• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜାଲ

ଯୁଗ୍ମ ପ୍ରବେଶିକ ପରୀକ୍ଷାର ଜାଲ ୱେବସାଇଟ କରି ଯୁବକ ଗିରଫ

June 30, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଜୁନ ୩୦ (ଓଡିଶା ଡଟ କମ) ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ ) ର ଏକ ଜାଲ ୱେବସାଇଟ ତିଆରିକରି ଛାତ୍ରଛାତ୍ରୀଙ୍କ ତଥ୍ୟ ବେଆଇନ ଭାବେ ହାସଲ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବ ଇଞ୍ଜିନିୟରକୁ ସୋମବାର ଗିରଫ କରିଛି ।

୨୪ ବର୍ଷ ବୟସ୍କ ସମାଉଳ ହକ ନାମକ ଏହି ଯୁବକ ହେଉଛନ୍ତି ଝାଡଖଣ୍ଡ ରାଜ୍ୟର ଓ ସେ ମୁମ୍ବାଇର ଏକ ଘରୋଇ କମ୍ପାନୀରେ ଚାକିରି କରୁଛନ୍ତି । କେତେକ ଘରୋଇ ଇନଜିନିୟରିଂ କଲେଜକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଏହା କରିଥିବା ପୁଲିସ ସନ୍ଦେହ କରୁଛି ।

ସୂଚନା ଯୋଗ୍ୟଯେ ଗତ ବର୍ଷ ଓଜେଇଇ କତ୍ତୃପକ୍ଷ ପ୍ରବେଶିକା ପରୀକ୍ଷା ପାଇଁ ନିଜର ୱେବସାଇଟ ଖୋଲିବା ପୂର୍ବରୁ ଜାନୁଆରୀ ମାସରେ ସମାଉଳ ହକ ଏକ ୱେବସାଇଟ ଖୋଲି ଥିଲେ ଓ ବହୁ ସଂଖ୍ୟାରେ ନିଜର ବ୍ୟକ୍ତିଗତ ସୂଚନା ଦେଇ ଛାତ୍ର ଛାତ୍ରୀ ମାନେ ଏ ହି ୱେବସାଇଟ ଜରିଆରେ ଆବେଦନ କରିଥିଲେ ।

ଏହା ଜଣା ପଡିବା ପରେ ଜେଇଇ କର୍ତ୍ତୃପକ୍ଷ ଭୁବନେଶ୍ଵର ର ଏଆରଫିଲ୍ଡ ଥାନାରେ ଏତଲା ଦେଇଥିଲେ । ପରେ କ୍ରାଇମବ୍ରାଞ୍ଚର ସାଇବର ସେଲ ଏହାର ତଦନ୍ତ କରିଥିଲା ।

ମୁମ୍ବାଇରୁ ସମାଉଳ ହକ ଗିରଫ ହୋଇଥିବା ବେଳେ, ତାଙ୍କ ସହ ଅନ୍ୟ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ସନ୍ଦେହକରି ତାଙ୍କୁ ଧରିବା ପାଇଁ ପୁଲିସ ଯାଞ୍ଚ ବ୍ୟାପକ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ଅପରାଧ, ଶିକ୍ଷା Tagged With: ଓଜେଇଇ, ଗିରଫ, ଜାଲ, ୱେବସାଇଟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ