• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିଲ୍ଲାପାଳ

ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ, ଅସିତ ତ୍ରିପାଠୀ ଗୃହ ସଚିବ

April 20, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୦  (ଓଡିଶା ଡଟ କମ) ନଅ ଜଣ ଜିଲ୍ଲାପାଳଙ୍କ ବଦଳି କରିବାର ଏକ ସପ୍ତାହ ମଧ୍ୟ ହୋଇନାହିଁ , ରାଜ୍ୟ ସରକାର ସୋମବାର ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ କରି କେନ୍ଦ୍ରୀୟ ଡେପୁଟେସନରୁ ଫେରିଆସିଥିବା ୧୯୮୬ ବ୍ୟାଚର ଅଫିସର ଅସିତ ତ୍ରିପାଠୀଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି ।

asit tripathyସରକାରୀ ସୂତ୍ରରୁ ପ୍ରାପ୍ତ ଖବର ଅନୁସାରେ ତ୍ରିପାଠୀଙ୍କୁ ଶ୍ରମ ଓ ନିଯୁକ୍ତି ତଥା ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଫିସର ତାରାଦତ୍ତଙ୍କୁ କେବିକେ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦିଆଯାଇଥିବା ବେଳେ ତାଙ୍କୁ ଗୋପବନ୍ଧୁ ଏକାଡେମୀର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି ।

ଠିକ ସେହିପରି ୧୯୮୬ ବ୍ୟାଚର ଅଫିସର ଜିଭିଭି ଶର୍ମା ସାଧାରଣ ପ୍ରଶାସନ ବିଭାଗର ନୂଆ ପ୍ରମୁଖ ସଚିବ ନିଯୁକ୍ତି ପାଇଛନ୍ତି । ସେ ସ୍ଵତନ୍ତ୍ର ରିଲିଫ କମିସନର ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ସିଜେ ବେଣୁଗୋପାଳ ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତିପାଇଥିବା ବେଳେ ମୋନା ଶର୍ମା ରାଜସ୍ୱ ଓ ବିପର୍ଯୟ ପ୍ରଶମନ ବିଭାଗର ନୂଆ ପ୍ରମୁଖ ଶାସନ ସଚିବ ହେବେ । ମୋନା ଓଏସଡିଏମଏ ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ଡି ଏନ ଗୁପ୍ତା ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତିପାଇଥିବା ବେଳେ ଜଳସଂପଦ ବିଭାଗର ପ୍ରମୁଖ ସଚିବପ୍ରଦୀପ ଜେନାଙ୍କୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଅତିରିକ୍ତ ଦାୟିତ୍ଵ ତୁଲାଇବେ ।

ମନୋଜ ଆହୁଜା ସମବାୟ ବିଭାଗର ପ୍ରମୁଖ ସଚିବ ନିଯୁକ୍ତି ପାଇଥିବା ବେଳେ ସେ ପ୍ରଶାସନିକ ସଂସ୍କାର ମଧ୍ୟ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଚନ୍ଦ୍ର ଶେଖର କୁମାର ପରିବହନ କମିଶନର, ସଞ୍ଜୟ କୁମାର ସିଂ ରାଜସ୍ୱ କମିଶନର (ଦକ୍ଷିଣାଞ୍ଚଳ) ଓ ନୀତିନଚନ୍ଦ୍ରା ବାଣିଜ୍ୟକର କମିଶନର ଭାବେ
ନିଯୁକ୍ତି ପାଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅଦଳବଦଳ, ଆଇଏଏସ, ଜିଲ୍ଲାପାଳ, ପ୍ରଯୁକ୍ତି ବିଦ୍ୟା, ପ୍ରଶାସକ, ବୈଷୟିକ ଶିକ୍ଷା

ପ୍ରଶାସନିକ ଅଦଳବଦଳ, ନଅ ଜଣ ଜିଲ୍ଲାପାଳଙ୍କ ବଦଳି

April 16, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ୱର, ଏପ୍ରିଲ ୧୬ (ଓଡିଶା ଡଟ କମ) ରାଜ୍ୟ ସରକାର ଗୁରୁବାର ଆଇ ଏ ଏସ ସ୍ତରରେ ଏକ ବଡ ଧରଣର ପରିବର୍ତ୍ତନ କରି ନଅ ଜଣ ଜିଲ୍ଲାପାଳଙ୍କ ବଦଳି କରିଛନ୍ତି ।

Jamini Sarangiସରକାରୀ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଯାଜପୁର ଜିଲ୍ଲାପାଳ ଅନୀଲ ସାମଲଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଜଗତସିଂହପୁର ଜିଲ୍ଲାପାଳ ସତ୍ୟ ମଲ୍ଲିକଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି ।

ଯାମିନି ଷଡଙ୍ଗୀ କନ୍ଧମାଳର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ବିଜୟ କୁମାର ଉପାଧ୍ୟାୟ ଜଗତସିଂହପୁର ର ନୂଆଁ ଜିଲ୍ଲାପାଳ ହେବେ । ଭି ଜୟା କୁମାର, ଏନ ଥିରୁମାଲା ନାୟକ, ରସ୍ମିତା ପଣ୍ଡା, ଡି ବୃନ୍ଦା, ଓ ସାଦିକ ଆଲମଙ୍କୁ ଯଥାକ୍ରମେ କୋରାପୁଟ, କେଉଁଝର, ନବରଙ୍ଗପୁର, କଳାହାଣ୍ଡି, ଓ ନୂଆପଡା ଜିଲ୍ଲାର ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।

ରାଜ୍ୟ ପ୍ରଶାସନିକ ସେବାର ପ୍ରମୋଦ କୁମାର ଦାସଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ମିଳିଥିବା ବେଳେ, ଦେବରଞ୍ଜନ ସେନାପତିଙ୍କୁ କେନ୍ଦ୍ରାପଡା ର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବେ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: ଅଦଳବଦଳ, କଳାହାଣ୍ଡି, କେଉଁଝର, କୋରାପୁଟ, ଜିଲ୍ଲାପାଳ, ନବରଙ୍ଗପୁର, ନୂଆପଡ଼ା, ପ୍ରଶାସକ

ମିଛ ମାମଲାରେ ମାନବାଧିକାର କର୍ମୀଙ୍କୁ ୭୦ ଦିନ ଜେଲ୍ !

January 29, 2014 by ଓଡିଶା ଡଟ କମ Leave a Comment

୨୯ ଜାନୁଆରୀ (ଓଡିଶା ଡ଼ଟ୍ କମ୍)-ଦିଲ୍ଲୀରେ ରହୁଥିବା ଓଡିଆ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କୁ ଢେଙ୍କାନାଳ ପୋଲିସ୍ ମିଛ କେସ୍ ରେ ସାଇବା ଘଟଣା ଏବେ ପୁଲିସ୍ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁଲିସର ବର୍ବରତା ବିରୋଧରେ ଭଜମନ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ।

ଏନଏଚଆରସିଙ୍କ ନିଦେ୍ର୍ଧଶ ପରେ ଏହି ଘଟଣାର ଦୁଇ ଦୋଷୀ ପୁଲିସ୍ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।ଦୋଷୀ ପୁଲିସ୍ ଙ୍କୁ ବରଖାସ୍ତ ଦାବି୨୦୧୩ ଅଗଷ୍ଟରେ ଢେଙ୍କାନାଳ ଜିଲ୍ଲା ତୁମୁସିଂଘା ଥାନା ଅନ୍ତର୍ଗତ ଟାଙ୍ଗର ଗାଁରେ ଗୌରାଙ୍ଗ ଚରଣ ପୃଷ୍ଟି(୨୨)ଙ୍କ ମୃତ ଦେହ ଗାଁ କେନାଲ ନିକଟରୁ ଉଦ୍ଧାର ହୋଇଥିଲା ।

ଏହା ଏକ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ଅଭିଯୋଗ କରିଥିଲେ ଓ ଏ ସମ୍ପର୍କରେ ଦିଲ୍ଲୀରେ ଥିବା ଭଜମନ ବିଶ୍ୱାଳଙ୍କୁ ଜଣାଇଥିଲେ । ଭଜମନ ସେଠାରେ ଥାଇ ଏହାର ଉପଯୁକ୍ତ ତଦନ୍ତ ପାଇଁ ଲଗାତାର ଦାବି କରିଥିଲେ । ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ପୁଲିସ ଏହି ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରୁ ଡକାଇଥିଲା ।

ଭଜମନ ଓଡିଶା ଆସିବା ପରେ ୧୩ ତାରିଖରେ ତୁମୁସିଂଘା ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ଓ ଅନ୍ୟ ପୁଲିସ ଅଧିକାରୀମାନଙ୍କ ସହ କେନାଲ ନିକଟକୁ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ କାମାକ୍ଷାନଗର ତତ୍କାଳୀନ ଏସ୍ଡିପିଓ ରାଜକିଶୋର ଦୋରା, ସବ କଲେକ୍ଟର ନରହରି ସେଠୀ ଓ ଅନ୍ୟ ୫୦୦ ରୁ ଅଧିକ ପୁଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ ।

ଉତ୍ୟକ୍ତ ଲୋକେ ପୁଲିସର ନିଷ୍କ୍ରିୟତା ଓ କାର୍ଯାନୁଷ୍ଠାନରେ ବିଳମ୍ବକୁ ବିରୋଧ କରିବାରୁ ପୁଲିସ ଚତୁରତାର ସହିତ ସେଠାରୁ ଚାଲି ଖସିଆସିବାକୁ ଉଦ୍ୟମ କରିଥିଲା । ଘଟଣାର ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ଭଜମନଙ୍କୁ ପଣ୍ଡୁଆ କୁ ଆସିବାବାଲାଗି ଅନୁରୋଧ କରିଥିଲା ।

ଭଜମନ ଓ ଗାଁର ଅନ୍ୟ ୭ ଜଣ ଲୋକ ପଣ୍ଡୁଆକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ୨ ଲକ୍ଷ ଟଙ୍କା ଯାଚିବା ସହ ମାମଲାରୁ ଓହରି ଯିବା ପାଇଁ କହିଥିବା ଭଜମନ ଅଭିଯୋଗ କରିଛନ୍ତି । ସେ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ମାଡମାରିବା ସହ ମିଛ ମାମଲା ରୁଜୁ କରି ତାଙ୍କ ସହ ପାଞ୍ଚ ଜଣଙ୍କୁ କାମାକ୍ଷାନଗର ସବ୍ ଜେଲ ପଠାଇଥିଲା । ସେମାନଙ୍କ ଠାରୁ ପୁଲିସ ୫ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ, ଏଟିଏମ୍, ପ୍ୟାନ କାର୍ଡ ଦୁଇଟି ସୁନା ଚେନ୍ ଆଦି ନେଇ ଯାଇଥିଲା । ଏଭଳିକି ତାଙ୍କ ପାଇଁ କୌଣସି ଓକିଲ ମକଦ୍ଧମା ନ ଲଢିବାକୁ ଓଆଇସି ଶ୍ରୀ ଲେଙ୍କା ସ୍ଥାନୀୟ ବାର ଆସୋସିଏସନ୍କୁ ଚିଠି ଲେଖିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କହିଥିଲେ, ୭୦ ଦିନ ପରେ ୨୦୧୩ ନଭେମ୍ବର ୨୧ରେ ଭଜମନ ଜେଲ୍ ରୁ ଜାମିନରେ ଆସିଲେ । ପୁଲିସ୍ ର ଏହି ବେଆଇନ କାର୍ଯ୍ୟ ବିରୋଧରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

କମିଶନଙ୍କ ନିଦେ୍ର୍ଧଶ ପରେ ପୁଲିସ୍ ସେଠାରେ ରିପୋର୍ଟ ଦାଖଲ କରିଥିଲା । ସେଥିରେ ଭଜମନଙ୍କ ଅଭିଯୋଗ ମିଛ ବୋଲି ପୋଲିସ୍ କହିଥିଲା । କିନ୍ତୁ ପୁଲିସ୍ ର ମିଛ ଯୁକ୍ତି ବିରୋଧରେ ଭଜମନ ପ୍ରମାଣ ଭିତିକ ଯୁକ୍ତି କମିଶନଙ୍କ ନିକଟରେ ରଖିଥିଲେ । ଏହାରେ କମିଶନ ପୋଲିସ୍ ରିପୋର୍ଟକୁ ଅଗ୍ରାହ୍ୟ କରି ଘଟଣାର ତଦନ୍ତ ସିବିଆଇ/ସିଆଇଡି ଦ୍ୱାରା କରାଇବାକୁ ନିଦେ୍ର୍ଧଶ ଦେଇଛନ୍ତି । ନିକଟରେ ଭୁବନେଶ୍ୱର ହୋଇଥିବା ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣୀ ହୋଇଥିଲା ।

ଭଜମନ କହିଥିଲେ ଯେ, ତାଙ୍କୁ ପୋଲିସ୍ ମିଛ ଏନକାଉଣ୍ଟରରେ ମାରିଦେବାକୁ ଚେଷ୍ଟା କରୁଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜଣାଇଥିଲେ । ସେଠାରେ କମିଶନ ପୋଲିସ୍ ର ଏହି କାର୍ଯ୍ୟ ଉରେ ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଏଚଆରିସି ଅତିରିକ୍ତ ଡିଜି ଅମ୍ରିତମୋହନ ପ୍ରସାଦ, ତାଳଚେର ରେଞ୍ଜ ଡିଆଇଜି, ଢେଙ୍କାନାଳ ଏସିପି ଓ ଜିଲ୍ଲାପାଳ କମିଶନଙ୍କୁ କିଛି କହିପାରିନଥିଲେ । ତାଙ୍କୁ ସୁରକ୍ଷା ଯୋଗାଇବା ଉପରେ ବିଚାର କରିବାକୁ କମିଶନ ଗୃହ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ।

କମିଶନଙ୍କ ନିଦେ୍ର୍ଧଶ ରେ ଘଟଣାର ମୁଖ୍ୟ ନାୟକ ତଥା ତୁମୁସିଂଘା ଥାନାର ତତ୍କାଳିନ ଅଧିକାରୀ ଲିଙ୍ଗରାଜ ଲେଙ୍କା, ତତ୍କାଳୀନ ଏସ୍ଆଇ ମଧୁସ୍ମିତା ବେହେରା, ତତ୍କାଳୀନ କାମାକ୍ଷାନଗର ଏସ୍ଡିିଓ ରାଜକିଶୋର ଦୋରା ଓ ଏଏସପି ମନୋରଂଜନ ମହାନ୍ତିଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ଭଜମନଙ୍କୁ କ୍ଷତିପୁରଣ ବାବଦରେ ୫୦ ଲକ୍ଷ ଟଙ୍କା ଦେବାକୁ ଅଖଣ୍ଡ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅଖଣ୍ଡଙ୍କ ସହ ଭଜମନ ଓ ତାଙ୍କ ପତ୍ନୀ ଜଗତଜୀତା ବିଶ୍ୱାଳ, ମୃତ ଗୌରାଙ୍ଗଙ୍କ ଭାଇ ଲକ୍ଷ୍ମଣ କୁମାର ବେହେରା ଏବଂ ପୋଲିସ୍ ନିର୍ଯାତନାର ଶିକାର ହୋଇଥିବା ଟାଙ୍ଗର ଗାଁର କିଛି ପିଡୀତ ଉପସ୍ଥିତ ଥିଲେ ।

(ଓଡିଶା ଡ଼ଟ୍ କମ୍)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ଜେଲ୍, ମାନବାଧିକାର କର୍ମୀ, ସାମ୍ବାଦିକ ସମ୍ମିଳନୀ

ସପ୍ତାହ ଆରମ୍ଭରୁ ଜିଲ୍ଲାପାଳ ଶୁଣିବେ ଅଭିଯୋଗ

September 28, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ଗୁରୁବାର ଦିନ ସଚିବାଳୟରେ ଜିଲାପାଳମାନଙ୍କ ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶନିବାର ପରିବେ ସୋମବାର ଦିନ ଜିଲାପାଳ ଓ ଏସପି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଯୁଗ୍ମ ଶୁଣାଣି କରିବେ ।

ଜନସାଧାରଣଙ୍କ କଲ୍ୟାଣ, ସେମାନଙ୍କ ଅଭିଯୋଗର ଶୁଣାଣି ଏବଂ ଏହାର ସମାଧାନ ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ସପ୍ତାହର ପ୍ରଥମ ବାର(ସୋମବାର) ଅଭିଯୋଗର ଶୁଣାଣି ହେବା ଦ୍ୱାରାଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଅଧିକ ତ୍ୱରାନ୍ୱିତ ଭାବେ କରାଯାଇପାରିବ ।

ଜିଲାସ୍ତର ବ୍ୟତୀତ ବ୍ଲକ ଓ ତହସିଲ ସ୍ତରରେ ଅଭିଯୋଗର ଣୁଣାଣିକୁ ପ୍ରାଥମିକତା ଦେବା ନେଇ ପଦକ୍ଷେପ ନେବାକୁ ସେ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ।

କେ.ଜି.ଦୁଇଟଙ୍କାରେ ଚାଉଳ, ଗରିବ ଲୋକଙ୍କ ଚିକିତ୍ସା ସୁବିଧା ପାଇଁ ଓଡ଼ିଶା ଚିକିତ୍ସା ପାଣ୍ଠି, ମମତା ଯୋଜନା, ଭିନ୍ନକ୍ଷମଙ୍କ କଲ୍ୟାଣ, ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ, ଗରିବ ପରିବାରର ଛାତ୍ରଛାତ୍ରୀଙ୍କୁ ସାଇକେଲ ଯୋଗାଣ, ସିମେଣ୍ଟ କଂକ୍ରିଟ ରାସ୍ତା, ବିଜୁ ସେତୁ ଯୋଜନା, ସ୍କୁଲରେ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମକୁ ଜିଲ୍ଲାପାଳମାନେ ଜିଲାର ଜନସାଧାରଣଙ୍କ ସହ ସମ୍ପର୍କ ରଖି ଏହିସବୁ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ଉପରେ ଧ୍ୟାନ ଦେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଜିଲାପାଳ ସମ୍ମିଳନୀରେ ରାଜସ୍ୱ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ରଘୁନାଥ ମହାନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତ, ମୁଖ୍ୟ ଶାସନ ସଚିବ ବିଜୟକୁମାର ପଟ୍ଟନାୟକ, ଉନ୍ନୟନ କମିଶନର, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ସଚିବାଳୟ

ପ୍ରଶାସନିକ ସ୍ତରରେ ଅଦଳବଦଳ,୧୫ ଜିଲ୍ଲାପାଳଙ୍କ ବଦଳି

July 27, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜୁଲାଇ ୨୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ୧୫ଜଣ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ।

ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇବ । ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଏନ୍ ମୁଥୁ କୁମାରଙ୍କୁ ନୂଆପଡ଼ା ଜିଲ୍ଲାପାଳ, ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀଙ୍କୁ ନବରଙ୍ଗପୁର ଜିଲ୍ଲାପାଳ, ମୟୂରଭଞ୍ଜ ଜିଲ୍ଲାପାଳ ନବକୁମାର ନାୟକଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ଅନୁୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ମାଲକାନଗିରି ଜିଲ୍ଲାପାଳ ବଲୱନ୍ତ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ଗୃହ ବିଭାଗ ଅତିରିକ୍ତ ସଚିବ ବିଷ୍ଣୁ ପ୍ରସାଦ ସାହୁଙ୍କୁ ମାଲକାନଗିରି ଜିଲ୍ଲାପାଳ, କନ୍ଧମାଳ ଜିଲ୍ଲାପାଳ ପି.ରାଜେଶ ପ୍ରଭାକର ପାଟିଲଙ୍କୁ ମୟୂରଭଂଜ ଜିଲ୍ଲାପାଳ, ଓଡ଼ିଶା ଖଣି ନିଗମ ମହାପ୍ରବନ୍ଧକ ସତ୍ୟ କୁମାର ମଲ୍ଲିକଙ୍କୁ ଜଗତସିଂହପୁର ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଦୁର୍ଗାପ୍ରସାଦବେହେରାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରଞ୍ଜିତ୍ ମହାନ୍ତି ବାଲେଶ୍ୱର ଜିଲ୍ଲାପାଳ, ଓଡିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ସଚିବ ବାସୁଦେବ ବାହିନୀପତି ଗଜପତି ଜିଲ୍ଲାପାଳ, ଗଜପତି ଜିଲ୍ଲାପାଳ ରବୀନ୍ଦ୍ର ପ୍ରତାପ ସିଂହ ସୋନପୁର ଜିଲ୍ଲାପାଳ, ରାଜସ୍ୱ ବିଭାଗ ଅତିରିକ୍ତ ସଚିବ ଡ. ଶଶିଭୂଷଣ ପାଢ଼ୀଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ରାଜ୍ୟପାଳଙ୍କ ଯୁଗ୍ମ ସଚିବ ବେରାଜ ମିଶ୍ରଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ବଦଳି କରାଯାଇଥିବା ବେଳେ ବାଲିଗୁଡ଼ା ଉପଜିଲ୍ଲାପାଳ ଭୁପେନ୍ଦ୍ର ସିଂ ପୁନିଆଙ୍କୁ କନ୍ଧମାଳ ଜିଲ୍ଲାପାଳ, ନବରଙ୍ଗପୁର ଜିଲ୍ଲାପାଳ ଶିବବ୍ରତ ଦାସଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ, ଅନୁଗୁଳ ଜିଲ୍ଲାପାଳ ଶିବ ପ୍ରସାଦ ମିଶ୍ରଙ୍କୁ ଓଡ଼ିଶା ରାଜ୍ୟ ଗୃହନିର୍ମାଣ ବୋର୍ଡ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ରାୟଗଡ଼ା ଜିଲ୍ଲାପାଳ ନିତିନ ଭାନୁାସ ଜାୱଲେଙ୍କୁ ଅବକାରୀ କମିଶନର, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ସଂଜିବ କୁମାର ମିଶ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମ କମିଶନର, ନୂଆପଡ଼ା ଜିଲ୍ଲାପାଳ ଜାନକୀବଲ୍ଲଭ ମିଶ୍ରଙ୍କୁ ରାଜ୍ୟପାଳଙ୍କ ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାପାଳ ପି.କେ. ପଟ୍ଟନାୟକଙ୍କୁ ସମବାୟ ବିଭାଗର ଅତିରିକ୍ତ ସଚିବ, ବାଲେଶ୍ୱର ଜିଲ୍ଲାପାଳ ଡ.ଅଖିଳ ବିହାରୀ ଓତାଙ୍କୁ ଅନୁସୂଚିତ ଜାତି ଓ ଉପଜାତି କମିଶନର, ଜଗତସିଂହପୁର ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଜେନାଙ୍କୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗର ଅତିରିକ୍ତ ସଚିବ ଏବଂ ବଲାଙ୍ଗିର ଜିଲ୍ଲାପାଳ ଶୈଳେନ୍ଦ୍ର ନାରାୟଣ ଙ୍କେୁ ମୁଖ୍ୟଶାସନ ସଚିବଙ୍କ ଓଏସ୍ଡି ଭାବେ ବଦଳି କରାଯାଇଛି ।

କେନ୍ଦୁଝର ଜିଲ୍ଲାପାଳ ଡି.ଭି.ସ୍ୱାମୀଙ୍କୁ କଟକ ମହାନଗର ନିଗମ କମିଶନର ତଥା ସିଡିଏ ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଶାଳ ବେଙ୍କୁ ବିଡିଏ ଉପାଧ୍ୟକ୍ଷ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ପ୍ରଶାସନିକ

ତଦନ୍ତ ଦାବିରେ ଭଦ୍ରକ ଓକିଲ ସଂଘର କାର୍ଯ୍ୟବନ୍ଦ

April 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ସ୍ନିଗ୍ଧା ରାୟ

ଭଦ୍ରକ, ଅପ୍ରେଲ ୩୦(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଘଟଣାର
ବିଚାର ବିଭାଗୀୟ ତଦନ୍ତ ଦାବିରେ ଭଦ୍ରକ ଓକିଲ ସଂଘ ପକ୍ଷରୁ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ
କରାଯାଇଛି ।

ଘଟଣାଦିନ ଜିଲ୍ଲାପାଳ ଓକିଲ ମାନଙ୍କୁ ଯେଉଁ ଦୁର୍ବ୍ୟବହାର ପ୍ରଦର୍ଶନ କଲେ,ଏହା ୬୫ବର୍ଷର ସ୍ୱାଧିନ
ଭାରତ ଇତିହାସରେ ବିରଳ ବୋଲି ସଂଘ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି ।

ରତ୍ନାକର ବାରିକ, ନାରାୟଣ ମହାପାତ୍ର, ଦିଲ୍ଲୀପ ମହାପାତ୍ର, ଜୁଲଫିକର ଅହମ୍ମଦଙ୍କ ନେତୃତ୍ୱରେ
ସଂଘର ଆଇନଜୀବୀମାନେ ଏକ ବିକ୍ଷୋଭ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ ।

ଏହା ପୂର୍ବରୁ ଆଇନଜୀବୀ ମାନଙ୍କ ପକ୍ଷରୁ ଅନୁଷ୍ଠିତ ସାଧାରଣ ଅଧିବେଶନରେ ବହୁ ଆଇନଜୀବୀ
ଜିଲ୍ଲାପାଳଙ୍କ ଏତାଦୃଶ ଆଚରଣକୁ ନିନ୍ଦା କରିଥିଲେ ।

ସଂପୃକ୍ତ ଜିଲ୍ଲାପାଳଙ୍କୁ ଗିରଫ କରିବା, ଘଟଣାର ବିଚାର ବିଭାଗୀୟ ତଦନ୍ତ କରିବା, ମିଥ୍ୟା ମାମଲାରେ ଜଡ଼ିତ ଓକିଲମାନଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର କରିବା ଆଦି ଦାବିକରି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଏହି ବିକ୍ଷୋଭ ଶୋଭାଯାତ୍ରା ଯୋଗୁଁ କୋର୍ଟର ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ସମ୍ବଲପୁର

ଜିଲ୍ଲାପାଳ-ଓକିଲ ବିବାଦରେ ୧୬ ଆଇନଜୀବୀ ଗିରଫ

April 26, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୨୬(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଘଟଣାରେ ପୋଲିସ ଗୁରୁବାର ୧୬ ଜଣ ଆଇନଜୀବୀଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜିଲ୍ଲା ଓକିଲ ସଂଘର ସଭାପତି ପ୍ରମୋଦ କୁମାର ରଥ ଏବଂ ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ।

ସେହିପରି ଗତ ସୋମବାର ଜିଲ୍ଲା ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ଅଭିଯୋଗରେ ପୋଲିସ ଅନ୍ୟ ଚାରି ଜଣଙ୍କୁ ମଧ୍ୟ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ସୋମବାର କେତେକ ଲୋକ ଜମି କିଣାବିକା ପାଇଁ ସବ୍ ରେଜିଷ୍ଟ୍ରାର୍ ଅଫିସ୍କୁ ଯାଇଥିବା ବେଳେ ସେଠାରେ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର୍ରେ ପହଂଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ସରକାର ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ରାଜ୍ୟ ଆଇଏଏସ୍ ସଂଘ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ସମ୍ବଲପୁର

ଓକିଲ ସଂଘର ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

April 25, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ସମ୍ବଲପୁର, ଅପ୍ରେଲ ୨୫(ଓଡ଼ିଶା ଡ଼ଟ୍ କମ୍) ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘର ବିବାକୁ ନେଇ ସହରରେ ବୁଧବାର ଦିଆଯାଇଥିବା ବନ୍ଦ ଡ଼ାକରା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଓକିଲ ସଂଘର ଏହି ୧୨ ଘଂଟିଆ ବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟ,ବୈଷୟିକ ଅନୁଷ୍ଠାନ, ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲା ରହିଛି ।

ଯାନବାହାନ ଚଳାଚଳ ବନ୍ଦ ଯୋଗୁଁ ବିଭିନ୍ନ ସ୍ଥାନରୁ ଆସିଥିବା ଯାତ୍ରୀମାନେ ସେମାନଙ୍କର ଗନ୍ତବ୍ୟସ୍ଥଳକୁ ଯାଇନପାରି ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

ସଂଘର କର୍ମକର୍ତା ଏବଂ ଉଠା ଦୋକାନୀ ସଂଘର କର୍ମକର୍ତାମାନେ ମାନେ ଜିଲ୍ଲାପାଳଙ୍କ ବହିସ୍କାର ଦାବିରେ ବିଭିନ୍ନ ସ୍ଲୋଗାନ ଦେଇ ଧାରଣା ଦେଇଛନ୍ତି । ବନ୍ଦକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜ୍ୟ ସରକାର ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଜି ରାଜ୍ୟ ଆଇଏଏସ୍ ସଂଘ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ମାରକପତ୍ର ଦେଇଛନ୍ତି ।

ସୋମବାର କେତେକ ଲୋକ ଜମି କିଣାବିକା ପାଇଁ ସବ୍ରେଜିଷ୍ଟ୍ରାର୍ ଅଫିସ୍କୁ ଯାଇ ସେମାନେ ପୁରୁଣା ଜମି ମୂଲ୍ୟରେ ଷ୍ଟାମ୍ପ ଡ୍ୟୁଟି ବୋକୁ ସବ୍ ରେଜିଷ୍ଟ୍ରାର୍ଙ୍କୁ ଅନୁରୋଧ କରିଥିବା ବେଳେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର୍ରେ ପହଂଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ସମ୍ବଲପୁର

ଜିଲ୍ଲାପାଳ-ଓକିଲ ସଂଘ ବିବାଦ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

April 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) ଦୁର୍ବ୍ୟବହାର ପ୍ରଦର୍ଶନ ନେଇ ସମ୍ବଲପୁର ଜିଲ୍ଲାପାଳ ଓ ଓକିଲ ସଂଘ ବିବାଦ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି ।

ସୋମବାର କେତେକ ଲୋକ ଜମି କିଣାବିକା ପାଇଁ ସବରେଜିଷ୍ଟ୍ରାର୍ ଅଫିସକୁ ଯାଇ ସେମାନେ ପୁରୁଣା ଜମି ମୂଲ୍ୟରେ ଷ୍ଟାମ୍ପ ଡ୍ୟୁଟି ଦେବାକୁ ସବ୍ ରେଜିଷ୍ଟ୍ରାରଙ୍କୁ ଅନୁରୋଧ କରିଥିଲେ ।

ତେବେ ସଂପୃକ୍ତ ଅଧିକାରୀ ବର୍ଦ୍ଧିତ ଦରର ଷ୍ଟାମ୍ପ ଡ୍ୟୁଟି ଦେବାକୁ କହିଥିଲେ । ଫଳରେ ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା । ସବ୍ ରେଜିଷ୍ଟ୍ରାରଙ୍କ ଅଫିସ୍ ରେ ଲୋକମାନେ ଭଙ୍ଗାରୁଜା କରିଥିଲେ ।

ସବ୍ ରେଜିଷ୍ଟ୍ରାର ଏସଂପର୍କରେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ସଙ୍ଗେସଙ୍ଗେ ବାର ପହଞ୍ଚି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ଗାଳିଗୁଲଜ କରିଥିବା ଓକିଲମାନେ ଅଭିଯୋଗ କରିଥିଲେ ।

ଓକିଲମାନେ ଏଥିରେ ଉତ୍କକ୍ଷିପ୍ତ ହୋଇ ଜିଲ୍ଲାପାଳଙ୍କୁ ତୁରନ୍ତ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ କହିଥିଲେ । ପରେ ଓକିଲ ଓ ସ୍ଥାନୀୟ ଲୋକମାନେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ପହଂଚି ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ତେବେ ସବ୍ ରେଜିଷ୍ଟ୍ରାରଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରାଯିବା ଖବର ପାଇ ଓକିଲଙ୍କ ସହିତ ଆଲୋଚନା ପାଇଁ ସେ ଯାଇଥିଲେ ଏବଂ ସେଠାରେ ଓକିଲମାନେ ତାଙ୍କୁ ଗାଳି ଗୁଲଜ କରିବା ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ ବୋଲି ଜିଲ୍ଲାପାଳ କହିଥିଲେ ।

ସମ୍ବଲପୁର ସହରରେ ଏହି ଘଟଣାକୁ ନେଇ ସରକାରୀ କର୍ମଚାରୀ କଲମ ଛାଡ଼ ଓ କାମ ବନ୍ଦ ଆନ୍ଦୋଳନ ଆରମ୍ଭ କରିବା ସହ ନିରବ ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି

ଏହି ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀ ସାମିଲ ହୋଇଥିଲେ ।
ସେମାନେ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ସ୍ଲୋଗାନ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓକିଲ ସଂଘ, କ୍ରାଇମବ୍ରାଞ୍ଚ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ

ବିଧାୟକ, ଜିଲ୍ଲାପାଳଙ୍କ ମୁକ୍ତି ପାଇଁ ବାଲୁକାଶିଳ୍ପୀଙ୍କ ନିବେଦନ

April 24, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ପୁରୀ, ଅପ୍ରେଲ ୨୪(ଓଡ଼ିଶା ଡ଼ଟ୍ କମ୍) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାୟକ ଝିନ୍ନ ହିକକା ଏବଂ ଛତିଶଗଡ଼ ସୁକମା ଜିଲ୍ଲାପାଳଙ୍କୁ ଶୀଘ୍ର ମୁକ୍ତ କରିବାକୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ମାଓବାଦୀଙ୍କୁ ନିବେଦନ କରିଛନ୍ତି ।

ପଟ୍ଟନାୟକ ମଙ୍ଗଳବାର ପୁରୀ ବେଳାଭୂମିରେ ବିଧାୟକ ଏବଂ ଜିଲ୍ଲାପାଳଙ୍କ ବାଲୁକା କୃତି ତିଆରି କରି “ବିଧାୟକ ଓ ଜିଲ୍ଲାପାଳଙ୍କୁ ଦୟାକରି ମୁକ୍ତ କର” ବାର୍ତା ଦେଇଛନ୍ତି ।

ମାନବିକତା ଦୃଷ୍ଟିରେ ମାଓବାଦୀମାନେ ଉଭୟଙ୍କୁ ମୁକ୍ତ କରିବାକୁ ମୁଁ ନିବେଦନ କରିଛି ବୋଲି ସୁଦର୍ଶନ କହିଛନ୍ତି । ଅପହରଣ ପରିବର୍ତେ ଆଲୋଚନା ମାଧ୍ୟମରେ ସେମାନଙ୍କର ସମସ୍ୟା ସମାଧାନ କରନ୍ତୁ,ସେ କହିଛନ୍ତି ।

ଏହି ଅବସରରେ ବହୁ ପର୍ଯ୍ୟଟକ ଏବଂ ଲୋକମାନେ ବାଲୁକା କଳାକୃତି ଦେଖିବା ସହ ଉଭୟଙ୍କ ମୁକ୍ତି କରିବା ପାଇଁ ନିବେଦନ କରିଛନ୍ତି ।

ଚାରି ଫୁଟ ଉଚ୍ଚତା ବିଶିଷ୍ଟ ଏହି କଳାକୃତି କରିବା ପାଇଁ ସୁଦର୍ଶନ ଏବଂ ତାଙ୍କ ଛାତ୍ରଛାତ୍ରୀଙ୍କୁ ପାଂଚ ଘଂଟା ସମୟ ଲାଗିଥିବା ବେଳେ ଏଥିରେ ଚାରି ଟନ୍ ବାଲି ବ୍ୟବହାର ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ବାଲୁକା ଶିଳ୍ପୀ, ବିଧାୟକ, ମାଓବାଦୀ

  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ