• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଛାତ୍ରଛାତ୍ରୀ

ସାଇକେଲ ଯୋଜନା କମାଉଛି ସ୍କୁଲ ଡ୍ରପଆଉଟ୍ : ସରକାର

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୬(ଓଡିଶା ଡଟ୍ କମ୍ )-ସ୍କୁଲସ୍ତରରେ ଡ୍ରପଆଉଟ୍ ରୋକିବା ପାଇଁ ସରକାର ମାଗଣା ପୋଷାକ ଯୋଜନା ଆପଣାଇଛନ୍ତି ଓ ଏହାଦ୍ୱାରା ସ୍କୁଲରେ ଉପସ୍ଥାନ ସଂଖ୍ୟା ବଢାଇଛି ଗଣଶିକ୍ଷାମନ୍ତ୍ରୀ ରବିନାରାୟଣ ନନ୍ଦ ଗୁରୁବାର ଦିନ ବିଧାନ ସଭାରେ ପ୍ରକାଶ କରିଛନ୍ତି ।

ସମାନଭାବେ ଦଶମ ଶ୍ରେଣୀରେ ମାଗଣା ସାଇକେଲ ଦିଆଯିବା ଦ୍ୱାରାଡ୍ରପଆଉଟ କମିଛି ବୋଲି ଗଣଶିକ୍ଷାମନ୍ତ୍ରୀ ନନ୍ଦ ପ୍ରକାଶ କରିଛନ୍ତି ।

୨୦୧୧-୧୨ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ମାଗଣା ସାଇକେଲ ଯୋଜନାରେ ସରକାର ଏଯାବତ୍ ୧୯୩ କୋଟି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏଥିରେ ୭ ଲକ୍ଷ ୩୪ ହଜାର ୬୯୨ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି ।

ସର୍ବଶିକ୍ଷା ଅଭିଯାନ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫି ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଉନି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିରୋଧୀ ଦଳ ଏହାକୁ ଏକ ଭୋଟବ୍ୟାଙ୍କ ଯୋଜନା ବୋଲି ଅଭିହିତ କରିବା ସହ ଏହାକୁ ସବୁ ସ୍କୁଲ ଓ ସବୁ ଦଳଙ୍କ ପ୍ରତି କାର୍ଯ୍ୟକାରୀ କରାଇବାକୁ ଅନୁରୋଧ କରିଛନ୍ତି ।

ସ୍ୱାଧୀନ ବିଧାୟକ ପ୍ରତାପ ଷଡଙ୍ଗୀ, ପ୍ରଫୁଲ ମାଝି, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଭୀମସେନ ଚୌଧୁରୀ, ଦେବୀ ଚାନ୍ଦ, ପ୍ରମୋଦ କୁମାର ମଲ୍ଲିକ ଓ କନକ ବର୍ଦ୍ଧନ ସିଂଦେଓ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଗଣଶିକ୍ଷାମନ୍ତ୍ରୀ, ଛାତ୍ରଛାତ୍ରୀ, ବିଧାନସଭା, ମାଗଣା ସାଇକେଲ ଯୋଜନା, ମୁଖ୍ୟମନ୍ତ୍ରୀ, ସରକାର, ସର୍ବଶିକ୍ଷା ଅଭିଯାନ

ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ବ୍ୟାପକ କାର୍ଯ୍ୟକ୍ରମ

November 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫ (ଓଡିଶା ଡଟ୍ କମ୍)-ସ୍ୱାମୀ ବିବେକାନନ୍ଦଙ୍କ ୧୫୦ତମ ଜୟନ୍ତୀ ଅବସରରେ ସମଗ୍ର ଓଡିଶାରେ ୧୨ ଜାନୁଆରୀ ୨୦୧୩ ତାରିଖରୁ ୧୨ ଜାନୁଆରୀ ପର୍ଯ୍ୟନ୍ତ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।

‘ଭାରତ ଜାଗ – ବିଶ୍ୱ ଜଗାଅ’ ସଂଗଠନ ରାଜ୍ୟର ପ୍ରତ୍ୟେକ ସହର ଏବଂ ଗ୍ରାମରେ ଏହି ଅବସରରେ ଶୋଭାଯାତ୍ରାମାନ ଆୟୋଜନ କରିବ, ସ୍ଥାନୀୟ ରୋଟାରୀ ଭବନରେ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ରାଜ୍ୟ ଅଧ୍ୟକ୍ଷ କର୍ଣ୍ଣେଲ୍ ଶରତ କୁମାର ମହାପାତ୍ର କହିିଛନ୍ତି ।

୧୮ ଫେବୃୟାରୀ ୨୦୧୩ ତାରିଖ ଦିନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦଦ୍ୱାରା‘ସାମୂହିକ ସୂର୍ଯ୍ୟ ନମସ୍କାର’ କରାଯିବ । ୧୧ ସେପ୍ଟେମ୍ବର ୨୦୧୩ ଦିନ ବିଶ୍ୱ ବନ୍ଧୁତ୍ୱ ଦିବସ (ଚିକାଗୋ ବକ୍ତୃତା ଦିବସ) ଉପଲକ୍ଷେ ଯୁବକମାନଙ୍କୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଭାରତ ଜାଗ ଦୋଡ଼’ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ସମାରୋହ କାର୍ଯ୍ୟକ୍ରମ ସମଗ୍ର ଓଡିଶାରେ ୨୦୧୪ ଜାନୁୟାରୀ ୧୨ ତାରିଖ ଦିନ ସମାରୋପ ହେବ ।

ଏହି ସମାରୋହ ଅଗଣିତ ଜନତାଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଜ ନିଜର ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏବଂ ଭାରତବର୍ଷର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ।

ଏହି କାର୍ଯକ୍ରମକୁ ସଫଳ କରିବା ପାଇଁ ରାଜ୍ୟର ବହୁ ବିଶିଷ୍ଟ ପ୍ରଶାସକ, ଶିକ୍ଷାବିତ୍, ସମାଜସେବୀ, ଚିକିତ୍ସକ, ସାହିତ୍ୟିକ, କଳାକାରଙ୍କ ସମେତ ଅନ୍ୟ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ ବ୍ୟକ୍ତି ସମୁହ ଏହି ସମାରୋହ ସମିତିର ସଦସ୍ୟ ରହିଛନ୍ତି । ଯାହାର ସଂପାଦକ ଅଛନ୍ତି ଶିକ୍ଷାବିତ୍ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ ।

ଏହି ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଚଳିତ ମାସ ୧୬ ତାରିଖରେ ଏହାର ରାଷ୍ଟ୍ରୀୟ ସମିତି ମୋଟ ୭୦ ଜଣ ସଦସ୍ୟଙ୍କୁ ନେଇ ସଂରଚନା ହୋଇ ସାରିଛି ଯାହାର ଅଧ୍ୟକ୍ଷ ପରମ ପୂଜନୀୟା ମାତା ଅମୃତାନନ୍ଦମୟୀ ଦେବୀ ଏବଂ ୭ମ, ୮ମ ଓ ୯ମ ଲୋକସଭାର ପୂର୍ବତନ ସାଧାରଣ ସମ୍ପାଦକ ସମ୍ମାନନୀୟ ଡ଼କ୍ଟର ସୁବାସ କଶ୍ୟପ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ତତ୍ ସହିତ ଦେଶର ଜଣେ ମହାନ୍ ବ୍ୟକ୍ତିତ୍ୱ ତଥା ଚିନ୍ତାନାୟକ ପ୍ରଫେସର ଅନିରୁଦ୍ଧ ଦେଶପାଣ୍ଡେ ଏହାର ରାଷ୍ଟ୍ରୀୟ ସମ୍ପାଦକ ଅଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ରାଜ୍ୟ ସଂପାଦକ ଡ଼କ୍ଟର ଧୀରେନ୍ଦ୍ର ନନ୍ଦ, ପ୍ରଚାର ବିଭାଗ ସଂପାଦକ ଅଶୋକ ସାହୁ, ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଓଡିଶା, ଛାତ୍ରଛାତ୍ରୀ, ବିବେକାନନ୍ଦ ଜଯନ୍ତୀ, ସାମ୍ବାଦିକ ସମ୍ମିଳନୀ

ଆନ୍ଦୋଳନକୁ ଓହ୍ଲାଇଲେ ବ୍ଲକଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ, କର୍ମଚାରୀ

November 15, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍)-ବ୍ଲକଗ୍ରାଣ୍ଡ ଉଚ୍ଛେଦକରି ଶତପ୍ରତିଶତ ଅନୁଦାନ ଦାବିରେ ଆଜି ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ରାଜ୍ୟର ବ୍ଲକଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀ । ୧୯୮୩ଟି ବ୍ଲକ ଗ୍ରାଣ୍ଡ ହାଇସ୍କୁଲର ୨୬ ହଜାରରୁ ଉର୍ଦ୍ଧ ଶିକ୍ଷକ ଓ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନକାରୀ ଶିକ୍ଷକ ଓ କର୍ମଚାରୀ ସବୁ ବିଦ୍ୟାଳୟରେ ତାଲା ପକାଇ ଶିକ୍ଷାଜିଲ୍ଲା ନିରୀକ୍ଷକ,ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯାଳୟ ଆଗରେ ଧାରଣା ଦେଇଛନ୍ତି ।

ଆନ୍ଦୋଳନକାରୀ ଆସନ୍ତା କାଲି ପ୍ରତି ପଞ୍ଚାୟତରେ ଏକଜୁଟ ହୋଇ ସଚେତନତା ରାଲି କରିବେ । ସରକାରଙ୍କ ଉଦାସୀନତା ଓ ଅଗଣତାନ୍ତ୍ରୀକ କାମନେଇ ଲୋକଙ୍କୁ ସଚେତନ କରିବେ ବୋଲି ବ୍ଲକଗ୍ରାଣ୍ଡ ହାଇସ୍କୁଲ ଶିକ୍ଷକ ସଂଘ କହିଛି ।

ଆସନ୍ତା ୨୯ ତାରିଖଯାଏ ଏଭଳି କାମ ଚାଲୁରହିବ ଏବଂ ଡିସେମ୍ବର ୧୦ରେ ରାଜଧାନୀରେ ବିଶାଳ ସମାବେଶ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ବଲାଙ୍ଗୀରରେ ଆଜି ଶତାଧିକ ଶିକ୍ଷକ କୋଶଳ କଳାମଣ୍ଡପ ପଡିଆରୁ ବାହାରି ସହର ପରିକ୍ରମା କରିଛନ୍ତି ।

ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ସେମାନେ ସରକାରଙ୍କ ଶିକ୍ଷକ ମାରଣନୀତି ବିରୋଧରେ ସ୍ଲୋଗାନ ଦେଇଛନ୍ତି । ତାଙ୍କର ସ୍ଲୋଗାନରେ ରହିଛି -ମନ୍ତ୍ରୀ ତୁମର ଚାକର ଏମ୍.ଏଲ୍.ଏ ଝାଡୁଦାର
ରାଜା ଆଇଏସ୍ଏ ଅଫିସର ଭକୁଆ ଭୋଟର ।

ସୁନ୍ଦରଗଡରେ ବ୍ଲକଗ୍ରାଣ୍ଡ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି । ବାଲଶ୍ୱର,ବ୍ରହ୍ମପରୁରେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଆନ୍ଦୋଳନକାରୀମାନେ ।

ବ୍ଲକଗ୍ରାଣ୍ଡ ଶିକ୍ଷକ ନେତା ପଞ୍ଚାନନ ସାହୁ କହିଛନ୍ତି ଯଦି ସେମାନଙ୍କ କଥା ସରକାର ନଶୁଣନ୍ତି ତେବେ ଅନିର୍ଦ୍ଧିଷ୍ଟକାଳ ପାଇଁ ସେମାନଙ୍କ ଆନ୍ଦୋଳନ ଚାଲୁରହିବ । ଏକଥା ମଧ୍ୟ ଆମେ ପ୍ରଶାସନକୁ ଜଣାଇ ଦେଇଛୁ । ଏହା ପରବର୍ତି ଆମେ ଯେଉଁ ପଦକ୍ଷେପ ନେବୁ ତାହାଦ୍ୱାରା ଛାତ୍ରଛାତ୍ରୀମାନେ ହଇରାଣ ହେବେ ।

ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବ । ସେଥିପାଇଁ ସରକାର ଦାୟୀ ରହିବେ । ୨୯ ତାରିଖ ପୂର୍ବରୁ ଯଦି ସେମାନଙ୍କର ଦାବି ପୁରଣ ନକରନ୍ତି ତାହେଲେ ସେମାନେ ବିଧାନସଭା ଆଗରେ ବିଶାଳ ସମାବେଶ କରିବେ ବୋଲି ଶ୍ରୀ ସାହୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଛାତ୍ରଛାତ୍ରୀ, ବିଧାନସଭା, ହାଇସ୍କୁଲ ଶିକ୍ଷକ

ସ୍କୁଲ କାନ୍ଥ ଭୁଶୁଡିଲା,ବର୍ତିଲେ ୪୩ ଛାତ୍ରଛାତ୍ରୀ

November 6, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ,ନଭେମ୍ବର ୬(ଓଡ଼ିଶା ଡ଼ଟ୍ କମ୍) –କଣାସ ବ୍ଲକ ଅନ୍ତର୍ଗତ ପାଣ୍ଡିଆକେରା ପଞ୍ଚାୟତର ବାଙ୍କତଳ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ କାନ୍ଥ ଭୁଶୁଡିବାରୁ ଏକ ବଡ ଧରଣର ଅଘଟଣ ମଧ୍ୟରୁ ୪୩ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି ।

ଏହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଗୃହ ନଥିବାରୁ ଗ୍ରାମ କୋଠାଘରେ ଚାଲିଥିଲା । ସୋମବାର ଦିନ ବିଦ୍ୟାଳୟର ଏକ ପଥରକାନ୍ଥ ସୋମବାର ଭାଙ୍ଗି ପଡ଼ିଥିଲା ।

ଛାତ୍ରଛାତ୍ରୀ ପ୍ରାର୍ଥନା କରୁଥିବାବେଳେ ମଟ ମଟ ଶବ୍ଦ ଶୁଣି ଭିତରେ ଥିବା ୪୩ ଜଣ ଛାତ୍ରଛାତ୍ରୀ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: କାନ୍ଥ ଭୁଶୁଡିବା, ଛାତ୍ରଛାତ୍ରୀ, ବିଦ୍ୟାଳୟ

ନଭେମ୍ବର ୧୪ରେ ପିକକ୍ ଶିଶୁମେଳା

November 4, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୪ (ଓଡ଼ିଶା ଡ଼ଟ୍ କମ୍)–ଶିଶୁ ଅଧିକାର ସପ୍ତାହ ପାଳନ ଅବସରରେ ପିପୁଲସ କଲଚରାଲ ସେଂଟର ତରଫରୁ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଠାରୁ ନଭେମ୍ବର ମାସ ୨୦ ତାରିଖ ବିଶ୍ୱ ଶିଶୁ ଅଧିକାର ଦିବସ ପର୍ଯ୍ୟନ୍ତ ପିକକ୍ ଶିଶୁମେଳା ଅନୁଷ୍ଠିତ ହେବ ।

ୟୁନିଟ-୩ ଏକାମ୍ର ହାଟରେ ଅନୁଷ୍ଠିତ ହେବାକୁ ଥିବା ଏକ ସପ୍ତାହବ୍ୟାପି ଏହି ଶିଶୁ ମେଳାରେ ପ୍ରତ୍ୟେକ ସଂଧ୍ୟାରେ ପିଲାମାନଙ୍କ ଦ୍ୱାରାଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ।

ସଂଗୀତ ପ୍ରତିଯୋଗିତା, ଆଧୁନିକ ନୃତ୍ୟ ପ୍ରତିଯୋଗିତା, କୌତୁକ ପୋଷାକ ପ୍ରତିଯୋଗିତା, ରାଇମସ ପ୍ରତିଯୋଗିତା, ଟ୍ୟାଲେଂଟ ହଟ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା, ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ ।

ଏଥିସହିତ ନୃତ୍ୟ ଉତ୍ସବ, ଶିଶୁ ନାଟକ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ବାଜିରାଉତ ସମ୍ମାନ, ପ୍ରାଣନାଥ ପଟ୍ଟନାୟକ ସ୍ମାରକୀ ସମ୍ମାନ, ଶିଶୁ ପ୍ରତିଭା ସମ୍ମାନ, ସ୍ୱରୂପ ଜେନା ସ୍ମାରକୀ ସମ୍ମାନ,ଶିଶୁ ଅଧିକାର ସୁରକ୍ଷା ସମ୍ମାନ ଓ ଶିଶୁ ସାଥି ସମ୍ମାନ ପ୍ରଦାନ କରାଯିବ ।

ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଇଛୁକ ଥିବା କିମ୍ବା ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ପିକକ୍ କାର୍ଯ୍ୟାଳୟ ଫୋନ ନମ୍ବର ୦୬୭୪-୨୩୮୨୧୭୫ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନର ସଂପାଦକ ରଂଜନ ମହାନ୍ତି ଅନୁରୋଧ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଏକାମ୍ର ହାଟ, ଛାତ୍ରଛାତ୍ରୀ, ପିକକ୍ ଶିଶୁମେଳା

ସମାଜର ୯୩ ବର୍ଷ ପୂର୍ତି ଅବସରରେ ଗଣଦୌଡ଼

October 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟେବର ୫ (ଓଡ଼ିଶା ଡ଼ଟ୍ କମ୍) – ସମାଜର ୯୩ ବର୍ଷ ପୂର୍ତି ଅବସରରେ ରାଜ୍ୟବ୍ୟାପୀ ଅନୁଷ୍ଠିତ ହୋଇ ଯାଇଛି ‘ସଦିଚ୍ଛାମୂଳକ ଗଣଦୌଡ’ ।

ରାଜଧାନୀ ଭୁବନେଶ୍ୱରରେ କୃଷି ମନ୍ତ୍ରୀ ଦେବୀ ମିଶ୍ର, ସୂଚନା-ଲୋକସମ୍ପର୍କ ଏବଂ ଶକ୍ତିମନ୍ତ୍ରୀ ଅରୁଣ ସାହୁ, ଯୋଗ ଦେଇଥିବା ବେଳେ ଜୟପୁରରେ ମନ୍ତ୍ରୀ ରବି ନନ୍ଦ ଯୋଗଦେଇଥିଲେ ।

ବିଭିନ୍ନ ସହରରେ ସ୍ଥାନୀୟ ବିଧାୟକ, ସାଂସଦ, ନଗରପାଳ, ସ୍ୱାଧୀନତା ସଂଗ୍ରାମୀ,ଜିଲାପାଳ, ଏସପି, ଅଥବା ପ୍ରଶାସନୀକ ଅଧିକାରୀମାନଙ୍କ ଦ୍ୱାରାଦୋଡ଼ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।

ମୋଟ ୩୨ଟି ସହର ଏବଂ କଲିକତାରେ ଅନୁଷ୍ଠିତ ଗଣଦୌଡରେ କୁନି କୁନି ପିଲାଙ୍କଠାରୁ ଆରମ୍ଭକରି ବରିଷ୍ଠ ନାଗରିକ ପର୍ଯ୍ୟନ୍ତ ଶହଶହ ସଂଖ୍ୟାରେ ସ୍ୱତଃସ୍ଫର୍ତଭାବେ ଭାଗ ନେଇଥିଲେ ।

ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭକରି ଯୁବକ ଯୁବତୀ, ସମାଜସେବୀ, କ୍ରୀଡ଼ାବିତ, ନେତା, ଅଭିନେତା, ମନ୍ତ୍ରୀ, ଅଫିସର ଏହି ଦୋଡ଼ରେ ଭାଗ ନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ‘ସଦିଚ୍ଛାମୂଳକ ଗଣଦୌଡ’, ଛାତ୍ରଛାତ୍ରୀ, ରାଜଧାନୀ

ଛାତ୍ର ସଂସଦ ନିର୍ବାଚନ: କଲେଜ ପରିସର ଚଳଚଞ୍ଚଳ

October 3, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୩(ଓଡ଼ିଶା ଡ଼ଟ୍ କମ୍) –ବାଜିଲା ଛାତ୍ର ସଂସଦ ନିର୍ବାଚନ ବିଗୁଲ । ଏନେଇ ଭୁବନେଶ୍ୱରରେ ବିଭିନ୍ନ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି ।

୧୯ ତାରିଖରେ ନିର୍ବାଚନ ହେବା ଘୋଷଣା ହେବା ପରେ ପ୍ରଥମ ଦିନରେ ବଜେବି, ରମାଦେବୀ, ରାଜଧାନୀ, କମଳା ନେହେରୁ, ସିଟି ୱିମେନ, ବେସିକ ସାଇନ୍ସ ପ୍ରଭୃତି କଲେଜରେ ଚଞ୍ଚଳ ହୋଇଉଠିଛି । ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରମୁଖ ଛାତ୍ର ସଂଗଠନ ପକ୍ଷରୁ ଜୋରଦାର ପ୍ରସ୍ତୁିତି ପର୍ବ ।

ଆଶାୟୀ ଓ ତାଙ୍କ ସହଯୋଗୀମାନେ ଏବେଠାରୁ କଲେଜ ପରିସରରେ କ୍ୟାମ୍ପେନ ଆରମ୍ଭ କରିଦେଇଛନ୍ତି । କଲେଜ ଭିତରେ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାନର ଓ ପୋଷ୍ଟର ମଧ୍ୟ ଏବେ ଠାରୁ ଛାଇ ହୋଇଗଲାଣି । ନିଜନିଜ ସପକ୍ଷରେ ଛାତ୍ରଛାତ୍ରୀମାନଙ୍କୁ ମନେଇବା ପାଇଁ ଲାଗିପଡିଲେଣି ଆଶାୟୀ ।

ଜ୍ଞାନ,ଚରିତ୍ର ଓ ଏକତାକୁ ଆଧାରକରି ଅଖିଳ ଭାରତୀୟ ବିଦ୍ୟାଥୀ ପରିଷଦ ଏହି ନିବାଚନ ମଇଦାନକୁ ଓହ୍ଲାଇବ ବୋଲି ସଂଗଠନର ରାଜ୍ୟ ସଂଗଠନ ସଂପାଦକ ଗୋବିନ୍ଦ ନାୟକ ଓଡିଶା ଡଟ୍ କମ୍ କୁ କହିଛନ୍ତି ।

କଂଗ୍ରେସ ଛାତ୍ର ସଂଗଠନ କଲେଜରେ ଶିକ୍ଷକ ମରୁଡି ସମସ୍ୟା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇ ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ କାର୍ଯ୍ୟକ୍ରମ ଜାରି ରଖିବ ବୋଲି ସଭାପତି ଚିନ୍ମୟ ସାହୁ କହିଛନ୍ତି ।

ସେହିପରି କେନ୍ଦ୍ରର ଉପା ସରକାର କିଭଳି ଓଡିଶା ପ୍ରତି ବୈମାତୃକ ମନୋଭାବ ରଖି ରାଜ୍ୟକୁ ହତାଦର କରୁଛି ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅଗବତ କରାଇବ ବୋଲି ଛାତ୍ର ବିଜଦ ସଭାପତି ବ୍ୟୋମକେଶ ରାୟ ମତରଖିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ରାଜନୀତି Tagged With: କମଳା ନେହେରୁ, ଛାତ୍ର ସଂସଦ ନିର୍ବାଚନ, ଛାତ୍ରଛାତ୍ରୀ, ବଜେବି, ରମାଦେବୀ, ରାଜଧାନୀ, ସିଟି ୱିମେନ

ବିଜ୍ଞାନମେଳାରେ ପ୍ରଦର୍ଶିତ ହେଲା ୩୫ଟି ବିଜ୍ଞାନ ପ୍ରକଳ୍ପ

August 26, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମୁନିଗୁଡା,ଅଗଷ୍ଟ ୨୬ (ଓଡ଼ିଶା ଡ଼ଟ୍ କମ୍)- ଶିକ୍ଷା ବିକାଶ ସମିତି ଓଡିଶା ଅନୁବନ୍ଧିତ ରାୟଗଡା ଜିଲ୍ଲା ଅର୍ନ୍ତଗତ ମୁନିଗୁଡା ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବିଷମକଟକ ସଂକୁଳସ୍ତରୀୟ ବିଜ୍ଞାନ ମେଳା ସଫଳତାର ସହ ଅନୁଷ୍ଠିତ ହୋଇ ଯାଇଛି ।

ବିଜ୍ଞାନ ମେଳାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ.ସଂଜୀବ ମହାପାତ୍ର ଉ୍ଘାଟନ କରିଥିବାବେଳେ ଉଦ୍ୟାପନୀ ଓ ପୁରସ୍କାର ବିତରଣୀ ଉତ୍ସବରେ କ୍ଷୁଦ୍ର ଜଳସେଚନ ବିଭାଗ ଉପଖଣ୍ଡ ଅଧିକାରୀ କୁରେଶୁ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

ଅମ୍ବାଳ, ମୁନିଗୁଡା, ବିଷମକଟକ, ଦୁର୍ଗୀ, ଚାଟିକଣା, ଥେରୁବାଲି, ପ୍ରଭୃତି ୬ଟି ଶିଶୁ ମନ୍ଦିରରୁ ଶିଶୁ ବର୍ଗରେ ୧୮ଟି ଓ ବାଲ ବର୍ଗରେ ୧୭ଟି ସମୁାୟ ୩୫ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନିତ ହୋଇଥିବା ଦେଖା ଯାଇଥିଲା । ସମୁଦାୟ ୧୦୬ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏଥିସହିତ ବୈଦିକ ଗଣିତ,ବିଜ୍ଞାନ,ପ୍ରଶ୍ନମଞ୍ଚ,ବିଜ୍ଞାନ,ପତ୍ରବାଚନ,ବୈଦିକ ଗଣିତ, ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ଗଣିତ ଚାଟ ପଦର୍ଶନ ସଂର୍ପକିତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନମେଳା, ଶିକ୍ଷା ବିକାଶ ସମିତି

ମଧ୍ୟାାହ୍ନ ଭୋଜନ ଅଣ୍ଡା ଖାଇ ୮ ଛାତ୍ରଛାତ୍ରୀ ଅସୁସ୍ଥ

August 11, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରଣପୁର, ଅଗଷ୍ଟ ୧୧(ଓଡ଼ିଶା ଡ଼ଟ୍ କମ୍) ନୟାଗଡ଼ ଜିଳ୍ଲା ରଣପୁର ଅଂଚଳରେ ଶନିବାର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ଖାଇ ୮ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି ।

ବଳଭଡ୍ରପୁର ପଂଚାୟତର କଣ୍ଡରାସିଙ୍ଗ-ଦେଉଳି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରତିିଦିନ ଭଳି ଆଜି ମଧ୍ୟାହ୍ନ ଭୋଜନରେ ଅଣ୍ଡାଝୋଳ ଦିଆଯାଇଥିଲା । ଅଣ୍ଡା ତରକାରୀ ଖାଇବାର ଅଳ୍ପ ସମୟ ଭିତରେ ଛାତ୍ରଛାତ୍ରୀମାନେ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ବାନ୍ତି କରିଥିଲେ ।

ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଅସୁସ୍ଥ ପିଲାମାନଙ୍କୁ ରଣପୁର ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଅସୁସ୍ଥ ପିଲାମାନଙ୍କ ମଧ୍ୟରୁ ସମସ୍ତେ ଷଷ୍ଠଶ୍ରେଣୀ ଛାତ୍ରଛାତ୍ରୀ । ତେବେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା କୁହାଯାଇଛି ।

ଅସୁସ୍ଥ ଛାତ୍ରଛାତ୍ରୀମାନେ ହେଲେ ରାଜ କୁମାର ପ୍ରଧାନ, ମନୋଜ ବେହେରା, ବିକାଶ ପରିଡ଼ା, ସୂର୍ଯ୍ୟକାନ୍ତ ସାହୁ, ପ୍ରଭାତ ପ୍ରଧାନ, ଆକାଶ ପ୍ରଧାନ, ଗିରିଜା ନନ୍ଦିନୀ ମହାପାତ୍ର ଓ ଜ୍ୟୋତ୍ସାରାଣୀ ମାର୍ଥା ।

ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନର ସଠିକ୍ ତାରଖ ହେଉନଥିବାରୁ ଏଭଳି ହେଉଛି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ମଧ୍ୟାାହ୍ନ ଭୋଜନ

ସିବିଏସ୍ଇ ଦ୍ଵାଦଶ ପରୀକ୍ଷାରେ ଚନ୍ଦ୍ରଶେଖରପୁର ଡ଼ିଏଭି ଶୀର୍ଷରେ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରାପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଡ଼ିଏଭି ସ୍କୁଲ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି ।

ବିଜ୍ଞାନ ବିଭାଗରେ ପରୀକ୍ଷା ଦେଇଥିବା ସମସ୍ତ ୧୯୩ ଜଣ ଛାତ୍ରଛାତ୍ରୀ ୬୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖି ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୨ ଜଣ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ବିଜ୍ଞାନ ବିଭାଗରେ ଆଦିତ୍ୟ ଶେଖର ଆଚାର୍ଯ୍ୟ ୯୬.୨ ପ୍ରତିଶତ ରଖି ପ୍ରଥମ ହୋଇଥିବା ବେଳେ ଅଭିଷେକ ଦାଶ ଓ ସ୍ୱୟଂସିଦ୍ଧ ଷଡ଼ଙ୍ଗୀ ୯୫.୮ ପ୍ରତିଶତ ରଖି ଯୁଗ୍ମଦ୍ୱିତୀୟ ଏବଂ ସିଦ୍ଧାର୍ଥ ମନୁ ୯୫.୪ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ସମସ୍ତ ଏକକ ବିଷୟରେ ଆଭରେଜ ୮୫ ନମ୍ବର ଥିବା ବେଳେ ଇଂରାଜୀ ଓ ବାଇଓଲୋଜିରେ ୯୦ ଓ ଗଣିତ ଓ କମ୍ପ୍ୟୁଟର ବିଷୟରେ ଛାତ୍ରଛାତ୍ରୀମାନେ ଶହେରୁ ଶହେ ନମ୍ବର ରଖିଛନ୍ତି ।

ସେହିପରି ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଥିବା ୨୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬ ଜଣ ୬୦ ପ୍ରତିଶତରୁ ଅଧିକ ନମ୍ବର ସହ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ମିଲ୍ଟନ୍ ଦାସ ୯୨.୬ ପ୍ରତିଶତ, ରଜତ ଅଗ୍ରୱାଲ ୯୨ ପ୍ରତିଶତ ଓ ଏଲିସ୍ ଦାଶ ୯୧.୬ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କମ୍ପ୍ୟୁଟର, ଛାତ୍ରଛାତ୍ରୀ, ଡ଼ିଏଭି, ବାଇଓଲୋଜି, ସିବିଏସ୍ଇ

  • « Go to Previous Page
  • Go to page 1
  • Go to page 2
  • Go to page 3
  • Go to page 4
  • Go to page 5
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ