• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଚିଲିକା

ଚିଲିକାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ

February 23, 2013 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଫେବୃଆରୀ ୨୩,(ଓଡ଼ିଶା ଡ଼ଟ୍ କମ୍), ଚିଲିକା ହ୍ରଦକୁ ପ୍ରତିବର୍ଷ ଆସୁଥବା ବିଦେଶୀ ପକ୍ଷୀଙ୍କ ମଧ୍ୟରୁ ସପ୍ତାହକ ମଧ୍ୟରେ ତିନିଜଣଙ୍କ ଠାରେ ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ କରାଯାଇଛି ।

ଏହି ତିନୋଟି ପକ୍ଷୀଙ୍କ ଲାଳ,ମଳ,ରକ୍ତ ନମୁନାରୁ ଏହି ଭୂତାଣୁ ଚିହ୍ନଟ କରାଯାଇଛି । ବିରଳ ପ୍ରଜାତିର ପକ୍ଷୀ ବିଣ୍ଟେଲ,ସକଲାର,ଗଡ଼ୱିଲ ପକ୍ଷୀଙ୍କ ରକ୍ତ ନମୁନା ଭୋପାଲସ୍ଥିତ ପ୍ରୟୋଗଶାଳାକୁ ପଠାଯାଇଥିଲା ।

ଯାହାଫଳରେ ଏବେ ସେଠାରେ ଥିବା ପ୍ରାୟ ୫ଲକ୍ଷ ପକ୍ଷୀଙ୍କ ଜୀବନ ଏବେ ବିପଦ ରେ ଅଛି । ଚିଲିକାରୁ ଉଡ଼ି ଆସି ଏକ ବିରଳ ପ୍ରଜାତିର କୁରୁବଳ ପକ୍ଷୀଟି ଅସୁସ୍ଥତା କାରଣରୁ ନିକଟସ୍ଥ ସାହାଜାନପୁର ଜଙ୍ଗଲରେ ଆସି ପଡ଼ିଯାଇଥିଲା ।

ତାକୁ ଗ୍ରାମବାସୀମାନେ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଦେଇଥିଲେ । ଉଦ୍ଧାର ହୋଇଥିବା ଏହି ପକ୍ଷୀର ଲାଳ,ରକ୍ତ ଓ ମଳ ନମୁନା ସଂଗ୍ରହ କରାଯାଇଛି । ପକ୍ଷୀଟି ଥରିବା ସହ ଏହାର ବେକ ଫୁଲି ଯାଇଛି ବୋଲି ପଶୁ ଡ଼ାକ୍ତର ଅକ୍ଷୟ ଜେନା କହିଛନ୍ତି ।

ବାର୍ଡ଼ ଫ୍ଲୁ ରୋଗ ସଂକ୍ରମଣର ଆଭାସ ମିଳିବା ପରେ ଏଠାରେ ଶୁକ୍ରବାର ପଶୁ ଡ଼ାକ୍ତର ମାନଙ୍କର ଏକ ବୈଠକ ହୋଇଥିଲା । ଏହି ବୈଠକରେ ପକ୍ଷୀ ତଥା ବିଭିନ୍ନ କୁକୁଡ଼ା ଫାର୍ମରୁ ରକ୍ତ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ବ୍ରହ୍ମଗିରି ଓ କୁଷ୍ଣପ୍ରସାଦ ବ୍ଲକ୍ କୁ ପ୍ରାୟ୨୪୦୦ପକ୍ଷୀଙ୍କ ଲାଳ,ରକ୍ତ ନମୁନା ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉଭୟ ବ୍ଲକ୍ ରେ ରେଡ଼ ଆଲର୍ଟ ଜାରି ଜାରି କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,ଚଳିତବର୍ଷ ଚିଲିକାକୁ ପ୍ରାୟ ସାଢେ ଆଠଲକ୍ଷ୍ୟ ବିଦେଶୀ ପକ୍ଷୀ ଆସିଥିଲେ । ସେଥିରୁ ପ୍ରାୟ ୪ଲକ୍ଷ୍ୟ ପକ୍ଷୀ ଫେରି ସାରିଲେଣି । ଏବେ ମଧ୍ୟ ସେଠାରେ ପ୍ରାୟ ୪ଲକ୍ଷ୍ୟ ବିଦେଶୀ ପକ୍ଷୀ ଅଛନ୍ତି । ବାର୍ଡ଼ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ଏବେ ପୁରୀ ଜିଲ୍ଲାରେ ରୋଗ ପ୍ରତିକାର ପାଇଁ ପ୍ରତିଷେଧକ ଇଂଜେକ୍ସନ୍ ଯୋଗାଡ଼ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚିଲିକା, ବାର୍ଡ଼ ଫ୍ଲୁ

ଚିଲିକାରେ ଡ଼ଲ୍ଫିନ୍ ସଂଖ୍ୟା ହ୍ରାସ

January 18, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୧୯(ଓଡ଼ିଶା ଡ଼ଟ୍ କମ୍) ଚିଲିକାରେ ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଡ଼ଲଫିନ୍ଙ୍କ ସଂଖ୍ୟା ହ୍ରାସ ପାଇଛି ।

ଗତ ବର୍ଷ ତୁଳନାରେ ଏହି ସଂଖ୍ୟା ୧୧ ହ୍ରାସ ପାଇ ୧୪୫ରେ ପହଂଚିଛି । ଗତ ୧୬ ଓ ୧୭ ତାରିଖରେ
ହୋଇଥିବା ଗଣନାରୁ ଏହା ଜଣାପଡ଼ିଛି ବୋଲି ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ଗତ ଶ ବର୍ଷ ମଧ୍ୟରେ ୫୭ ଡ଼ଲଫିନ୍ ବଢିଥିବା ବେଳେ ୭୫ଟି ମରିଯାଇଥିବା ଜଣାପଡ଼ିଛି । ଡ଼ଲ୍ଫିନ ଶାବକଙ୍କ ସଂଖ୍ୟା ଗତ ବର୍ଷ ୪ ଥିବା ବେଳେ ଏହା ଚଳିତ ୧୦କୁ ବୃଦ୍ଧି ପାଇଛି ।

୨୦୧୧ରେ ୧୩୧ଟି ବୟସ୍କ ୨୧ଟି ମଧ୍ୟ ବୟସ୍କ ଏବଂ ୪ଟି ଶାବକଙ୍କ ସହ ମୋଟ୍ ୧୫୭ଟି ଡ଼ଲଫିନ୍
ଥିବାବେଳେ ବର୍ତମାନ ୧୧୨ଟି ବୟସ୍କ ୧୪ଟି ମଧ୍ୟ ବୟସ୍କ ଏବଂ ୧୦ଟି ଶାବକଙ୍କ ସହ ସମୁାୟ
୧୪୫ଟି ଡ଼ଲ୍ଫିନ୍ ଅଛନ୍ତି । ସେହିପରି ୨୦୧୧ ଏବଂ ୧୨ରେ ଗୋଟିଏ ଲେଖାଏଁ ଡ଼ଲ୍ଫିନ୍ଙ୍କ ମୃତ୍ୟୁ ହୋଇଛି ।

ତେବେ ଡ଼ଲ୍ଫିନ୍ ସଂପର୍କରେ ଠିକ୍ ସୂଚନା ପାଇଁ ମୁହାଣରେ ଏକ ସ୍ଥାୟୀ ହାଇଡ଼୍ରୋଫୋନ୍ ବ୍ୟବସ୍ଥା କରାଯିବ । ଏନେଇ ଜାପାନର ଟୋକିଓ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି ହୋଇଛି ବୋଲି ଜଣେ ଅଧିକାରୀ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚିଲିକା, ଡଲଫିନ

ଚିଲିକାରେ ୮ଲକ୍ଷ ୮୩ ହଜାର ପକ୍ଷୀଙ୍କ ସମାଗମ

January 8, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଖୋର୍ଦ୍ଧା, ଜାନୁୟାରୀ ୯(ଓଡ଼ିଶା ଡ଼ଟ୍ କମ୍) ଚିଲିକାରେ ଚଳିତ ବର୍ଷ ୮ ଲକ୍ଷ ୮୩ ହଜାର ୬୦ ପକ୍ଷୀଙ୍କ ସମାଗମ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରୁ ଜଣାପଡ଼ିଛି ବୋଲି ସୋମବାର ଚିଲିକା ବନ୍ୟପ୍ରାଣୀ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମୋଟ୍ ୧୬୭ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୭୯ ହଜାର ଅଧିକ ପକ୍ଷୀ ଆସିଥିବା ସେ କହିଛନ୍ତି । ଏଥିମଧ୍ୟରୁ କେବଳ ନଳବଣକୁ ୩ ଲକ୍ଷ ୧୮ ହଜାର ୧୦୮ଟି ପକ୍ଷୀ ଆସିଛନ୍ତି ।

ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ମିଳିତ ଆନୁକୂଲ୍ୟରେ ରବିବାର ୮୦ଜଣ ପକ୍ଷୀ ବିଶେଷଜ୍ଞ ଚିଲିକାରେ ବାର୍ଷିକ ପକ୍ଷୀ ଗଣନା କାର୍ଯ୍ୟ କରିଥିଲେ ।

ବାଲୁଗାଁ ବନ୍ୟପ୍ରାଣୀ ଅଧିନ ଟାଙ୍ଗୀ, ରମ୍ଭା, ନୂଆପଡ଼ା ଓ ଚିଲିକାରେ ୧୮ଟି ଦଳ ଏହି ଗଣନାରେ ସାମିଲ ହୋଇଥିଲେ । ଗତ ବର୍ଷ ଶୀତ ଋତୁରେ ଚିଲିକାକୁ ୧୬୯ ପ୍ରଜାତିର ପକ୍ଷୀ ଆସିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚିଲିକା, ପକ୍ଷୀ

ଚିଲିକାରେ ଜଳବାୟୁ ପରିବର୍ତନର ପ୍ରଭାବ ଉପରେ ଗବେଷଣା

December 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡ଼ିସେମ୍ବର ୧(ଓଡ଼ିଶା ଡ଼ଟ୍ କମ୍)ଚିଲିକାରେ ଜଳବାୟୁ ପରିବର୍ତନ ର ପ୍ରଭାବ ଉପରେ ସାଉଥ ଏସିଆର ୱେଟ୍ଲ୍ୟାଣ୍ଡସ୍ ଇଣ୍ଟରନ୍ୟାସନାଲ ଙ୍କ ସହାୟତାରେ ଚିଲିକା ଉର୍ନ୍ନୟନ କର୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ତିନିବର୍ଷିଆ ଗବେଷଣା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏ ସଂପର୍କରେ ସିଡ଼ିଏ ଅଧିନରେ ଥିବା ବଡ଼କୂଳର ଆଦ୍ରଭୂମି ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ରରେ ଗବେଷଣା ସଂପର୍କିତ ଏକ ଆଧାରିତ କର୍ମଶାଳା ଡ଼ିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଛି । ଏହା

ଡ଼ିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜଳବାୟୁ ପରିବର୍ତନ ଜନିତ ସଂଘାତ ଗୁଡ଼ିକୁ ହ୍ରାସ କରିବାକୁ ଆବଶ୍ୟକ ରଣନୀତି ଓ କାର୍ଯ୍ୟକ୍ରମ ମାନ ନିର୍ଧାରଣ ସହ ଆଦ୍ର ଭୂମିର ଯଥାଯଥ ପରିଚାଳନା କରି ଏହା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ସଂପ୍ରଦାୟଙ୍କ ପ୍ରସ୍ତୁତି ଓ ଦକ୍ଷତା ବୃଦ୍ଧି ଆଦି ପ୍ରସଂଗରେ ଆଗାମୀ ତିନି ବର୍ଷ ମଧ୍ୟରେ କାର୍ଯ୍ୟକ୍ରମ ମାନ ପ୍ରଣିତ ଓ ପ୍ରୟୋଗ ହେବ ।
ବିଶେଷକରି ପାରଂପରିକ ଭାବେ ଚିଲିକା ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀମାନଙ୍କର ଜୀବିକାର
ପ୍ରତିରୋଧକ ବ୍ୟବସ୍ଥାକୁଦୃଢୀଭୂତ କରିବାକୁ ଏହି ତିନି ବର୍ଷିଆ କାର୍ଯ୍ୟକ୍ରମ ଅନୁସ୍ଥିତ ହେବାକୁ ଯାଉଛି ।

ଏଥିପାଇଁ ବୈଷୟିକ ଓ ବିଶେଷଜ୍ଞ ସହାୟତା ପ୍ରଦାନ କରିବେ ଅଷ୍ଟ୍ରେଲିଆର ଚାର୍ଳସ ବିଶ୍ୱବିଦ୍ୟାଳୟର ଭୂମି,ଜଳ ଓ ଜନ ସମାଜ ପ୍ରତିଷ୍ଠାନ । ଏଭଳି ଗବେଷଣାତ୍ମକ ପକ୍ଷେପ ସମଗ୍ର ଦେଶରେ ପ୍ରଥମ

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଚିଲିକା, ମୁଖ୍ୟ ଖବର

୨୫ ନଭେମ୍ବର ୨୦୧୧ ଶୁକ୍ରବାର ଚିଲିକା ନିକଟସ୍ଥ ବଡ଼କୁଲ ଠାରେ ଆୟୋଜିତ ଇଣ୍ଡୋ-ସୁଇସ ବିଜ୍ଞାନ କର୍ମଶାଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ବୈଜ୍ଞାନିକ ।

November 25, 2011 by ଓଡିଶା ଡଟ କମ

 

୨୫ ନଭେମ୍ବର ୨୦୧୧ ଶୁକ୍ରବାର ଚିଲିକା ନିକଟସ୍ଥ ବଡ଼କୁଲ ଠାରେ ଆୟୋଜିତ ଇଣ୍ଡୋ-ସୁଇସ ବିଜ୍ଞାନ କର୍ମଶାଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଦେଶର ବୈଜ୍ଞାନିକ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଣ୍ଡୋ-ସୁଇସ ବିଜ୍ଞାନ, ଚିଲିକା

୨୫ ନଭେମ୍ବର ୨୦୧୧ ଶୁକ୍ରବାର ହେଲ୍ପଏଜ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ପ୍ରଥମ ଥର ପାଇଁ ବରିଷ୍ଠ ନାଗରିକଙ୍କ ସହ ଐତିହ୍ୟ ଯାତ୍ରା

November 25, 2011 by ଓଡିଶା ଡଟ କମ

 

୨୫ ନଭେମ୍ବର ୨୦୧୧ ଶୁକ୍ରବାର ଚିଲିକା ନିକଟସ୍ଥ ବଡ଼କୁଲ ଠାରେ ଆୟୋଜିତ ଇଣ୍ଡୋ-ସୁଇସ ବିଜ୍ଞାନ କର୍ମଶାଳାର ଉ୍ଘାଟନ ଅବସରରେ ଭାରତରେ ଅବସ୍ଥାପିତ ସୁଇସ ରାଷ୍ଟ୍ରଦୂତ ଫିଲିପ ୱେଲ୍ଟି ଓ ଅନ୍ୟମାନେ ।

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇଣ୍ଡୋ-ସୁଇସ ବିଜ୍ଞାନ, ଚିଲିକା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ