• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଛାତ୍ର

ଅପ୍ରାକୃତିକ ଯୌନ କ୍ରିୟା: ଓୟୁଏଟି ପ୍ରଫେସରଙ୍କ ବିରୁଦ୍ଧରେ ଚାରୋଟି ମାମଲା

May 4, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୪ (ଓଡିଶା ଡଟ କମ) କେତେକ ଛାତ୍ରଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନକ୍ରିୟା କରିଥିବା ଅଭିଯୋଗ ପରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଚାରୋଟି ମାମଲା ରୁଜୁ କରିଥିବା ପୁଲିସ ସୋମବାର କହିଛି ।

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିଲା ।

ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳି ନ ଥିଲା, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ଶୁକ୍ରବାର ନିଲମ୍ବିତ କରାଯାଇଥିଲା ।

ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ସ୍ଥାନୀୟ ଖଣ୍ଡଗିରି ଥାନାକୁ ଘଟଣାର ତଦନ୍ତ ପାଇଁ ଅନୁରୋଧ କଳା ପରେ ପୁଲିସ ଜେନାଙ୍କ ବିରୁଦ୍ଧରେ ଚାରୋଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଶିକ୍ଷା Tagged With: ଓୟୁଏଟି, ଛାତ୍ର, ଯୌନ ଉତ୍ପୀଡନ, ସହ ପ୍ରାଧ୍ୟାପକ

ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେବା ଅଭିଯୋଗରେ ଓୟୁଏଟି ପ୍ରଫେସର ନିଲମ୍ବିତ

May 1, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୧ (ଓଡିଶା ଡଟ କମ) କେତେକ ଛାତ୍ରଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟର (ଓୟୁଏଟି) ଜଣେ ସହ ପ୍ରାଧ୍ୟାପକଙ୍କୁ କତ୍ତୃପକ୍ଷ ଶୁକ୍ରବାର ନିଲମ୍ବିତ କରିଛନ୍ତି।

ସେଠାରେ ପଢୁଥିବା ସାତ ଜଣ ଛାତ୍ର ତାଙ୍କ ଉପରେ ଯୌନ ଉତ୍ପୀଡନ ହୋଇଥିବା ଗତ ମାସ ଆଠ ତାରିଖରେ ଅଭିଯୋଗ କଲା ପରେ ବିଶ୍ୱବିଦ୍ୟାଳୟ ଏହାର ତଦନ୍ତ ପାଇଁ ଏକ କମିଟି ନିଯୁକ୍ତି କରିଥିଲା । କମିଟିର ରିପୋର୍ଟ ଆଧାରରେ ରସାୟନ ବିଦ୍ୟା ବିଭାଗର ସହ ପ୍ରାଧ୍ୟାପକ ପ୍ରଦୀପ ଜେନାଙ୍କୁ ନିଲମ୍ବିତ କରା ଯାଇଥିବା, ବିଶ୍ଵବିଦ୍ୟାଳୟର ଜଣେ ମୁଖପାତ୍ର କହିଛନ୍ତି ।

ଯଦିଓ ସହ ପ୍ରାଧ୍ୟାପକଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଦେବା ନେଇ କୌଣସି ପ୍ରମାଣ ମିଳିନାହିଁ, ତେବେ ସେ ପରୀକ୍ଷା ସମୟରେ କପି କରିବାକୁ ସୁଯୋଗ ଦେବା ଓ କିଛି ଛାତ୍ରଙ୍କୁ ବାଡେଇବା ସପକ୍ଷରେ ଆପାତତଃ ପ୍ରମାଣ ମିଳିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ଯୌନ ଉତ୍ପୀଡନର ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଶିକ୍ଷା Tagged With: ଓୟୁଏଟି, ଛାତ୍ର, ପ୍ରଫେସର, ଯୌନ ଉତ୍ପୀଡନ

ସିବିଏସ୍ଇ ଦ୍ଵାଦଶ ବିଜ୍ଞାନରେ ଅଂଶୁମାନ ଓଡ଼ିଶା ଟପ୍ପର

May 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୮(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପରିଚାଳିତ ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ସ୍ଥିତ ମର ପବ୍ଲିକ ସ୍କୁଲ ଛାତ୍ର ଅଂଶୁମାନ ମହାପାତ୍ର ୯୮.୮ ପ୍ରତିଶତ ମାର୍କ ରଖି ରାଜ୍ୟରେ ଟପ୍ପର ହୋଇଛନ୍ତି ।

ସେହିପରି ଚନ୍ଦ୍ରଶେଖରପୁର ଡ଼ିଏଭି ଛାତ୍ର ଆଦିତ୍ୟ ଆଚାର୍ଯ୍ୟ ୯୫.୬ ପ୍ରତିଶତ ମାର୍କ ରଖିଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଭୁବନେଶ୍ୱର କ୍ଷେତ୍ରରେ ପାସ୍ ହାର ମୋଟ୍ ୮୩.୮୪ ପ୍ରତିଶତ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧.୨୬ ପ୍ରତିଶତ ଛାତ୍ର ଓ ୮୭.୨୮ ପ୍ରତିଶତ ଛାତ୍ରୀ ଅଛନ୍ତି । ଚଳିତ ବର୍ଷ ଭୁବନେଶ୍ୱର କ୍ଷେତ୍ରରୁ ୩୩ ହଜାର ୮୪୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଛାତ୍ର, ଡ଼ିଏଭି, ପରୀକ୍ଷା ଫଳ

କଟକ: ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଅଭିଯୋଗ

November 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ନଭେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) କଟକ ସହରର ଜଣେ ସ୍କୁଲ ଛାତ୍ରଙ୍କୁ ଟ୍ୟୁସନ୍ ରୁ ଫେରୁଥିବା ବେଳେ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି ।

ନିମସାହି ଅଞ୍ଚଳର ଦଶ ବର୍ଷ ବୟସ୍କ ଅବଦୁଲ ରେହେମାନ୍ ରବିବାର ସଂଧ୍ୟାରେ ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିବାରୁ ତାଙ୍କ ପରିବାର ପକ୍ଷରୁ ସୋମାବର ପୁରୀଘାଟ ଥାନାରେ ଏତଲା ଦିଆଯାଇଛି ।

ଜଣେ ପଡ଼ୋଶୀ ଯୁବକ ତାଙ୍କୁ ଟ୍ୟୁସନ୍ ସ୍ଥାନରେ ଛାଡ଼ିବା ଓ ଟ୍ୟୁସନ୍ ପରେ ଆଣିବାକୁ ଯାଇ ଆଉ ନଫେରିବାରୁ ସଂପୃକ୍ତ ଛାତ୍ରଙ୍କୁ ଅପହରଣ କରିନିଆଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିବା ପୋଲିସ କହିଛି ।

ଅବଦୁଲ ଡ଼ିପିଏସ୍ କଳିଙ୍ଗ ବିଦ୍ୟାଳୟର ପଞ୍ଚମ ଶ୍ରେଣୀର ଛାତ୍ର । କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ବାଦଲକୁ ଅପହରଣ କରିନିଆଯାଇଥିବା ପୋଲିସ ସନ୍ଦେହ କରୁଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଅପହରଣ, ଛାତ୍ର

ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଉପରେ ଡ଼ିପ୍ଲୋମା ପାଠ୍ୟକ୍ରମ

April 23, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ଅପ୍ରେଲ ୨୧(ଓଡ଼ିଶା ଡ଼ଟ୍ କମ୍) ନୂଆଦିଲ୍ଲୀ ସ୍ଥିତ ଏଲ୍ବିଆଇଆଇଏଚ୍ଏମ୍ ଓଡ଼ିଆ ଖାଦ୍ୟ ପ୍ରସ୍ତୁତି ଉପରେ ଏକ ଛଅ ମାସିଆ ଡ଼ିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରିଛି ।

ଏହା ଉପରେ ଛାତ୍ର ମାନଙ୍କୁ ତାଲିମ ଦେବା ନିମନ୍ତେ ପ୍ରଥମ ଥର ପାଇଁ ପାଠ୍ୟକ୍ରମ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଏହାର ପ୍ରଥମ ବ୍ୟାଚ୍ରରେ ୧୫ ଜଣ ଛାତ୍ର ରହିବେ ଓ ସେମାନେ ଉଭୟ ଥିଓରି ଏବଂ ପ୍ରାକ୍ଟିକାଲ ପରୀକ୍ଷା ଦେବେ । ଉତ୍ତମ ଓଡ଼ିଆ ଖାଦ୍ୟ , ସ୍ନାକ୍ସ, ମେନ୍ କୋର୍ସ, ମିଠା ଏବଂ ପାନୀୟ ଉପରେ ତାଲିମ ଦିଆଯିବ ।

ଛାତ୍ର ମାନଙ୍କୁ ତାଲିମ,ଚାକିରି ଦେବା ପାଇଁ ଏହା ଦିଲ୍ଲୀ ହାଟରେ ଥିବା ଓଡ଼ିଆଖାଦ୍ୟ ଷ୍ଟଲ ସହ ଚୁକ୍ତି କରିଛି ।

“”ଓଡ଼ିଆ ଖାଦ୍ୟ ସ୍ୱାସ୍ଥ୍ୟକର ଏବଂ ସ୍ୱାଦିଷ୍ଟ କିନ୍ତୁ ବାହାରେ ଏଗୁଡ଼ିକର ପ୍ରଚାର ହୋଇ ପାରୁନାହିଁ । ତେଣୁ ଆମେ ଏହି ଛଅ ମାସିକିଆ ଡ଼ିପ୍ଲୋମା କୋର୍ଟ ଆରମ୍ଭ କରିଛୁ । ଏହା୍ୱାରା ଏକ ଓଡ଼ିଆଖାଦ୍ୟ ପ୍ରସ୍ତୁତି ଦଳଙ୍କ ରାଷ୍ଟ୍ରଦୂତ ତିଆରି କରିବୁ ଓ ସେମାନେ ଏହି ଖାଦ୍ୟକୁ ସମଗ୍ର ବିଶ୍ୱରେ ପରିଚିତ କରିବେ” ଏହାର ନିର୍ଦ୍ଦେଶକ କମଳ କୁମାର କହିଛନ୍ତି ।

ଉକ୍ତ ପାଠ୍ୟକ୍ରମ ପାଇଁ ଦଶମ ପାସ୍ ଯୋଗ୍ୟତା ତଥା ଇଂରାଜୀ ଓ ହିନ୍ଦୀରେ ଜ୍ଞାନ ଥିବା ଆବଶ୍ୟକ । ପାଠ୍ୟକ୍ରମ ପାଇଁ ଫି ୪୫ ହଜାର ଟଙ୍କା(ପାଠ୍ୟ ସାମଗ୍ରୀ, ପୋଷାକ ଏବଂ ପରୀକ୍ଷା ଫି) । ଏହାସହ ହଷ୍ଟେଲରେ ରହଣି ପାଇଁ ଅଲଗା ଫି ଦେବାକୁ ପଡ଼ିବ ।

ଏହା ଶତପ୍ରତିଶତ ଚାକିରି ଭିତ୍ତିକ ଓ ଛାତ୍ରମାନେ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ଦରମା ପାଇପାରିବେ, ସେ କହିଛନ୍ତି ।

ଅଧିକ ଜାଣିବା ପାଇଁ ଯୋଗାଯୋଗ କରିବାର ଠିକଣା: ଏଲ୍ବିଆଇଆଇଏଚ୍ଏମ୍ , ବି-୯୮, ପୁଷ୍ପାଞ୍ଜଳୀ ଏନ୍କ୍ଲେଭ୍, ଆଉଟର ରିଙ୍ଗ ରୋଡ଼, ପିତାମ୍ପୁରା, ଦିଲ୍ଲୀ-୧୧୦୦୩୪, ଫୋନ୍: ୦୯୫୬୦୮୯୫୪୮୨, ୦୯୨୧୦୮୮୬୬୩୨, ୱେବ ସାଇଟ୍: www.lbiihm.com

ଭୁବନେଶ୍ୱର କାର୍ଯ୍ୟାଳୟ(ଆଡ଼୍ମିସନ ପାଇଁ): ୦୬୭୪-୨୩୧୩୧୧୦, ୮୦୧୮୫୯୫୩୦୭ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଛାତ୍ର, ଡ଼ିପ୍ଲୋମା, ନୂଆଦିଲ୍ଲୀ, ମୁଖ୍ୟ ଖବର

କଲେଜ ପରିସରରେ ଛାତ୍ରଙ୍କୁ ହତ୍ୟା

December 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଡ଼ଇସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ସ୍ୱୟଂଶାସିତ କଲେଜ ପରିସରରେ ଗୁରୁବାର କେତେକ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ପୋଲିସ କହିଛି ।

ଉକ୍ତ କଲେଜର ପୂର୍ବତନ ଛାତ୍ର କମଲ ଲୋଚନ ଳେଇ ଓ ଛାତ୍ର ସଂଗ୍ରାମ ମହାନ୍ତି କ୍ୟାରମ ଖେଳୁଥିବା ସମୟରେ ଅଜଣା ଦୁର୍ବୃତ୍ତମାନେ କାର୍ ରେ ଆସି କଲେଜ ପରିସରରେ ତାଙ୍କୁ ଆକ୍ରମଣ କରିଥିଲେ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଦଳେଇଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ଓ ମହାନ୍ତିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ମଧ୍ୟ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଛି । ପରେ ଉତ୍ତ୍ୟକ୍ତ ଲୋକମାନେ ଦୁର୍ବୃତ୍ତଙ୍କ ତୁରନ୍ତ ଗିରଫ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଲେଜ, ଛାତ୍ର, ଢେଙ୍କାନାଳ, ମୁଖ୍ୟଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ