• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚାନ୍ଦିପୁର

ପୃଥୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

December 20, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡିସେମ୍ବର ୨୦(ଓଡିଶା ଡଟ୍ କମ୍)-ଗୁରୁବାର ଦିନ ପୂର୍ବାହ୍ନ ୯.୨୦ ମି. ସମୟରେ ଚାନ୍ଦିପୁର ନିକଟସ୍ଥ ଆଇଟିଆର ପରିସରରେ ଥିବା ଏଲ୍ ସି-୩ ଉତ୍କ୍ଷେପଣ କେନ୍ଦ୍ରରୁ ପୃଥୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ହୋଇଯାଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କକ୍ଷେପଣରେ ହେଉଥିବା ଏହି କ୍ଷେପଣାସ୍ତ୍ରଟି ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ରର ଲମ୍ବ ୯ ମିଟର, ଉଚ୍ଚତା-୧ ମିଟର ଏବଂ ଓଜନ ୪୬୦୦ କି.ଗ୍ରା ।

ଯୁଦ୍ଧ ସମୟରେ ପୃଥ୍ୱୀ-୨ କ୍ଷେପଣାସ୍ତ୍ର ୧ ହଜାର କି.ଗ୍ରା ଓଜନର ପାରମ୍ପରିକ ଏବଂ ପାରମାଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଆଜିର ପରୀକ୍ଷା ସମୟରେ ଆଇଟିଆର ନିର୍ଦ୍ଦେଶକ ଏମ୍.ଭି.କେ.ଭି ପ୍ରସାଦଙ୍କ ସମେତ ଡିଆରଡିଓର ବରିଷ୍ଠ ବୈଜ୍ଞାନିକ ଏବଂ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚାନ୍ଦିପୁର, ପାରମାଣବିକ ଯୁଦ୍ଧାସ୍ତ୍ର, ପୃଥୀ-୨ କ୍ଷେପଣାସ୍ତ୍ର

ଚାନ୍ଦିପୁରରୁ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

June 6, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜୁନ୍ ୬(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ବୁଧବାର ବାୟୁସେନା ପକ୍ଷରୁ ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଂଚ ପ୍ୟାଡ଼ରୁ ସକାଳ ୭ଟା ୫୭ରେ ଏହାର ପରୀକ୍ଷଣ କରାଯାଇଥିବା ଜଣେ ଅଧିକାରୀ କହିଛନ୍ତି । ଏହି କ୍ଷେପଣାସ୍ତ୍ର ୬୦ କିଗ୍ରା ଓଜନର ଯୁଦ୍ଧାସ୍ତ୍ର ବହନ କରିବା ସହ ୨୫ କିମି ପର୍ଯ୍ୟନ୍ତ ଲକ୍ଷଭେ କରିପାରିବ ।

ଭୂପୃଷ୍ଠରୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ୭୨୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଗତ ମଇ ୨୪, ୨୬, ୨୮ ଓ ଚଳିତ ମାସ ୧ ତାରିଖରେଦୁଇଥର ସଫଳ ପରୀକ୍ଷଣ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର, ଚାନ୍ଦିପୁର

ଆକାଶ କ୍ଷେପଣାସ୍ତ୍ରର ପୁଣିଦୁଇଥର ପରୀକ୍ଷଣ

June 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ଜୁନ୍ ୧(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପରୀକ୍ଷଣ ଘାଟୀରୁ ଶୁକ୍ରବାର ବାୟୁସେନା ପକ୍ଷରୁ ଆକାଶ କ୍ଷେପଣାସ୍ତ୍ରରଦୁଇଥର ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଂଚ ପ୍ୟାଡ଼ରୁ ପରୀକ୍ଷଣ କରାଯାଇଥିବା ଏହି କ୍ଷେପଣାସ୍ତ୍ରର ୫୫ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେ କ୍ଷମତା ରହିଛି ।

ଭୂପୃଷ୍ଠରୁ ଆକାଶ ମାର୍ଗରୁ ନିକ୍ଷେପ କରାଯାଇପାରୁଥିବା ୭୨୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଗତ ମାସ ୨୪, ୨୬ ଓ ୨୮ ତାରିଖରେ ସଫଳ ପରୀକ୍ଷଣ କରାଯାଇଥିଲା ।

ପରୀକ୍ଷଣ ସମୟରେ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବା ବେଳେଦୁଇଟି ଯାକ ପରୀକ୍ଷଣ ସଫଳ ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର, ଚାନ୍ଦିପୁର

ଆକାଶ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

May 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟୀରୁ ଗୁରୁବାର ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିକ୍ଷେପ କରାଯାଇ ପାରୁଥିବା “”ଆକାଶ”” କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି ।

୭୦୦ କିଗ୍ରା ଓଜନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ୬୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବା ସହ ୨୭ କିମି ପର୍ଯ୍ୟନ୍ତ ଲକ୍ଷଭେଦର କ୍ଷମତା ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଆକାଶ କ୍ଷେପଣାସ୍ତ୍ର, ଚାନ୍ଦିପୁର, ବାଲେଶ୍ୱର

“ପ୍ରହାର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

July 21, 2011 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ବାଲେଶ୍ୱର, ଜୁଲାଇ ୨୧(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁରୁବାର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର “ପ୍ରହାର’ର ସଫଳ ପରୀକ୍ଷଣ କରାଯାଇଛି ।

ତିନି ନମ୍ବର ଲଞ୍ଚ ପ୍ୟାଡ଼ରୁ ସକାଳ ୮.୧୩ରେ ପ୍ରଥମଥର ଏହାର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୧୫୦ କିମି ଦୂରତା ପର୍ଯ୍ୟନ୍ତ ଲକ୍ଷଭେ କରିବାର କ୍ଷମତା ରହିଛି ।

କ୍ଷେପଣାସ୍ତ୍ର ପରୀକ୍ଷଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷଣ ଘାଟୀର ଦୁଇ କିମି ମଧ୍ୟରେ ଥିବା ପାଞ୍ଚଟି ଗ୍ରାମର ୪୦୧ଟି ପରିବାରକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍


ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚାନ୍ଦିପୁର, ବାଲେଶ୍ୱର, ମୁଖ୍ୟ ଖବର

ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ଦୁଇ ଥର ସଫଳ ପରୀକ୍ଷଣ

December 22, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ଡ଼ିସେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟିରୁ ବୁଧବାର ଆଣବିକ କ୍ଷମତା ସଂପନ୍ନ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ଦୁଇ ଥର ସଫଳ ପରୀକ୍ଷଣ କରାଯାଇଛି ।

ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ପ୍ରଥମେ ୮.୧୬ରେ ଓ ପରେ ୯.୧୫ରେ ପରୀକ୍ଷଣ କରାଯାଇଥିବା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି । ଭାରତୀୟ ସେନାବାହୀନୀରେ ପୂର୍ବରୁ ଏହା ସାମିଲ ହୋଇସାରିଛି ।

ମଧ୍ୟମ ଦୂରଗାମୀ ଏହି କ୍ଷେପଣାସ୍ତ୍ରର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ଥିବା ବେଳେ ୫୦୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଗତ ସେପ୍ଟେମ୍ବର ୨୪ରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ବିଫଳ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର, ଚାନ୍ଦିପୁର, ପୃଥ୍ୱୀ-୨, ବାଲେଶ୍ୱର ଜିଲ୍ଲା, ମୁଖ୍ୟ ଖବର

ଚାନ୍ଦିପୁରରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷଣ

December 2, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ହେମନ୍ତ ରାଉତ

ବାଲେଶ୍ୱର, ଡ଼ିସେମ୍ବର ୨(ଓଡ଼ିଶା ଡ଼ଟ୍ କମ୍) ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁରୁବାର ସୁପରସୋନିକ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷଣ କରାଯାଇଛି ।

୨୯୦ କିମି ପର୍ଯ୍ୟନ୍ତ ଲକ୍ଷଭେ କରିବାର କ୍ଷମତା ଥିବା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ତିନି ନମ୍ବର ଲଞ୍ଚପ୍ୟାଡ଼ରୁ ଦିନ ୧୧ଟା
ବେଳେ କରାଯାଇଛି ।

ଭାରତ ଓ ଋଷିଆର ମିଳିତ ଜ୍ଞାନ କୌଶଳରେ ତିଆରି କରାଯାଇଥିବା ଏହି କ୍ଷେପଣାସ୍ତ୍ରର ୨୦୦ରୁ ୩୦୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ।

ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ନିମନ୍ତେ ପରୀକ୍ଷଣ କେନ୍ଦ୍ରର ଦୁଇ କିମି ବ୍ୟାସାର୍ଦ୍ଧ ପରିସୀମାକୁ ବିପଶଙ୍କୁଳ ଘୋଷଣା
କରାଯାଇଥିବାରୁ ଏହି ପରିସୀମା ଅନ୍ତର୍ଭୁକ୍ତ ପ୍ରାୟ ତିନି ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କ୍ଷେପଣାସ୍ତ୍ର ଘାଟି, ଚାନ୍ଦିପୁର, ବାଲେଶ୍ୱର, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ