• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜନନୀ ଶିଶୁ

ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

November 1, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ମଙ୍ଗଳବାର “ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ଆରମ୍ଭ କରାଯାଇଛି ।

ବରଗଡ଼ ଜିଲ୍ଲାରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି ଜିଲ୍ଲାପାଳ
ମାତୃ ଓ ଶିଶୁ ସ୍ୱାସ୍ଥ୍ୟରେ ବିକାଶ ତଥା ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ବୋ ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ବଦ୍ଧତାକୁ ସାକାର କରିବା ନିମନ୍ତେ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ ଅଭିପ୍ରେତ ବୋଲି ଏହାର ଶୁଭାରମ୍ଭ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଏହି ଯୋଜନାରେ ଗର୍ଭବତୀ ମହିଳାଙ୍କୁ ନିର୍ଦ୍ଧିଷ୍ଟ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ବିନା ମୂଲ୍ୟରେ ବା ସମ୍ପୂର୍ଣ୍ଣ ମାଗଣାରେ ସାଧାରଣ ପ୍ରସବ ଏବଂ ଅପରେସନ ଜନିତ ପ୍ରସବ ପାଇଁ ସମସ୍ତ ପ୍ରକାର ପରୀକ୍ଷା , ଔଷଧ ଏବଂ ଆବଶ୍ୟକ ସ୍ଥଳେ ରକ୍ତ ଆଦି ଯୋଗାଇ ଦିଆଯିବ ।

ପ୍ରସବ ନିମନ୍ତେ ଡାକ୍ତରଖାନାକୁ ନେବା ଆଣିବା କରାଯିବ । ଜନ୍ମ ପରେ ଆବଶ୍ୟକ ସ୍ଥଳେ ନବଜାତ
ଶିଶୁଙ୍କୁ ୩୦ଦିନ ପର୍ଯ୍ୟନ୍ତ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଏହି ସମୟରେ ଡାକ୍ତରଖାନାରେ ରହିଣୀ କାଳରେ ଶିଶୁଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରାଯିବ ।

ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ୨୦୦୫ ମସିହାରୁ ଶିଶୁ ପ୍ରଜନନ କାର୍ଯ୍ୟକ୍ରମ (ଆର୍.ସି.ଏଚ୍) କାର୍ଯ୍ୟକାରୀ ହେଉଛି ।

ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଓଡିଶା ଶେର ସମସ୍ତ ରାଜ୍ୟ ମାନଙ୍କଠାରୁ ଆଗୁଆ ରହିଛି । ତଥାପି ଗର୍ଭବତୀ ମହିଳାଙ୍କର ବିଭିନ୍ନ ଅସୁବିଧାକୁ ୂର କରିବା ଲକ୍ଷ୍ୟ ନେଇ ବର୍ତ୍ତମାନ ଏହି ନୂତନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

ଜନନୀ ସୁରକ୍ଷା ଯୋଜନାରେ ବାର୍ଷିକ ପ୍ରାୟ ୫ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି । ବର୍ତ୍ତମାନ ପ୍ରସୂତୀ ମାନଙ୍କୁ ସାଧାରଣ ପ୍ରସବ ପାଇଁ ୩ଦିନ ଏବଂ ଅପରେସନ ଜନିତ ପ୍ରସବ ପାଇଁ ୭ଦିନ ପର୍ଯ୍ୟନ୍ତ
ଡାକ୍ତରଖାନାରେ ରଖାଯାଇ ମାଗଣାରେ ସମସ୍ତ ପ୍ରକାର ପରୀକ୍ଷା, ଔଷଧ , ଡାକ୍ତରଖାନରୁ ତାଙ୍କ ଘରକୁ ନେଇ ଛାଡିବାର ବ୍ୟବସ୍ଥା ରହିଛି ।

ପ୍ରାଥମିକ ପର୍ଯ୍ୟାୟରେ ତିନିଗୋଟି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ବ୍ୟତିତ ରାଜ୍ୟର ସମସ୍ତ ଜିଲ୍ଲା ସହର ମହକୁମା ଡାକ୍ତରଖାନା , ଉପଖଣ୍ଡ ଡାକ୍ତରଖାନା , ଚିହ୍ନିତ ନିର୍ଦ୍ଧିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଏହି ପ୍ରକାର ସୁବିଧା ଉପଲବ୍ଧ ହେବ ।

ଏହି ନୂତନ କାର୍ଯ୍ୟକ୍ରମ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ଆନୁଷ୍ଠାନିକ ପ୍ରସବହାର ବୃଦ୍ଧି ତଥା ଉପଯୁକ୍ତ ଚିକିତ୍ସା ସେବାରେ ସହାୟକ ହୋଇ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ସୁୁର ପ୍ରସାରି ହୋଇ ପାରିବ ବୋଲି ଆଶା କରାଯାଉଛି ।

ବରଗଡ଼ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । ଏହି କାର୍ଯ୍ୟକ୍ରମରେ ୩୦ଦିନ ପର୍ଯ୍ୟନ୍ତ ପ୍ରସବଜନିତ ସେବା ଏବଂ ନବଜାତ ଶିଶୁର ଚିକିତ୍ସା ସଂପୂର୍ଣ୍ଣ ମାଗଣାରେ ମିଳିବ ବୋଲି ଏହାର ଉଦଘାଟନ କରି ଜିଲ୍ଲାପାଳ ଭାବଗ୍ରାହୀ ମିଶ୍ର କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜନନୀ ଶିଶୁ, ସ୍ୱାସ୍ଥ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ