• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜଙ୍ଗଲ ଓ ପରିବେଶ

କେନ୍ଦୁପତ୍ର ତୋଳାଳୀଙ୍କୁ ବୀମାଭୁକ୍ତ ପାଇଁ ବୁଝାମଣାପତ୍ର

July 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୦(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ କେନ୍ଦୁପତ୍ର ତୋଳାଳୀଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କୁ ବୀମାଭୁକ୍ତ କରିବା ପାଇଁ ସରକାର ଶୁକ୍ରବାର ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ଭାରତୀୟ ଜୀବନ ବୀମା ନିଗମ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷର ହୋଇଥିବା ବେଳେ ଏଥିରେ ପ୍ରାୟ ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ।

ଆସନ୍ତା ସେପ୍ଟେମ୍ବର ସୁଦ୍ଧା ସମସ୍ତ ୧୯ଟି ବନଖଣ୍ଡ ଅଧିନରେ ଥିବା କେନ୍ଦୁପତ୍ର ତୋଳାଳୀଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଛନ୍ତି ।

ଏହି ଅବସରରେ ଅନୁଗୁଳ ଜିଲ୍ଲାର ଏକ ହଜାର କେନ୍ଦୁପତ୍ର ତୋଳାଳୀଙ୍କୁ ଆଜି ବୀମାଭୁକ୍ତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଙ୍ଗଲ ଓ ପରିବେଶ

ପ୍ରସ୍ତାବିତ ପୋସ୍କୋ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

February 1, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁୟାରୀ ୩୧(ଓଡ଼ିଶା ଡ଼ଟ୍ କମ୍) ଜଗତସିଂହପୁର ଜିଲ୍ଲାରେ ପୋସ୍କୋର ପ୍ରସ୍ତାବିତ ପ୍ରକଳ୍ପ ପାଇଁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ସୋମବାର ପରିବେଶ ମଞ୍ଜୁରୀ ପ୍ରଦାନ କରିଛି ।

ଅତିରିକ୍ତ ସର୍ତ୍ତରେ ମନ୍ତ୍ରଣାଳୟ ପୋସ୍କୋର ଇସ୍ପାତ ପ୍ରକଳ୍ପ ଓ ବନ୍ଦର ପ୍ରକଳ୍ପକୁ ଏହି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇସ୍ପାତ ପ୍ରକଳ୍ପ ପାଇଁ ୨୮ଟି ଅତିରିକ୍ତ ସର୍ତ୍ତ ରଖାଯାଇଥିବା ବେଳେ ବନ୍ଦର ପାଇଁ ୩୨ଟି ସର୍ତ୍ତ ରଖାଯାଇଛି ।

ପ୍ରକଳ୍ପ ଅଞ୍ଚଳରେ ଜଙ୍ଗଲ ଜମି ଆଇନର କାର୍ଯ୍ୟକାରୀ କରାଯାଇନଥିବା ଅଭିଯୋଗ ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ଦୁଇଟି କମିଟି ସଂପୃକ୍ତ ଅଞ୍ଚଳ ପରିଦର୍ଶନରେ ଆସିଥିଲେ ।

ସଂପୃକ୍ତ ଅଞ୍ଚଳରେ ଜଙ୍ଗଲ ଆଇନ ଉଲଂଘନ କରାଯାଇଥିବା ଜାଣିବା ପରେ ଜମି ଅଧିଗ୍ରହଣ ସମେତ ଅନ୍ୟ କାର୍ଯ୍ୟ ବନ୍ଦ କରିବାକୁ ଏହି କମିଟି ସୁପାରିଶ କରିଥିଲେ ।

ପରେ ଅଗଷ୍ଟ ୬ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପ୍ରକଳ୍ପ ପାଇଁ ହେଉଥିବା ସମସ୍ତ ଜଙ୍ଗଲ ଜମି ଏବଂ ଅଣଜଙ୍ଗଲ ଜମି ଅଧିଗ୍ରହଣ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଜଗତସିଂହପୁର ଜିଲ୍ଲାରେ ୫୨ ହଜାର କୋଟି ଟଙ୍କା ବ୍ୟୟରେ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଦକ୍ଷିଣକୋରିଆ କମ୍ପାନୀ ପୋସ୍କୋ ୨୦୦୫ ଜୁଲାଇ ୨୨ରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା ।

“ବିଳମ୍ବ ହେଲେ ମଧ୍ୟ ପୋସ୍କୋ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଆମେ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛୁ” ନିଜ ପ୍ରତିକ୍ରିୟାରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି । ଏହି ପ୍ରକଳ୍ପ ଦ୍ଵାରା କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତ ବର୍ଷ ଲାଭବାନ ହେବ । ପ୍ରକଳ୍ପ ପାଇଁ ଯଥାଶିଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ କରାଯିବ, ସେ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଜଙ୍ଗଲ ଓ ପରିବେଶ, ପୋସ୍କୋ, ମୁଖ୍ୟ ଖବର

ସାତକୋଶିଆରେ ହେଲିକ୍ୟାପ୍ଟର ଉଡ଼ାଣ, ନବୀନଙ୍କୁ ରମେଶଙ୍କ ପତ୍ର

December 19, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଡ଼ିସେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍) ସାତକୋଶିଆ ଅଭୟାରଣ୍ୟରେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ହେଲିକ୍ୟାପ୍ଟର ଉଡ଼ାଣ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ।

ବନ୍ୟଜନ୍ତୁ ସଂରକ୍ଷଣ ଆଇନ ଅନୁଯାୟୀ ଏହା ଏକ ଅପରାଧ ହୋଇଥିବାରୁ ଏ ସଂର୍ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସେ ଶନିବାର ଦେଇଥିବା ଚିଠିରେ ପରାମର୍ଶ ଦେଇଛନ୍ତି ।

ଅଭୟାରଣ୍ୟରେ କମ୍ ଉଚ୍ଚରେ ହେଲିକ୍ୟାପ୍ଟର ଉଡ଼ାଣ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି କରୁଛି । ଏହା ବ୍ୟତୀତ ସାତକୋଶିଆ ଅଭୟାରଣ୍ୟ ଭିତରେ ପର୍ଯ୍ୟଟନ କେନ୍ଦ୍ର ରହିଥିବା ସଂପର୍କରେ ମଧ୍ୟ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବାଘ ଓ ଅନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଅଭୟାରଣ୍ୟରେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ରେ ସଂଶୋଧନ କରାଯାଇଛି ବୋଲି ସେ କହିଛନ୍ତି ।

ଏସଂପର୍କରେ ପଦକ୍ଷେପ ଗ୍ରହଣ କରିବାକୁ ରମେଶ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ମଧ୍ୟ ଚିଠି ଲେଖି ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଙ୍ଗଲ ଓ ପରିବେଶ, ମୁଖ୍ୟ ଖବର, ସାତକୋଶିଆ

ତିନୋଟି ପ୍ରକଳ୍ପକୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ

December 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପରିବେଶ ନିୟମ ଉଲଂଘନ ଅଭିଯୋଗରେ ଜିନ୍ଦଲ ଷ୍ଟିଲ ସମେତ ରାଜ୍ୟର ଅନ୍ୟ ତିନୋଟି ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଏଗୁଡ଼ିକ ହେଲା ଅନୁଗୁଳର କେରଜଙ୍ଘ ସ୍ଥିତ ଦୁଇ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପ ସହିତ ଏକ ହଜାର ମେଗାୱାଟ୍ ବିଦ୍ୟୁତ ଶକ୍ତି କେନ୍ଦ୍ର, ଲାଞ୍ଜିଗଡ଼ ସ୍ଥିତ ବାର୍ଷିକ ଏକ ନିୟୁତ ଟନ୍ ଉତ୍ପାଦନ କ୍ଷମତା ସଂପନ୍ନ ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟ ସହିତ ୭୫ ମେଗାୱାଟ ବିଦ୍ୟୁତ କେନ୍ଦ୍ର ଓ ଲାଞ୍ଜିଗଡ଼ ଠାରେ ଥିବା ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟର ସଂପ୍ରସାରଣ ।

ଏହା ମଧ୍ୟରୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ରକଳ୍ପକୁ ଜାରି କରାଯାଇଥିବା ନୋଟିସ୍ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁଧ୍ୟାନ କରି ମତାମତ ଦେଇସାରିଛି । ଅନ୍ୟ ଦୁଇଟି ନୋଟିସ୍ କୁ ଅନୁଧ୍ୟାନ କରାଯାଉଛି ବୋଲି ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଙ୍ଗଲ ଓ ପରିବେଶ, ଜିନ୍ଦଲ ଷ୍ଟିଲ, ମୁଖ୍ୟ ଖବର, ଲାଞ୍ଜିଗଡ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ