• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଛାତ୍ର ବୃତ୍ତି

କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ବୃତ୍ତି

June 18, 2015 by News Bureau Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ଵର,୧୮ ଜୁନ (ଓଡିଶା ଡଟ୍ କମ୍): ଯୁକ୍ତ ଦୁଇ ଓ ଯୁକ୍ତ ତିନି ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାର ଆଗ୍ରହକୁ ଉଚ୍ଚମାନର କରିବା ପାଇଁ ରାଜ୍ୟସରକାର ଏକ ସ୍ଵତନ୍ତ୍ର ବୃତ୍ତି ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ।

ଯେଉଁ ଛାତ୍ରଛାତ୍ରୀମାନେ ବାଣିଜ୍ୟ,କଳା ଓ ବିଜ୍ଞାନରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ଵ ନମ୍ବର ରଖିବେ ସେମାନଙ୍କ ପାଇଁ ବିଶିଷ୍ଟ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା ଛାତ୍ରବୃତ୍ତି ଓ ଓଡିଆ ସାହିତ୍ୟରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଫକୀର ମୋହନ ଛାତ୍ରବୃତ୍ତି ପ୍ରଦାନ କରାଯିବ ।

ସେହିପରି ବାଳିକା ଶିକ୍ଷାର ଉନ୍ନତି ପାଇଁ ପଚାଶଟି ଶିକ୍ଷାଗତ ପଛୁଆ ବ୍ଲକରେ ମଧ୍ୟ ବୃତ୍ତି ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ । ସବୁ ଛାତ୍ରଛାତ୍ରୀ କଲେଜ କ୍ୟାମ୍ପସରେ ରହି ପାଠପଢିବା ପାଇଁ ହଷ୍ଟେଲର ବନ୍ଦୋବସ୍ତ କରାଯିବ ।

ଓଡିଶା ଡଟ୍ କମ୍

News Bureau
News Bureau

Filed Under: ଶିକ୍ଷା Tagged With: ଛାତ୍ର ବୃତ୍ତି

ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତାବ

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) ଲଣ୍ଡନରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ଓଡ଼ିଶାରେ ପ୍ରବାସୀ ଭାରତୀୟ ସେଲ୍ ଖୋଲିବାକୁ ସେଠାକାର ଓଡ଼ିଆ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଲଣ୍ଡନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ରବିବାର ଓଡ଼ିଆ ସମାଜ ସଭାପତି ଡ଼. କଳ୍ପନା ମିଶ୍ରଙ୍କ ଅଧ୍ୟକ୍ଷତାରେ ପଟଲ୍ଲି ରେଷ୍ଟୁରାଣ୍ଟ ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ନବୀନ ଓଡ଼ିଆ ଛାତ୍ର ସଂଘର ସଦସ୍ୟ ମାନଙ୍କୁ ଭେଟି ସେମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଛାତ୍ର ବୃତ୍ତି ତଥା ଭିସା ନିୟମ ନେଇ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ସଂପର୍କରେ ସଂଘ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଓଡ଼ିଶାର ହସ୍ତକଳା ହସ୍ତଶିଳ୍ପ ତଥା ହସ୍ତତନ୍ତ ବିଶେରେ ଓଡ଼ିଶାର ଗୌରବ ବଢାଇଛି । ଇଂଲଣ୍ଡରେ ରହୁଥିବା ଓଡ଼ିଆ ଭାଇଭଉଣୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ମହାନ୍ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ସଂପର୍କରେ ପ୍ରଚାର କରୁଥିବା ଆନନ୍ଦର ବିଷୟ ବୋଲି ଏହି ଅବସରରେ ନବୀନ କହିଥିଲେ ।

ଓଡ଼ିଶା ସଂପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସ୍ୱାସ୍ଥ୍ୟ ତଥା ସାମାଜିକ କ୍ଷେତ୍ର ଏବଂ ଅନୁସୂଚିତ ଜନଜାତି ଲୋକମାନଙ୍କ କଲ୍ୟାଣ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ପକ୍ଷେପ ସଂର୍କରେ ସେ ସୂଚନା ଦେଇଥିଲେ ।

ଉତ୍ସବରେ ମନ୍ତ୍ରୀ ଉଷା ଦେବୀ ଓ ରମେଶ ଚନ୍ଦ୍ର ମାଝୀଙ୍କ ସମେତ ଓଡ଼ିଆ ସମାଜର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଇଂଲଣ୍ଡ, ଓଡ଼ିଆ ସମାଜ, ଛାତ୍ର ବୃତ୍ତି, ଶ୍ରୀଜଗନ୍ନାଥ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ