• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜନଜାତି

ଜନଜାତି ଛାତ୍ରୀନିବାସରେ ୧୧୫ ଏଏନ୍ଏମ ନିଯୁକ୍ତି ପାଇଁ ନିର୍ଦ୍ଦେଶ

July 31, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,୩୧ ଜୁଲାଇ (ଓଡିଶା ଡଟ୍ କମ୍): ଜନଜାତି ଛାତ୍ରୀନିବାସ ଗୁଡ଼ିକରେ ରହୁଥିବା ଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୨୨୧ ଜଣ ଏଏନ୍ଏମ୍ କୁ ନିୟୋଜିତ କରାଯାଇଥିବା ବେଳେ ଆଉ ୧୧୫ଜଣଙ୍କୁ ତୁରନ୍ତ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ହୋଇଥିବା ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ହଷ୍ଟେଲ ଓ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ପିଇବା ପାଣି ଓ ପରିମଳ ଆଦି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା ।

ଏହି ଆଲୋଚନାରୁ ଜଣାଯାଇଛି, ରାଜ୍ୟରେ ପାଞ୍ଚ ହଜାର ଛାତ୍ରୀ ନିବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩ ହଜାର ୩ଶହ ୯୩ଟି ହଷ୍ଟେଲ ତିଆରି ପାଇଁ ଅର୍ଥ ମଞ୍ଜୁର ହୋଇଛି ଏବଂ ସେଥିରୁ ବର୍ତ୍ତମାନ ସୁଦ୍ଧା ୨ହଜାର ୧୮୪ଟି ହଷ୍ଟେଲ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ଅବଶିଷ୍ଠ ୧୨୦୯ ଟି ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟ ଡିସେମ୍ୱର ୨୦୧୫ ସୁଦ୍ଧା ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ଜିଲ୍ଲା ଦାୟିତ୍ଵରେ ଥିବା ସଚିବ, ଜିଲ୍ଲାପାଳ ତଥା ବିଭାଗୀୟ ଅଧିକାରମାନେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଛାତ୍ରୀ ନିବାସ ଗୁଡିକ ପରିଦର୍ଶନ କରି ସେମାନଙ୍କ ଅସୁବିଧା ବୁଝିବା ପାଇଁ ପଦକ୍ଷେପ ନେବା ସହ ସେ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବ, ଓ ଉନ୍ନୟନ କମିଶନରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଡଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସ୍ୱାସ୍ଥ୍ୟ Tagged With: ଛାତ୍ରୀନିବାସ, ଜନଜାତି

ଆଦିବାସୀଙ୍କ ସ୍ୱାସ୍ଥ୍ୟ, କୃଷି ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ

November 12, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଜାତି-ଜନଜାତି କଲ୍ୟାଣ ପରିଷଦ,ଓଡିଶା ତରଫରୁ ‘ଆଦିବାସୀମାନଙ୍କର ସ୍ୱାସ୍ଥ୍ୟ ଓ କୃଷି’ ଶୀର୍ଷକ ଆଜି ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ସ୍ଥାନୀୟ ୟୁନିଟ-୫ ସ୍ଥିତ ସଚିବାଳୟ କର୍ମଚାରୀ ସଂଘ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଜାତି ଜନଜାତି ମାନଙ୍କର ସ୍ୱାସ୍ଥ୍ୟହାନି ଓ ନୂଆ ନୂଆ ରୋଗର ପିଡୀତ ହେବା ସେମାନଙ୍କ ପ୍ରଗତିର ମୂଖ୍ୟ ସମସ୍ୟା ରୂପେ ଛିଡା ହୋଇଥିବା କଥା ଆଲୋଚିତ ହୋଇଛି । ଏହି ବନ୍ଧୁମାନଙ୍କର ମୁଣ୍ଡପିଛା ଜମି ବର୍ଷକୁ ବର୍ଷ ଖଣି-ଖାଦାନ କାରଖାନା ବନ୍ଧ ଇତ୍ୟାଦି ନିର୍ମାଣ କାରଣରୁ କମି କମି ଯାଉଛି ।

ଫଳରେ ସେମାନଙ୍କର ମୁଖ୍ୟ କୃଷି ଭିତିକ ଜୀବିକା ନଷ୍ଟ ହୋଇଯାଉଛି । ଆଧୁନିକ କୃଷି ନାମରେ ରାସାୟନିକ ସାର ଔଷଧ ଇତ୍ୟାଦିର ବହୁଳ ପ୍ରୟୋଗ କାରଣରୁ କୃଷକ ସମାଜ ଅଧିକ ଖର୍ଚ୍ଚାନ୍ତ ହୋଇ ମରୁଛନ୍ତି ।

ଜନଜାତି ମାନଙ୍କ ଦ୍ୱାରାଉତ୍ପାଦିତ ଜୈବୀକ କୃଷି ଉତ୍ପାଦିତ ସ୍ଥାନରୁ କମ୍ ମୂଲ୍ୟରେ କ୍ରୟ କରାଯିବା ଯୋଗୁଁ ଉଭୟ ଜନଜାତି ଓ ସମସ୍ତ କୃଷକ ସମାଜକୁ ଉପଯୁକ୍ତ ସହାୟକ ମୂଲ୍ୟ ନାହିଁ ।

ଆଦିବାସୀମାନେ ସବୁ ସମୟରେ ସମାଜ ତଥା ରାଷ୍ଟ୍ର କଲ୍ୟାଣ ପାଇଁ କାମ କରିଆସୁଛନ୍ତି । ବତ ର୍ମାନ ସାମାଜିକ ସମନ୍ୱୟ ନିମନ୍ତେ ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସୁରକ୍ଷା ଦେବାପାଇଁ ବକ୍ତାମାନେ ମତ ପୋଷଣ କରିଛନ୍ତି ।

ଏହି ଅବସରରେ ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମ୍ୟାଟ୍ରିକୁଲେଟ୍ ଏବଂ ସ୍ନାତକ ଛାତ୍ର ବାୟା ମାଙ୍କିଡିଆ ଏବଂ ବିଶିଷ୍ଟ ରୋଗୀ ସେବକ କୈଳାସ ଚନ୍ଦ୍ର ଷଡଙ୍ଗୀଙ୍କୁ ଅଙ୍ଗବସ୍ତ୍ର, ଶ୍ରୀଫଳ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଛି ।

ଅର୍ଜ୍ଜୁନ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଜନଜାତି ଭାଷା ଓ ସଂସ୍କୃତି ପ୍ରତିଷ୍ଠାନ, ଓଡିଶାର ସଚୀବ ପ୍ରଫେସର ପ୍ରେମାନନ୍ଦ ପଣ୍ଡା ମୁଖ୍ୟ ଅତିଥି , କୃଷି ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆଗ୍ରୋନୋମିର ବିଭାଗୀୟ ମୁଖ୍ୟ ପ୍ରଫେସର ବାସୁଦେବ ବେହେରା ଓ ଡା.ସୂର୍ଯ୍ୟକାନ୍ତ ପାଟଯୋଶୀ ସମ୍ନାନୀତ ଅତିଥି ଏବଂ ଡ. ପରଜିତ୍ ସିଂହ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ ।

ସଂଗଠନର ରାଜ୍ୟ ସଂପାଦକ ବିଶ୍ୱାମିତ୍ର ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରଘୁନାଥ ବେହେରା,ଶରତ ଲେଙ୍କା, ବୁଧରାମ ସିଂହ ପ୍ରମୁଖ ପରିଚାଳନା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

 

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଆଦିବାସୀ, କୃଷକ, ଜନଜାତି, ମୁଣ୍ଡପିଛା ଜମି

ଜନଜାତି ଉପଯୋଜନା ଅଂଚଳରେ ଭୂମିହୀନଙ୍କୁ ଜମି

April 11, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୧୨(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଅନୁସୂଚିତ ଜନଜାତି ଉପଯୋଜନା ଅନ୍ତର୍ଗତ ଗାଁରେ ବାସ କରୁଥିବା ସମସ୍ତ ଭୂମିହୀନ ଆଦିବାସୀ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଜମି ଯୋଗାଇ ଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

୧୧୮ଟି ବ୍ଳକର ୧୭,୯୭୪ଟି ଗ୍ରାମରେ ବାସ କରୁଥିବା ପରିବାରଙ୍କୁ ଏହା ଯୋଗାଇ ଦିଆଯିବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ଏଥିରେ ବିଭିନ୍ନ ସରକାରୀ ବିଭାଗ ଦ୍ୱାରାପରିଚାଳିତ ହେଉଥିବା ଅର୍ଥନୈତିକ କାର୍ଯ୍ୟକ୍ରମର ସଂଯୁକ୍ତିକରଣ କରାଯାଇ ଜମିର ଉନ୍ନତିକରଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଭୂମିହୀନ ପରିବାର ଚିହ୍ନଟ, ସରକାରୀ ଅନାବାଦୀ ଜମି ନିରୂପଣ, ଅଭିଜ୍ଞତା ଥିବା ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଭୂମି ସଂଯୋଜକ ଭାବେ ନିଯୁକ୍ତ କରାଯିବ ।

ତିନୋଟି ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯକ୍ରମରେ ପ୍ରଥମ ପର୍ଯ୍ୟାୟ ୨୦୧୨-୧୩ରେ ଗଜପତି, ନବରଙ୍ଗପୁର, କୋରାପୁଟ, ମାଲକାନାଗିରି, ରାୟଗଡା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ୩୦ଟି ବ୍ଳକ ଅନ୍ତର୍ଗତ ୬୦୯୪ଟି ଗାଁରେ କାର୍ଯ୍ୟକାରୀ ହେବ ।

ଦ୍ୱିତୀୟ ପର୍ଯ୍ୟାୟ ୨୦୧୪-୧୫ରେ ଏହି ୭ଟି ଜିଲ୍ଲାର ୩୧ଟି ବ୍ଳକ ଅନ୍ତର୍ଗତ ୩୯୭୦ଟି ଗାଁରେ କାର୍ଯ୍ୟକାରୀ ହେବ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଓଡ଼ିଶା ଆଦିବାସୀ ସଶକ୍ତିକରଣ ତଥା ଜୀବୀକା ନିର୍ବାହ କାର୍ଯ୍ୟକ୍ରମ ଦ୍ୱାରାକାର୍ଯ୍ୟକାରୀ କରାଯିବ ।

ତୃତୀୟ ପର୍ଯ୍ୟାୟ ୨୦୧୬-୧୭ରେ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ସମ୍ବଲପୁର ଓ ସୁନ୍ଦରଗଡ
ଏହି ୫ଟି ଜିଲ୍ଲାର ୫୭ଟି ବ୍ଳକ ଅନ୍ତର୍ଗତ ୭୯୧୦ଟି ଗାଁରେ କାର୍ଯ୍ୟକାରୀ ହେବ ।

ଏହି ଯୋଜନାର ସଫଳତା ଦ୍ୱାରା୨୦୧୬-୧୭ ସୁଦ୍ଧା ରାଜ୍ୟର ଅନୁସୂଚିତ ଜନଜାତି ଯୋଜନା
ଅଂଚଳରେ ସମସ୍ତ ଅନୁସୂଚିତ ଜନଜାତି ପରିବାରକୁ ଜମି ଯୋଗାଇ ଦିଆଯାଇ ପାରିବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜନଜାତି, ରାଜ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ