• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜମି ମାଲିକ

ଭାଗଚାଷ ପାଇଁ ଚୁକ୍ତି

May 12, 2018 by ଘାସିରାମ ପଣ୍ଡା Leave a Comment


ଆଗାମି ବିଧାନସଭା ଅଧିବେଷନରେ ଭାଗଚାଷିଙ୍କୁ ମାନ୍ୟ‎ତା ଦେବା ପାଇଁ ସରକାର ଏକ ଆଇନ ଆଣିବାକୁ ଘୋଷଣା କରିଛନ୍ତି । ମରୁଡି ପ୍ରଭାବିତ ଚାଷ ଓ ଚାଷି ଆତ୍ମହତ୍ୟା ପ୍ରସଙ୍ଗରେ ଜନମତ ହୁଏତ ସରକାରଙ୍କୁ ଏଥିପାଇଁ ପ୍ରଭାବିତ କରିପାରିଥାଏ । ପ୍ରଥମ ପାଦକ୍ଷେପ ସ୍ୱରୁପ ଏହି ପରିପ୍ରେକ୍ଷିରେ ଗତ ଏପ୍ରିଲ ୩୦ ତାରିଖ ଦିନ ରାଜସ୍ୱ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଲଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଜାରି କରାଯାଇଥିଲା ।

ଓ ଭାଗଚାଷି ଉଭୟଙ୍କ ସ୍ୱାର୍ଥର ସୁରକ୍ଷାର ଆଭିମୁଖ୍ୟ ରଖି ପରସ୍ପରଙ୍କ ଭତରେ ଏକ ରାଜିନାମା ପ୍ରସ୍ତାବ ଏହି ପତ୍ର ମାଧ୍ୟମରେ ଆଗତ କରାଯାଇଛି । ଜନମତ ଆକଳନ କରିବା ଉଦ୍ଦ୍ୟେଶ୍ୟରେ ରାଜ୍ୟର ଏକ ତୃତୀୟାଂଶ ତହସିଲରେ ୫୦ ଜଣ ଜମି ମାଲିକ ଓ ୫୦ ଜଣ ଭାଗଚାଷିଙ୍କ ସହିତ ଆଲୋଚନା କରି ମତାମତ ନେବାକୁ ଏହି ପତ୍ରରେ ନିର୍ଦ୍ଦେଶ ଦିଆଯାଇଥିଲା ।

ଯଦି ସବୁ ନିର୍ଦ୍ଦେଷ ମୁତାବକ ହୋଇଥାଏ ତେବେ ଇତି ମଧ୍ୟରେ ବିଭାଗ ପାଖକୁ ଲୋକମତ ଆସି ସାରିଥିବ । ତେବେ ଏନେଇ ସର୍ବସାଧାରଣଙ୍କ ମତାମତ ଦେବାର କୌଣସି ବ୍ୟବସ୍ଥା ନଥିବା ହେତୁ ଅନେକ ଭୁକ୍ତଭୋଗି ବ୍ୟକ୍ତି ବିଶେଷ, ସମ୍ପୃକ୍ତ ଅନୁଷ୍ଠାନମାନେ ମତ ରଖିବାର ସୁଯୋଗ ପାଇନାହାନ୍ତି । ଏହି ଆଲେଖ୍ୟ ସେହିଭଳି କିଛି ଲୋକଙ୍କ ମତାମତର ପ୍ରତିଫଳନ ।

‎ରାଜିନାମାର ବର୍ତ୍ତମାନ ସ୍ୱରୂପକୁ ବିଚାରକୁ ନେଲେ ଏକଥା କହି ହେବ ଯେ, କର ଦେଉ ଥିବା ଓ ନେଉ ଥିବା ଲୋକଙ୍କ ଭିତରେ ଏହା ଏକ ବୁଝାମଣା ପତ୍ର । ଏଥରେ ଦେୟର ପରିମାଣ ଓ ପ୍ରଦାନର ସମୟ, ଚାଷପାଇଁ ନିବେଷ ବ୍ୟବସ୍ଥା, କୃଷି ଋଣ, ବୀମା, ବିପର୍ଯୟ ସହାୟତା ଇତ୍ୟାଦି ସୁବିଧା ଓ ଦ୍ୱନ୍ଦ ସମାଧାନ ପରି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇ ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏହା ବ୍ୟତୀତ ଆହୁରି ଅନେକ ସମ୍ପର୍କିତ ପ୍ରସଙ୍ଗ ରହିଛି ଯାହା ଆଲୋଚିତ ହେବା ନିତାନ୍ତ ଆବଶ୍ୟକ । ଜମି ମାଲିକଙ୍କ ଦ୍ୱାରା ଚାଷ ଉଦ୍ଦେଶ୍ୟରେ ଦିଆଯାଉଥିବା ଜମି ଲିଜ ବ୍ୟବସ୍ଥାର ଆଇନଗତ ଅବଶ୍ୟକତାକୁ ଯେଉଁ କାରଣରୁ ରାଜ୍ୟ ଗୁରୁତ୍ୱ ଦେଉଥିବା ଦର୍ଶାଯାଉଛି, ତାହା ଚିନ୍ତାର ବିଷୟ । ଏକଥା କୁହାଯାଉଛି ଯେ, ଅଳ୍ପ ଅଳ୍ପ ଜମି ଉପରେ ମାଲିକାନ କୃଷି ଉତ୍ପାଦକତା ଉପରେ ପ୍ରଭାବ ପକାଉଛି ଓ ଏହା ପରିବର୍ତ୍ତିତ ଅର୍ଥନୈତିକ ବ୍ୟବସ୍ଥାରେ ଲାଭଦାୟୀ ହେଉନାହିଁ, ଏଣୁ ଲିଜ ବ୍ୟବସ୍ଥାକୁ ଆଇନଗତ କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡିଛି ।

ବିଭାଗକୁ ଏକଥା ଜଣାଥିବା ଉଚ୍ଚିତ ଯେ, ଆମ ରଜ୍ୟରେ ଭୂମିହୀନ ଓ କ୍ଷୁଦ୍ର ଚାଷିମାନେ ହିଁ ଭାଗଚାଷ କରିଥାନ୍ତି । ଏମାନଙ୍କ ଭିତରେ ଅଧିକାଂଶ ଦଳିତ ଓ କୃଷି ଶ୍ରମୀକ । ପରିବାରର ଶ୍ରମ ଶକ୍ତିକୁ ମୂଳଧାରକରି ଯେଉଁ ବଡଚାଷିମାନେ ନିଜର ସମସ୍ତ ଜମିକୁ ଚାଷ କରିପାରନ୍ତି ନାହିଁ ଅଥବା ଅଣଚାଷି ପରିବାର ଅଥଚ ଜମିର ମାଲିକ ଅଟନ୍ତି, ସେମାନଙ୍କ ଠାରୁ ଜମି କର ଆଣି ଚାଷ କରନ୍ତି ।

ଭାଗଚାଷ କରୁଥିବା ପରିବାରର ସେପରି ଆର୍ଥିକ କ୍ଷମତା ନାହିଁ ଯାହା ଭରସାରେ ସେମାନେ ଏକାସାଙ୍ଗେ ବହୁ ଅଧିକ ଜମିକୁ ଚାଷ କରିପାରିବେ । ଏହି ଚିନ୍ତାଧାରା ସେମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଭାଗଚାଷ ବ୍ୟବସ୍ଥାରୁ ଦୂରେଇ ଦେବ ଓ ବଡ ତଥା ବହୁ ରାଷ୍ଟ୍ରିୟ କମ୍ପାନୀ ଯେଉଁମାନେ ଏବେ ଚାଷରେ ନିବେଷ କରିବା ଆରମ୍ଭ କଲେଣି, ସେମାନଙ୍କ ପାଇଁ ସୁଯୋଗ ଆଣିଦେବ । ଭାଗଚାଷ ଓ ଭାଗଚାଷି ବଷୟରେ ଏହି ରାଜିନାମରେ ଅସ୍ପଷ୍ଟତା ଓ ‘ଲିଜ ଗ୍ରାହୀ ଚାଷି’ ଭଳି ଶଦ୍ଦର ବ୍ୟାପକ ବ୍ୟାଖ୍ୟା ପରବର୍ତ୍ତି ସମୟରେ ଏହିମାନଙ୍କୁ ହିଁ ସୁହାଇବ ।

ଜମି ମାଲିକ ଓ ଲିଜ ଗ୍ରହିତା ମଧ୍ୟରେ ଆପୋଷ ବୁଝାମଣା ଦ୍ୱାରା ରାଜିନାମା ପ୍ରସ୍ତୁତ କରିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି । ଦେବା ଓ ନେବା ଲୋକଙ୍କ ଭିତରେ ଯେତେବେଳେ କ୍ଷମତାର ଏତେ ଅସମାନତା ରହିଛି ସେତେବେଳ ଆମେ କେମିତି ଆଶା କରବା ଯେ, ଭାଗଚାଷି ମୁଲଚାଲ କରି ନିଜର ସ୍ୱାର୍ଥ ସୁରକ୍ଷିତ କରିପାରିବ ? ଆଂଚଳିକ ବ୍ୟବସ୍ଥା ଓ ସ୍ଥିତି ଆଧାରରେ ଆଇନଗତ ସୁରକ୍ଷା ସହିତ ଏକଥାର ନିଷ୍ପତ୍ତି ଗ୍ରାମସଭା ଦ୍ୱାରା କରାଯାଇ ପାରିବ ନାହିଁ କାହିଁକି ? ଫସଲ ହାନୀ ସ୍ଥିତିରେ ଭାଗଚାଷିର ଅସୁବିଧା ବିଶେଷ ଆଲୋଚିତ ହୁଏ ।

ପ୍ରସ୍ତାବିତ ଏହି ରାଜିନାମାରେ ଏ ସଂକ୍ରାନ୍ତିୟ ସହାୟତା ଉଲ୍ଲେଖ କରାଯାଇଥିଲେ ହେଁ ଏହା ଜମି ମାଲିକର ଇଚ୍ଛା ଅନିଚ୍ଛା ଉପରେ ଛାଡି ଦିଆଯାଇଛି । ଚାଷ ସମୟରେ ବିହନ, ସାର, କୀଟନାଷକର ଆବଶ୍ୟକତାକୁ ମେଣ୍ଟାଇବାକୁ ଯାଇ ଭାଗଚାଷିକୁ ମହାଜନ ଠାରୁ ଋଣ କରିବାକୁ ପଡେ । ଭାଗଚାଷିମାନଙ୍କୁ ବ୍ୟାଙ୍କ ଓ ଅନ୍ୟାନ୍ୟ ସରକାରୀ ସ୍ୱୀକୃତ ଅର୍ଥ ଲଗାଣକାରି ଅନୁଷ୍ଠାନ ଋଣ ନ ଦେବା, ମହାଜନ ଉଚ୍ଚା ଦରରେ ସୁଧ ନେବା ପ୍ରଭୃତି କାରଣରୁ ଏମାନେ ଦାରିଦ୍ର୍ୟର ଚକ୍ରବ୍ୟୁହରୁ ମୁକୁଳି ପାରନ୍ତି ନାହିଁ ।

ରାଜିନାମା ଆଧାରରେ ଋଣ ଦେବା ପାଇଁ ଏଥିରେ ପ୍ରସ୍ତାବିତ ହୋଇଥିଲେ ହେଁ ଋଣ ଅର୍ଥ ପରିଶୋଧର ଉତ୍ତରଦାୟୀତ୍ୱ ସ୍ଥିର ନହେଲେ ଅନାଦେୟର ଆଶଂକାରେ କୌଣସି ଆର୍ଥିକ ପ୍ରତିଷ୍ଠାନ ଋଣ ପ୍ରଦାନରେ ଆଗ୍ରହ ପ୍ରକାଶକରିବେ ନାହିଁ । ପ୍ରତ୍ୟେକ ଭାଗଚାଷ ପାଇଁ ରାଜିନାମା ବାଧ୍ୟତାମୂଳକ ହେବ ଏକଥା କୌଣସି ଜାଗାରେ ଆଲୋଚିତ ହୋଇନାହିଁ ।

ସବୁଠାରୁ ବଡ ପ୍ରଶ୍ନ ହେଲା ଓଡିଶା ଭୂ ସଂସ୍କାର (ଙଖଜ) ଆଇନ ଭିନ୍ନକ୍ଷମ, ନାବାଳକ, ବିଧବା, ସୈନ୍ୟ ବିଭାଗ କର୍ମକର୍ତ୍ତା ଓ କେତେକ ସ୍ୱତନ୍ତ୍ର ସୁବିଧା ପ୍ରାପ୍ତ ରୟତଙ୍କ ବ୍ୟତୀତ ଅନ୍ୟମାନଙ୍କ କ୍ଷେତ୍ରରେ ଭାଗଚାଷକୁ ବେଆଇନ ଘୋଷଣା କରିଛି । ଏପରି କ୍ଷେତ୍ରରେ ଓଡିଶା ଜମି ସଂସ୍କାର ଆଇନର ସଂଶୋଧନ କରାନଯାଇ କେବଳ ଏକ ରାଜିନାମା ଜାରି କରାଗଲେ ଏହାର ଆଇନଗତ ବୈଧତା କେତେ ରହିବ ?

ଭାଗଚାଷିଙ୍କ ପାଇଁ ପ୍ରକୃତରେ ଆମେ ଯଦି ତତ୍ପର ତେବେ ଦୁଇଟି ଗୁରିତ୍ୱପୂର୍ଣ୍ଣ ପୃଷ୍ଟଭୂମୀ ଉପରେ ଏହା ଆଲୋଚିତ ହେବାର ନିତାନ୍ତ ଆବଶ୍ୟକତା ରହିଛି । ପ୍ରଥମ କଥାଟି ହେଲା ଏହା ସବୁ ବେଳେ କୁହାଯାଉଛି ଯେ, ବେଶି ଲୋକ ଚାଷରେ ସାମିଲ ହେଉଥିଲେ ହେଁ ଦେଶର ଘରୋଇ ଉତ୍ପାଦରେ ଏମାନଙ୍କର ଯୋଗଦାନ ବହୁତ କମ । ଏଣୁ ଯେତେ ଅଧିକ ଲୋକଙ୍କୁ ଏଥିରୁ ବାହାର କରାଯାଇ ପାରିଲେ ଚାଷ ଜମିର ମାଲିକାନା ଆକାର ବଢାଯାଇ ପାରିବ ଓ ଏହାଦ୍ୱାରା ଉତ୍ପାଦକତା ବଢିବ ।

ହେଲେ ଏକଥା ମଧ୍ୟ ସ୍ପଷ୍ଟ ହେବା ଆବଶ୍ୟକ ଯେ, ଏହା ଭାଗଚାଷିର ସ୍ୱାର୍ଥ କୌଣସି ମତେ ସୁରକ୍ଷିତ କରିପାରିବ ନାହିଁ, ବରଂ କ୍ଷୁଦ୍ର ଓ ନାମମାତ୍ର ଚାଷିଙ୍କୁ ମଧ୍ୟ ଚାଷରୁ ବାହାର କରିଦେବ ଓ କାଳକ୍ରମେ ପାରମ୍ପରିକ ଫସଲ ବଦଳରେ ଅଧିକ ଅର୍ଥ ଉପାର୍ଜନକାରି ଫସଲ ହିଁ ଚାଷ ହେବ । ଏପରି ହେଲେ ସ୍ଥାନୀୟ ଅଂଚଳର ଅର୍ଥନୀତି, ଖାଦ୍ୟ ବ୍ୟବସ୍ଥା ବ୍ୟାପକ ଭାବେ ପ୍ରଭାବିତ ହେବ ।

ଦ୍ୱୀତିୟ କଥାଟି ହେଲା ଭାଗଚାଷିଙ୍କ ସ୍ୱାର୍ଥର ସୁରକ୍ଷା କଥା ଯେତେବେଳେ ଉଠିଛି, ସେତେବେଳ ଜମି ମଲିକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି । ଏକଥା ସବୁବେଳେ କୁହାଯାଇଛି ଯେ, ଜମି ମାଲିକ ସମ୍ପତ୍ତିଗତ ଅଧିକାର ନେଇ ଅନିଶ୍ଚିତ ହେଉଥିବା ହେତୁ ଭାଗଚାଷକୁ ଆଇନସିଦ୍ଧ କରିବା ନେଇ ଅସୁବିଧା ଉପୁଜୁଛି । ଚାଷ କରିବା ପାଇଁ ସକ୍ଷମ ନଥିବା ଲୋକଙ୍କ ହାତରେ ଜମି ଥିବ ଓ ଚାଷ କରିବାକୁ ଚାହୁଁଥିବା ଲୋକେ ଅସୁରକ୍ଷିତ ଥିଲେ ଆଗାମୀ ଦିନମାନଙ୍କରେ ସ୍ଥାନୀୟ କୃଷି ସଙ୍କଟ ଘେରକୁ ଚାଲିଯିବ ।

ଚାଷ କେବଳ ଉତ୍ପାଦକତା ଅଧାରିତ କେବେ ନଥିଲା । ଏହା ସ୍ଥାନିୟ ସଂସ୍କୃତି, ସାମାଜିକ ବ୍ୟବସ୍ଥା ଓ ଅର୍ଥନିତୀକୁ ସର୍ବଦା ସନ୍ତୁଳିତ କରି ଆସିଛି । ଭାଗଚାଷିର ମାନ୍ୟତାକୁ ଅଲୋଚନା କଲାବେଳେ ଅମର ଦୃଷ୍ଟିକୋଣକୁ ବ୍ୟାପକ କରିବାକୁ ପଡିବ ।

ଘାସିରାମ ପଣ୍ଡା

Filed Under: ରୋକ ଠୋକ Tagged With: ଚାଷଜମି, ଜମି ମାଲିକ

କଳିଙ୍ଗନଗର ଗୁଳିକାଣ୍ଡ: ପାଞ୍ଚ ବର୍ଷରେ ତିନି ତଦନ୍ତ କମିଶନ

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ଆଶିଷ ସେନାପତି

ଯାଜପୁର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ଯାଜପୁର ଜିଲ୍ଲା କଳିଙ୍ଗନଗରେ ଘଟିଥିବା ଗୁଳିକାଣ୍ଡର ତଦନ୍ତ ପାଇଁ ସରକାର ପାଞ୍ଚ ବର୍ଷରେ ତିନୋଟି କମିଶନ ନିଯୁକ୍ତ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ରିପୋର୍ଟ ପ୍ରକାଶ ପାଇନାହିଁ ।

ଏହି ଘଟଣାର ତଦନ୍ତ କରିବାକୁ ସେହି ବର୍ଷ ସରକାର ଓଡ଼ିଶା ହାଇକୋର୍ଟର କାର୍ଯ୍ୟରତ ବିଚାରପତି ଏ.ଏସ୍.ନାଇଡୁଙ୍କୁ ନିଯୁକ୍ତ କରିଥିଲେ ।

ଉକ୍ତ କମିଶନ ସୁକିନ୍ଦା ବିଧାୟକ ତଥା ବର୍ତ୍ତମାନର ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, କଂଗ୍ରେସ ନେତା ଶରତ ରାଉତ, ପିପିଆଇଏମ୍ଏଲ୍ ନେତା କ୍ଷିତିଶ ବିଶ୍ୱାଳଙ୍କ ସମେତ ୪୫ ଜଣଙ୍କ ସାକ୍ଷାତ କରିଥିଲେ ।

ତେବେ ହାଇକୋର୍ଟର କାର୍ଯ୍ୟରତ ବିଚାରପତି ମାନଙ୍କୁ ନେଇ ଗଠନ କରାଯାଇଥିବା ତଦନ୍ତ କମିଶନକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ମଇ ୨୦୦୭ରେ ନାଇଡୁ କମିଶନଙ୍କ କାର୍ଯ୍ୟ ବନ୍ଦ ହୋଇଥିଲା ।

ସରକାର ପୁଣି ୨୦୦୮ରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍.କେ.ପାତ୍ରଙ୍କୁ ତନ୍ତ କମିଶନ ଭାବେ ନିଯୁକ୍ତ କରିଥିଲେ ।

ଏହି କମିଶନ ଅଗଷ୍ଟ ୨୦୦୮ରେ ଗୁଳିକାଣ୍ଡ ସ୍ଥଳ ପରିଦର୍ଶନ କରି ସ୍ଥାନୀୟ ଆଦିବାସୀ ଓ ତତ୍କାଳୀନ ଜିଲ୍ଲା ପୋଲିସ ମୁଖ୍ୟ ଓ ଜିଲ୍ଲାପାଳଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ ।

କିନ୍ତୁ ପରବର୍ତ୍ତୀ ସମୟରେ ପାତ୍ରଙ୍କୁ ସରକାର ଲୋକପାଳ ଭାବେ ନିଯୁକ୍ତ କରିଥିଲେ । ପରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ପି.କେ.ମହାନ୍ତିଙ୍କୁ ତଦନ୍ତ କମିଶନ ଭାବେ ନିଯୁକ୍ତ କରାଯାଇଥିଲା ।

ଘଟଣାର ତଦନ୍ତ କରିବା ପାଇଁ ଗତ ବର୍ଷ ମଇ ମାସରେ ମହାନ୍ତି କମିଶନ ଗୁଳିକାଣ୍ଡ ସ୍ଥଳ ପରିର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ତଦନ୍ତ କାର୍ଯ୍ୟରେ ବିଳମ୍ବ କରିବା ପାଇଁ ସରକାରଙ୍କ ଏହି କମିଶନ ଗଠନ କରିଛନ୍ତି । ୨୦୦୪ରେ ସରକାର ସଂପୃକ୍ତ ଅଞ୍ଚଳରେ ପ୍ରକୃତ ଜମି ମାଲିକ ମାନଙ୍କୁ ଜମି ଏକର ପିଛା ୭୬ ହଜାର ଟଙ୍କା ଦେଇଥିବା ବେଳେ ସେହି ଜମି ଏକର ପିଛା ୩.୩୫ ଲକ୍ଷ ଟଙ୍କାରେ ଟାଟାକୁ ବିକ୍ରି କରିଛନ୍ତି ବୋଲି ସ୍ଥାନୀୟ କଂଗ୍ରେସ ନେତା ଶରତ ରାଉତ ଅଭିଯୋଗ କରିଛନ୍ତି ।

ଟାଟା ପ୍ରକଳ୍ପକୁ ବିରୋଧ କରି ଆଦିବାସୀମାନେ ୨୦୦୬ ଜାନୁୟାରୀ ୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ୍ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା ଓ ପୋଲିସ୍ ଗୁଳିରେ ୧୪ ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜମି ମାଲିକ, ଟାଟା, ପ୍ରଦର୍ଶନ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ