• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଛାତ୍ରଛାତ୍ରୀ

ଜାତୀୟ ପ୍ରତିଯୋଗିତାରେ ବିଦ୍ୟାର୍ଥୀଙ୍କ କୃତିତ୍ୱ

December 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ରାଉରକେଲା, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ରାଉରକେଲାର ତିନି ଜଣ ଛାତ୍ରଛାତ୍ରୀ
ନୂଆଦିଲ୍ଲୀରେ ଅନୁଷ୍ଠିତ ଆଇଆଇଏମ୍ଟି ଅକ୍ସଫୋର୍ଡ଼ ବ୍ରୋକ୍ସ ଇନୋଭେସନ ଚ୍ୟାଲେଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି ।

ଦୀପିକା ଇଂରାଜୀ ମାଧ୍ୟମବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ମହମ୍ମଦ ଜିସାନ୍ ସିଦ୍ଦିକ, ଶୁଭାଙ୍ଗୀ ରାଉତ
ଏବଂ ପ୍ରଜ୍ୟେତି ଆଦ୍ୟାଶା ଦାସ “ମ୍ୟାନେଜିଂ ଟେରୋରିଜିମ୍ ଇନ୍ ଇଣ୍ଡିଆ’ ଶୀର୍ଷକ ପ୍ରକଳ୍ପ ଉପସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।

ବିଭିନ୍ନ ସମସ୍ୟାର ସମ୍ମୁଖିନ ଉପରେ ଯୁବଗୋଷ୍ଠୀଙ୍କୁ ସେମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବ୍ୟକ୍ତ
କରିବା ନିମନ୍ତେ ଏକ ମଂଚ ସୃଷ୍ଟି କରିବା ପାଇଁ ଇନ୍ଷ୍ଟିଚ୍ୟୁଟ୍ ଫର୍ ଇଂଟରନ୍ୟାସନାଲ ମ୍ୟାନେଜମେଂଟ ଆଣ୍ଡ ଟେକ୍ନୋଲୋଜି ଏବଂ ଅକ୍ସଫୋର୍ଡ଼ ୟୁନିଭରସିଟି ପକ୍ଷରୁ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ସମଗ୍ର ଦେଶରୁ ୧୨୨ଟି ଦଳ ସେମାନଙ୍କର ପ୍ରବନ୍ଧ ଉପସ୍ଥାପନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ
୧୫ଟିକୁ ନୂଆଦିଲ୍ଲୀରେ ଅନୁଷ୍ଠିତ ଚୂଡ଼ାନ୍ତ ରାଉଣ୍ଡରେ ସେମାନଙ୍କର ପରିକଳ୍ପନାକୁ ଉପସ୍ଥାପନ ପାଇଁ ସୁଯୋଗ ଦିଆଯାଇଥିଲା ।

କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଏକ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଜି.ଏସ୍.ପ୍ରସାଦ ସମ୍ମାନୀତ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ

ସ୍କୁଲରୁ ମିଳିବ ଜାତି, ଆୟ ଏବଂ ବାସସ୍ଥାନ ପ୍ରମାଣପତ୍ର

December 7, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୭(ଓଡ଼ିଶା ଡ଼ଟ୍ କମ୍) ଏଣିକି ସ୍କୁଲ ଗୁଡ଼ିକରୁ ଜାତି, ଆୟ ଏବଂ ବାସସ୍ଥାନ ପ୍ରମାଣପତ୍ର ମିଳିବ ବୋଲି ବୁଧବାର ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଏହାଦ୍ୱାରା ନବମ ଓ ଦଶମ ଶ୍ରେଣୀର ଦଶ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନୂଆ କାର୍ଯ୍ୟକ୍ରମକୁ ସ୍କୁଲ ସାର୍ଟିଫିକେଟ ଯୋଜନା ଭାବରେ ନାମିତ କରାଯାଇଛି ।

ଯୋଜନା ଅନୁଯାୟୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ବିଦ୍ୟାଳୟ ପରିସରରେ ବିଭିନ୍ନ ସରକାରୀ ସାର୍ଟିଫିକେଟ ଦିଆଯିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ସରକାରୀ ଓ ବ୍ଲକଗ୍ରାଂଟ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି ।

ତହସିଲଦାର କିମ୍ବା ରାଜସ୍ୱ ବିଭାଗ ଅଧିକାରୀମାନେ ଉଚ୍ଚ ବିଦ୍ୟାଳୟ ମାନଙ୍କରେ କ୍ୟାମ୍ପକରି ବିଦ୍ୟାଳୟ ପ୍ରଧାନଶିକ୍ଷକ, ପରିଚାଳନା କମିଟି ତଥା ସ୍ଥାନୀୟ ପଂଚାୟତିରାଜ ପ୍ରତିନିଧିଙ୍କ ସହାୟତାରେ ସାର୍ଟିଫିକେଟ ଦେବାର ବ୍ୟବସ୍ଥା କରାଯିବ ।

ଏହି ପ୍ରମାଣପତ୍ର ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି କୋର୍ଟ ଫି ଦେବାକୁ ପଡ଼ିବ ନାହିଁ ଏବଂ ଏହା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରାଗ୍ରହଣ କରିବା ବାଧ୍ୟତାମୂଳକ ହେବ ବୋଲି ନିଷ୍ପତି ନିଆଯାଇଛି ।

ଚଳିତ ଶିକ୍ଷା ବର୍ଷ ଶେଷ ସୁଦ୍ଧା ନବମ ଓ ଦଶମ ଶ୍ରେଣୀର ସମସ୍ତ ପିଲାଙ୍କୁ ଏହି ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ବିଶେଷ ଖବର Tagged With: ଛାତ୍ରଛାତ୍ରୀ, ପ୍ରମାଣପତ୍ର, ବିଦ୍ୟାଳୟ, ବିଶେଷ ଖବର

ପ୍ରଥମ ଥର ପାଇଁ ବରଗଡରେ ‘ଇନ୍ସପାୟର ଇନ୍ଟରଶିପ କ୍ୟାମ୍ପ’

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ଅପ୍ରେଲ ୨୩(ଓଡ଼ିଶା ଡ଼ଟ୍ କମ୍) ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସଂଲଗ୍ନ ଗବେଷଣାକୁ ନିଜର କ୍ୟାରିୟର ଭାବରେ ନେବାକୁ ଉତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଆନୁକୁଲ୍ୟରେ ସମ୍ବଲପୁର ବିଶ୍ୱବ୍ୟିାଳୟ ଏକ ‘ଇନ୍ସପାୟର୍ ଇନ୍ଟରଶିପ କ୍ୟାମ୍ପ’ ଆୟୋଜିତ କରୁଛି ।

ବରଗଡ ସ୍ଥିତ ବିକାଶ ଜୁନିଅର କଲେଜ ପରିସରରେ ଆସନ୍ତା ଅପ୍ରେଲ ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ ।

ସମ୍ବଲପୁର ବିଶ୍ୱବ୍ୟିାଳୟର କୁଳପତି ଅରୁଣ କୁମାର ପୂଜାରୀଙ୍କ ତତ୍ୱାବଧାନରେ ହେଉଥିବା ଏହି କ୍ୟାମ୍ପରେ ଶେର ବହୁ ବିଶିଷ୍ଟ ତଥା ପୁରସ୍କାର ବିଜେତା ବୈଜ୍ଞାନିକମାନେ ଯୋଜନା ଦେବାର କାର୍ଯ୍ୟକ୍ରମ ରହିଛି ।

ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ବିଜେତା ପ୍ରଫେସର କେ.ଭଟ୍ଟାଚାର୍ଯ୍ୟ, ଡାଇରେକ୍ଟର, ଇଣ୍ଡିଆନ ଏସୋସିଏସନ ଅଫ୍ କଲ୍ଟିଭେସନ ଅଫ୍ ସାଇନ୍ସ, କୋଲକାତା, ପ୍ରଫେସର ପି. ପାଣିଗ୍ରାହୀ, ଇସର, କୋଲକାତା, ଶାନ୍ତି ସ୍ୱରୂପ ପୁରସ୍କାର ବିଜେତା ପ୍ରଫେସର ସଂଜୟ ପୁରୀ, ସ୍କୁଲ ଅଫ୍ ଫିଜିକାଲ ସାଇନ୍ସ, ଜବାହରଲାଲ ନେହେରୁ ବିଶ୍ୱବ୍ୟିାଳୟ, ନୂଆଦିଲ୍ଲୀ, ପ୍ରଫେସର ଅମିତାଭ ମୁଖୋପାଧ୍ୟାୟ ।

ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇମୁନୋଲୋଜି, ନୂଆ ଦିଲ୍ଲୀ, ପ୍ରଫେସର ଟି. ବାଲାକ୍ରିଷ୍ଣା , ରସାୟାନ ବିଜ୍ଞାନ ବିଭାଗ, ମାଡ୍ରାସ ବିଶ୍ୱବ୍ୟିାଳୟ, ଡ଼. ପି. ଜୟଶଙ୍କର, ଫିସ୍ ଜେନେଟିକ୍ ଓ ବାଓଟେକ୍ନୋଲୋଜି ଡିଭିଜନ, ଭୂବନେଶ୍ୱର, ଡ଼ ଭି.ମୁରୁଗାମଣ୍ଡଲମ, ଗଣିତ ବିଜ୍ଞାନ ବିଭାଗ, ନିସାର, ଭୁବନେଶ୍ୱର, କର୍ଣ୍ଣଲ ଏସ୍.କେ. ସାମନ୍ତରାୟ ।

ଡି.ଆର୍.ଡି.ଓ ଚାନ୍ଦିପୁର ଓ ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର ବିଜେତା ପ୍ରଫେସର କାର୍ମେଶୁ ପଟେଲ, ସ୍କୁଲ ଅଫ୍ କମ୍ପୁଟର ଏବଂ ସିଷ୍ଟମ ସାଇନ୍ସ, ଜବାହରଲାଲ ନେହେରୁ ବିଶ୍ୱବ୍ୟିାଳୟ, ନୂଆଦିଲ୍ଲୀରୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଓ ପ୍ରଶିକ୍ଷଣ ଦେବେ ।

ଏହି କ୍ୟାମ୍ପରେ ଗତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୨ ପ୍ରତିଶତ ଓ ତାଠାରୁ ଉର୍ଦ୍ଧ ମାର୍କ ରଖିଥିବା ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ସମ୍ବଲପୁର ବିଶ୍ୱବ୍ୟିାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ବିଜୟ କୁମାର ମିଶ୍ର ଏହି କ୍ୟାମ୍ପର ସଂଯୋଜକ ତଥା ବିକାଶ ଜୁନିଅର କଲେଜର ଅଧ୍ୟକ୍ଷ ସମରେନ୍ଦ୍ର ପଣ୍ଡା ସହ ସଂଯୋଜକ ଅଛନ୍ତି ।

ବରଗଡ ଜିଲ୍ଲାରେ ପ୍ରଥମ ଥର ପାଇଁ ଏଭଳି ଏକ କ୍ୟାମ୍ପର ଆୟୋଜନର ସୁଯୋଗ େଇଥିବାରୁ ବିକାଶର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣା ସମ୍ବଲପୁର ବିଶ୍ୱବ୍ୟିାଳୟକୁ ଧନ୍ୟବାଦ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ବିଜ୍ଞାନ, ମୁଖ୍ୟ ଖବର, ସମ୍ବଲପୁର

ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦ।ବିରେ ରାସ୍ତା ଅବରୋଧ

January 3, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ସମ୍ବଲପୁର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦାବିରେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ସ୍ୱୟଂ ଶାସିତ କଲେଜର ଛାତ୍ରଛାତ୍ରୀମାନେ ସୋମବାର ରାସ୍ତା ଅବରୋଧ କରିଛନ୍ତି ।

କଲେଜର ଶତାଧିକ ଛାତ୍ରଛାତ୍ରୀ ଚର୍ଚ୍ଚ ଛକ ଠାରେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ କରିଛନ୍ତି ଫଳରେ ସେହି ରାସ୍ତା ଦେଇ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଗତ ମାସ ୨୪ରେ କଲେଜର ପରୀକ୍ଷା ନୀରିକ୍ଷକଙ୍କ କକ୍ଷରେ ଅଗ୍ନିକାଣ୍ଡ ଘଟି ପ୍ରାୟ ପାଞ୍ଚ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୋଡ଼ି ନଷ୍ଟ ହୋଇଯାଇଥିଲା ।

ଛାତ୍ରଛାତ୍ରୀମାନେ ପୁଣିଥରେ ଏହି ପରୀକ୍ଷା ଦେବେ ନଚେତ୍ ହାରାହାରି ମାର୍କ ଦିଆଯିବ ବୋଲି ଗତକାଲି ଏ ସଂପର୍କରେ କଲେଜରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା ।

ତେବେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିର ପ୍ରତିବାଦ କରି ଛାତ୍ରଛାତ୍ରୀମାନେ ୬୦ ପ୍ରତିଶତ ମାର୍କ ଦେବାକୁ ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ପରୀକ୍ଷା ଖାତା, ମୁଖ୍ୟ ଖବର

ଫେବୃୟାରୀ ପରିବର୍ତ୍ତେ ମାର୍ଚ୍ଚ ୧୬ରୁ ମ୍ୟାଟ୍ରିକ ପରୀକ୍ଷା

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଜାନୁୟାରୀ ୨(ଓଡ଼ିଶା ଡ଼ଟ୍ କମ୍) ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ୨୨ ପରିବର୍ତ୍ତେ ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷ ପକ୍ଷରୁ କୁହାଯାଇଛି ।

ଜନଗଣନା କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ଶିକ୍ଷକଙ୍କୁ ଅନ୍ୟ କାର୍ଯ୍ୟ ନବୋ ପାଇଁ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ପରିପ୍ରେକ୍ଷୀରେ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିବା ପରିଷର ଜଣେ ଅଧିକାରୀ କହିଛନ୍ତି ।

ପରୀକ୍ଷାକୁ ପ୍ରାୟ ଏକ ମାସ ଘୁଞ୍ଚାଇ ଦିଆଯାଇଥିବା ବେଳେ ଫର୍ମ ପୂରଣ ତାରିଖ ମଧ୍ୟ ଘୁଞ୍ଚାଇ ଦିଆଯାଇଛି । ଜୋରିମାନା ସହିତ ଫର୍ମ ପୂରଣର ଶେଷ ତାରିଖ ଜାନୁୟାରୀ ୧୦ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ପୂର୍ବରୁ ଏହି ପରୀକ୍ଷା ଫେବୃୟାରୀ ୨୨ରୁ ଆରମ୍ଭ ହେବ ବୋଲି ପରିଷଦ ପକ୍ଷରୁ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ପ୍ରାୟ ଛଅ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ମୁଖ୍ୟ ଖବର, ମ୍ୟାଟ୍ରିକ ପରୀକ୍ଷା

ଫେବୃୟାରୀ ୨୨ରୁ ମ୍ୟାଟ୍ରିକ ପରୀକ୍ଷା

December 11, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଡ଼ିସେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍) ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ୨୦୧୧ ବାର୍ଷିକ ମ୍ୟାଟ୍ରିକ ପରୀକ୍ଷା ଆସନ୍ତା ଫେବୃୟାରୀ ୨୨ରୁ ଆରମ୍ଭ ହେବ ବୋଲି ପରିଷ ପକ୍ଷରୁ କୁହାଯାଇଛି ।

ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ କେନ୍ଦ୍ରରେ ଏହି ପରୀକ୍ଷା ହେବ । ଛାତ୍ରଛାତ୍ରୀମାନେ ପଢୁଥିବା ସ୍କୁଲ ନିକଟସ୍ଥ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସିବିଏସ୍ଇ ଢାଞ୍ଚାରେ ପରୀକ୍ଷା ପରିଚାଳନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ପାସ ଛାତ୍ରଛାତ୍ରୀଙ୍କୁ ସାତ ଦିନ ମଧ୍ୟରେ ସାର୍ଟିଫିକେଟ ପ୍ରଦାନ କରାଯିବ ।

ଚଳିତ ମାସ ୨୨ ତାରିଖରୁ ଫର୍ମ ପୂରଣ ଆରମ୍ଭ ହେବ ଓ କଟକ ସମେତ ପରିଷର ୪ଟି ଜୋନ୍ ଓ ୧୮ଟି ସର୍କଲରେ ଏହି ଫର୍ମ ବିକ୍ରି କରାଯିବ । ଏଥର ପ୍ରାୟ ଛଅ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ରଛାତ୍ରୀ, ପରୀକ୍ଷା, ମୁଖ୍ୟ ଖବର

ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ପାଇଁ ଛାତ୍ରଛାତ୍ରୀଙ୍କୁ ରାହୁଲଙ୍କ ଆହ୍ୱାନ

December 9, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବ୍ରହ୍ମପୁର, ଡ଼ିସେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ଛାତ୍ରଛାତ୍ରୀ ମାନେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହେବାକୁ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ସାଂସଦ ରାହୁଲ ଗାନ୍ଧୀ ଆହ୍ୱାନ କରିଛନ୍ତି ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ରାହୁଲ ବୁଧବାର ପ୍ରଥମେ କଟକରେ ପହଞ୍ଚି ସେହି ଭବନଠାରେ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସେଠାରେ ପ୍ରାୟ ଏକ ଘଣ୍ଟା ଆଲୋଚନା କରିବା ପରେ ସେ ବ୍ରହ୍ମପୁର ଅଭିମୁଖେ ଯାଇଥିଲେ ।

ସେ ବ୍ରହ୍ମପୁର ବିଶ୍ୱ ବ୍ୟିାଳୟର ଅଡ଼ିଟୋରିୟମରେ ପ୍ରାୟ ୩୫ଟି କଲେଜର ସାତ ଶହରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୁଅନ୍ତୁ । ଏହା୍ଦ୍ୱାରା ଶେର ଶାନ୍ତି ଓ ଅଖଣ୍ଡତା ବଜାୟ ରହିବ ବୋଲି ସେ କହିଥିଲେ ।

ତେବେ ପାଗ ଖରାପ ଯୋଗୁଁ ତାଙ୍କର ସମ୍ବଲପୁର ଗସ୍ତ ବାତିଲ ହୋଇଯାଇଛି ଓ ସେ ଗୋପାଳପୁରରେ ରାତ୍ରୀଯାପନ କରିବେ । ଆସନ୍ତାକାଲି ବାରିପଦା ଯିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅଖିଳ ଭାରତ କଂଗ୍ରେସ, ଛାତ୍ରଛାତ୍ରୀ, ମୁଖ୍ୟ ଖବର

ଆଇଏମ୍ଆଇଟି ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ ବ୍ୟବସ୍ଥା

November 25, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ନଭେମ୍ବର ୨୪(ଓଡ଼ିଶା ଡ଼ଟ୍ କମ୍) କଟକ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ ଟେକ୍ନୋଲୋଜି (ଆଇଏମ୍ଆଇଟି)ର ଛାତ୍ରଛାତ୍ରୀ ମାନଙ୍କୁ ଏଣିକି କ୍ୟାମ୍ପସ ନିଯୁକ୍ତି ସୁବିଧା ମିଳିବ ।

ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ସୁବିଧା ସୃଷ୍ଟି କରିବେ ବୋଲି ବୁଧବାର ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି ବିଧାନସଭାରେ କହିଛନ୍ତି ।

ଏହି ସଂସ୍ଥାର ଭିତ୍ତିଭୂମି ବିକାଶ ପାଇଁ ସରକାରଙ୍କ ଆର୍ଥିକ ସହାୟତାରେ ଅନୁଷ୍ଠାନର ନିଜସ୍ୱ ଶ୍ରେଣୀଗୃହ, ପ୍ରଶାସନିକ କାର୍ଯ୍ୟାଳୟ, ଛାତ୍ରାବାସ, ଛାତ୍ରୀନିବାସ, ସରକାରୀ ବାସଗୃହ ଓ ସଭାଗୃହ ଆଦି ନିର୍ମାଣ କରାଯାଇଛି ।

ଏଠାରେ ନୂତନ ଭାବେ ଏମ୍ବିଏ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଏମ୍ଟେକ୍ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଏଠାରେ ବିଭିନ୍ନ ବର୍ଗରୁ ଏବେ ୨୫ ଜଣ ସ୍ଥାୟୀ କର୍ମଚାରୀ ଏବଂ ୫ ଜଣ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।

ଏମାନଙ୍କ ନିଯୁକ୍ତି ପ୍ରଚଳିତ ନିୟମ ତଥା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ସର୍ତ୍ତାବଳୀ ଅନୁସାରେ କରାଯାଇଛି ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଇଏମ୍ଆଇଟି, ଛାତ୍ରଛାତ୍ରୀ, ବିଧାନସଭା, ମୁଖ୍ୟ ଖବର

ମହାବାତ୍ୟା ବିଧବାଙ୍କୁ ନେଇ “କଥାନ୍ତର’

August 9, 2006 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଅଗଷ୍ଟ ୯ (ଓଡିଶା ଡଟ କମ) “କଥାନ୍ତର’ । ୧୯୯୯ ମହାବାତ୍ୟାରେ ବିଧବା ହୋଇଥିବା କଳ୍ପନାର ମାନସିକ ଅସ୍ଥିରତା, ନାଚାରତା, ଦୃଢ଼ତା, ଏବଂ ତା’ ଆଗରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ସ୍ଥିତିର ଏକ ଚିତ୍ର ମାତ୍ର । କଳ୍ପନାର ଚରିତ୍ର ଚାରିପାଖରେ ଘୁରି ବୁଲିଛି ଏହି ଚଳଚିତ୍ରର କଥା । ତାହାରିମାଧ୍ୟମରେ କାହାଣୀରେ ଫୁଟି ଉଠିଛି ମହାବାତ୍ୟା ପରବର୍ତ୍ତୀ ମଣିଷର ଅଭାବ ବୋଧ ଓ ସଂଘର୍ଷ ।

ନିର୍ଦ୍ଦେଶକ ହିମାଂଶୁ ଖଟୁଆ ଏହି ଚିତ୍ରରେ ସତ୍ୟର ଏକ ପ୍ରତିଛବି ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ୧୯୯୭ରେ ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ର “ଶୂନ୍ୟ ସ୍ୱରୂପ’ର ନିଦେ୍ର୍ଧଶନା ପରେ ଶ୍ରୀ ଖଟୁଆଙ୍କର ଏହା ଆଉ ଏକ ସଫଳ କୃତୀ ।

ଓଡ଼ିଶାର ମହିଳା ପତ୍ରିକା “କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତଙ୍କ ପ୍ରଯୋଜନାରେ ମାତ୍ର ୩୦ ଦିନର ସୁଟିଂରେ ପ୍ରସ୍ତୁତ ହୋଇପାରିଥିବା ବ୍ୟାବସାୟିକ ଦୃଷ୍ଟି କୋଣ ସହ ୧ ଘଣ୍ଟା ୧୬ ମିନିଟର ଏକ କଳାତ୍ମକ ଚଳଚ୍ଚିତ୍ର “କଥାନ୍ତର’ ଖୁବ୍ ଶୀଘ୍ର ଆଞ୍ଚଳିକ ସ୍ତରରେ ମୁକ୍ତିଲାଭ କରୁଥିବା ବେଳେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ପାଇଁ ଯୋଜନା ମଧ୍ୟ ଚାଲିଛି ।

୧୯୯୯ର ମହାବାତ୍ୟା ବିଗତ ଶତାବ୍ଦୀରେ ସର୍ବାଧିକ ଭୟଙ୍କର ଦୈବୀ ଦଣ୍ଡ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳକୁ ଏହା ଖିନଭିନ୍ କରିବା ସହ ସହସ୍ରାଧିକ ଲୋକଙ୍କ ଜୀବନ ନେଇଥିଲା । ହଜାର ହଜାର ଲୋକଙ୍କୁ ଗୃହହୀନ କରି ଏହା ସବୁ ଦିନ ପାଇଁ ଏକ ଆତଙ୍କର ପରିଚିତି ପାଇଥିଲା ।

ମହାବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ବାଂଲାଦେଶୀ ଶରଣାର୍ଥୀ । ପ୍ରଭାବିତ ଅଞ୍ଚଳକୁ ସ୍ୱେଛାସେବୀ ସଂସ୍ଥା, ଗଣମାଧ୍ୟମ, ରାଜନେତା ଓ ସ୍ୱାର୍ଥାନ୍ୱେଷୀଙ୍କ ସୁଅ ଛୁଟିଥିଲା ।

ଅତ୍ୟଧିକ ବାହ୍ୟ ହସ୍ତକ୍ଷେପ ସ୍ଥାନୀୟ ଲୋକଙ୍କ ନୈତିକ ମୂଲ୍ୟବୋଧରେ କ୍ରମ ଅବନତି ଆଣି ଖେଲାଇଥିଲା ଦୁର୍ନୀତି ଓ ନୈତିକ ଅଧପତନ । ପ୍ରାରମ୍ଭରେ ଏହି କଥାବସ୍ତୁକୁ ଅତୀତର ପ୍ରତ୍ୟାବର୍ତ୍ତନ ଭାବେ ନିଆଯାଇ ମହାବାତ୍ୟା ବର୍ଷପୂର୍ତ୍ତିରୁ ହିଁ ଅୟମାରମ୍ଭ ହୋଇଛି କାହାଣୀ “କଥାନ୍ତର’ ।

ଏକ ସ୍ୱେଛାସେବୀ ସଂସ୍ଥା ସାହାଯ୍ୟରେ ବାତ୍ୟା ପରବର୍ତ୍ତୀ ଲୋକଙ୍କ ସ୍ଥିତିକୁ ପ୍ରାମାଣିକ ଚତ୍ରରେ ସ୍ଥାନ ଦେବାକୁ ଉଦ୍ୟମ କରିଛନ୍ତି ବଙ୍ଗଳା ଦେଶର ଟିଭି ସାମ୍ବାଦିକ ଦୀପଙ୍କର । ପରିସ୍ଥିତି କ୍ରମରେ ସେ ବାତ୍ୟା ବିଧବା କଳ୍ପନା ସଂସ୍ପର୍ଶରେ ଆସି ତାକୁ ହିଁ ଏକ ସ୍ୱତନ୍ତ୍ର ରିପୋର୍ଟର ମୁଖ୍ୟ କଥାବସ୍ତୁ କରିବାକୁ ଇଛା ପ୍ରକାଶ କରିଛନ୍ତି ।

କଳ୍ପନାର ବାଲ୍ୟାନୁଭୂତି ସମସ୍ତ ବାଂଲାଦେଶୀ ଶରଣାର୍ଥୀଙ୍କ ଭଳି କଷ୍ଟ ଦାୟକ । ଦେଶ ବିଭାଜନ ବେଳେ ବହୁ ଶରଣାର୍ଥୀଙ୍କ ଭଳି କଳ୍ପନାର ପିତା ମଧ୍ୟ ପୂର୍ବ ବଙ୍ଗରୁ ପଳାଇ ଆସିବାକୁ ବାଧ୍ୟ ହୋଇଥିଲେ । ଆଶ୍ରୟ ନେଇଥିବା ଦେଶର ନାଗରିକ ହୋଇ ମଧ୍ୟ ତାଙ୍କୁ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ଲଢ଼େଇ କରିବାକୁ ପଡ଼ୁଥିଲା ।

ଓଡ଼ିଶାରେ ଜନ୍ମିତ କଳ୍ପନା ଅନଟନର ବାଲ୍ୟକାଳ ଛାଡ଼ି ମତ୍ସ୍ୟଜୀବୀ ସ୍ୱାମୀ ସହ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖୁଥିବା ବେଳେ ୧୯୯୯ର ମହାବାତ୍ୟା ତାକୁ ଧୂଳିସାତ୍ କରିଥିଲା ।

ମହାବାତ୍ୟାରେ ପରିବାରକୁ ହରାଇ ସୌଭାଗ୍ୟରେ ବଞ୍ଚି ରହିଥିବା କଳ୍ପନାକୁ ବାଲ୍ୟବନ୍ଧୁ ଅକ୍ଷୟଠାରୁ ଦୃଢ଼ ମାନସିକତାର ପ୍ରୋତ୍ସାହନ ମିଳିଥିଲେ ବି ଜନ୍ମଭୂମିରେ ତାକୁ କିପରି ଏକ ଶୂନ୍ୟତା ଗ୍ରାସିଥିଲା ।

“ଏକଲା ଚଲୋ’ ନୀତିରେ ଜୀବନର ଲଢ଼େଇରେ ହାରି ଯାଇଥିବା କଳ୍ପନା କୌଣସି ପ୍ରଚାରର ମାଧ୍ୟମ ନହେବା ପାଇଁ ସାମ୍ବାଦିକ ଦୀପଙ୍କରଙ୍କୁ ସାକ୍ଷାତକାର ଦେବାକୁ ମନା କରିଦେଇଛି । ନିରାଶ ଦୀପଙ୍କର ଅସମ୍ପୂର୍ଣ୍ଣ କାହାଣୀ ସହ ଫେରି ଯାଇଛନ୍ତି ନିଜ କର୍ମଭୂମିକୁ ।

ଅନିଶ୍ଚିତ ଭବିଷ୍ୟତ ଲକ୍ଷ୍ୟରେ ଏକାକୀ ଜୀବନ କାଟୁଥିବା କଳ୍ପନା ସ୍ୱେଛାସେବୀ ସଂସ୍ଥାରେ ଛୋଟ ଚାକିରି କରି ଏହି ଲୋଲୁପ ସମାଜରେ ନିଜର ପରିଚୟ ସୁରକ୍ଷା ଚେଷ୍ଟାରେ ଥିଲା । ପରିବାର ସଦସ୍ୟଙ୍କ ମୃତୁ୍ୟ କ୍ଷତିପୂରଣ ପାଇବାକୁ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ଅବିରାମ ଦୌଡ଼ରେ ତାର ସମୟ ସୀମିତ ଥିଲା ।

କଳ୍ପନାର ଲଢ଼େଇରେ ସାଥ୍ ଦେଇଥିଲା ସମ୍ପର୍କୀୟ ରୂପା । ମହାବାତ୍ୟା ରୂପାଠାରୁ ସ୍ୱାମୀ ଓ ପିଲାଙ୍କୁ ଛଡ଼ାଇ ନେଇଥିଲେ ବି ଆଶାବାଦୀ ଜୀବନ ଲକ୍ଷ୍ୟରେ ସେ ଆଦରିଥିଲା ଜଣେ ନାମକୁ ମାତ୍ର ସ୍ୱାମୀକୁ ।

ସରକାରୀ କ୍ଷତିପୂରଣ ଅନୁଦାନକୁ ଭୋଗ କରିବା ଆଶାରେ ଆଗେଇ ଆସିଥିବା ତଥାକଥିତ ସ୍ୱାମୀକୁ ନେଇ ରୂପାର ସଂସାର ଅସୁଖୀ ଥିଲା । ତଥାପି ମନପସନ୍ଦର କାହାକୁ ବାଛିବା ପାଇଁ ସେ କଳ୍ପନାକୁ ପ୍ରବର୍ତ୍ତାଇବାରେ ଲାଗିଥିଲା ।

କଳ୍ପନାର ନିରୀହତା, ସୌନ୍ଦର୍ଯ୍ୟ ଏବଂ ଦୃଢ଼ତାରେ ବେଶ୍ ପ୍ରଭାବିତ ହୋଇଥିବା ଦୀପଙ୍କର କେବଳ ତାକୁ ସାକ୍ଷାତର ଅଭୀପ୍ସା ନେଇ ବିନା କ୍ୟାମେରା ୟୁନିଟ୍ରେ ପୁଣି ଦୌଡ଼ି ଆସିଛି ବଙ୍ଗଳା ଦେଶରୁ । ଢ଼ାକାର ଜୀବନ, ପରିବେଶକୁ କଳ୍ପନା ଆଗରେ ବର୍ଣ୍ଣନା କରିବା ସହ ଦୀପଙ୍କର ତାର ଦୁଃଖରେ ଅବସାନ ଘଟାଇ ହାତ ଧରିବାକୁ ଇଛା ପ୍ରକାଶ କରିଛି ।

ଜଣେ ଅଜଣା ଲୋକର ହାତ ଧରିବା ଥିଲା କଳ୍ପନା ପକ୍ଷେ ଅତୀବ କଷ୍ଟକର । କିନ୍ତୁ କ୍ଷତିପୂରଣ ଅର୍ଥ ପାଇଁ ଅବିରାମ ଦୌଡ଼, ଗ୍ରାମ୍ୟ ଯୁବକଙ୍କ ଆଖିରେ ତାର ଚରିତ୍ରର ପ୍ରଶ୍ନ ଏବଂ ସମ୍ପର୍କୀୟା ରୂପାର ସ୍ୱାମୀର ତା’ ପ୍ରତି ଲୋଲୁପ ଦୃଷ୍ଟି ଏ ସବୁକୁ ମନେ ପକାଇ କଳ୍ପନା ନିଜକୁ ଅସହାୟ ମଣିବା ସହ ବୀତସ୍ପୃହ ହୋଇ ଉଠୁଥିଲା ।

ବାଲ୍ୟକାଳ କଟିଥିବା ପରିବେଶରେ ଜଣେ ସୁନ୍ଦରୀ ଅସହାୟା ବିଧବା ଏକାକୀ ଦିନ କାଟିବା କେତେ କଷ୍ଟ ତାହା ରୂପା ଅନୁଭବ କରିପାରି ଦୀପଙ୍କର ପୂର୍ବଜଙ୍କ ଦେଶକୁ ପଳାଇବାକୁ ସେ କଳ୍ପନାକୁ ପ୍ରବର୍ତ୍ତାଇଥିଲା ।

କିନ୍ତୁ ବାଂଲାଦେଶକୁ ଯିବା ପୂର୍ବରୁ କୋଲକାତାର ସଂକ୍ଷିପ୍ତ ରହଣିରେ କଳ୍ପନା ଅନୁଭବ କରିପାରିଛି ଢ଼ାକାର ସହର ସଭ୍ୟତାରେ ସେ ଅଧିକ ଅଣ ନିଃଶ୍ୱାସୀ ହୋଇଯିବ । ବାଲ୍ୟକାଳର ଖୁସି ମୁହୁର୍ତ୍ତ ତାକୁ ସାରା ଜୀବନ ଅସ୍ତବ୍ୟସ୍ତ କରିବ ।

ସେ ବୁଝି ପାରିଛି ତାକୁ ବିବାହ କରିବା ପଛରେ ଅଛି ଦୀପଙ୍କରର ଉଚ୍ଚକାଂକ୍ଷା । କ୍ୟାରିଅର ଗଢ଼ିବାର ସ୍ୱପ୍ନ ଦେଖୁଥିବା ଦୀପଙ୍କର କେବେ ତାର ଦୁଃଖଦ ଅନୁଭୂତିକୁ ଦୂରେଇବାରେ ସଫଳ ହେବନାହିଁ ।

ଏହି ଚିନ୍ତାଧାରାକୁ ପାଥେୟ କରି କଳ୍ପନା ଫେରି ଆସିଛି ଜନ୍ମଭୂମିକୁ । ତେବେ ଆସିବା ପୂର୍ବରୁ ଦୀପଙ୍କରର ସ୍ୱତନ୍ତ୍ର ରିପୋର୍ଟକୁ ସମ୍ପୂର୍ଣ୍ଣ କରିବା ପାଇଁ ନିଜ କାହାଣୀକୁ କଳ୍ପନା ଏକ ରେକର୍ଡ଼ିଂ କରି ରଖି ଆସିଛି ।

କିନ୍ତୁ କଳ୍ପନା ପ୍ରତି ଥିଲା ଭାଗ୍ୟର ବିଦ୍ରୁପ । ଜନ୍ମସ୍ଥାନକୁ ଫେରିବା ବେଳକୁ ସ୍ଥିତିରେ ଓଲଟ ପାଲଟ ହୋଇ ସାରିଥିଲା । ବାଂଲାଦେଶୀ ଶରଣାର୍ଥୀଙ୍କୁ ଅନୁପ୍ରବେଶକାରୀ ଆଖ୍ୟା ଦେଇ ୩୦ ଦିନ ମଧ୍ୟରେ ଦେଶ ଛାଡ଼ିବାକୁ ନୋଟିସ ଦିଆଯାଇଥିଲା । ଅଧିକାର ସାବ୍ୟସ୍ତକରିବାକୁ ଚାଲିଥିଲା ବିକ୍ଷୋଭ ପ୍ରତିବାଦ । ଗ୍ରାମରେ ପହଞ୍ଚିବା ମାତ୍ରେ ତାକୁ ମଧ୍ୟ ନୋଟିସ ମିଳିଥିଲା ।

ତଥାପି କଳ୍ପନା ସମସ୍ତ ପ୍ରତିକୂଳ ସ୍ଥିତିରେ ନିଜ ଅଧିକାର ପାଇଁ ଲଢ଼େଇ କରି ବଞ୍ଚିବାର ଲକ୍ଷ୍ୟରେ ଜନ୍ମଭୂମିକୁ ଆଦରି ନେଇଛି । ଏହିଠାରେ ହିଁ ଶେଷ ହୋଇଛି “କଥାନ୍ତର’ର କଥା….. । ଆରମ୍ଭ ହୋଇଛି ଅନ୍ୟ ଏକ କାହାଣୀ…. ।

ଚଳଚ୍ଚିତ୍ରର ଏକମାତ୍ର ସଙ୍ଗୀତ “ନଦୀରେ ନଦୀରେ…’କୁ ଗାଇଛନ୍ତି ସ୍ୱରୂପ ନାୟକ । ଚଳଚ୍ଚିତ୍ରର ବିତରଣ ଦାୟିତ୍ୱରେ ଅଛନ୍ତି କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ୍ ଲିମିଟେଡ଼୍ ।

ଜଗତସିଂହପୁର ଜିଲ୍ଲାର ଏରସମା ଏବଂ କେନ୍ଦ୍ରାପଡ଼ା ଜିଲ୍ଳାର ମହାକାଳପଡ଼ା ତଥା ନିକଟବର୍ତ୍ତୀ ଗ୍ରାମ, କୋଲକାତା ଏବଂ ଭୁବନେଶ୍ୱରରେ “କଥାନ୍ତର’ର ସୁଟିଂ କରାଯାଇଛି ।

ଏହାର ବିଭିନ୍ନ ଭୂମିକାରେ ଅଛନ୍ତି, ଅନୁ ଚୌଧୁରୀ (କଳ୍ପନା), ଭାସ୍ୱତୀ ବାସୁ (ରୂପା), ରାଶେଷ ମହାନ୍ତି (ଅକ୍ଷୟ), ଦେବପ୍ରସାଦ ଦାଶ (ଦୀପଙ୍କର), ଚୌଧୁରୀ ବିକାଶ ଦାସ (ବିକାଶ ମଣ୍ଡଳ), ମିହିର ସ୍ୱାଇଁ (ମିହିର) ଏବଂ ରଞ୍ଜିତ(ରଞ୍ଜିତ) ।

ଓଡିଶା ଡଟ କମ

News Bureau
News Bureau

Filed Under: ମନୋରଞ୍ଜନ Tagged With: ଅଚ୍ୟୁତ ସାମନ୍ତ, ଇତି ସାମନ୍ତ, ଇତିରାଣୀ ସାମନ୍ତ, କାଦମ୍ବିନୀ, କାଦମ୍ବିନୀ ପତ୍ରିକା, କିସ୍, କ୍ରାନ୍ତିଧାରା, ଚଳଚିତ୍ର, ଛାତ୍ରଛାତ୍ରୀ, ଲେଖକ ସମ୍ମିଳନୀ, ହିମାଂଶୁ ଖଟୁଆ, ହିମ୍ୟାନ୍ ହିରୋ ଧର୍ମେନ୍ଦ୍ର

ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ

November 25, 2005 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନଭେମ୍ବର ୨୫,(ଓଡିଶା ଡ଼ଟ୍ କମ୍), ମଧ୍ୟପ୍ରାଚ୍ୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରୁଥିବା ପଡ଼ୋଶୀ ପଶ୍ଚିମବଙ୍ଗର ଦୀପକ ରାୟ କୁହନ୍ତି, ଅନ୍ୟ ନୃତ୍ୟ ତୁଳନାରେ ଓଡ଼ିଶୀର ଭଙ୍ଗୀ ଅଧିକ ଜଟିଳ।

ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର କୃଷ୍ଣପୁରରେ ଜନ୍ମ ଗ୍ରହଣ କରିଥିବା ଦୀପକ ରାୟ ଗତ ଦଶ ବର୍ଷରୁ ଅଧିକ ସମୟ ଧରି ମଧ୍ୟପ୍ରାଚ୍ୟରେ ଓଡ଼ିଶୀର ପ୍ରଚାର କରୁଛନ୍ତି । ଅନ୍ୟ ରାଜ୍ୟରେ ଜନ୍ମ ହୋଇ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ସେ ବିଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

୧୯୯୩ରେ ମସ୍କାଟ୍ର ଓମାନରେ ଇଣ୍ଡିଆନ ଏମ୍ବାସି ସ୍କୁଲରେ ଜଣେ କଳା ଶିକ୍ଷକଭାବେ ସେ ଯୋଗ ଦେଇଥିଲେ । ସ୍କୁଲରେ ଗ୍ରାଫିକ ଆର୍ଟସ ପଢ଼ାଇବା ବ୍ୟତୀତ ଅନ୍ୟ ସମୟରେ ଓଡ଼ିଶୀ ନୃତ୍ୟର ପ୍ରଚାର କରନ୍ତି ୪୦ ବର୍ଷ ବୟସ୍କ ଦୀପକ ।

ବ୍ୟକ୍ତିଗତ ଚେଷ୍ଟାରେ “ଦୀପମ୍” ନୃତ୍ୟଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରି ଦୀପକ ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେଠାରେ ନୃତ୍ୟ ଶିକ୍ଷା ତାଲିମ ଦେଉଛନ୍ତି । ସେଠାରେ ରହୁଥିବା ଦକ୍ଷିଣ ଭାରତୀୟ ଏବଂ ଭାରତୀୟ ମୁସଲିମ ମାନେ ଓଡ଼ିଶୀ ଶିଖିବାକୁ ଅଧିକାଂଶ ସଂଖ୍ୟାରେ ଆସୁଛନ୍ତି ।

ଭୋର ପାଞ୍ଚଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ନୃତ୍ୟ ଶିକ୍ଷା ଚାଲେ । ସହଜ ନୃତ୍ୟ ଭଙ୍ଗୀ ରଚନା କରିବାରେ ନିଜର ସୃଜନଶୀଳତା ପାଇଁ ଶିଷ୍ୟମାନଙ୍କ ମହଲରେ ସେ ବେଶ୍ ଆଦରଣୀୟ ।

କଲିକତାର ଶାନ୍ତି ନିକେତନରୁ ଗ୍ରାଫିକ ଆର୍ଟ ଶିକ୍ଷା କରିବା ସହ ଦୀପକ ସେଠାରୁ ଶିଖିଛନ୍ତି କଥକଳୀ, ମଣିପୁରୀ ଏବଂ ଓଡ଼ିଶୀ । ସ୍କୁଲ ଜୀବନରେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଆଦି ବିଷୟ ପଢ଼ିଥିଲେ ମଧ୍ୟ ପରେ ସେ କଳା ଆଡ଼କୁ ଅଧିକ ଆକର୍ଷିତ ହୋଇଥିଲେ ।

ଗୁରୁ କେଳୁ ନାୟାରଙ୍କଠାରୁ କଥକଳି, ଜିତେନ୍ ସିଂଙ୍କଠାରୁ ମଣିପୁରୀ ଶିଖିଥିଲେ ମଧ୍ୟ ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଅନୁରାଗ ଥିଲା ।

“ଏକା ସମୟରେ ଏକାଧିକ ନୃତ୍ୟ ପ୍ରଦର୍ଶନରେ ଧ୍ୟାନ ଦେଲେ କୌଣସି ଗୋଟିଏ ପ୍ରତି ନ୍ୟାୟ କରିବା ସମ୍ଭବ ହୁଏନା । ତେଣୁ ୧୯୮୯ରେ କେବଳ ଓଡ଼ିଶୀ ନୃତ୍ୟରେ ମନୋନିବେଶ କରିବାକୁ ମଁ ନିଷ୍ପତ୍ତି ନେଇଥିଲି” ।

ଭାରତୀୟ ନୃତ୍ୟଗୁଡ଼ିକ ମଧ୍ୟରେ “ଓଡ଼ିଶୀ” ସର୍ବ ପୁରାତନ ଏବଂ ଏହାର ଭଙ୍ଗୀଗୁଡ଼ିକ ଅନ୍ୟ ନୃତ୍ୟ ତୁଳନାରେ ଅଧିକ ଜଟିଳ ବୋଲି ବିଶ୍ୱାସ କରନ୍ତି କଳାପ୍ରେମୀ ଦୀପକ ।

ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିବା ପଦ୍ମ ଭୂଷଣ ଗୁରୁ କେଳୁ ଚରଣ ମହାପାତ୍ରଙ୍କ ଠାରୁ ସେ ନୃତ୍ୟ ତାଲିମ ନେଇଛନ୍ତି ।

ସେ ଯେତେବେଳେ ଓମାନ ଯାଇଥିଲେ ଓଡ଼ିଶୀ ବିଷୟରେ ସେଠାକାର ଲୋକମାନଙ୍କର କୌଣସି ଧାରଣା ନ ଥିଲା ବୋଲି କୁହନ୍ତି ଦୀପକ । “ନୃତ୍ୟର ପ୍ରଚାର ପାଇଁ ପ୍ରାରମ୍ଭିକ ଅବସ୍ଥାରେ ମୋତେ ବିଭିନ୍ନ ଭଙ୍ଗୀରେ ଅଭିନୟ କରି ଏଠାକାର ଲୋକମାନଙ୍କୁ ଦେଖାଇବାକୁ ପଡୁଥିଲା” ।

ଉକ୍ତ ଅଞ୍ଚଳରେ ପ୍ରାୟ ତିରିଶ ଲକ୍ଷ ଭାରତୀୟ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ମସ୍କାଟରେ ରହୁଛନ୍ତି ।

ଓଡ଼ିଶାର ଏହି ସମୃଦ୍ଧ ସଂସ୍କୃତିକୁ କଳା ପ୍ରେମୀ ଏସିଆ ମହାଦେଶର ଲୋକମାନଙ୍କ ବ୍ୟତୀତ ବର୍ତ୍ତମାନ ୟୁଏଇ, ବାହାରିନ, ଦୋହା ଆଦି ଦେଶର ଦର୍ଶକମାନେ ଖୁବ୍ ପସନ୍ଦ କରୁଛନ୍ତି ବୋଲି ଦୀପକ ଓଡ଼ିଶା ଡଟ୍ କମ୍ କୁ କହିଛନ୍ତି ।

ପ୍ରଳୟଙ୍କରୀ ସୁନାମୀ ପରେ ଗତ ମେ ମାସରେ ମସ୍କାଟର ଆଲ୍ବାସ୍ତାନ ପ୍ୟାଲେସ ହୋଟେଲରେ ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।

ସଂପୂର୍ଣ୍ଣ ଓଡ଼ିଶୀ ଶୈଳୀରେ ପ୍ରକୃତିର ମହତ୍ୱକୁ ଏହି ନୃତ୍ୟ ମାଧ୍ୟମରେ ଚିତ୍ରିତ କରାଯାଇଥିଲା । ପ୍ରାୟ ୪୦ ଜଣ ଯୁବ କଳାକାର ଏଥିରେ ଭାଗ ନେଇଥିଲେ । ଉପସ୍ଥିତ ଶତାଧିକ ବିଦେଶୀ ଦର୍ଶକ ଏହି କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ବୋଲି ଦୀପକ କହିଛନ୍ତି ।

ଆଧୁନିକ ଓଡ଼ିଶୀ ଶୈଳୀରେ ତାଙ୍କର ସୃଷ୍ଟି “ଇଟରନାଲ ଜର୍ଣ୍ଣି ଟୁ ସି” ଏବଂ “ଜଙ୍ଗଲ ସିମ୍ଫୋନି” କୁ ଦର୍ଶକମାନେ ଭୂୟସୀ ପ୍ରଶଂସା କରିଛନ୍ତି । ସ୍ଥାନୀୟ ଭାରତୀୟ ଦୂତାବାସରେ ଅନ୍ତର୍ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ପ୍ରଦର୍ଶନ ପାଇଁ ସେମାନେ ଦୀପକଙ୍କୁ ନିମନ୍ତ୍ରଣ କରିଥାନ୍ତି ।

ଭାରତ, ନେପାଳ, ୟୁଏଇ ଆଦି ଦେଶରେ ପ୍ରଦର୍ଶନ କରିସାରିଥିବା ଦୀପକ “ଷ୍ଟେଜ୍ ଶୋ” ସମୟରେ ନିଜର ସ୍ୱତନ୍ତ୍ର ଶୈଳୀରେ ମଞ୍ଚ ସଜ୍ଜା, ଆଲୋକ ଏବଂ ଶବ୍ଦର ସଂଯୋଜନା କରିଥାନ୍ତି ।

ତେବେ ତାଙ୍କର ଏହି ସଫଳତା ପଛରେ ପତ୍ନୀ ବନଜା କୁମାରୀ ରାୟଙ୍କର ପ୍ରେରଣା ଥିବା ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ଦୀପକ । ବନଜା ଓଡ଼ିଶାରେ ଜନ୍ମ ଗ୍ରହଣ କରିଛନ୍ତି । ସେ ରାଜ୍ୟ ହସ୍ତଶିଳ୍ପ ତାଲିମ କେନ୍ଦ୍ରରେ ଜଣେ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ତୁଲାଇ ସାରିଛନ୍ତି ।

ଦୀପକଙ୍କର ବାପା ପଶ୍ଚିମବଙ୍ଗର ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ । ମାଆ ଜଣେ କଳାକାର । ଦୀପକଙ୍କୁ ମିଶାଇ ତାଙ୍କର ଦୁଇ ଭାଇ ଦୁଇ ଭଉଣୀ । ଦୀପକ ସବା ବଡ଼ ।

ତାଙ୍କର ସାନ ଭଉଣୀ ବର୍ତ୍ତମାନ ଉତ୍ତରପ୍ରଦେଶର କାନପୁରରେ କଥକଳି ନୃତ୍ୟର ପ୍ରସାର ପାଇଁ କାମ କରୁଥିବା ଦୀପକ କହିଛନ୍ତି ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସାକ୍ଷାତକାର Tagged With: ଓଡିଶୀ, କଥକଳୀ, ଛାତ୍ରଛାତ୍ରୀ, ଦୀପକ ରାୟ, ପଶ୍ଚିମବଙ୍ଗ, ମଣିପୁରୀ, ଶାନ୍ତି ନିକେତନ, ସାକ୍ଷାତକାର

  • « Go to Previous Page
  • Go to page 1
  • Interim pages omitted …
  • Go to page 3
  • Go to page 4
  • Go to page 5

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ