• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜଙ୍ଗଲ ବିଭାଗ

ବର୍ଷା ଋତୁରେ ରାଜ୍ୟରେ ପାଞ୍ଚକୋଟି ଚାରା ରୋପଣ

May 8, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୮(ଓଡ଼ିଶା ଡ଼ଟ୍ କମ୍) ଆଗାମୀ ବର୍ଷା ଋତୁରେ ରାଜ୍ୟରେ ପାଞ୍ଚକୋଟି ଚାରା ରୋପଣ କରାଯିବ ବୋଲି ମଙ୍ଗଳବାର ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି ।

ଜଙ୍ଗଲ ବିଭାଗ ପକ୍ଷରୁ ତିନି କୋଟି ଚାରା ରୋପଣ କରିବାର ପାର୍ଯ୍ୟକ୍ରମ ଥିବା ବେଳେ ଜନସାଧାରଣଙ୍କୁ ଦୁଇ କୋଟି ଚାରା ବଣ୍ଟନ କରାଯିବ । ଦୁଇ ଲକ୍ଷ ହେକ୍ଟର ଜମିରେ ଏହି ନବୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ସେହିପରି ଗତବର୍ଷ ୧୨ଟି ସହରାଞ୍ଚଳରେ ବିଭିନ୍ନ ରାସ୍ତା କଡ଼ରେ ଛଅ ଲକ୍ଷ ଆଠ ହଜାର ଚାରା ରୋପଣ କରାଯାଇଥିବା ବେଳେ ସେଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତ ବଞ୍ଚିଛି ବୋଲି ବୈଠକରେ କୁହାଯାଇଛି ।

ବର୍ଷା ଋତୁରେ ଏହି କାର୍ଯ୍ୟକ୍ରମକୁ ୨୭ଟି ସହରାଞ୍ଚଳକୁ ଚଳିତ ବର୍ଷ ସଂପ୍ରସାରିତ କରାଯାଇ ଆଠ ଲକ୍ଷ ୪୩ ହଜାର ଚାରା ରୋପଣ କରିବା ପାଇଁ ନିଷ୍ପତି ନିଆଯାଇଛି ।

ସେହିପରି ଗରିବ ଆଦିବାସୀ ମାନଙ୍କୁ ଜୀବୀକା ଯୋଗାଇବା ପାଇଁ ଅବିଭକ୍ତ କେବିକେ ଅଞ୍ଚଳରେ ଚାଲିଥିବା ବାଉଁଶ ଚାଷ କାର୍ଯ୍ୟକ୍ରମକୁ ଗଜପତି ଓ କନ୍ଧମାଳ ଜିଲ୍ଲାରେ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଚାରା, ଜଙ୍ଗଲ ବିଭାଗ, ବନୀକରଣ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ