାଡ଼ି ଦିଆଯିବ ଏବଂ କେତେ କ୍ଷେତ୍ରରେ ଋଣକୁ ମାଫ୍ ମଧ୍ୟ କରାଯିବ ।

ଅର୍ଥ ମନ୍ତ୍ରଣାଳୟ ନିଶ୍ଚିତ ଭାବେ ଆଶଙ୍କାରେ ଥିବ ଯେ, ଯଦି ରାଷ୍ଟ୍ରାୟତ ବ୍ୟାଙ୍କମାନଙ୍କୁ ଘରୋଇ କମ୍ପାନୀମାନଙ୍କ ଋଣ ଛାଡ଼ ପାଇଁ ଚାପ ଦିଆଯାଏ ତାହା ଜନସାଧାରଣଙ୍କ ଧ୍ୟାନ ଆକର୍ଷଣ କରିବ ଏବଂ ସରକାର ନିଜର ସ୍ଥାବକ କମ୍ପାନୀମାନଙ୍କୁ ଅନୁଗ୍ରହ ଦେଖାଇଛନ୍ତି ବୋଲି ଅଭିଯୋଗ ମଧ୍ୟ ଆସିବ ।

ସେଥିପାଇଁ ସରକାର ଏବଂ ସେମାନଙ୍କର ସାଥୀମାନଙ୍କ ସ୍ୱାର୍ଥକୁ ସୁହାଇଲା ଭଳି ବ୍ୟାଙ୍କ ବାହାରେ ଏବଂ ଲୋକଙ୍କ ଦୃଶ୍ୟ ଆଢ଼ୁଆଳରେ ରହି, ବ୍ୟାଙ୍କମାନଙ୍କୁ ମିଠା କଥା କହି ଯଦି ମନେଇ ଦିଆଯାଏ, ତେବେ ସୁବିଧା ହେବ ବ୍ୟାଙ୍କ ବାହାରେ ଋଣ ସମସ୍ୟାର ସମାଧାନ କରିବା ପାଇଁ ଏପରି କରାଯାଇ ପାରିବ ଯଦି ସରକାରୀ ଉଦ୍ୟୋଗର କମ୍ପାନୀମାନଙ୍କୁ, ଆର୍ଥିକ ଦୁରବସ୍ଥାରେ ଥିବା ଘରୋଇ କମ୍ପାନୀମାନଙ୍କର ଦୁଃସ୍ଥ ସମ୍ପତିଗୁଡ଼ିକୁ କିଣିବା ପାଇଁ ଏବଂ ସେମାନଙ୍କର ଋଣ ବୋଝ ଗୁଡ଼ିକୁ ନିଜ କାନ୍ଧରେ ବୋହିବା ପାଇଁ ବ୍ୟବସ୍ଥା ସୃଷ୍ଟି କରାଯାଏ ।

At the Public Expense EPW May 13, 2017 Vol LII No 19

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ସମଦୃଷ୍ଟି Tagged With: ଘରୋଇ କମ୍ପାନୀ, ବ୍ୟାଙ୍କ

କମ୍ପାନୀ ଜନଶୁଣାଣିକୁ ବିରୋଧ କରି ଭଙ୍ଗାରୁଜା

October 27, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାୟଗଡ଼ା, ଅକ୍ଟୋବର ୨୭(ଓଡ଼ିଶା ଡ଼ଟ୍ କମ୍) ରାୟଗଡ଼ା ଜିଲ୍ଲାରେ ଏକ ଘରୋଇ କମ୍ପାନୀର ଜନଶୁଣାଣିକୁବିରୋଧ କରି ସ୍ଥାନୀୟ ଲୋକମାନେ ଗୁରୁବାର ସେଠାରେ ଭଙ୍ଗାରୁଜା କରିଛନ୍ତି ।

କଲ୍ୟାଣସିଂପୁର ବ୍ଲକ୍ ଅନ୍ତର୍ଗତ ସେରିଗୁମ୍ମା ପଞ୍ଚାୟତର ତୁମ୍ଭିତୋରାଇ ଗ୍ରାମରେ ଆର୍ଏସ୍ବି ମେଟାଲଟେକ୍ଲିମିଟେଡ଼୍ର ଜନ ଶୁଣାଣିକୁ ବିରୋଧ କରି ଲୋକମାନେ ସଭା ଆରମ୍ଭ ହେବା ପୂର୍ବରୁ ସେଠାରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ ।

ଲୋକଙ୍କୁ ପୋଲିସ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ଶୁଣିନଥିଲେ । ଜିଲ୍ଲାପାଳ, କଲ୍ୟାଣସିଂପୁର ତହସିଲାର ଓ ପରିବେଶ ଅଧିକାରୀ ମଞ୍ଚାସୀନ ଥିଲେ ମଧ୍ୟ ସେମାନେ କୌଣସି କଥା ନଶୁଣି ଭଙ୍ଗାରୁଜା କରିଥିଲେ ।

କେତେକ ଗ୍ରାମରେ ପଲ୍ଲୀସଭା କରାନଯାଇ କିଭଳି ଜନଶୁଣାଣି କରାଯାଉଛି ବୋଲି ସେମାନେ ଅଭିଯୋଗ କରିବା ସହ ପ୍ରଥମେ ଜଙ୍ଗଲ ଜମିପଟ୍ଟା ବଣ୍ଟନ କରିବାକୁ ଦ।ବି କରିଛନ୍ତି ।

ଗ୍ରାମବାସୀ ଜମିପଟ୍ଟା ପାଇଁ ଗତବର୍ଷରୁ ଆବେଦନ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଟ୍ଟା ଦିଆଯିବାର କୌଣସି ବ୍ୟବସ୍ଥା କରାନଯାଇ ପଲ୍ଲୀସଭା ଡ଼କାଇ କମ୍ପାନୀର ଜମି ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଘରୋଇ କମ୍ପାନୀ, ରାୟଗଡ଼ା

୩୯୬୦ ମେଗାୱାଟ ବିଦ୍ୟୁତ ପ୍ରକଳ୍ପ ପାଇଁ ଚୁକ୍ତିନାମା

January 3, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ୩୯୬୦ ମେଗାୱାଟ ବିଦ୍ୟୁତ ପ୍ରକଳ୍ପ ସ୍ଥାପନ ପାଇଁ ସୋମବାର ସରକାର ତିନୋଟି ଘରୋଇ କମ୍ପାନୀ ସହ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି ।

ଏହି କମ୍ପାନୀ ଗୁଡ଼ିକ ହେଲା ମେସର୍ସ କୁ ପ୍ରୋଜେକ୍ଟସ୍(କେକେପିଏଲ୍), ଏସ୍ପିଆଇ ପୋର୍ଟ ପ୍ରା.ଲିମିଟେଡ଼୍ ଏବଂ ଏନ୍ଏସ୍  ଏଲ୍ ନାଗପଟ୍ଟନମ ପାୱାର କମ୍ପାନୀ ପ୍ରା. ଲିମିଟେଡ଼୍(ଏନ୍ଏନ୍ପିସିପିଏଲ୍) ।

ପୂର୍ବରୁ ସରକାର ୩୪୦୪୦ ମେଗାୱାଟ ବିଦ୍ୟୁତ ଉପାଦାନ ପାଇଁ ୨୭ଟି ଚୁକ୍ତିନାମା ସ୍ୱାକ୍ଷର କରିଥିବା ବେଳେ ସେଥିରୁ  ରାଜ୍ୟକୁ ୬୨୯୯ ମେଗାୱାଟ ବିଦ୍ୟୁତ ଓ ଆଜି ଚୁକ୍ତିନାମା ସ୍ୱାକ୍ଷର ହୋଇଥିବା ତିନୋଟି କମ୍ପାନୀରୁ ୪୭୫ ମେଗାୱାଟ ବିଦ୍ୟୁତ ମିଳିବ ।

୨୦,୪୬୯.୬୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡ଼ିକ ଦ୍ୱାରା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଆଠ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

କେପିପିଏଲ୍ ୭୨୬୦ କୋଟି ଟଙ୍କା ବ୍ୟୟରେ ସୋନପୁର ଜିଲ୍ଲା ପିତାମାଲରେ ୧୩୨୦ ମେଗାୱାଟ ପ୍ରକଳ୍ପ ସ୍ଥାପନ  କରିବାକୁ ଯୋଜନା ରଖିଥିବା ବେଳେ ଏସ୍ପିଆଇପିଏଲ୍ ୬୬୦୯ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡ଼ା ଜିଲ୍ଲାର  ମହାକାଳପଡ଼ାରେ ୧୩୨୦ ମେଗାୱାଟ୍ ପ୍ରକଳ୍ପ ସ୍ଥାପନ କରିବ ।

ସେହିପରି ଏନ୍ଏନ୍ପିସିପିଏଲ୍ ୬୬୦୦ କୋଟି ଟଙ୍କା ବ୍ୟୟରେ ଅନୁଗୁଳ ଜିଲ୍ଲାର ବନମାଳିପୁର ଠାରେ ୧୩୨୦ ମେଗାୱାଟ ପ୍ରକଳ୍ପ ସ୍ଥାପନ କରିବ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଘରୋଇ କମ୍ପାନୀ, ବିଦ୍ୟୁତ ପ୍ରକଳ୍ପ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ