• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚିଟ ଫଣ୍ଡ

କାଟଲୁନ୍ କୋ ଅପରେଟିଭ କ୍ରେଡିଟ୍ ଲିମିଟେଡର ଡାଇରେକଟର ଗିରଫ

July 5, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା
ବ୍ରହ୍ମପୁର,୫  ଜୁଲାଇ (ଓଡିଶା ଡଟ୍ କମ୍): ନିବେଶକାରୀମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ୯ କୋଟି ଟଙ୍କା ଠକିନେଇଥିବା କାଟଲୁନ୍ କୋ ଅପରେଟିଭ କ୍ରେଡିଟ୍ ଲିମିଟେଡର ଡାଇରେକଟର ଅଶ୍ୱିନୀ କୁମାର ନାୟକଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି ।
ଏହି କମ୍ପାନୀ ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ଗଞ୍ଜ।ମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ଭୁବନେଶ୍ୱର ଓ ସୁରଟରେ ନିଜ ଶାଖା ଅଫିସ ଖୋଲି ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ । ଏହି ଠକାମୀର ଶିକାର ହୋଇଥିବା ଲୋକମାନେ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗକୁ ଭିତ୍ତିକରି ପୋଲିସ ଅଶ୍ୱିନୀ ଓ ତାଙ୍କର ୩ ସହଯୋଗୀଙ୍କୁ ଗିରଫ କରିବା ସହ ଏହି ଚିଟଫଣ୍ଡ ସମ୍ପର୍କିତ ଘଟଣାର ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି।
ଓଡିଶା ଡଟ୍ କମ୍

Filed Under: ଅପରାଧ Tagged With: ଚିଟ ଫଣ୍ଡ

ଚିଟ ଫଣ୍ଡ ଯାଞ୍ଚ ଶିଥିଳତା ବିରୋଧରେ ଜମାକାରୀଙ୍କ ବିଶାଳ ରାଲି

June 10, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ୧୦ ଜୁନ (ଓଡିଶା ଡଟ୍ କମ୍): ଚିଟଫଣ୍ଡ ଦୁର୍ନୀତିର ତଦନ୍ତରେ ଶିଥିଳତା, ଜମାକାରୀଙ୍କୁ ଅର୍ଥ ଫେରସ୍ତ ମିଳିବାରେ ବିଳମ୍ବ ଆଦି ପ୍ରତିବାଦରେ ହଜାର ହଜାର ସଂଖ୍ୟାରେ ଜମାକାରୀ ଭୁବନେଶ୍ୱରରେ ବୁଧବାର ଏକ ବିଶାଳ ରାଲିର ଆୟୋଜନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ଵେ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ହୋଇଥିବା ଏହି ରାଲିରେ ଜମା କାରୀ ମାନେ ବହୁ ସଂଖ୍ୟାରେ ସ୍ଲୋଗାନ ଦେଇ, ହାତରେ ପ୍ଲାକାର୍ଡ ଧରି ରେଳ ଷ୍ଟେସନରୁ ବାହାରି ପିଏମଜି ପହଞ୍ଚି ଥିଲେ ।

ଦିନିକିଆ ଓଡିଶା ଗସ୍ତରେ ଆସିଥିବା ସିପିଆଇର ରାଷ୍ଟ୍ରୀୟ ସମ୍ପାଦକ ଡ଼ି. ରାଜା ଏହି ରାଲିକୁ ଉଦବୋଧନ ଦେଇ କହିଥିଲେ ଯେ ଦେଶରେ ସାଧାରଣ ଲୋକଙ୍କ ସ୍ଵାର୍ଥକୁ ଲୁଣ୍ଠନ କରି ସରକାର କର୍ପୋରେଟ ସାମ୍ରାଜ୍ୟର ପୁଞ୍ଜିକୁ ବୃଦ୍ଧି କରିବାରେ ଲାଗିଛନ୍ତି ।

ଜମାକାରୀଙ୍କ ଟଙ୍କା ଚିଟଫଣ୍ଡ ଦ୍ଵାରା ଠକେଇ ହୋଇନାହିଁ ଏହା ଦେଶର ବଡ଼ ବଡ଼ ପୁଞ୍ଜିପତିମାନଙ୍କର କର୍ପୋରେଟ ଦ୍ଵାରା ଠକେଇ ହୋଇଛି । ଏହି ଠକେଇ ଓଡିଶା ସହ ଦେଶର ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ର ଶାସିତ ଅଞ୍ଚଳକୁ ବ୍ୟାପିଛି । ତେଣୁ ଏହାର ତୀବ୍ର ବିରୋଧକରି ଜମାକାରୀମାନଙ୍କୁ ଅର୍ଥ ଫେରସ୍ତପାଇଁ ଦୀର୍ଘଦିନ ଧରି ଆନ୍ଦୋଳନ କରିବାକୁ ପଡିବ ।

ମଞ୍ଚ ପରାମର୍ଶଦାତା ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ରାଜ୍ୟ ସରକାର ଗତ ଏପ୍ରିଲରେ ହୋଇଥିବା କ୍ୟାବିନେଟ୍ ବୈଠକରେ ନିସ୍ପତି ନେଇଥିଲେ ଯେ ଦେଢମାସ ମଧ୍ୟରେ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ ହେଲେ କେହି ଜଣେ ବି ଜମାକାରୀ ତାଙ୍କ ଜମାରାଶି ଫେରିପାଇନାହାଁନ୍ତି । ସୁପ୍ରିମ କୋର୍ଟ ଏହାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିଥିଲେ ମଧ୍ୟ ଆଜି ଯାଏଁ କିଛି ସୁଫଳ ମିଳିପାରି ନାହିଁ ।

ଏହି ଠକାମୀରେ ଜମାକାରୀଙ୍କ ଠାରୁ ଠକ କମ୍ପାନୀମାନେ ଟଙ୍କା ନେଇ ଗଢିଥିବା ସମ୍ପତ୍ତି ତଦନ୍ତକାରୀ ସଂସ୍ଥା ଜବତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜମାକାରୀଙ୍କୁ ଚିହ୍ନଟ କରୁନାହାଁନ୍ତି କିମ୍ବା ସୂଚନା ଦେଉନାହାଁନ୍ତି ବୋଲି ଅନ୍ୟ ବକ୍ତା ମାନେ ଅଭିଯୋଗ କରିଥିଲେ ।

ପୁଣି ୧୭୫ଟି କମ୍ପାନୀ ଠକାମୀ କରି ମକଦ୍ଧମାରେ ଜଡ଼ିତ ଥିବାବେଳେ ମାତ୍ର ୧୦ ରୁ ୧୧ଟି କମ୍ପାନୀର ସମ୍ପତ୍ତି ଜବତ କରାଯାଇଛି । ବାକି କମ୍ପାନୀମାନଙ୍କ ପ୍ରତି ତଦନ୍ତକାରୀ ସଂସ୍ଥାମାନେ କୋହଳ ମନୋଭାବ ପୋଷଣ କରୁ ଥିବା ସେମାନେ କହିଥିଲେ ।

ସରକାର ତହସିଲ ଜରିଆରେ ଘରକୁ ଘର ସର୍ଭେ କରି ଜମାକାରୀ ଚିହ୍ନଟ ପାଇଁ ସେମାନେ ଦାବୀ କରିଥିଲେ । ସମସ୍ତ ତ୍ରୁଟିଯୁକ୍ତ କମ୍ପାନୀ ଆଇନ୍, ଆର୍ଥିକ ଆଇନ୍ ଓ ସମବାୟ ଆଇନ୍ ସଂଶୋଧନ ସହ ଠକ କମ୍ପାନୀ ମାଲିକ ଓ ପ୍ରଭାବଶାଳୀ ପୃଷ୍ଠପୋଷକମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବା ବ୍ୟବସ୍ଥା ପ୍ରଣୟନ ନ କଲେ ଜମାକାରୀ ମାନେ ଜୁଲାଇ୧୫ରୁ ରାଜ୍ୟ ବ୍ୟାପୀ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ।

ଆସନ୍ତା ଏକ ମାସ ମଧ୍ୟରେ ଠକାମୀ ଅଭିଯୋଗରେ ମକଦ୍ଧମା ରୁଜୁ ହୋଇଥିବା ସମସ୍ତ ୧୭୫ କମ୍ପାନୀର ମାଲିକମାନଙ୍କୁ ଗିରଫ ସହ ତାଙ୍କର ସ୍ଥାବର, ଅସ୍ଥାବର ଓ ବେନାମୀ ସମ୍ପତ୍ତିକୁ ଠାବ କରି ଜବତ କରି ଜମାକାରୀମାନଙ୍କୁ ତାଙ୍କ କଷ୍ଟାର୍ଜିତ ଜମାରାଶି ଫେରସ୍ତ ପାଇଁ ସେମାନେ ଦାବି କରିଛନ୍ତି ।

ସମାବେଶ ପରେ ଜୟନ୍ତ ଦାସଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଉପସ୍ଥାପନ କରିଥିଲେ ।

ଅନ୍ୟ ଯେଉଁ ବିଶିଷ୍ଟ ବ୍ୟକ୍ତି ମାନେ ଏହି ରାଲି ରେ ଯୋଗ ଦେଇ ଉଦବୋଧନ ଦେଇଥିଲେ ସେମାନେ ହେଲେ ବରିଷ୍ଠ ସମ୍ବାଦିକ ରବି ଦାସ, ଲୋକଶକ୍ତି ମଞ୍ଚର ଅଧ୍ୟକ୍ଷ ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସିପିଆଇଏମ୍ ର ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ, ସିପିଆଇର ଜାତୀୟ ପରିଷଦ ସଦସ୍ୟ ରାମକୃଷ୍ଣ ପଣ୍ଡା, ସିପିଆଇଏମ୍ଏଲ୍ ରେଡ଼୍ ଫ୍ଲାଗର ନେତା ଶିବରାମ, ଫରୱାର୍ଡ଼ ବ୍ଲକର ରାଜ୍ୟ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ।

ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଜମାକାରୀଙ୍କ ଅଭଯୋଗକୁ ଖଣ୍ଡନ କାରୀ କହିଛନ୍ତି ଯେ ଚିଟଫଣ୍ଡ ଠକେଇ ର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରାଇ ଦେବା ପାଇଁ ସରକାର ଆବଶ୍ୟକ ମୁତାବକ ପଦକ୍ଷେପ ନେଉଛନ୍ତି ।

ଓଡିଶା ଡଟ କମ

Filed Under: ରାଜନୀତି Tagged With: ଚିଟ ଫଣ୍ଡ, ରାଲି

ଚିଟ ଫଣ୍ଡ ଠକେଇରେ ଆଉ ଜଣେ ଗିରଫ

May 29, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୯ (ଓଡିଶା ଡଟ କମ) ନିବେଶ ପୁଞ୍ଜି ଦୁଇଗୁଣ କରିବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ପଚାଶ କୋଟି ଟଙ୍କା ଠକିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଜମି ଓ ଘର ନିର୍ମାଣ କାମ କରୁଥିବା ଗୋଟିଏ କମ୍ପାନୀର ମୁଖ୍ୟକୁ ଗିରଫ କରିଥିବା କ୍ରାଇମ ବ୍ରାଞ୍ଚ ଶୁକ୍ରବାର କହିଛି ।

ଶ୍ରୀଭୂମି କନଷ୍ଟ୍ରକସନର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରାଂଶୁ ସିଂହଙ୍କୁ ଜୟଦେବ ବିହାର ସ୍ଥିତ ତାଙ୍କ ବାସଭବନରେ ଗୁରୁବାର ରାତିରେ ଗିରଫ କରାଯାଇଛି ।

ଗତ ୨୦୧୧ ମସିହାରେ ଭୁବନେଶ୍ଵରରେ ଏକ କମ୍ପାନୀ ପଞ୍ଜୀକୃତ କରି ସେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଫିସ ଖୋଲି ଲୋକଙ୍କଠାରୁ ଅର୍ଥ ସଂଗ୍ରହ କରୁଥିଲେ ।

ବିଭିନ୍ନ ପ୍ରଲୋଭନ ଦେଖାଇ ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବହୁ ଲୋକଙ୍କଠାରୁ ଦ୍ଵିଗୁଣ କରିବାର ପ୍ରତିଶ୍ରୁତି ଦେଇ ଅର୍ଥସଂଗ୍ରହ କରିବା ପରେ ଆଉ ଧରାଛୁଆଁ ଦେଇନଥିଲେ । ଫଳରେ ବାଧ୍ୟ ହୋଇ କିଛି କ୍ଷୁଦ୍ର ନିବେଶକାରୀ ଚଳିତ ବର୍ଷ ଆରମ୍ଭରେ ପୁଲିସକୁ ସୂଚନା ଦେଇଥିଲେ ।

ମାମଲାର ତଦନ୍ତ କରି ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅର୍ଥନୈତିକ ଅପରାଧ ଶାଖା ନିକଟରେ ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡ ନାମକ ଆଉ ଏକ କମ୍ପାନୀର ଅଧ୍ୟକ୍ଷ ଦେବ କୁମାର ପଣ୍ଡା, ତଥା ଉକ୍ତ କମ୍ପାନୀର ଦୁଇଜଣ ନିର୍ଦ୍ଦେଶକ ଓ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଙ୍କୁ ଗିରଫ କରି ଥିଲେ ।

ଓଡିଶା ଡଟ କମ

Filed Under: ଅପରାଧ Tagged With: ଚିଟ ଫଣ୍ଡ

ଖଣି, ଚିଟ୍ ଫଣ୍ଡ ଠକେଇରେ ଦୁଇ କମ୍ପାନୀର ୪୬୩ ଟଙ୍କାର ସମ୍ପତ୍ତି ଜବତ

May 22, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ୱର, ମଇ ୨୨ (ଓଡିଶା ଡଟ କମ) ଚିଟ ଫଣ୍ଡ ଓ ବେଆଇନ ଖଣି କାରବାରରେ ଜଡିତ ଓଡିଶାର ଦୁଇଟି କମ୍ପାନୀର ୪୬୩ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିବା କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦେଶାଳୟ ଶୁକ୍ରବାର କହିଛି ।

ଚିଟଫଣ୍ଡ କାରବାରରେ ଗିରଫ ହୋଇଥିବା ଅର୍ଥତତ୍ତ୍ଵର ମାଲିକ ପ୍ରଦୀପ ସେଠୀ, ଶ୍ରୀକୃଷ୍ଣ ପାଢୀ ଓ ସଂବିତ ଖୁଣ୍ଟିଆଙ୍କ ନାମରେ ୭୯ କୋଟି ଟଙ୍କାର ଜମି ଫ୍ଲାଟ ଥିବାସହ ୨.୩୭ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ୨.୭୫ କୋଟି ଟଙ୍କାର ସେୟାରକୁ ନିର୍ଦେଶାଳୟ ଜବତ କରିଛି ।

ସେହିପରି ଖଣି ଦୁର୍ନୀତିରେ ଅଭିଯୁକ୍ତ ଶିଳ୍ପପତି ଦୀପକ ଗୁପ୍ତାଙ୍କର ଦୁଇ କମ୍ପାନୀ ଦୀପକ ଷ୍ଟିଲ ଆଣ୍ଡ ପାୱାର ଏବଂ ସେହ୍ନ ପୁଷ୍ପ ମାର୍କେଟିଙ୍ଗ ପ୍ରାଇଭେଟ ଲିମିଟେଡର ୩୭୯ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଥିବା ଏହି ସଂସ୍ଥା କହିଛି ।

ଜବତ ସମ୍ପତ୍ତି ମଧ୍ୟରେ ଉକ୍ତ କମ୍ପାନୀ ମାନଙ୍କର ଓଡିଶା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ରେ ଥିବା ଜମି, ଘର, ଫ୍ଲାଟ ଅନ୍ତର୍ଭୁକ୍ତ ।

ଓଡିଶା ଡଟ କମ

Filed Under: ଅପରାଧ Tagged With: ଚିଟ ଫଣ୍ଡ, ପ୍ରବର୍ତ୍ତନ ନିର୍ଦେଶାଳୟ, ବେଆଇନ ଖଣି

ଚିଟଫଣ୍ଡ ଠକେଇରେ ଭିଷ୍ଟା କମ୍ପାନୀ ମୁଖ୍ୟ ଗିରଫ

May 17, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧୭ (ଓଡିଶା ଡଟ କମ) କ୍ଷୁଦ୍ର ନିବେଶକ ମାନଙ୍କ ଠାରୁ ପ୍ରଲୋଭନ ଦେଖାଇ ପ୍ରାୟ ପଚାଶ କୋଟି ଟଙ୍କାର ଚିଟଫଣ୍ଡ ଠକେଇ କରିଥିବା ଅଭିଯୋଗରେ ରାଜ୍ୟ କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରବିବାର ଭିଷ୍ଟା ମ୍ୟାନେଜମେଣ୍ଟ ସର୍ଭିସେସ ଲିମିଟେଡର ଅଧ୍ୟକ୍ଷ ଦେବ କୁମାର ପଣ୍ଡାକୁ ଗିରଫ କରିଛି ।

ପଣ୍ଡା କଳାହାଣ୍ଡି ଜିଲ୍ଲାର ବାସିନ୍ଦା । ୨୦୦୮ ମସିହାରେ କଟକରେ ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ ଖୋଲି ବହୁ ବର୍ଷ ଧରି ସେ ନିଜ ବେଆଇନ କାରବାର ଚଲାଇଆସୁଥିଲା ବୋଲି ପୁଲିସ କହିଛି  । ଖୁବ କମ ସମୟରେ ଅଧିକ ଫାଇଦାର ପ୍ରଲୋଭନ ଦେଖାଇ ତାଙ୍କ ସଂସ୍ଥା ଲୋକଙ୍କ ଠାରୁ ଅର୍ଥ ସଂଗ୍ରହ କରୁଥିଲା ।

କିଛି ନିବେଶକ ଗତ ବର୍ଷ ପଶ୍ଚିମ ଓଡିଶାରେ ପୁଲିସ ପାଖରେ ତାଙ୍କ ସଂସ୍ଥା ବିରୁଦ୍ଧରେ କିଛି ମାମଲା ରୁଜୁ କରିଥିଲେ । ଏହା ପରେ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ ଭାର ହାତକୁ ନେଇଥିଲା ।

ଭୁବନେଶ୍ଵରରୁ ବିଶାଖାପାଟନାମ ଯିବାପାଇଁ ଭୁବନେଶ୍ଵର ରେଳ ଷ୍ଟେସନରେ ଏକ ଟ୍ରେନ କୁ ଅପେକ୍ଷା କରିଥିବା ସମୟରେ ତାଙ୍କୁ ପୁଲିସ କାବୁ କରିନେଇଥିଲା ।

ଓଡିଶା ଡଟ କମ

Filed Under: ଅପରାଧ, ରାଜନୀତି Tagged With: କଳାହାଣ୍ଡି, ଗିରଫ, ଚିଟ ଫଣ୍ଡ, ଦେବ କୁମାର ପଣ୍ଡା, ଭିଷ୍ଟା ଅଧ୍ୟକ୍ଷ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ