• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିତେନ୍ଦ୍ର କୁମାର ବିଶ୍ଵାଳ

ଇଚ୍ଛାଶକ୍ତି ସାମ୍ନାରେ ହାର ମାନିଛି ଶାରୀରିକ ଅକ୍ଷମତା

December 14, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ୍ କମ୍ ସଂବାଦ ଦାତା

ଭୁବନେଶ୍ଵର, ଡିସେମ୍ବର ୧୩ (ଓଡିଶା ଡଟ୍ କମ୍) ଶାରୀରିକ ଅକ୍ଷମତା ଯୋଗୁଁ ସବୁ ବେଳେ ହୁଇଲ ଚେୟାର ସହାୟତାରେ ଚଳ ପ୍ରଚଳ କରୁଥିବା ବରଗଡ ଜିଲ୍ଲାର ଜିତେନ୍ଦ୍ର କୁମାର ବିଶ୍ଵାଳ ନିଜ ଇଚ୍ଛା ଶକ୍ତି ବଳରେ ୩୫ ମିନିଟର ଏକ କ୍ଷୁଦ୍ର ଚଳଚିତ୍ରର କାହାଣୀ ଲେଖିବା ସହ ସେଥିରେ ମୁଖ୍ୟ ଭୂମିକାରେ ଅଭିନୟ କରି ସୃଷ୍ଟି କରିଛନ୍ତି ଅନ୍ୟ ମାନଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ।

14-12-odisha2ତାଙ୍କ ଧୈର୍ଯ୍ୟ, କାମ କରିବାର ପ୍ରବଳ ମାନସିକତା ଓ ଦୃଢ ଇଚ୍ଛା ଶକ୍ତି ସାମ୍ନାରେ ହାର ମାନିଛି ଜନ୍ମ ସମୟରୁ ରହିଆସିଥିବା ତାଙ୍କର ଏହି ଶାରୀରିକ ଅକ୍ଷମତା । ଆଇନରେ ଡିଗ୍ରୀ ତଥା ବିଜନେସ ମ୍ୟାନେଜମେଣ୍ଟରେ ଏକ ସାର୍ଟିଫିକେଟ କୋର୍ସ କରିଥିବା ୪୪ ବର୍ଷ ବୟସ୍କ ବିଶ୍ଵାଳଙ୍କ ଏହି କ୍ଷୁଦ୍ରଚଳଚିତ୍ର ‘ଡିଜାଏର’ ବା ‘ଇଚ୍ଛା’ର ସୁଟିଙ୍ଗ ନିକଟରେ କୋଣାର୍କ ଓ ଏହାର ଆଖପାଖରେ ସମ୍ପୂର୍ଣ ହୋଇଛି ।

ଏହି କ୍ଷୁଦ୍ର ଚଳଚିତ୍ର ତିଆରି କରିବା ପାଇଁ ଯେତେବେଳେ ତାଙ୍କର ଆଗ୍ରହ ହେଲା ସେତେବେଳେ ତାଙ୍କ ପାଖରେ ଅର୍ଥ ନ ଥିଲା । ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡିଆ ତଥା ଫିଲ୍ମ ନିର୍ମାତା ଅବିନାଶ ନନ୍ଦ କେବଳ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ତା ନୁହେଁ, ସେ ଭୁବନେଶ୍ଵର ଠାରେ ଥିବା ତାଙ୍କର ଦୁଇ ଜଣ ଶିଳ୍ପୋଦ୍ୟୋଗୀ ବନ୍ଧୁଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଅନୁରୋଧ କଲେ ।

ଅବିନାଶ ଙ୍କ ଦୁଇ ବନ୍ଧୁ ରାଜିନ୍ଦର ସିଂ ଭାଟିଆ ଓ ରାଜେଶ ମହାନ୍ତି ଏହି କ୍ଷୁଦ୍ର ଚଳଚିତ୍ର ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ସହାୟତା କରିବା ପାଇଁ ରାଜି ହେଲେ।12-14-odisha3

ଏପରିକି ଜଣାଶୁଣା ଓଡିଆ ମଡେଲ ତଥା ସ୍ଵେଚ୍ଛାସେବୀ ସ୍ଵପ୍ନା ପତି ମଧ୍ୟ ଏହି ଉଦ୍ୟମରେ ଉତ୍ସାହିତ ହୋଇ ନିଜେ ଏଥିରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବାପାଇଁ ରାଜି ହେଲେ। ଏହି ପରି ଭାବରେ ଆରମ୍ଭ ହେଲା ଏହି କ୍ଷୁଦ୍ର ଚଳଚିତ୍ରର ନିର୍ମାଣ।

ଶାରୀରିକ ଅକ୍ଷମ ହୋଇଥିବା ଜଣେ ବ୍ୟକ୍ତି ସବୁ ଦିଗରୁ ସୁସ୍ଥ ଥିବା ଜଣେ ମହିଳାଙ୍କୁ ଭଲ ପାଇବାରେ ସଫଳ ହେବା ହେଉଛି ଡିଜାଏର ଚଳଚିତ୍ରର ବିଷୟ ବସ୍ତୁ ।14-12-odisha

ଯେ କୌଣସି ସାଧାରଣ ବ୍ୟକ୍ତିଙ୍କ ପରି ଶାରୀରିକ ଅକ୍ଷମ ବ୍ୟକ୍ତି ମାନଙ୍କ ଭିତରେ ମଧ୍ୟ ଭଲ ପାଇବାର ଭାବନା, ଇଚ୍ଛା ରହିଛି ଓ ସମାଜ ଏହାକୁ ସ୍ଵୀକାର କରି ସେମାନଙ୍କ ଭାବନାକୁ ସମ୍ମାନ ଦେବାର ସମୟ ଆସିଛି ବୋଲି ଜିତେନ୍ଦ୍ର କହିଛନ୍ତି।

ଜିତେନ୍ଦ୍ରଙ୍କ ପାଖରେ ପ୍ରବଳ ସୃଜନଶୀଳତା ଓ ଇଚ୍ଛା ଶକ୍ତି ରହିଛି ଓ ଏହା ମୋତେ ଖୁବ ପ୍ରଭାବିତ କରିଛି, ଚଳଚିତ୍ର ନିର୍ମାତା ଅବିନାଶ ନନ୍ଦ କହିଛନ୍ତି।12-14-odisha4

ଉଲ୍ଲେଖଯୋଗ୍ୟଯେ ଗତ ମଇ ମାସରେ ମାଇଁ ଏଟିଚ୍ୟୁଡ , ମାଇଁ ଲାଇଫ ଡେସ୍ପାଇଟ ମାଇଁ ଡିଜାବିଲିଟି ଶୀର୍ଷକରେ ଇଉଟ୍ୟୁବରେ ଜିତେନ୍ଦ୍ର ପୋଷ୍ଟ କରିଥିବା ଅନେକ ଫଟୋଚିତ୍ର ଓ କଣ୍ଠସ୍ଵର ବହୁ ଦର୍ଶକଙ୍କୁ ପ୍ରଭାବିତ କରିଥିଲା ।

ଏପରିକି କଂଗ୍ରେସ ଏମପି ଶଶୀ ଥରୁର , ଟିଭି ବ୍ୟକ୍ତିତ୍ଵ ବରଖା ଦତ୍ତ ଓ ରାଜଦୀପ ସରଦେଶାଇ ପ୍ରମୁଖ ଏହାର ଖୁବ ପ୍ରଶଂସା କରିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟଯେ ଜିତେନ୍ଦ୍ର ଶରୀରର ଅନ୍ୟ ଅଙ୍ଗ ଦ୍ଵାରା ବିଶେଷତଃ କିଛି କାର୍ଯ୍ୟ କରିପାରୁନଥିବା ବେଳେ ତାଙ୍କର ଡାହାଣ ହାତ ଦ୍ଵାରା ସେ କେବଳ ଲେଖିବା ତଥା ମୋବାଇଲ ଫୋନ ବ୍ୟବହାର କରି ପାରନ୍ତି ।

ସବୁବେଳେ ହୁଇଲ ଚେୟାର ଉପରେ ନିର୍ଭର କରି ଚାଲୁଥିବା ଜିତେନ୍ଦ୍ର ନିଜ ଦୈନନ୍ଦିନ ଜୀବନରେ ଚଳପ୍ରଚଳ ପାଇଁ ସବୁବେଳେ ଦୁଇଜଣ ବ୍ୟକ୍ତିଙ୍କ ସହାୟତା ନେବାର ଆବଶ୍ୟକତା ପଡିଥାଏ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ମନୋରଞ୍ଜନ Tagged With: କ୍ଷୁଦ୍ର ଚଳଚିତ୍ର, ଜିତେନ୍ଦ୍ର କୁମାର ବିଶ୍ଵାଳ, ଡିଜାଏର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ