• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚିଟଫଣ୍ଡ

ସାମ୍ବାଦିକଙ୍କୁ ମାଡମାରି ଚିଟଫଣ୍ଡ କମ୍ପାନୀ ନିର୍ଦ୍ଦେଶକ ଗିରଫ

July 8, 2015 by News Bureau Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ୮ ଜୁଲାଇ(ଓଡ଼ିଶା ଡ଼ଟ୍ କମ୍): ଫଟୋ ସାମ୍ବାଦିକ ଜିତେନ୍ଦ୍ର ମହାନ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଚିଟ ଫଣ୍ଡ ମାମଲାରେ ଛନ୍ଦି ହୋଇଥିବା ସ୍ୱସ୍ତିକ୍ ଭାରତ ମଲ୍ଟି ସ୍ଟେଟ କ୍ରେଡିଟ କୋ-ଅପରେଟିଭ ସଂସ୍ଥାର ନିର୍ଦ୍ଦେଶକ ରଞ୍ଜନ ଦାସଙ୍କୁ ବଡଗଡ ଥାନା ପୋଲିସ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସିବିଆଇ ପକ୍ଷରୁ ଦାସଙ୍କ ବଡଗଡ ବ୍ରିଟ କଲୋନୀ ସ୍ଥିତ ବାସଭବନ ଉପରେ ଚଢଉ ଚାଲିଥିବାବେଳେ ଉକ୍ତ ଘଟଣାର ତଥ୍ୟ ସଂଗ୍ରହ ପାଇଁ ଜିତେନ୍ଦ୍ର ଫଟୋ ଉତ୍ତୋଳନ କରୁଥିଲେ ।

ଏହି ସମୟରେ କିଛି ପେଷାଦାର ଗୁଣ୍ଡା ବାଇକରେ ଆସି ତାଙ୍କୁ ଆକ୍ରମଣ କରିବା ସହ ଏକ ଘର ଭିତରେ ପୁରାଇ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି ।ଜିତେନ୍ଦ୍ରଙ୍କ ପିଠି, ମୁଣ୍ଡ ଓ ହାତରେ କ୍ଷତ ସୃଷ୍ଟି ହୋଇଥିବା କୁହା ଯାଇଛି । ତାଙ୍କୁ ବନ୍ଧୁକ ଦେଖାଇ ମାରିଦେବାପାଇଁ ଧମକ ମଧ୍ୟ ଦିଆଯାଇଥିବ ସେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଦେଖିବା ପରେ ଧରିତ୍ରୀ ସଂବାଦପତ୍ରର ଫଟୋ ସାମ୍ବାଦିକ ମନୋରଞ୍ଜନ ମିଶ୍ର ବଡଗଡ ଥାନା କୁ ଜଣାଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବା ସହ ରଞ୍ଜନ ଦାସଙ୍କୁ ଗିରଫ କରିଥିଲେ ।

ସାମ୍ବାଦିକଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ଘଟଣାକୁ ”ପ୍ରେସ କ୍ଲବ ଅଫ ଓଡିଶା” ପକ୍ଷରୁ ନିନ୍ଦା କରାଯାଇ ରଞ୍ଜନ ଦାସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କ ଜାମିନ ନାମଞ୍ଜୁର କରିବା ପାଇଁ ଦାବି କରାଯାଇଛି ।

ଧରିତ୍ରୀ ସମ୍ପାଦକ ତଥାଗତ ଶତପଥିଙ୍କ ନେତୃତ୍ଵରେ କ୍ଲବର ଏକ ପ୍ରତିନିଧି ଦଳ ପୁଲିସ କତ୍ତୃପକ୍ଷଙ୍କୁ ସାକ୍ଷାତ କରି ଏହି ଦାବି କରିଛନ୍ତି ।

ଏଠାରେ ସୁଚାଇ ଦିଆଯାଇପାରେ ଯେ, କିଛିଦିନ ତଳେ କନକ ଟିଭି ର ଜଣେ ସାମ୍ବାଦିକଙ୍କୁ ଭୁବନେଶ୍ଵର ରେଳ ଷ୍ଟେସନ ପରିସରରେ ମାଡମାରି ଜଣେ ଆରପିଏଫ ଇନ୍ସପେକ୍ଟର ନିଲମ୍ବିତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମାନବାଧିକାର Tagged With: ଚିଟଫଣ୍ଡ, ଦାଦାଗିରି

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଗିରଫ

May 26, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ଭୁବନେଶ୍ଵର,ମଇ ୨୬ (ଓଡିଶା ଡଟ କମ) : କ୍ଷୁଦ୍ର ନିବେଶକମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଠକେଇର ଅଭିଯୋଗ ହୋଇଥିବା ଭିଷ୍ଟା କମ୍ପାନୀ ର ଆଉ ଜଣେ ଅଫିସରଙ୍କୁ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସୋମବାର ଦିନ ଗିରଫ କରିଛି । ସେ ହେଉଛନ୍ତି ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦେବ ପ୍ରସାଦ ମିଶ୍ର ।

ଅର୍ଥନୈତିକ ଅପରାଧ ଶାଖାରୁ ମିଳିଥିବା ତଥ୍ୟ ଅନୁଯାୟୀ ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡ ରେ ଦେବ ପ୍ରସାଦ ମିଶ୍ର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଭାବରେ ୨୦୧୦ ଓ ୨୦୧୧ କାମ କରୁଥିଲେ । ସେତେବେଳେ ସେ ଭିଷ୍ଟାର ସମସ୍ତ କମ୍ପାନୀର ଆକାଉଣ୍ଟିଂ ବିଷୟରେ ବୁଝୁଥିଲେ।

ଦେବ ପ୍ରସାଦ କମ୍ପାନୀର ଇନକମଟ୍ୟାକ୍ସ ଭରିବା ନାଁରେ ଅଧ୍ୟକ୍ଷ ଦେବ କୁମାର ପଣ୍ଡାଙ୍କ ଠାରୁ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଆଣିଥିଲେ, ହେଲେ ସେହି ଟଙ୍କାରେ କମ୍ପାନୀର ଇନକମଟ୍ୟାକ୍ସ ନଭରି ରାଜଧାନୀ ଉପକଣ୍ଠରେ ନିଜ ନାଁରେ ଏକ ଜମି କିଣିଥିଲେ। ଆହୁରି ମଧ୍ୟ ବହୁବାର ବଡ ଆମାଉଣ୍ଟର ଟଙ୍କା ଭିଷ୍ଟାର ଆକାଉଣ୍ଟରୁ ଶ୍ରୀ ମିଶ୍ରଙ୍କ ଆକାଉଣ୍ଟାକୁ ଯାଇଥିବା ର ପ୍ରମାଣ ମିଳିଛି ।

କ୍ରାଇମବ୍ରାଞ୍ଚ ଭିଷ୍ଟାର ଅଧ୍ୟକ୍ଷ ଦେବ କୁମାର ପଣ୍ଡାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କଲାବେଳେ ଏହି ସବୁ ତଥ୍ୟ ସାମ୍ମନାକୁ ଆସିଛି । ତେବେ ଇଓଡ଼ବଲ୍ୟୁ ତଦନ୍ତ ଜାରିରଖିବା ସହ ଯମାକାରୀଙ୍କ ଟଙ୍କା କେଉଁ କେଉଁ ଜାଗାରେ ନିବେଶ ହୋଇଛି ତାହାର ଅନୁସନ୍ଧାନ ଚଳାଇଛି।

ତେବେ ଏଁ ଯାଏ ଭିଷ୍ଟାର ଅଧ୍ୟକ୍ଷ ଦେବ କୁମାର ପଣ୍ଡାଙ୍କ ସହ ଦୁଇ ଜଣ ନିର୍ଦ୍ଦେଶକ ବିଜୟ ସ୍ଵାଇଁ ଓ ମନୋଜ ପଟ୍ଟନାୟକଙ୍କୁ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିସାରିଛି । ଆଉ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଦେବ ପ୍ରସାଦ ମିଶ୍ରଙ୍କୁ ମଧ୍ୟ ଗିରଫ ହୋଇଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ଚାଟାର୍ଡ ଆକାଉଣ୍ଟାଣ୍ଟ୍, ଚିଟଫଣ୍ଡ, ଭିଷ୍ଟା କମ୍ପାନୀ

ଚିଟ୍ ଫଣ୍ଡ ଠକେଇରେ ଆଉ ଛଅ ଜଣ ଗିରଫ

May 23, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୩ (ଓଡିଶା ଡଟ କମ) ଚିଟଫଣ୍ଡ ଠକେଇରେ ସମ୍ପୃକ୍ତ ଥିବା ପଶ୍ଚିମବଙ୍ଗର ମାଗନସ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ କମ୍ପାନୀର ସିଏମଡ଼ିଙ୍କ ସହ ଏହାର ଛଅ ଜଣ ନିର୍ଦ୍ଦେଶକଙ୍କୁ ଭଦ୍ରକ ଟାଉନ ପୁଲିସ ଶୁକ୍ରବାର ଗିରଫ କରିଛି।

ଧାମରା, ଭଦ୍ରକ, ସୋର ଓ ବାଲେଶ୍ଵର ଠାରେ ଥିବା କମ୍ପାନୀର ମୁଲ୍ୟବାନ ସମ୍ପତ୍ତିକୁ ବିକ୍ରି କରିବା ପାଇଁ ସେମାନେ ସୋରର ଏକ ଲଜରେ ଏକାଠି ହୋଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ତାଙ୍କ ଉପରେ ଚଢାଉ କରିଥିଲା ।

ମିଳିଥିବା ସୁଚନାନୁସାରେ, ଏହି କମ୍ପାନୀ ୨୦୧୧ ମସିହାରେ ଭଦ୍ରକର କଲେଜରୋଡ ସ୍ଥିତ ଜଗନ୍ନାଥପୁର, ଧାମରା, ଆଗରପଡା, ବାଲେଶ୍ଵର, ସୋର ଠାରେ ନିଜର ଶାଖା କାର୍ଯ୍ୟ।ଳୟ ଖୋଲିଥିଲା । ଏହି ସଂସ୍ଥାରେ ଜିଲ୍ଲାର ଦେଢହଜାରରୁ ପ୍ରାୟ ଅଧିକ ଜମାକାରୀ ପ୍ରାୟ ୧୫ କୋଟିରୁ ଅଧିକ ଟଙ୍କା ଜମା ରଖିଥିଲେ । ୨୦୧୪ ମସିହାରେ ଏହି ସଂସ୍ଥା ହଠାତ ତା’ର ସମସ୍ତ ଶାଖା ବନ୍ଦ କରି କୁଆଡେ ଉଭାନ ହୋଇଯାଇଥିଲା ।

ଏହାପରେ ଏହି ସଂସ୍ଥାର ଜମାକାରୀମାନଙ୍କତରଫରୁ ଥାନାରେ ଅଭିଯୋଗ କରଯାଇଥିଲା । ଭଦ୍ରକ ଟାଉନ ଥାନା ସେମାନଙ୍କ ନାମରେ ଏତଲା ଦାୟର କରି ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ Tagged With: ଗିରଫ, ଚିଟଫଣ୍ଡ, ମାଗନସ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀର ନିର୍ଦ୍ଦେଶକ ଗିରଫ

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର ମଇ ୨୧(ଓଡିଶା ଡ଼ଟ୍ କମ୍) ନିବେଶକ ମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗରେ ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଅଧ୍ୟକ୍ଷ ଦେବ କୁମାର ପଣ୍ଡା ନିକଟରେ ଗିରଫ ହୋଇ ଥିବା ବେଳେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗୁରୁବାର ଏହାର ନିର୍ଦ୍ଦେଶକ ବିଜୟ ସ୍ଵାଇଁଙ୍କୁ ଗିରଫ କରିଛି ।

ସୂଚନା ଯୋଗ୍ୟଯେ, ମଇ ୧୭ ତାରିଖରେ ଭିଷ୍ଟାର ଅଧ୍ୟକ୍ଷ ଦେବ କୁମାର ପଣ୍ଡାକୁ ଭୁବନେଶ୍ଵର ରୁ ତିରୁପତି ଏକ୍ସପ୍ରେସ ବିଶାଖାପାଟନାମ ଯିବାପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଏକ ଟ୍ରେନ କୁ ଅପେକ୍ଷା କରିଥିବା ସମୟରେ ତାଙ୍କୁ ପୁଲିସ କାବୁ କରିନେଇଥିଲା। ତା’ପରେ ତାଙ୍କୁ ପଚରାଉଚରା ପାଇଁ ତିନ ଦିନ ରିମାଣ୍ଡରେ ନିଆଯାଇଥିଲା।

ପଣ୍ଡା କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ୨୦୦୮ ମସିହାରେ କଟକରେ ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ ଖୋଲି ବହୁ ବର୍ଷ ଧରି ସେ ନିଜ ବେଆଇନ କାରବାର ଚଲାଇଆସୁଥିଲା ବୋଲି ପୁଲିସ କହିଛି । ଖୁବ କମ ସମୟରେ ଅଧିକ ଫାଇଦାର ପ୍ରଲୋଭନ ଦେଖାଇ ତାଙ୍କ ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ।

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ଏହି ସଂସ୍ଥା ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା । ଭିଷ୍ଟାର କାର୍ଯ୍ୟକ୍ରମ ଓ ପୋଷ୍ଟର ବ୍ୟାନରରେ ଶାସକ ଦଳର କେତେକ ନେତାଙ୍କ ଫଟୋଚିତ୍ର ଥିବାରୁ ଏହାର ନିରପେକ୍ଷ ତଦନ୍ତ କରିବା ପାଇଁ ନିକଟରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦାବି କରିଥିଲେ ।

ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଏପିକଲ ସହ ଏକ କୃଷି ସେବା କେନ୍ଦ୍ର ଖୋଲିବା ପାଇଁ ରାଜିନାମା କରିଥିବା ତଥ୍ୟ ସାମନାକୁ ଆସିବା ପରେ ସେ ସମୟରେ ଏପିକଲର ଅଧକ୍ଷ୍ୟ ଥିବା ବିଜେଡି ର ଜଣେ ନେତାଙ୍କ ଭୂମିକା ଏବେ ସନ୍ଦେହ ଘେରକୁ ଆସିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଚିଟଫଣ୍ଡ, ଠକେଇ, ଭିଷ୍ଟା

ଚିଟ ଫଣ୍ଡ ମାମଲାରେ ସାଫେକ୍ସର ସମ୍ପତ୍ତି ନିଲାମ ପାଇଁ ନିର୍ଦ୍ଦେଶ

May 18, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

କଟକ, ମଇ ୧୮ (ଓଡିଶା ଡଟ କମ) ବହୁଚର୍ଚିତ ଚିଟ ଫଣ୍ଡ ଠକେଇ ମାମଲାରେ କଟକର ଏକ ସ୍ଵତନ୍ତ୍ର ଅଦାଲତ ସାଫେକ୍ସ ଇନଫ୍ରା ଇଣ୍ଡିଆ ଲିମିଟେଡ କମ୍ପାନୀର ଜବତ ସମ୍ପତ୍ତିକୁ ନିଲାମ କରି ନିବେଶକାରୀଙ୍କୁ ଫେରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣେ ଓକିଲ ସୋମବାର
କହିଛନ୍ତି ।

ବାରମ୍ବାର ତାଗିଦ ସତ୍ଵେ ଅଦାଲତରେ କମ୍ପାନୀ ତରଫରୁ କେହି ହାଜର ନ ହେବାରୁ କୋର୍ଟ ଏକ ପାଖିଆ ମାମଲାର ବିଚାର କରି ଏହି ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।

ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ସେମାନଙ୍କ ଠାରୁ ଏହି କମ୍ପାନୀ ବ୍ୟାପକ ଅର୍ଥ ସଂଗ୍ରହ କରି ଫେରାଇ ନ ଥିବା ଅଭିଯୋଗ ପରେ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏହାର ତଦନ୍ତ କରିଥିଲେ ।

ଏହି ଶାଖାର ଅଫିସର ମାନେ ପ୍ରାୟ ପଚାଶ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ବ୍ୟାଙ୍କରେ ସଞ୍ଚିତ ଧନ ରାଶି, କମ୍ପାନୀର ବିଭିନ୍ନ ଜିଲ୍ଲାରେ ଥିବା ଜମି ଇତ୍ୟାଦି ଦୁଇବର୍ଷ ତଳେ ଜବତ କରିଥିଲେ ।
ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ, ରାଜନୀତି Tagged With: ଅର୍ଥନୈତିକ ଅପରାଧ ଶାଖା, କୋର୍ଟ, କ୍ରାଇମ ବ୍ରାଞ୍ଚ, ଚିଟଫଣ୍ଡ, ଜବତ, ସାଫେକ୍ସ

ଚିଟଫଣ୍ଡ ମାମଲାରେ ତିନିଜଣଙ୍କୁ ସଶ୍ରମ କାରାଦଣ୍ଡ ଆଦେଶ

April 20, 2015 by ନିଉଜ ଡେସ୍କ Leave a Comment

ବାରିପଦା, ଏପ୍ରିଲ ୨୦ (ଓଡିଶା ଡଟ କମ) ମୟୂରଭଞ୍ଜ ଜିଲାରେ ଏକ ଅଦାଲତ ଚିଟଫଣ୍ଡ କାରବାର ଜରିଆରେ ଲୋକଙ୍କୁ ଠକିଥିବା ତିନିଜଣ ବ୍ୟକ୍ତିଙ୍କୁ ସୋମବାର ସଶ୍ରମ କାରାଦଣ୍ଡ ଓ ଜରିମାନା ଆଦେଶ ଦେଇଛନ୍ତି ।

ବାରିପଦା ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୟ କୁମାର ସାହୁ ଇଣ୍ଡିଆ ଇନଫୋ ଷ୍ଟାର ଓ ଇଣ୍ଡିଆ ଇନଫୋ ଲାଇନର ଆଞ୍ଚଳିକ ପରିଚାଳକ ଦୀପିକାନ୍ତ ବେହେରଙ୍କୁ ପାଞ୍ଚ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିବାବେଳେ ଉକ୍ତ ସଂସ୍ଥାର ଶାଖା ପରିଚାଳକ ଗଗନ ପାତ୍ର ଓ ଚାଳକ ଶୁଭେନ୍ଦୁ ଶେଖର ପଣ୍ଡାଙ୍କୁ ଚାରିବର୍ଷ ଲେଖାଏଁ କାରାବାସ ଶୁଣାଇଛନ୍ତି।

ମାନ୍ୟବର ଜଜ ବେହେରାଙ୍କ ଉପରେ ଏକ କୋଟି ଟଙ୍କାର ଜରିମାନା ଆଦେଶ କରିଥିବା ବେଳେ, ଅନ୍ୟ ଦୁଇଜଣଙ୍କୁ ଜଣ ପିଛା କୋଡିଏ ଲକ୍ଷ ଟଙ୍କା ଫାଇନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଜରିମାନା ଦେଇନପାରିଲେ ବେହେର।ଙ୍କୁ ଅଠର ମାସ ଓ ଅନ୍ୟ ଦୁଇଜଣଙ୍କୁ ଛଅ ମାସ ଲେଖାଏଁ ଅତିରିକ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ । ସଜ। ପାଇଥିବା ବ୍ୟକ୍ତି ଚିଟଫଣ୍ଡ ସଂସ୍ଥା ତିଆରିକରି ଲୋକଙ୍କଠାରୁ ଅଧିକ ସୁଧ ଦେବା ପ୍ରଲୋଭନ ଦେଖାଇ ଟଙ୍କା ସଂଗ୍ରହ କରୁଥିଲେ ଓ ନିଜ ପ୍ରତିଶୃତି ପାଳନ କରୁ ନଥିଲେ ।

ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଦୁଇ ବର୍ଷ ତଳେ ଅଭିଯୋଗ ହେବ। ପରେ ସେମାନଙ୍କୁ ଗିରଫ କରି ପୁଲିସ ତାଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରିଥିଲା

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଅପରାଧ Tagged With: କାରାଦଣ୍ଡ, ଚିଟଫଣ୍ଡ, ମାଜିଷ୍ଟ୍ରେଟ

ଚିଟଫଣ୍ଡ ମାମଲା: ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଗିରଫ

October 31, 2014 by ଓଡିଶା ଡଟ କମ Leave a Comment

ପ୍ରଫୁଲ୍ଲ ଦାସ

ଭୁବନେଶ୍ଵର, ଅକ୍ଟୋବର ୩୧ (ଓଡିଶା ଡଟ କମ) ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ଶୁକ୍ରବାର ଘଣ୍ଟାବ୍ୟାପୀ ଜେରା ପରେ ଚିଟ ଫଣ୍ଡ ମାମଲାରେ ଗିରଫ କରିଛି।

prabhat ସିବିଆଇ ସୂତ୍ରରୁ ମିଳିଥିବା ଖବର ଅନୁସାରେ ତ୍ରିପାଠୀଙ୍କ ଅର୍ଥ ତତ୍ଵ ଗ୍ରୁପ ସହ ସମ୍ପୃକ୍ତ ଥିବା ଅ।ପତତ ପ୍ରମାଣ ମିଳିଛି। ତ୍ରିପାଠୀ ବିଧାନସଭାରେ ବାଙ୍କି ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ଵ  କରୁଛନ୍ତି । ଗିରଫର କିଛି ସମୟ ପରେ ବିଜେଡି ତାଙ୍କୁ ଦଳରୁ ସସପେଣ୍ଡ କରିଥିବା ଘୋଷଣା କରିଛି।

ଅଗଷ୍ଟରେ ସିବିଆଇ ତ୍ରିପାଠୀଙ୍କ ବାଙ୍କି ଏବଂ କଟକ ରେ ଥିବା ଘର ଉପରେ ଚଢଉ କରି ବହୁ ଗୁରୁତ୍ଵପୂର୍ଣ କାଗଜପତ୍ର ଜବତ କରିଥିଲା

ଓଡିଶା ଡଟ କମ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଚିଟଫଣ୍ଡ, ବିଜେଡ଼ି, ସିବିଆଇ

ଚିଟଫଣ୍ଡ ଠକେଇର ସିବିଆଇ ତଦନ୍ତ ନିଦେ୍ର୍ଧଶ

December 13, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ବାଲେଶ୍ୱର,ଡିସେମ୍ବର ୧୩(ଓଡିଶା ଡଟ୍ କମ୍)-ବାଲେଶ୍ୱର ଚିଟଫଣ୍ଡ ଠକେଇର ମୁଖ୍ୟ ମହମ୍ମଦ ନାସିର ଖାଁ କମ୍ପାନୀ ‘ଫାଇନ ଇଣ୍ଡିସେଲ୍ସ ପ୍ରାଇଭେଟ ଲିମିଟେଡ’ କର୍ଣ୍ଣାଟକ,ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ସାଧାରଣ ଉପଭୋକ୍ତାଙ୍କଠାରୁ ଏକଶହ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଠକିଥିବା ଅଭିଯୋଗର ବିଚାର କରି ବୁଧବାର ଦିନ ଓଡ଼ିଶା ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ।

ହାଇକୋର୍ଟର ମୁଖ ବିଚାରପତି ଭି.ଗୋପାଳଗୌଡ଼ ଓ ବିଚାରପତି ବିଶ୍ୱନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେବା ସହ ୩ମାସ ମଧ୍ୟରେ ସିବିଆଇ ତଦନ୍ତର ଅଗ୍ରଗତି ସଂକ୍ରାନ୍ତ ରିପୋର୍ଟ ଦାଖଲ କରିବାକୁ ଆଦେଶନାମାରେ ସ୍ପଷ୍ଟକରିଛନ୍ତି ।

ଏତଦ ବ୍ୟତୀତ ଅର୍ଥ ଫେରସ୍ତ ସଂକ୍ରାନ୍ତରେ ପରେ ବିଚାର କରାଯିବ ବୋଲି ଖଣ୍ଡପୀଠ ରାୟରେ ଉଲ୍ଲେଖ କରିବା ସହ ତଦନ୍ତରେ ସହଯୋଗ କରିବାକୁ ରାଜ୍ୟ କ୍ରାଇମବ୍ରାଞ୍ଚକୁ ମଧ୍ୟ ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଅଳ୍ପ ପୁଞ୍ଜି ବିନିଯୋଗରେ ଅଧିକ ରୋଜଗାର କରିବା ଲୋଭ ଦେଖାଇ କାନପୁରର ଫାଇନ ଇଣ୍ଡିସେଲସ , ନାସିର ଖାଁ ଓ ସୟଦ ଅହମ୍ମଦ ଜୟପୁରର ମନି ମନ୍ତ୍ର,ମୁମ୍ବାଇର ଟ୍ରାଇଡାଣ୍ଟ ଓ ଲକ୍ଷ୍ୟ ଲେଭଲ ମାର୍କେଟିଂ,ଡ୍ରିମ ଆଚିଭର ଏବଂ ଦିଲ୍ଲୀର ଲୁଇବ୍ରେଲ ଏଜୁକେସନ ସୋସାଇଟି ଆଦି ସଂସ୍ଥା ଓଡ଼ିଶାରେ ବେଆଇନ ଅର୍ଥ ସଂଗ୍ରହ ଭଳି ବ୍ୟବସାୟରେ ଲିପ୍ତ ରହିଥିଲେ ।

୨୦୦୯ରେ ବାଲେଶ୍ୱରରେ ଏହି କମ୍ପାନୀ ବିପୁଳ ପରିମାଣର ଅର୍ଥ ହେରଫେର କରିଥିବା ଲୋକଲୋଚନକୁ ଆସିବା ପରେ ୨୦୦୦ ଜୁଲାଇରେ ପ୍ରଥମେ କ୍ଷତିଗ୍ରସ୍ତ ହୋଇଥିବା ନିରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ଖୁଣ୍ଟା ଥାନାରେ ଏତଲା ଦେଇଥିଲେ ।

କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ମୋଟରେ ୧୯୧ କୋଟି ଟଙ୍କାର ଆକାଉଣ୍ଟକୁ ଅଚଳ କରିଦେଇଥିଲା । ଏହି କାରବାରରେ ମୁମ୍ବଇ ନାସିର ଖାଁଙ୍କ ସମ୍ପୃକ୍ତିକୁ କ୍ରାଇମବ୍ରାଞ୍ଚ ପଦାକୁ ଆଣିବା ସହ ତାକୁ ଓ ତା’ର ଜଣେ ସହଯୋଗୀ ସୟଦ ଅହମ୍ମଦକୁ ଗିରଫ କରିଥିଲା ।

ତେବେ ହାଇକୋର୍ଟ ପରିସରରୁ ଉଭୟଙ୍କୁ ଗିରଫ କରାଯାଇଥିବା ଅଭିଯୋଗକୁ ଭିତିକରି ହାଇକୋର୍ଟ ସେମାନଙ୍କୁ ଜାମିନରେ ଛାଡିଦେଇଥିଲେ । ଚାଲିଥିବା ଫୌଜଦାରୀ ମକଦ୍ଧମାରୁ ମୁକ୍ତି ପାଇବାକୁ ନାସିର ହାଇକୋର୍ଟରେ ଏକ ରିଟପିଟିସନ ଦାଖଲ କରିବା ସହ ବ୍ୟାଙ୍କ ଅକୁଉଣ୍ଟ ସଚଳ କରିବାକୁ ପ୍ରାର୍ଥନା କରିଥିଲା ଯାହାକି ବିଚାରାଧୀନରହିଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚିଟଫଣ୍ଡ, ବାଲେଶ୍ୱର, ସିବିଆଇ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ