• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜଗତସିଂହପୁର ଜିଲ୍ଲା

ସ୍କୁଲରେ ବୋମା ତିଆରି ସାମଗ୍ରୀ ମିଳିବା ପରେ ଆତଙ୍କ

February 7, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ଅଲସୁଧା ପ୍ରାଥମିକ ବିଦ୍ୟାଳୟ ବୋମା ତିଆରି ସାମଗ୍ରୀ ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।

ଆସନ୍ତା ନିର୍ବାଚନ ସମୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅସାମାଜିକ ବ୍ୟକ୍ତିମାନେ ସ୍କୁଲରେ ଏଭଳି କାର୍ଯ୍ୟ ଚଲାଇଥିବା ଅଭିଯୋଗ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପିତେଇପୁର ପଂଚାୟତ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସୋମବାର ଛାତ୍ରଛାତ୍ରୀମାନେ ସ୍କୁଲ ବାରଣ୍ଡାରେ ବୋମା ତିଆରିରେ ବ୍ୟବହୃତ ବିସ୍ଫୋରକ, ପ୍ଲାଷ୍ଟିକ ଗ୍ଲାସ, ବୋତଲ, ସୂତା ଓ ଅନ୍ୟାନ୍ୟ ସାମଗ୍ରୀ ଦେଖିବା ପରେ ଏସଂପର୍କରେ ପିତାମାତାଙ୍କୁ ଜଣାଇଥିଲେ ।

ଘଟଣା ପରେ ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ସେମାନେ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଏବିଷୟରେ ଜଣାଇଥିଲେ ।

ତେବେ ସ୍କୁଲରେ କୌଣସି ବୋମା ଥିବା ସନ୍ଦେହ କରି ଏହି କାର୍ଯ୍ୟରେ ସଂପୃକ୍ତ ଲୋକଙ୍କୁ ଧରିବାକୁ ପ୍ରଧାନଶିକ୍ଷକ ସ୍ଥାନୀୟ ପୋଲିସକୁ ଜଣାଇଥିଲେ ।

ସ୍କୁଲରେ ଏଭଳି ବିପଦ ଜନକ କାର୍ଯ୍ୟ କରାଯାଉଥିବାରୁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଂକା କରି ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲକୁ ଯିବାକୁ ଦେଇନଥିଲେ ।

ସ୍କୁଲରୁ ମିଳିଥିବା ସାମଗ୍ରୀ ଗୁଡ଼ିକୁ ଜବତ କରିବା ସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ସତୀଶ ରାୟ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ବିଦ୍ୟାଳୟ ବୋମା

ତୈଳବିଶୋଧନଗାର ପାଚେରୀ ନିର୍ମାଣକୁ ବିରୋଧ

January 17, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା ସ୍ଥିତ ଭାରତୀୟ ତୈଳ ନିଗମର ବିଶୋଧନଗାର ପାଚେରୀ ନିର୍ମାଣକୁ ବସ୍ତି ଅଂଚଳରେ ରହୁଥିବା ଲୋକଙ୍କ ବିରୋଧ ଯୋଗୁଁ ମଙ୍ଗଳବାର ନିର୍ମାଣ କାର୍ଯ୍ୟ ପ୍ରଭାବିତ ହୋଇଛି ।

ଘଂଗାଇଲା ଠାରେ ରହିଆସୁଥିବା ଏହି ବସ୍ତିର ପରିବାର ଗୁଡ଼ିକୁ ୧୯୯୮ରେ ପାରାଦୀପ ବନ୍ଦର କୋଇଲା ପ୍ଲାଂଟ ସଂପ୍ରସାରଣ ସମୟରେ ଭିତରଘର ଠାରେ ଥଇଥାନ କରାଯାଇଥିଲା ।

ଏହି ସ୍ଥାନରେ ରହିବା ପାଇଁ ସଂପୃକ୍ତ ପରିବାର ଗୁଡ଼ିକ ଜାଗା ପାଇଥିଲେ କିନ୍ତୁ ବର୍ତମାନ ଏହା ତୈଳବିଶୋଧନଗାର ପ୍ରକଳ୍ପ ଅଂଚଳରେ ରହିଛି ।

କେତେକ ପରିବାର ବେଆଇନ ଭାବେ ଏଠାରେ ରହୁଥିବାରୁ ଜାଗା ଛାଡ଼ିବା ପାଇଁ କୁଜଙ୍ଗ ତହସିଲାର ଗତ ଜୁନ୍ ୨୦ରେ ନୋଟିସ୍ ଜାରି କରିଥିଲେ । ଏହାସତ୍ୱେ ମଧ୍ୟ ଲୋକମାନେ ସେହିସ୍ଥାନ ଛାଡ଼ିନଥିଲେ ।

ତେବେ ଠିକ।ଦ।ର ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ଖବର ପାଇ ଶତାଧିକ ଲୋକ ସେଠାରେ ପହଂଚି ବିରୋଧ କରିଥିଲେ । ଠିକ୍ ଭାବେ ଥଇଥାନ କରିବା ପରେ ଏଠାରେ ରହୁଥିବା ପରିବାର ଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଲୋକମାନେ ଦ।ବି କରିଛନ୍ତି ।

ଆମେ ପାଚେରୀ ନିର୍ମାଣକୁ ବିରୋଧ କରୁନାହୁଁ କିନ୍ତୁ ଥଇଥାନ ନକରି ବେଆଇନ ଭାବେ ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରୁଛୁ । ଏହାଦ୍ୱାରାପ୍ରାୟ ୧୨୮୫ ପରିବାର ପ୍ରଭାବିତ ହେବେ,ସଂପୃକ୍ତ ବସ୍ତି ଅଂଚଳରେ ରହୁଥିବା ବରେନ ଜେନା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ତୈଳ ବିଶୋଧନଗାର

କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଗିରଫ

January 5, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଜାନୁୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବାଣ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୁବାସ ରାଉତକୁ ପୋଲିସ ଗୁରୁବାର ଗିରଫ କରିଛି ।

ଜଗତସିଂହପୁର ପୋଲିସର ସ୍ୱତନ୍ତ୍ର ଦଳ ସୁବାସକୁ ପୁଡ଼ୁଚେରୀରୁ ଗିରଫ କରିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ବାଣ ବିସ୍ଫୋରଣ ପରେ ସେ ଫେରାର୍ ଥିଲା ।

ନଭେମ୍ବର ୧୬ରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତ ଏକ ସମାବେଶକୁ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠଜଣ ଆହତ ହୋଇଥିଲେ ।

ପରେ ଚିକିତ୍ସିତ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଏମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ଚାରି ଜଣ ଚିକିତ୍ସାଧିନ ଅଛନ୍ତି ।

ଏହି ବିସ୍ଫୋରଣ ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ଶାସକ ଦଳ ବିଧାୟକଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୁଜଙ୍ଗ ବାଣ, ଜଗତସିଂହପୁର ଜିଲ୍ଲା

ପୋସ୍କୋ ସଂଘର୍ଷ ଘଟଣାରେ ବାପି ସର୍ଖେଲ ଗିରଫ

December 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ନିକଟରେ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପ ଅଂଚଳରେ ହୋଇଥିବା ସଂଘର୍ଷ ଘଟଣାରେ ଠିକ।ଦ।ର ବାପି ସର୍ଖେଲକୁ ପୋଲିସ ଶୁକ୍ରବାର ଗିରଫ କରିଛି ।

ପୋଲିସର ଏକ ସ୍ୱତନ୍ତ୍ର ଦଳ ସର୍ଖେଲଙ୍କୁ ଛତିଶଗଡ଼ ରାଜଧାନୀ ରାୟପୁରରୁ ଗିରଫ କରିଥିବା ଜିଲ୍ଲା ପୋଲିସ ମୁଖ୍ୟ ଏସ୍.ବେତ ସିଂହ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ପୋସ୍କୋ ଅଂଚଳରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ତାଙ୍କ ନାଁରେ କୁଜଙ୍ଗ ଥାନାରେ ମାମଲା ରୁଜୁ ହୋଇଥିଲା । ଗତ ରବିବାର ପାରାଦୀପ ଓ କୁଜଙ୍ଗ ପୋଲିସ ମିଳିତ ଭାବରେ ବାପିଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ ।

ସଂଘର୍ଷରେ ମୃତ୍ୟୁବରଣ କରିଥିବା ଦ୍ୱିଜବରଙ୍କ ଭାଇଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୋଲିସ ପୂର୍ବରୁ କଂଗ୍ରେସ ନେତା ଜୟନ୍ତ ବିଶ୍ୱାଳ ଏବଂ ସର୍ଖେଲଙ୍କ ଚାରି ଜଣ ସମର୍ଥକଙ୍କୁ ଗିରଫ କରିଥିଲା ।

ବାପିଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନଥିବା ଅଭିଯୋଗ କରି ତାଙ୍କୁ ଗିରଫ କରିବା ପାଇଁ ବିଧାନସଭାରେ ଉଭୟ ବିରୋଧି ଓ ଶାସକ ଦଳର ବିଧାୟକମାନେ ଦ।ବି କରିଥିଲେ ।

ଗତ ୧୪ ତାରିଖରେ ରାସ୍ତା କାମକୁ ନେଇ ପୋସ୍କୋ ବିରୋଧି ଏବଂ ରାସ୍ତା ନିର୍ମାଣ କରୁଥିବା କମ୍ପାନୀ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ଓ ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ସହ ୨୫ ଜଣ ଆହତ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ପୋସ୍କୋ ପ୍ରକଳ୍ପ

ବାଣ ବିସ୍ଫୋରଣ: ଜିଲ୍ଲାପାଳ,ଏସ୍ପିଙ୍କୁ ହାଜର ପାଇଁ ନିର୍ଦ୍ଦେଶ

December 21, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ଡ଼ିସେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନିକଟରେ ହୋଇଥିବା ବାଣ ବିସ୍ଫୋରଣ ଘଟଣାରେ ବ୍ୟକ୍ତିଗତ ହାଜର ହେବାକୁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୭ରେ ନୂଆଦିଲ୍ଲୀ ଠାରେ ହାଜର ହେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଏହି
ବିସ୍ଫୋରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ବିଷୟରେ ସବିଶେଷ ରିପୋର୍ଟ ଦେବାକୁ କହିଛନ୍ତି ।

ଦଳିତ ସଂଗଠନର ଜାତୀୟ ସଭାପତି ଅଶୋକ ମଲ୍ଲିକଙ୍କ ଦ୍ୱାରାଆଗତ ଏକ ପିଟିସନ୍କୁ ଆଧାର କରି କମିଶନ ଅଧ୍ୟକ୍ଷ ପନ୍ନା ଲାଲ ପୁନିଆ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବିଜେଡ଼ିର କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ବିଜୁ ଶ୍ରମିକ ସଂଗଠନ ଦ୍ୱାରାଗତ ନଭେମ୍ବର ୧୬ରେ ଆୟୋଜିତ ସମାବେଶକୁ ଯିବା ବେଳେ ବିସ୍ଫୋରଣରେ ଚାରି ଜଣଙ୍କ ମୃତ୍ୟୁ
ହେବାସହ ଛଅ ଜଣ ଆହତ ହୋଇଥିବା ମଲ୍ଲିକ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

“”୨୭ ତାରିଖରେ ଆମକୁ ମଧ୍ୟ ହାଜର ହେବାକୁ କମିଶନ କହିଛନ୍ତି” ମଲ୍ଲିକ ନୂଆଦିଲ୍ଲୀରୁ ଓଡ଼ିଶା ଡ଼ଟ୍ କମ୍କୁ କହିଛନ୍ତି ।

ଏହି ଘଟଣାରେ ସଂପୃକ୍ତ ଶାସକ ଦଳର ଦୁଇ ବିଧାୟକଙ୍କ ବିରୁଦ୍ଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରିବାରେ ବିଫଳ ହୋଇଛି ବୋଲି ସେ କମିଶନଙ୍କ ନିକଟରେ ଅଭିଯୋଗ କରିଥିବା ମଲ୍ଲିକ କହିଛନ୍ତି ।

ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବିଚାର ବିଭାଗୀୟ ଅଦାଲତ ନିର୍ଦ୍ଦେଶ ଦେବା ପରେ ପୋଲିସ ବିଧାୟକ ସାମନ୍ତରାୟ ଏବଂ ଅନ୍ୟ ମାନଙ୍କ ନାଁରେ ମାମଲା ରୁଜୁ କରିଛି, କୁଜଙ୍ଗ ଥାନା ଅଧିକାରୀ ଜି.ଭୋଇ କହିଛନ୍ତି ।

ଗତ ନଭେମ୍ବର ୧୬ରେ ପାରାଦୀପ ଠାରେ ବିଜୁ ଶ୍ରମିକ ସଂଗଠନ ପକ୍ଷରୁ ଆୟୋଜିତଏକ ସମାବେଶ
ପାଇଁ ଶୋଭାଯାତ୍ରାରେ ଯାଉଥିବା ବେଳେ କୁଜଙ୍ଗ ନିକଟରେ ଚଳନ୍ତା ଗାଡ଼ିରେ ବାଣ ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ଆଠ ଜଣ ଆହତ ହୋଇଥିଲେ ।

ଆହତ ମାନଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଥିଲା  ଏବଂ ବର୍ତମାନ ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ମୃତ୍ୟୁ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କୁଜଙ୍ଗ ବାଣ, ଜଗତସିଂହପୁର ଜିଲ୍ଲା

ନିର୍ଯାତିତାଙ୍କ ସଂପର୍କରେ ତଥ୍ୟ ଦେବାକୁ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ

November 19, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଜଗତସିଂହପୁର, ନଭେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ଜଣେ ନିର୍ଯାତିତା ନାବାଳିକାଙ୍କ ଅବସ୍ଥା ସଂପର୍କରେ ସବିଶେଷ ତଥ୍ୟ ଦ।ଖଲ କରିବାକୁ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ନୂଆଗାଁ ଥାନା ଅନ୍ତର୍ଗତ ତିରାନା ଗ୍ରାମର ସଂପୃକ୍ତ ନାବାଳିକାଙ୍କ ମା’ଙ୍କ ଅଭିଯୋଗ ପରେ ଏହି ଘଟଣାର ତନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ପରେ ଜିଲ୍ଲା ସରକାରୀ ଡ଼ାକ୍ତରଖାନାରେ ଶୁକ୍ରବାର ନାବାଳିକାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ବୋଲି ନୂଆଗାଁ ଥାନା ଅଧିକାରୀ କହିଛନ୍ତି ।

ଗତ ଅଗଷ୍ଟ ୨୬ରେ ନାବାଳିକା ଜଣକ ଗଙ୍ଗଡ଼ା ଗାଁ ବଜାରରୁ ଫେରୁଥିବା ବେଳେ କେତେକ ଅସାମାଜିକ ଯୁବକ ତାଙ୍କୁ ଅପହରଣ କରିନେଇ ବଳାତ୍କାର କରିଥିଲେ । ଯୁବକମାନେ ତାଙ୍କୁ ଗୋଟିଏ ଘରେ ତିନିଦିନ ପାଇଁ ରଖିଥିଲେ ।

ତାଙ୍କୁ ତିନି ଜଣ ଯୁବକ ବଳପୂର୍ବକ ଗଣଧର୍ଷଣ କରିଥିବା ସଂପୃକ୍ତ ନାବାଳିକା ୨୯ ତାରିଖରେ ନୂଆଗାଁ ଥାନାରେ ଏତଲା ଦେଇଥିଲେ ।

ତେବେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପୋଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ସଂପର୍କ ଥିବା ନାବାଳିକାଙ୍କ ମା’ କମିଶନ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।

ନିର୍ଯାତିତାଙ୍କ ଡ଼ାକ୍ତରୀ ପରୀକ୍ଷା ପାଇଁ ପୋଲିସକୁ ଦୀର୍ଘ ତିନି ମାସ ସମୟ ଲାଗିଛି, ପୋଲିସ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଏଥିରୁ ଜଣାପଡ଼ିଛି ବୋଲି ମାନବାଧିକାର କର୍ମୀ ତଥା ପ୍ରଗତୀ ନାମକ ସଂଗଠନର ସଭାପତି ପ୍ରଫୁଲ୍ଲ ନାୟକ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ନିର୍ଯାତିତା ନାବାଳିକା

ଓଡ଼ିଆ ମହିଳା କେମିଷ୍ଟଙ୍କୁ ନ୍ୟୁଜିଲ୍ୟାଣ୍ଡରେ ପୁରସ୍କାର

December 30, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଡ଼ିସେମ୍ବର ୨୯(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାର ଜଣେ ମହିଳା ବୈଜ୍ଞାନିକଙ୍କୁ ନିକଟରେ “ୟଙ୍ଗ ସାଇନଟିଷ୍ଟ ୨୦୧୦”ରେ ପୁରସ୍କୃତ କରାଯାଇଛି ।

ଓଡ଼ିଶାର ପ୍ରଥମ ମହିଳା କେମିଷ୍ଟ ଯ୍ୟୋତିର୍ମୟୀ ମହାନ୍ତିଙ୍କୁ ଏସିଆନ ଆଣ୍ଡ ଓସାନିଆ ଫଟୋକେମେଷ୍ଟ୍ରି ଆସୋସିଏସନ ପକ୍ଷରୁ ନ୍ୟୁଜିଲ୍ୟାଣ୍ଡର ୱିଲିଙ୍ଗଟନ୍ ଠାରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆସୋସିଏସନ ସଭାପତି ପ୍ରଫେସର ହାରୁଓ ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ଯ୍ୟୋତିର୍ମୟୀ ବର୍ତ୍ତମାନ ମୁମ୍ବାଇ ସ୍ଥିତ ଭାବା ଗବେଷଣା କେନ୍ଦ୍ରରେ ସାଇଣ୍ଟିଫିକ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ସେ ଏହି ପୁରସ୍କାର ପାଇଥିବାରୁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।

ଏହି ପୁରସ୍କାର ମୋର କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇଁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି । ତାଙ୍କ ବାପା ବୈକୁଣ୍ଠ ନାଥ ମହାନ୍ତି କଟକରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାମ କରୁଥିବା ବେଳେ ପତି ମଧ୍ୟ ମୁମ୍ବାଇର ଏକ ପ୍ରତିଷ୍ଠିତ କେମିକାଲ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ।

ୱିଲିଙ୍ଗଟନ୍ ଠାରେ ନଭେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଷଷ୍ଠ ଏସିଆନ୍ ଫଟୋ କେମିଷ୍ଟ୍ରି ସମ୍ମିଳନୀରେ ବିିଭିନ୍ନ ଦେଶର ପ୍ରାୟ ୧୨୦ ଜଣ ବୈଜ୍ଞାନିକ ଅଂଶଗ୍ରହଣ କରିଥିଲେ । ଫଟୋ କେମେଷ୍ଟ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଛଅ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ନ୍ୟୁଜିଲ୍ୟାଣ୍ଡ, ଫଟୋ କେମେଷ୍ଟ୍ରି, ବୈଜ୍ଞାନିକ, ମୁଖ୍ୟ ଖବର

ସୋମବାର ଜଗତସିଂହପୁର ଜିଲ୍ଲା କ୍ରୀଡ଼ା ସଂସଦର ୧୭ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅବସରରେ ଉପସ୍ଥିତ ଅତିଥି ବୃନ୍ଦ

December 20, 2010 by ଓଡିଶା ଡଟ କମ Leave a Comment

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ମୁଖ୍ୟ ଖବର

ବିରଳ ବ୍ୟକ୍ତିତ୍ୱ ଅନ୍ନା ରାୟଙ୍କ ଏକାଦଶାହ ଅବସରରେ

November 22, 2010 by ଓଡିଶା ଡଟ କମ Leave a Comment

ଦେବାଶିଷ ରାୟ

ଭୁବନେଶ୍ୱର, ନଭେମ୍ବର ୨୧: ସଚ୍ଚୋଟ ସାମ୍ବାଦିକତାର ନିର୍ଲିପ୍ତ ଦୀପଶିଖା ଏବଂ ଉତ୍ତରପିଢ଼ିଙ୍କ ଏକତ୍ର ଅଭୁଲା ମାର୍ଗଦର୍ଶକ ଥିଲେ ଅନ୍ନା କୁମାର ରାୟ ।

ଜଗତସିଂହପୁର ଜିଲ୍ଲାର ରାଜସ୍ୱଗ୍ରାମ ଓଡ଼ିଶାଗଡ଼(ଅଧୁନା-ନୂଆଗଡ଼)ର ଏକ ଜମିାର ବଂଶରେ ଜନ୍ମ ୧୩.୧୨.୪୩ ମାର୍ଗଶିର ମାସ କୃଷ୍ଣପକ୍ଷ ଦ୍ଵିତୀୟା ତିଥିରେ, ତତ୍କାଳୀନ ଜଳେଶ୍ୱରର ଷ୍ଟେସନ ମାଷ୍ଟର ସ୍ୱର୍ଗତ ହରିଚରଣ ରାୟ ଓ ସ୍ୱର୍ଗତା ଦେବୀ ରତ୍ନମଣିଙ୍କ ତୃତୀୟ ସନ୍ତାନ ରୂପେ । ଆଭିଜାତ୍ୟ ଠାରୁ ଅନେକ ଦୂରରେ ରଖି ବଡ଼ବାପା ତାଙ୍କୁ ଗଢ଼ିତୋଳିଥିଲେ ଏକ ନିର୍ଭିକ, ନିର୍ଲିପ୍ତ, ବ୍ୟକ୍ତିତ୍ୱରେ ।

ସ୍କୁଲ ଶିକ୍ଷା ଶେଷ କରିଥିଲେ ବାରିପଦାରେ, ସ୍ନାତକ ଶିକ୍ଷା ବିଜେବି କଲେଜରେ ଓ ମନସ୍ତତ୍ୱରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ ବାଣୀବିହାରରେ । ସେତେବେଳର ଉଚ୍ଚପସ୍ଥ ସରକାରୀ ଚାକିରୀକୁ ତୁଛକରି ଆଦରି ନେଇଥିଲେ ସାମ୍ବାଦିକତାର କର୍ମମୟ ଜୀବନ ।

ସାମ୍ବାଦିକତାର ପ୍ରଥମ ସୋପାନ ଥିଲା ପ୍ରଜାତନ୍ତ୍ର ଏବଂ ତାପରେ ମାତୃଭୂମି, ସ୍ୱରାଜ୍ୟ, ଦିନଲିପି, ଖବରକାଗଜ ଓ ସମ୍ବାଦର ପରିବାର ଥିଲା ତାଙ୍କ ନିଜ ପରିବାର । ସାମ୍ବାଦିକତାର ନିଖୁଣ ଓ ସଚ୍ଚୋଟ କର୍ମଶୈଳୀ ପ୍ରିୟପାତ୍ର କରିଥିଲା, ତତ୍କାଳୀନ ସହକର୍ମୀ ଓ ପାଠକବୃନ୍ଦଙ୍କୁ ।

ଜଣେ ଉଚ୍ଚକୋଟୀର ସ୍ତମ୍ଭକାର ଓ ପରୋପକାରୀ ମଣିଷରୂପେ ଜନାଦୃତ ଥିଲେ ଅନ୍ନା କୁମାର ।ଶିକ୍ଷୟତ୍ରୀ କନକ ମଞ୍ଜରୀଙ୍କୁ ସହଧର୍ମିଣୀ ରୂପେ ଗ୍ରହଣ କରି ବୈବାହିକ ଜୀବନ ଆରମ୍ଭ କରିଥିଲେ ୧୯୭୪ରେ ।

ଦୁଇ କନ୍ୟାରତ୍ନ ପୂର୍ଣ୍ଣୀମା (ମାମୁନୀ), ଲିପିକା(ଲିପି) ଓ ଏକମାତ୍ର ପୁତ୍ର ସାଇ ପ୍ରସାଦ (ବାପୁ)ଙ୍କ ଲାଳନ ପାଳନ ମଧ୍ୟ ସୁଚାରୁରୂପେ ନିର୍ବାହ କରିଥିଲେ । ସହଧର୍ମିଣୀଙ୍କ ବିଷମ ଶାରୀରିକ ଅସୁସ୍ଥତା ଓ ସୁୂର କର୍ମମୟ ଜୀବନକୁ ସେ ଆଦରି ନେଇଥିଲେ ବିନା ଅନୁଶୋଚନାରେ ଧରାବନ୍ଧା ନିୟମ ପରି । ରାୟଙ୍କ ସରଳ ଓ ନିଷ୍କପଟ ଜୀବନଶୈଳୀ ଯେତିକି ରହସ୍ୟମୟ, ତାଙ୍କର ଜନ୍ମଗାଥା ମଧ୍ୟ ସେତିକି ରୋମାଞ୍ଚକର ।

ବଡ଼ବୋଉ(୰ବେୀ ରତ୍ନମଣୀ)ଙ୍କର ତୃତୀୟ ଗର୍ଭବସ୍ଥା, ପରାଧୀନ ଭାରତର ଜଳେଶ୍ୱରର କଥା ୧୯୪୨ ମସିହାର । ବଡ଼ବାପାଙ୍କ ଘରେ ସବୁବୁଳେ ଗହଳୀ ଲାଗିରହିଥାଏ ଦୁଃଖୀରକିଙ୍କର । ହଠାତ୍ ଦିନେ ଆବିର୍ଭାବ ହେଲେ ଜଣେ ସନ୍ୟାସୀ ବଡ଼ବୋଉଙ୍କ ହାତରୁ ଖାଇବାକୁ ଅଳିକଲେ ।

ତୃପ୍ତହୋଇ କଲ୍ୟାଣ କଲେତୋ ଗର୍ଭରେ ଥିବା ଭୃଣଟି ଏକପୁତ୍ର ସନ୍ତାନ ହେବ- ତା’ ନାମ ହେବ ‘ଅନ୍ନା’ ଘରେ ଅନ୍ନପୂର୍ଣ୍ଣାଙ୍କ ପୂଜା କରିବୁ । ସନ୍ୟାସୀ ବିଶ୍ରାମ କରିବାକୁ ଯାଇ ହୁଅନ୍ତି ଅନ୍ତର୍ଦ୍ଧାନ ।ତାଙ୍କର କଥା ଅନୁଯାୟୀ ଭାଇଙ୍କର ନାମକରଣ ହେଲା ଅନ୍ନା ଏବଂ ଆଜିଯାଏଁ ପ୍ରତିବର୍ଷ ଆମ ଗାଁ ଘରେ ଅନ୍ନପୂର୍ଣ୍ଣାଙ୍କ ପୂଜା ଚାଲିଆସୁଛି । ସେ ଭଗବତ୍ରୂପୀ ସନ୍ୟାସୀଙ୍କର ଛାଡି ଯାଇଥିବା ‘ବାଡି’ ଆଜିମଧ୍ୟ ପୂଜା ପାଉଛି ଘରେ ।

ଓଡ଼ିଶାରେ ବିରଳ ଏବଂ ଅଜଣା (କାଶୀ ବିଶ୍ୱନାଥଙ୍କ ପାର୍ବତୀଙ୍କୁ ହିଁ ଅନ୍ନପୂର୍ଣ୍ଣା ରୂପେ ପୂଜା କରାଯାଏ ବୋଲି ଅନୁସନ୍ଧାନରୁ ଜଣାପଡିଥିଲା) ଏହି ‘ଅର୍ଣ୍ଣପୂର୍ଣ୍ଣା’ଙ୍କ ପ୍ରସା ଥିଲେ ଅନ୍ନା କୁମାର ରାୟ ।

ତାଙ୍କ ସରଳତା, କର୍ମଠ ଓ ପରୋପକାରୀ ହସବୋଳା ଚେହେରା କେବଳ ସାମ୍ବାଦିକତା କାହିଁକି, ତାଙ୍କ ସହଚର୍ଯ୍ୟ ପାଇଥିବା ସମାଜର ପ୍ରତ୍ୟେକ ଶ୍ରେଣୀର ମଣିଷଙ୍କ ପାଇଁ ଏକ ଦୁର୍ଲଭ, ଅନୁଭବ ହୋଇ ରହିବ । କିଛି ବନ୍ଧୁଙ୍କ ପରାମର୍ଶ ଓ ସହଯୋଗରେ ଏକ ନୂତନ, ଦିଗନ୍ତକାରୀ ପତ୍ରିକା“ଖୋଲାଦ୍ୱାର”ର ପରିଚାଳନା ଭାର ମଧ୍ୟ ଗ୍ରହଣ କରିଥିଲେ ।

“ଖୋଲାଦ୍ୱାର”ର ହୋଇଥିଲା ଅକାଳ ମୃତ୍ୟୁ । କିଛି ବନ୍ଦ ଦ୍ଵାରରେ ଆବଦ୍ଧଥିବା, ଦୁର୍ନିତିଖୋର ଷଡ଼ଯନ୍ତ୍ରକାରୀଙ୍କ ସଫଳ ରୂପାୟନରେ, କିନ୍ତୁ ବନ୍ଦହୋଇ ନଥିଲା ତାଙ୍କ କଲମ ଚାଳନା ଓ ନିର୍ଭିକ ପରାମର୍ଶ ସାମ୍ବାଦିକ ବନ୍ଧୁମାନଙ୍କୁ ଓ ପାଠକବୃନ୍ଦଙ୍କୁ । ନିଜ ସ୍ୱାର୍ଥ ସାଧନର ଏକ ଦୁର୍ବୋଦ୍ଧ ପ୍ରାଚୀର ହୋଇ ଠିଆ ହୋଇଥିଲା ତାଙ୍କ ସ୍ୱାଭିମାନ ଓ ଆତ୍ମିକ ଦାମ୍ଭିକତା ।

ଭୁବନେଶ୍ୱରରେ ପାଠପଢ଼ା ସାରି, ସାମ୍ବାଦିକତାର ଦୀର୍ଘମୟ ଜୀବନ ମଧ୍ୟରେ କାହାରି ଆଗରେ ମୁହଁ ଖୋଲିନଥିଲେ, ଅର୍ଜିତ କରିପାରିନଥିଲେ କିଛି ସମ୍ପତ୍ତିବାଡ଼ି, ରଖି ପାରିନଥିଲେ ପରିବାର ପାଇଁ ଆର୍ଥିକ ସ୍ୱଚ୍ଛଳତାର ଆଧାର । ନଥିଲା କିଛି ବଦଭ୍ୟାସ- ଏପରିକି ଚା’ ପାନ ମଧ୍ୟ କରୁନଥିଲେ ।

ଖାଦ୍ୟନଳୀରେ ଯନ୍ତ୍ରଣାରୁ ଚିକିତ୍ସା ଏବଂ ଅପରେସନ ଓ ତତ୍ପର ଜଟିଳତା- ମାତ୍ର କିଛି ମାସର ବ୍ୟବଧାନରେ ସମସ୍ତଙ୍କୁ ଛାଡି ପରମାତ୍ମାଙ୍କ ଠାରେ ବିଲୀନ ହୋଇଗଲା ଓଡ଼ିଶା ସାମ୍ବାଦୀକତାର ଏକ ସୁଯୋଗ୍ୟ ଦାୟାଦ ।

ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ।

ଜୟଜଗନ୍ନାଥ
୪୯୪, ନୂଆପଲ୍ଲୀ

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର ଜିଲ୍ଲା, ଭୁବନେଶ୍ୱର, ମୁଖ୍ୟ ଖବର, ସାମ୍ବାଦିକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ