ଓଡ଼ିଶା ଡ଼ଟ୍ କମ୍:ଅମରନାଥ ପରିଡ଼ା
ଜଗତସିଂହପୁର,ନଭେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍)ଜମିଜମା ସଂକ୍ରାନ୍ତୀୟ କାଗଜପତ୍ରର ନକଲ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ପାଂଚଶହ ଟଙ୍କା ଦ।ବି କରି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ରେକର୍ଡ଼ ରୁମର ଜଣେ କର୍ମଚାରୀ ବୁଧବାର ଭିଜିଲାନସ ଦ୍ୱାରାଗିରଫ
ହୋଇଛନ୍ତି ।
ଭିଜିଲାନସ ଉପଅଧିକ୍ଷକ ବିଶ୍ୱନାଥ ମିଶ୍ରଙ୍କ ସୂତ୍ରରୁ ଜଣାପଡ଼ିଛି ଯେ,ବାଗୋଇ ଗ୍ରାମର ଦିଲ୍ଲୀପ କୁମାର ପଣ୍ଡା ତାଙ୍କ ଜମି ସଂକ୍ରାନ୍ତୀୟ କାଗଜର ନକଲ ପାଇଁ ଆବେଦନ କରିଥିଲେ । ତେବେ ରେକର୍ଡ଼ରୁମର କର୍ମଚାରୀ ମହେଶ୍ୱର ସାହୁଙ୍କୁ ଲାଂଚ ନଦେବାରୁ ତାହା ମିଳି ନଥିଲା ।
ବାରମ୍ବାର ହଇରାଣ ହେବା ପରେ ବାଧ୍ୟ ହୋଇ ପଣ୍ଡା ଏ ବିଷୟରେ ନିକଟସ୍ଥ ଭିଜିଲାନସ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଓଡ଼ିଶା ଡ଼ଟ୍ କମ