ଟାଟା ସହାୟତାରେ ହେବାକୁଥିବା ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ
ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ହାସପାତାଲ ଗଞ୍ଜାମ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ ଆଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବ । ଏଗ୍ରିମେଣ୍ଟ ଅନୁସାରେ ଟାଟା ଷ୍ଟିଲ ଏହି ଚିକିତ୍ସାଳୟର ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ପାଇଁ ୪୨.୩ କୋଟି ଟଙ୍କା ପ୍ରଦାନ କରିବ । ସେହି ସମୟରେ କାର୍ଯ୍ୟରାମ୍ଭ ପାଇଁ ଅଗ୍ରୀମ ରାଶି ଭାବେ ଶଙ୍କର ଚିକିତ୍ସାଳୟ ଅଧିକାରୀଙ୍କୁ ୩କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।