• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିନ୍ଦଲ ଷ୍ଟିଲ

କୋଇଲା ଦୁର୍ନୀତି: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ବିରୋଧୀ

August 29, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୯(ଓଡ଼ିଶା ଡ଼ଟ୍ କମ୍)-ବହୁଚର୍ଚ୍ଚିତ କୋଇଲା ଦୁର୍ନୀତିରେ ରାଜ୍ୟ ସରକାରଙ୍କ ସଂପୃକ୍ତି ଅଭିଯୋଗ କରି ସିବିଆଇ ତଦନ୍ତ ଲାଗି କଂଗ୍ରେସ ଦାବି କରିଛି । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ନିଜକୁ ଦାୟୀ କରି ପରୁ ଇସ୍ତଫା ଦିଅନ୍ତୁ ବୋଲି ବିରୋଧୀ ଦଳ କହିଛି ।

କୋଇଲା ପ୍ରସଙ୍ଗରେ ଗତକାଲି ଆସିଥିବା ମୁଲତବୀ ପ୍ରସ୍ତାବ ଆଜି ଆଲୋଚନା କରାଯାଇଥିଲା । କୋଇଲା ପ୍ରସଙ୍ଗରେ ଗତକାଲି ଆଲୋଚନା ହେବାକୁ ଥିଲେ ହେଁ ସାଂସଦ ହେମାନନ୍ଦ ବିଶ୍ୱାଳଙ୍କ ବିରୋଧରେ ଟିପ୍ପଣୀନେଇ ହଟ୍ଟଗୋଳ ହେବାରୁ ଏହା ଆଲୋଚନା ହୋଇ ପାରିନଥିଲା ।

ଆଜି ଖଣି ଓ ଇସ୍ପାତ ମନ୍ତ୍ରୀ ରଜନୀକାନ୍ତ ସିଂ ବିରୋଧୀଦଳ ପ୍ରସ୍ତାବ ଉପରେ ପ୍ରଥମେ ତାଙ୍କର ଉତର ରଖିଥିଲେ । ଏହାପରେ ଆଲୋଚନା ହୋଇଥିଲା ।

ମୁଲତବୀ ପ୍ରସ୍ତାବ ଆଲୋଚନା ଆରମ୍ଭକରି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ କହିଲେ ଯେ କୋଇଲାରେ ନିଆଁ ଲାଗିଛି । ଏହି ନିଆଁର ତାପ ସବୁଆଡେ ଯାଇଛି ।

କେନ୍ଦ୍ର ସରକାର ଯେତେବେଳେ ପ୍ରତିଯୋଗିତାମୂଳକ ବିଡିଂ ମାଧ୍ୟମରେ କୋଇଲା ବ୍ଲକ ଆବଂଟନ କରିବାକୁ ଚାହିଁଥିଲେ ସେତେବେଳେ ଓଡିଶା ସରକାର ଲିଖିତ ଭାବେ ଏହାର ବିରୋଧ କରିଥିଲେ । ସରକାର କୋଇଲା ଦୁର୍ନୀତିରେ ସଂପୃକ୍ତ ଥିବା ସେ ଅଭିଯୋଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରହିଥିବା ଉଚ୍ଚସ୍ତରୀୟ କ୍ଲିୟରାନ୍ସ କମିଟି ବିଭିନ୍ନ କଂପାନୀକୁ କୋଇଲା ବ୍ଲକ ଦେବା ନେଇ ସୁପାରିଶ ଉପରେ ମୋହର ଲଗାଇଥିଲେ ।

ହରିଚନ୍ଦନ କହିଲେ ରାଜ୍ୟ ସରକାର କୋଇଲା ବ୍ଲକ ଆବଂଟନ କ୍ଷେତ୍ରରେ ୪୦ରୁ ଉର୍ଦ୍ଧକମ୍ପାନୀ ପାଇଁ ସୁପାରିଶ କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନିଜେ ଜିନ୍ଦଲ ଷ୍ଟିଲ ନିମନ୍ତେ ଚିଠି ଲେଖିଛନ୍ତି ।

ରାଜ୍ୟ ସରକାର ସୁପାରିଶ କରିଥିବା କଂପାନୀ ମାନଙ୍କ ମଧ୍ୟରେ ଅଛନ୍ତି ଭୂଷଣ, ରୁଂଗଟା ମାଇନ୍ସ, ମନେଟ ଇସ୍ପାତ, ଜିନ୍ଦଲ ଷ୍ଟିଲ, ଟାଟା ପାୱାର ଓଷ୍ଟ୍ରାଟେଜିକ୍ ପାୱାର ଭଳି ଅନେକ କମ୍ପାନୀ । ଏଣୁ ରାଜ୍ୟ ସରକାର ନିଜଆଡୁ ନିଜର ସଂପୃକ୍ତି ନେଇ ସିବିଆଇ ତଦନ୍ତ ଘୋଷଣା କରନ୍ତୁ ।

ସିଏଜି ରିପୋଟ ଆସିବା ପୂର୍ବରୁ କୋଇଲା ଦୁର୍ନୀତିର ତଦନ୍ତଭାର କେନ୍ଦ୍ର ସରକାର ସିବିଆଇକୁ ଦେଇଛନ୍ତି । ତେଣୁ ରାଜ୍ୟ ସରକାର ନିଜର ସ୍ୱଚ୍ଛତା ପ୍ରମାଣ ଲାଗି ଓଡିଶାର ସଂପୃକ୍ତି ନେଇ ସିବିଆଇ ତଦନ୍ତ କରନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ ।

ଶ୍ରୀ ହରିଚନ୍ଦନ ପ୍ରାୟ ଏକ ଘଂଟା କହିସାରିବା ପରେ କଂଗ୍ରେସ ବିଧାୟକ ଅନୁପ ସାଏ ଏହି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯିବାକୁ ଦାବି କରିଥିଲେ । ୧୪ ଜଣ ବିଧାୟକ ଏହି ଦାବି ସପକ୍ଷରେ ଛିଡା ହୋଇ ସମର୍ଥନ ଜଣାଇବାରୁ ବାଚସ୍ପତି ଏହା ଉପରେ ଦୁଇ ଘଣ୍ଟିଆ ଆଲୋଚନା ପାଇଁ ଅନୁମତି ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର, ରାଜନୀତି Tagged With: କୋଇଲା ଆବଣ୍ଟନ, ଜିନ୍ଦଲ ଷ୍ଟିଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

ତିନୋଟି ପ୍ରକଳ୍ପକୁ କେନ୍ଦ୍ରର କାରଣ ଦର୍ଶାଅ ନୋଟିସ

December 16, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଡ଼ିସେମ୍ବର ୧୫(ଓଡ଼ିଶା ଡ଼ଟ୍ କମ୍) ପରିବେଶ ନିୟମ ଉଲଂଘନ ଅଭିଯୋଗରେ ଜିନ୍ଦଲ ଷ୍ଟିଲ ସମେତ ରାଜ୍ୟର ଅନ୍ୟ ତିନୋଟି ପ୍ରକଳ୍ପକୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ।

ଏଗୁଡ଼ିକ ହେଲା ଅନୁଗୁଳର କେରଜଙ୍ଘ ସ୍ଥିତ ଦୁଇ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସମନ୍ୱିତ ଇସ୍ପାତ ପ୍ରକଳ୍ପ ସହିତ ଏକ ହଜାର ମେଗାୱାଟ୍ ବିଦ୍ୟୁତ ଶକ୍ତି କେନ୍ଦ୍ର, ଲାଞ୍ଜିଗଡ଼ ସ୍ଥିତ ବାର୍ଷିକ ଏକ ନିୟୁତ ଟନ୍ ଉତ୍ପାଦନ କ୍ଷମତା ସଂପନ୍ନ ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟ ସହିତ ୭୫ ମେଗାୱାଟ ବିଦ୍ୟୁତ କେନ୍ଦ୍ର ଓ ଲାଞ୍ଜିଗଡ଼ ଠାରେ ଥିବା ଆଲୁମିନିୟମ ରିଫାଇନାରୀ ପ୍ଲାଣ୍ଟର ସଂପ୍ରସାରଣ ।

ଏହା ମଧ୍ୟରୁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପ୍ରକଳ୍ପକୁ ଜାରି କରାଯାଇଥିବା ନୋଟିସ୍ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅନୁଧ୍ୟାନ କରି ମତାମତ ଦେଇସାରିଛି । ଅନ୍ୟ ଦୁଇଟି ନୋଟିସ୍ କୁ ଅନୁଧ୍ୟାନ କରାଯାଉଛି ବୋଲି ଶିଳ୍ପମନ୍ତ୍ରୀ ରଘୁନାଥ ମହାନ୍ତି କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜଙ୍ଗଲ ଓ ପରିବେଶ, ଜିନ୍ଦଲ ଷ୍ଟିଲ, ମୁଖ୍ୟ ଖବର, ଲାଞ୍ଜିଗଡ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ