• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିଲ୍ଲାପାଳ

ଜିଲ୍ଲାପାଳ ଅପହରଣରେ ସଂପୃକ୍ତ ମହିଳା ମାଓବାଦୀ ଗିରଫ

April 1, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ଅପହରଣ ଘଟଣାରେ ସଂପୃକ୍ତ ଜଣେ ମହିଳା ମାଓବାଦୀକୁ ରବିବାର ଗିରଫ କରିଥିବା ପୋଲିସ କହିଛି ।

ବିଏସ୍ଏଫ୍ ଯବାନ ଏବଂ ଜିଲ୍ଲା ପୋଲିସର ମିଳିତ ଚଢାଉ ସମୟରେ ଯାନବାଇ ଠାରୁ ଦିବ୍ୟା ଓରଫ ୱାଲାସିକୁ ଗିରଫ କରିଥିବା ଜଣେ ଅଧିକାରୀ କହିଛନ୍ତି ।

ଗାଲିକୋଣ୍ଡା ମାଓବାଦୀ ଡ଼ିଭିଜନରେ ସେ ଗତ ୧୧ ବର୍ଷ ଧରି ଏରିଆ କମାଣ୍ଡର ଭାବେ କାର୍ଯ୍ୟକରୁଥିବା ବେଳେ କାଳିମେଳା ଜଳଭଣ୍ଡାରରେ ଯବାନ ମାନଙ୍କ ଉପରେ ହୋଇଥିବା ଆକ୍ରମଣରେ ମଧ୍ୟ ସଂପୃକ୍ତ ଥିବା ପୋଲିସ କହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମାଓବାଦୀ, ମାଲକାନଗିର

ଜିଲ୍ଲା ପ୍ରତିଷ୍ଠାର ୧୯ବର୍ଷ ପରେ ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

March 30, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ, ମାର୍ଚ୍ଚ ୩୧(ଓଡ଼ିଶା ଡ଼ଟ୍ କମ୍) ୧୯୯୩ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ଭାଙ୍ଗି ୩୦ଟି ଜିଲ୍ଲା ପ୍ରତିଷ୍ଠା କରାଯାଇଥିବା ବେଳେ ଦୀର୍ଘ ୧୯ ବର୍ଷ ପରେ ମଧ୍ୟ ବରଗଡ଼ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟାଳୟ ଭଡ଼ାଘରେ ଚାଲିଛି ।

ସମସ୍ତ ଜିଲ୍ଲାରେ ଜିଲ୍ଲାପାଳ ରହିବେ ଏବଂ ତାଙ୍କ ଅଧିନରେ ସମସ୍ତ କାର୍ଯ୍ୟାଳୟ ଓ ଅଧିକାରୀ ସାଧାରଣ ଲୋକଙ୍କ କଥା ବୁଝିବା ସହିତ ବିଭିନ୍ନ ସରକାରୀ ଯୋଜନାକୁ ସେମାନଙ୍କ ପାଖରେ ପହଞ୍ଚାଇବା ଜିଲ୍ଲା ଗଠନର ଉଦ୍ଦେଶ୍ୟ ଥିଲା ।

ମାତ୍ର ଇତି ମଧ୍ୟରେ ବରଗଡ଼ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇବାରେ ୧୯ବର୍ଷ ବିତି ଜାଇଥିଲେ ହେଁ ସେଗୁଡ଼ିକ ଜିଲ୍ଲାବାସୀଙ୍କ ପାଇଁ ସ୍ୱପ୍ନହୋଇ ରହିଯାଇଛି ।

ଅପ୍ରେଲ ୧ ଉତ୍କଳ ଦିବସ ସହିତ ବରଗଡ଼ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଉକ୍ତଦିନ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରଙ୍ଗୀନ ଆଲୋକମାଳାରେ ଝଲସିବ । ଚାରିଆଡ଼େ ଚାଲିବ ଭାଷଣବାଜି ଓ ଜମିବ ନାଚଗୀତର ଆସର ।

ମାତ୍ର ଜିଲ୍ଲା ପ୍ରତିଷ୍ଠା ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଜିଲ୍ଲାର ଅଧିକାଂଶ କାର୍ଯ୍ୟାଳୟ ଭଡ଼ାଘରେ ଚାଲୁଛି ଏବଂ ଏଥିପାଇଁ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଅପଚୟ କରାଯାଉଛି ।

ବିଶେଷକରି ଜିଲ୍ଲା ଟାଉନ୍ ପ୍ଲାନିଂ କାର୍ଯ୍ୟାଳୟ, ଜିଲ୍ଲା ଶିଳ୍ପ କେନ୍ଦ୍ର କାର୍ଯ୍ୟାଳୟ, ମତ୍ସ୍ୟବିଭାଗ କାର୍ଯ୍ୟାଳୟ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ, ଶ୍ରମ ନିୟୋଜନ କାର୍ଯ୍ୟାଳୟ, ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟ, ଚକବନ୍ଦୀ କାର୍ଯ୍ୟାଳୟ, ଦୁର୍ନୀତି ନିବାରଣ ବିଭାଗ କାର୍ଯ୍ୟାଳୟ ଆଦି ଆଜି ମଧ୍ୟ ଭଡ଼ାଘରେ ଚାଲୁଛି ।

ଜିଲ୍ଲାରେ ପାଣିପାଗ ସମ୍ପର୍କୀତ ତଥ୍ୟ ଜାଣିବା ପାଇଁ ନା ଅଛି ପାଣିପାଗ ବିଭାଗ ନା ଅଛନ୍ତି ଅଧିକାରୀ । ସେହିପରି ଲୋକମହୋତ୍ସବ, ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଭଳି ବିଭିନ୍ନ ଜାତୀୟସ୍ତରୀୟ ନାଟକ ମହୋତ୍ସବ ଆଦିର ଆୟୋଜନ କରାଯାଉଥିବା ବେଳେ ଜିଲ୍ଲାରେ ଏଯାଏଁ ଜଣେ ସଂସ୍କୃତି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇପାରି ନାହିଁ ।

ଟାଉନ୍ ପ୍ଲାନିଂ, ଡ୍ରଗ୍ସ କଣ୍ଟ୍ରୋଲର୍, ଚକବନ୍ଦୀ ପରି ଅନେକ କାର୍ଯ୍ୟାଳୟରେ ଜଣେ ଜଣେ ଅଧିକାରୀଦୁଇଟି ଜିଲ୍ଲାର ଦାୟିତ୍ୱରେ ରହିଛନ୍ତି । ବରଗଡ଼ ଜିଲ୍ଲାର କେତେକ ସ୍ୱେଚ୍ଛାସେବୀ ଓ ସଚେତନ ନାଗରିକଙ୍କ ମିଳିତ ଉଦ୍ୟମରେ ଆରମ୍ଭ କରାଯାଇଥିବା ଜିଲ୍ଲା ସଂଗ୍ରହାଳୟ ଏବେ ନିଶ୍ଚିହ୍ନ ହୋଇଯାଇଛି ।

ସଂଗ୍ରହାଳୟରେ ଥିବା ବହୁ ପରାତନ, ମୂଲ୍ୟବାନ ଦୁର୍ଲଭ ସାମଗ୍ରୀ ସବୁକୁ ଏପରିଭାବେ ଆଣି ସ୍ଥାନୀୟ ଗାନ୍ଧୀ ସ୍ମୃତି ପାଠାଗାରର କେଉଁ କୋଣରେ ଫୋପାଡ଼ି ଦିଆଯାଇଛି ।

ଯାହାର ଆଉ କିଛି ଖୋଜଖବର ନାହିଁ । ଜିଲ୍ଲା ହେବାର ଦୀର୍ଘ ବର୍ଷ ପରେ ମଧ୍ୟ ଜିଲ୍ଲାର ବରପୁତ୍ର, ଦୟା, ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇପାରି ନାହିଁ ।

ତତ୍କାଳୀନ ଜିଲ୍ଲାପାଳଙ୍କ ସମୟରେ ସ୍ଥାନୀୟ ଗାନ୍ଧୀ ଛକଠାରେ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ମାନଙ୍କର ପ୍ରସ୍ତର ଖୋଦିତ ନାମ ତାଲିକା ଲଗାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା ମାତ୍ର ଜିଲ୍ଲାର ତଥାକଥିତ ଭଦ୍ରବ୍ୟକ୍ତି, ସଚେତନ ନାଗରିକ ଓ ଜିଲ୍ଲା ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁଁ ତାହା ଏଯାଏଁ ପୂରଣ ହୋଇପାରି ନାହିଁ ।

ବରଗଡ଼ ଜିଲ୍ଲାକୁ ଏଯାଏଁ ସ୍ୱତନ୍ତ୍ର ଜିଲ୍ଲା ଶିକ୍ଷାମଣ୍ଡଳ ଘୋଷଣା କରାଯାଇ ପାରିନଥିବା ବେଳେ ଜିଲ୍ଲାରେ ଥିବା ଜମିବାଡ଼ି/ଚୁକ୍ତିନାମା ପଞ୍ଜିକରଣ ହେଉଥିବା ନିବନ୍ଧକ କାର୍ଯ୍ୟାଳୟ ବା ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ବଲପୁର ଅଧିନରେ ଥିବା ଯୋଗୁଁ ଜିଲ୍ଲାବାସୀଙ୍କୁ ଜମିବାଡ଼ି ସଂକ୍ରାନ୍ତିୟ କାର୍ଯ୍ୟ ପାଇଁ ସମ୍ବଲପୁର ଯିବାକୁ ପଡ଼ୁଛି ।

ଆହୁରି ମଧ୍ୟ ଜିଲ୍ଲାରେ ଏଯାଏଁ ସ୍ୱତନ୍ତ୍ର ସୈନିକ ବୋର୍ଡ଼ଟିଏ ଗଠନ କରାଯାଇ ନପାରିବା ପଶ୍ଚାତାପର ବିଷୟ ନିଶ୍ଚୟ । ସମ୍ପ୍ରତି ବରଗଡ଼ରେ ତେଲମିଲ, ଚୂଡ଼ା/ସୁଜି ମିଲ୍ ଓ ସିମେଣ୍ଟ କାରଖାନା ବ୍ୟତୀତ ୯୨ଟି ରାଇସମିଲ କାର୍ଯ୍ୟକ୍ଷମ ।

ରାଇସମିଲରେ ଲାଗୁଥିବା ବଡ଼ ବଡ଼ ବଏଲର ମେସିନର ଫିଟନେସ ସାର୍ଟିଫିକେଟ ବଏଲର ଇନ୍ସପେକ୍ଟର ଦେଇଥାନ୍ତି ଯାହାଙ୍କର ବରଗଡ଼ରେ ନିଜସ୍ୱ କାର୍ଯ୍ୟାଳୟ ନାହିଁ । ଏଥିପାଇଁ ସମ୍ବଲପୁରରେ ଅବସ୍ଥାପିତ ବଏଲର ଇନ୍ସପେକ୍ଟର ଦାୟିତ୍ୱରେ ଅଛନ୍ତି ।

ସେହିପରି ପ୍ରଦୂଷଣ ବୋର୍ଡ଼ ବା ପରିବେଶ ସୁରକ୍ଷା କାର୍ଯ୍ୟାଳୟ ମଧ୍ୟ ଜିଲ୍ଲାରେ ନାହିଁ । ତେଣୁ ଜିଲ୍ଲାରେ ଥିବା ବିଭିନ୍ନ ଇଟାଭାଟି, ବିଭିନ୍ନ କଳକାରଖାନାରୁ ବାହାରୁଥିବା ଧୂଆଁ, ଖାଦର, ପାଉଁଶ ସମ୍ପର୍କିତ ଅଭିଯୋଗ କରାଯାଇ ପାରୁନାହିଁ ।

ଯେଉଁ ଜିଲ୍ଲାରେ ଦାନା ମୁଠେ ଯୋଗାଡ଼ ପାଇଁ ଲୋକଙ୍କୁ ଆଜି ମଧ୍ୟ ସୁୂର ଆନ୍ଧ୍ର, ଛତିଶଗଡ଼, ଗୁଜୁରାଟ, ତାମିଲନାଡ଼ୁ ଆଦି ଅଞ୍ଚଳକୁ ଦାଦନ ଖଟିବାକୁ ଯିବାକୁ ପଡ଼ୁଛି ସେଠି ମହା ଆଡ଼ମ୍ବରରେ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯିବା ଆତ୍ମ ପ୍ରବଞ୍ଚନା ନୁହେଁ କି?

ତେଣୁ ସରକାର ଓ ଜିଲ୍ଲା ପ୍ରଶାସନ ଏସବୁ ପ୍ରତି ଦୃଷ୍ଟି ଦେବା ଉଚିତ୍ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ବରଗଡ଼

ଗ୍ରୀଷ୍ମ ପ୍ରବାହ ପାଇଁ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ

February 28, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୯(ଓଡ଼ିଶା ଡ଼ଟ୍ କମ୍) ଫେବୃୟାରୀ ମାସରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବା ସହ ତାପମାତ୍ର ୪୦ ଡ଼ିଗ୍ରୀ ଛୁଇଁଥିବାରୁ ଆଗୁଆ ସତର୍କ ରହିବାକୁ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବର୍ତମାନ ଠାରୁ କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ଜିଲ୍ଲାପାଳ ମାନଙ୍କୁ ପତ୍ର ପଠାଯାଇଛି ।

ଶ୍ରମିକଙ୍କ କାର୍ଯ୍ୟ ସମୟରେ ପରିବର୍ତନ କରିବାକୁ ପତ୍ରରେ କୁହାଯାଇଥିବା ବେଳେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମୟରେ କାମ ନକରିବା ପାଇଁ ନିର୍ଦ୍ଦେଶନାମା ଦିଆଯିବ ।

ଏହାସହ ସେମାନେ କାମ କରୁଥିବା ସ୍ଥାନରେ ପାଣି, ଓଆର୍ଏସ୍ ଏବଂ ବିଶ୍ରାମ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି ଯାତ୍ରୀବାହୀ ବସ୍ ଗୁଡ଼ିକର ଚଳାଚଳ ସମୟ ପରିବର୍ତନ କରାଯିବ ।

ସ୍କୁଲ ଓ କଲେଜରେ ପାଠପଢା ତଥା ପରୀକ୍ଷା ସମୟ ପରିବର୍ତନ ସହ ଅପ୍ରେଲ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ
କରିବାକୁ କୁହାଯାଇଛି । ସକାଳ ୬ଟା ୩୦ରୁ ୧୦ଟା ମଧ୍ୟରେ ପରୀକ୍ଷା କରିବାକୁ କୁହାଯାଇଛି ।

ଜିଲ୍ଲାପାଳମାନେ ବିଭିନ୍ନ ସଂଗଠନ ସହ ସମନ୍ୱୟ ରକ୍ଷା କରି ତୁରନ୍ତ ବୈଠକ ଡ଼ାକିବେ ଏବଂ
ଡ଼ାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଔଷଧ, ଓଆର୍ଏସ୍ ଏବଂ ବରଫ ମହଜୁଦ ରଖାଯିବ । ଉଭୟ
ସହରାଂଚଳ ଏବଂ ଗ୍ରାମାଂଚଳ, ବସଷ୍ଟାଣ୍ଡରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ କୁହାଯାଇଛି ।

ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ବିଦ୍ୟୁତ୍ ବିଭାଗକୁ କୁହାଯାଇଥିବା ବେଳେ ଜରୁରୀକାଳୀନ ପରିସ୍ଥିତି ପାଇଁ ପଂଚାୟତିରାଜ ସଂସ୍ଥା ଗୁଡ଼ିକୁ କୁହାଯାଇଛି ।

ଜିଲ୍ଲା ଓ ରାଜ୍ୟ ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ପରିଚାଳନା କମିଟି ଗଠନ କରାଯାଇ ପରିସ୍ଥିତିର ଅନୁଧ୍ୟାନ କରାଯିବ ।

ପ୍ରତିିନ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ବିଭାଗକୁ ରିପୋର୍ଟ ପଠାଇବେ ଏବଂ ଜିଲ୍ଲା ବିପର୍ଯ୍ୟୟ କମିଟି ବୈଠକ ଡ଼ାକି ଆଲୋଚନା କରିବେ ବୋଲି ରାଜସ୍ୱ ବିଭାଗ ପକ୍ଷରୁ ଦିଆଯାଇଥିବା ପତ୍ରରେ କୁହାଯାଇଛି ।

କୌଣସି ସ୍ଥାନରେ ଅଂଶୁଘାତ ଜନିତ ମୃତ୍ୟୁ ଖବର ଜଣାପଡ଼ିଲେ କିମ୍ବା ଗଣମାଧ୍ୟମରେ ପ୍ରକାଶିତ ହେଲେ ସ୍ଥାନୀୟ ତହସିଲାର ଏବଂ ଚିକିତ୍ସାଧିକାରୀ ତୁରନ୍ତ ଏହି ଘଟଣାର ଯାଂଚ କରି ବିଭାଗକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଗ୍ରୀଷ୍ମପ୍ରବାହ, ଜିଲ୍ଲାପାଳ

ସଚିବ, ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ

April 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅପ୍ରେଲ ୨୯(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟ ସରକାର ଶୁକ୍ରବାର ବିଭିନ୍ନ ବିଭାଗର ସଚିବ ଓ ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ୧୯୭୮ ବ୍ୟାଚ୍ର ପି.ଆର୍.ଶାହାଙ୍କୁ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପତି କରାଯାଇଥିବା ବେଳେ ୧୯୮୧ ବ୍ୟାଚ୍ର ରଙ୍ଗଲାଲ ଜାମୁଡ଼ାଙ୍କୁ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ୧୯୮୫ ବ୍ୟାଚ୍ର ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ୧୯୮୯ ବ୍ୟାଚ୍ର ପ୍ରୀପ କୁମାର ଜେନାଙ୍କୁ ପଞ୍ଚାୟତିରାଜ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ, ୧୯୮୯ ବ୍ୟାଚ୍ର ସିଟିଏମ୍ ସୁଗୁଣାଙ୍କୁ ଶ୍ରମ ଓ ନିୟୋଜନ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

୧୯୯୧ ବ୍ୟାଚ୍ର ସତ୍ୟବ୍ରତ ସାହୁଙ୍କୁ ଓମ୍ଫେଡ଼୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ତଥା ମତ୍ସ୍ୟ ପଶୁସଂପ ବିଭାଗର ସଚିବ, ୧୯୯୪ ବ୍ୟାଚ୍ର ଜି.ମାଥିଭାଥନ୍ଙ୍କୁ ଶକ୍ତି ବିଭାଗ ସଚିବ, ୧୯୮୯ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ସଂଜୀବ ଚଢାଙ୍କୁ ଉ୍ୟାନ ବିଭାଗ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ମାଲକାନଗିରି ଜିଲ୍ଲାପାଳ ଆର୍.ଭୀନିଲ କ୍କ୍ରିଷ୍ଣାବଳମ ଅନୁସୂଚିତ ଜାତି ଜନଜାତି ବିଭାଗ ନିର୍ଦ୍ଦେଶକ, ବଲୱନ୍ତ ସିଂ ମାଲକାନଗିରି ଜିଲ୍ଲାପାଳ, ରବୀନ୍ଦ୍ର ପ୍ରସାଦ ସିଂ ଗଜପତି ଜିଲ୍ଲାପାଳ ।

ରାଜେଶ ପ୍ରଭାକର ପାଟିଲ କନ୍ଧମାଳ ଜିଲ୍ଲାପାଳ, ଶିବ ପ୍ରସାଦ ମିଶ୍ର ଅନୁଗୁଳ ଜିଲ୍ଲାପାଳ, ଅରବିନ୍ଦ ଅଗ୍ରୱାଲ ସମ୍ବଲପୁର ଜିଲ୍ଲାପାଳ ଓ ଯାଦବ ସଚିନ ରାମଚନ୍ଦ୍ରଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

କନ୍ଧମାଳ ଜିଲ୍ଲାପାଳ କିଷନ କୁମାର ଗଞ୍ଜାମ ଜିଲ୍ଲାପାଳ, ବେଯାନୀ ଚକ୍ରବର୍ତ୍ତୀଙ୍କୁ ଜଳସଂପଦ ବିଭାଗ ଅତିରିକ୍ତ ସଚିବ, ଡ଼ି.ଭି. ସ୍ୱାମୀ କେନ୍ଦୁଝର ଜିଲ୍ଲାପାଳ ଓ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ବଦଳି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ପ୍ରଶାସନ, ମୁଖ୍ୟ ଖବର, ରାଜ୍ୟ

ମାଓବାଦୀଙ୍କ ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ

April 29, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଅପ୍ରେଲ ୨୮(ଓଡ଼ିଶା ଡ଼ଟ୍ କମ୍) ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡ଼ାକରା ଯୋଗୁଁ ଗୁରୁବାର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ।

ଆକ୍ରମଣର ଆଶଂକା କରି କାଳିମେଳା ଓ ମୋଟୁ ଅଞ୍ଚଳରେ ଘରୋଇ ଏବଂ ସରକାରୀ ବସ୍ ଚଳାଚଳ ବନ୍ଦ ରହିଥିବା ଜଣେ ଅଧିକାରୀ କହିଛନ୍ତି ।

ଅପହୃତ ମାଲକାନଗିରି ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ସରକାର ମଧ୍ୟସ୍ଥିଙ୍କ ସହ କରିଥିବା ଚୁକ୍ତିର ଖିଲାପ କରୁଥିବା ଦର୍ଶାଇ ସେମାନେ ଏହି ବନ୍ଦ ଡ଼ାକରା ଦେଇଛନ୍ତି ।

ଗତ ଫେବୃୟାରୀ ମାସରେ ମାଓବାଦୀମାନେ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଅପହରଣ କରିନେଇଥିଲେ । ମାଓବାଦୀଙ୍କଦ୍ୱାରା ମନୋନୀତ ମଧ୍ୟସ୍ଥିଙ୍କ ସହ ସରକାରଙ୍କ ଆଲୋଚନା ପରେ ସେମାନେ ମୁକ୍ତ ହୋଇଥିଲେ ।

ରାଜ୍ୟର ବିଭିନ୍ନ ଜେଲରେ ଥିବା ପ୍ରାୟ ୭୦୦ ଆିବାସୀଙ୍କୁ ମୁକ୍ତ, ମାଓବାୀ ବିରୋଧି ଅଭିଯାନ ବନ୍ଦ କରିବା ସହ ୧୪ଟି ଦାବି ପୂରଣ କରିବାକୁ ସରକାର ପ୍ରତିଶୃତି ଦେବା ପରେ ସେମାନେ ଉଭୟଙ୍କୁ ମୁକ୍ତ କରିଥିଲେ ।

ମାଓ ଦମନ ଅଭିଯାନ ବନ୍ଦ କରିବା ତଥା ଜେଲରେ ଥିବା ନୀରିହ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମାଓବାଦୀ, ମାଲକାନଗିରି, ମୁଖ୍ୟ ଖବର

ବେଦାନ୍ତ ଅସଲ ପରାଜୟ ଲୋକଙ୍କ ପାଖରେ

April 23, 2011 by ଓଡିଶା ଡଟ କମ Leave a Comment

ମହାମେଘବାହାନ ଐର ଖାରବେଳ ସ୍ୱାଇଁ, ପୂର୍ବତନ ସାଂସଦ

ଯେଉଁ ବେଦାନ୍ତ ଆଲୁମିନା ଲାଞ୍ଜିଗଡ଼ରେ ପ୍ରତିଷ୍ଠା ପାଇଁ ୧୯୯୬ରେ କଳାହାଣ୍ଡି ସାଂସଦ ଦାବି କରିଥିଲେ ମଧ୍ୟ ଆଜି ସେ ଓ ତାଙ୍କର ଦଳ ଏହାର ବିରୋଧ କରିବା ତଥା ବିରୋଧ କରି ବିଫଳ ମଧ୍ୟ ହେବା ଏକ ଆଶ୍ଚର୍ଯ୍ୟର ବିଷୟ ।

ବୈତିତ୍ର ହେଉଛି ଯେଉଁ କେନ୍ଦ୍ରୀୟ ସରକାରର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ପରିବେଶ ସୁପାରିଶ ଯୋଗୁଁ ବେଦାନ୍ତ ଆଲୁମିନା ସେଠାରେ ତା’ର ବର୍ଷକୁ ୧୦ ଲକ୍ଷ ଟନ୍ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ଓ ସେତେବେଳେ ରାହୁଲ ଗାନ୍ଧୀ ଏହି ସୁପାରିଶକୁ ବିରୋଧ କରିନଥିଲେ ।

ସେହି ମନ୍ତ୍ରାଳୟ ଆଜି ପରିବେଶ ସୁପାରିଶ ପ୍ରତ୍ୟାହାର କରିେଇଛି ଓ ଏହାର ମାତ୍ର ଦୁଇଦିନ ମଧ୍ୟରେ ରାହୁଲ ଗାନ୍ଧୀ ଆସି ଏହାର କୃତିତ୍ୱ ପରୋକ୍ଷ ଭାବରେ ନିଜେ ନେଇ ନିଜକୁ ଆଦିବାସୀଙ୍କ ସିପାହୀ ହିସାବରେ ଉପସ୍ଥାପିତ କରୁଛନ୍ତି ।

ଏହାର ବୈଚିତ୍ରକୁ ନିଜେ ଅନୁଶୀଳନ କରିବା ପାଇଁ ପ୍ରାବନ୍ଧିକ ଗତ ସପ୍ତାହରେ ଲାଞ୍ଜିଗଡ଼ ଓ ନିୟମଗିରି ପାହାଡ଼ ତଥା ତା’ ଉପରେ ଥିବା ଡ଼ୋଙ୍ଗରିଆ ଓ କୁଟିଆ କନ୍ଧ ମାନଙ୍କ ଗାଁକୁ ଯାଇଥିଲା ତଥା ସେଠାରେ ଲୋକ ମାନଙ୍କ ସହ ବସି ଘଣ୍ଟାଘଣ୍ଟା କଥା ହୋଇଥିଲା । କଥା ହେବାର ଅଳ୍ପ କେଇ ମୁହୁର୍ତ୍ତ ମଧ୍ୟରେ ବେଦାନ୍ତ ସେଠାରେ କାହିଁକି ଜନସମର୍ଥନ ହରାଇଛି, ତାହା ବେଶ ବୁଝିହୋଇଗଲା ।

ବେଦାନ୍ତ ଆଲୁମିନା ସେଠାରେ ପ୍ରତିଷ୍ଠା ହେବା ବେଳେ ସେଠାରେ ଥିବା ଜଣେ ଦକ୍ଷ ଆଇଏଏସ୍ ଜିଲ୍ଲାପାଳ ପ୍ରତିଦିନ ସକାଳୁ ଆସି ପୋଲିସ ସହ ସେହି ଆଦିବାସୀ ଗାଁମାନଙ୍କର ପଥର ଉପରେ ବସି ଲୋକମାନଙ୍କୁ ଗାଁ ଛାଡ଼ି ଦେବାକୁ ବୁଝାଇଥିଲେ ।

ସେ ଗାଁ ପିଣ୍ଡାରେ ବସୁନଥିଲେ କି ଚେୟାର ଉପରେ ବସୁନଥିଲେ । ଲୋକମାନଙ୍କୁ ବୁଝାଉଥିଲେ ଯେ, କମ୍ପାନୀ ଆସିଲେ ସେମାନଙ୍କର ବିକାଶ ହେବ । ଗାଁକୁ ପକ୍କା ସଡ଼କ ତିଆରି ହେବ । ସ୍କୁଲ ପ୍ରତିଷ୍ଟା ହେବ । ବଡ଼ବଡ଼ ଡ଼ାକ୍ତରଖାନା ମଧ୍ୟ ପ୍ରତିଷ୍ଟା ହେବ । ଆଉ ଗାଁ ଲୋକମାନେ ସମସ୍ତେ ଚାକିରି ପାଇବେ ଯାହା ଫଳରେ ସେମାନଙ୍କର ଆର୍ଥିକ ବିକାଶ ହେବ ।

ଯେଉଁ ଆଦିବାସୀମାନେ କଥା ନମାନିଲେ ସେମାନଙ୍କୁ ଜବରସ୍ତ ପୋଲିସ ଗାଡ଼ିରେ ଉଠେଇ ନିଆଗଲା । ମୋଟ ୪ଟି ଗାଁକୁ ଉଠାଇ ଅନ୍ୟତ୍ର କଲୋନୀ ମାନଙ୍କରେ ପୁନର୍ବାସ ଦିଆଗଲା ।

କିନ୍ତୁ କିଛି ଏନ୍ଜିଓ ମାନେ ଆସି ଏହାକୁ ବିରୋଧ କଲେ ଓ ଜଣେ କନ୍ଧ ନେତା କୁମୁଟା ମାଝୀଙ୍କୁ ମଧ୍ୟ ଲଣ୍ଡନ ନେଇଗଲେ, ସେଠାରେ ଅନ୍ୟ ଆନ୍ତର୍ଜାତିକ ଏନ୍ଜିଓ ମାନଙ୍କ ସହ ମିଶି ବେଦାନ୍ତ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ।

କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ବେଦାନ୍ତ ପ୍ରତିଷ୍ଠା ହେଲା, ସେତେବେଳେ ସେଠାରେ ବିରୋଧି ଦଳର ମୁଖ୍ୟ
ନେତାମାନଙ୍କୁ ମଧ୍ୟ ବେଶ୍ ଅର୍ଥ ଦେଇ କିଣି ନିଆଗଲା । ତେଣୁ କେବଳ ସରକାରୀ ଦଳ ନୁହେଁ, ବିରୋଧି ଦଳ ପକ୍ଷରୁ ମଧ୍ୟ କୌଣସି ବିରୋଧ ମଧ୍ୟ ହେଉନାହିଁ ।

ବେଦାନ୍ତ ପଛରେ ଯେ କେବଳ ରାଜ୍ୟ ସରକାର ରହିଲେ ସେତକ ନୁହେଁ, ଜିଲ୍ଲାପାଳଙ୍କୁ ମଧ୍ୟ ଏହି କମ୍ପାନୀ
ସେଠାକୁ ଆଣିଥିଲା ବୋଲି ସେଠାକାର ଜନସାଧାରଣଙ୍କ ବିଶ୍ୱାସ । କିନ୍ତୁ ମୁଖ୍ୟ କଥା ହେଲା, ବେଦାନ୍ତ ରାଜ୍ୟ
ସରକାର, ରାଜନେତା, ଜିଲ୍ଲାପାଳ, ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କୁ ବିଭିନ୍ନ ଉପାୟରେ କରାୟତ୍ତ
କରିନେଲା, କିନ୍ତୁ ସ୍ଥାନୀୟ ଜନସାଧାରଣଙ୍କ ହୃୟକୁ ଯେ ଜିତିବାର ଆବଶ୍ୟକତା ଅଛି, ସେ କଥା ପୂରାପୂରି ଭୁଲିଗଲା ।

ଉଦାହରଣ ସ୍ୱରୂପ, କାରଖାନା ଠାରୁ ପ୍ରାୟ ୩୦୦ ମିଟର ଦୂରରେ ଥିବା ପ୍ରଥମ ଗାଁ ଜଗନ୍ନାଥପୁରରେ ଗାଁ ରାସ୍ତା ନିର୍ମାଣ କରିବା ନିମନ୍ତେ ବେଦାନ୍ତ କେବଳ କେତେ ଗାଡ଼ି ମେଟାଲ ଢାଳି ଦେଇଯାଉଛି ।

ତା’ ଉପରେ ମୋରମ ମଧ୍ୟ ଢାଳିବାକୁ ଇଚ୍ଛା କରିନାହିଁ । ତେଣୁ ଗାଁ ରାସ୍ତରେ କେହି ଚାଲିକରି ଯାଇପାରୁ ନାହାନ୍ତି । ରାସ୍ତାକୁ ରାସ୍ତା ପଡ଼ିଛି । ଲୋକେ ତା’ ଉପରେ ସତର୍କତାର ସହ ଚାଲିକରି ଯାଉଛନ୍ତି ।

ଗୋଟିଏ ମଧ୍ୟ ଘର ସେହି ଗାଁରେ ବେଦାନ୍ତ ଦ୍ୱାରାତିଆରି ହୋଇନାହିଁ । ପଶ୍ଚିମ ଓଡ଼ିଶାର ଅତ୍ୟନ୍ତ ଦରିଦ୍ରଙ୍କ ଖପରଲି ଘର ରହିଛି ସେହି ଗାଁ ସାରା । ନାଳ ବୋଲି ଯାହା ତିଆରି ହୋଇଛି, ତାହା ଭାଙ୍ଗି ଗଲାଣି ଓ ପୋତି ହୋଇଗଲାଣି ।

କିଛି ଦୂରରେ ଅଛି ବଳଭଦ୍ରପୁର । ସେହି ଗାଁରେ ଅଛି ଭଲ ଘର । ଭାବିଥିଲି ବେଦାନ୍ତ ନିର୍ମାଣ କରିଛି । କିନ୍ତୁ ଜାଣିବାକୁ ପାଇଲି, କମ୍ପାନୀ କାମ କରୁଥିବା ଠିକ।ଦାର ଓ ବାହାରର ଶ୍ରମିକମାନେ ସେହି ଘରଗୁଡ଼ିକ ନିଜେ ତିଆରି କରିଛନ୍ତି । କାରଣ ସେମାନଙ୍କ ପାଖରେ ଅର୍ଥ ଅଛି ।

ତା’ ପରେ ଅଛି ବେଦାନ୍ତ କର୍ମଚାରୀ ଓ ଅଫିସରମାନଙ୍କ ପାଇଁ ସୁଦୃଶ୍ୟ କଲୋନୀ । ଚାରିପଟରେ ସୁଦୃଶ୍ୟ ପ୍ରାଚୀର ଘେର । ତା’ଭିତରେ ଅଛି ଚମତ୍କାର ଡ଼ିଜାଇନରେ ତିଆରି ଗୋଟିଏ ପ୍ରାସାଦ । ଏହା ହେଉଛି ହସ୍ପିଟାଲ । ନାମ ତା’ର ଆପୋଲୋ ହସ୍ପିଟାଲ । ଏହା କେବଳ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟ ସେବା ପାଇଁ, ଜମି ହରାଇଥିବା ଡ଼ୋଙ୍ଗରିଆ ବା କୁଟିଆ କନ୍ଧମାନଙ୍କ ପାଇଁ ନୁହେଁ ।

ପାହାଡ଼ ଉପରକୁ ଗଲାବେଳେ ସ୍କୁଲଟିଏ ମଝିବାଟରେ ଅଛି, ଫଳକ ଲଗାଯାଇଛି । ବେଦାନ୍ତ ଦ୍ୱାରା ନିର୍ମିତ ସ୍କୁଲର ଶିକ୍ଷକ ଓ ଅନ୍ୟମାନେ ଜଣାଇଲେ, ବେଦାନ୍ତ ମାତ୍ରଦୁଇଟି ଶ୍ରେଣୀଗୃହ ନିର୍ମାଣ କରିଛି । ବାକିଗୁଡ଼ିକ ସରକାରଙ୍କ ଦ୍ୱାରାନିର୍ମିତ ।

ଏହାଛଡ଼ା ପାହାଡ଼ ଉପରର ଫୁଲକୁମରି ଗାଁକୁ ଚାଲି ଚାଲି ଗଲା ବେଳେ ତିଆରି ହୋଇଛି ଅଙ୍ଗନୱାଡ଼ି କେନ୍ଦ୍ର । ପକ୍କା ଛାତ ମଝିକୁ ମଝିକୁ ବି ଗଲାଣି । ବେଶିିଦିନ ତିଷ୍ଟିବନି, ବାହାରୁ ମଧ୍ୟ ଜଣାପଡ଼ୁଛି, କେବଳ ଇଟା ଉପରେ ଚୂନ ଲେସା ହୋଇଛି ।

ଆଉ ପାହାଡ଼ ଉପରେ ଫୁଲଡ଼ୁମୁରି ଗାଁରେ ଅଛି କିଛି ଇନ୍ଦିରା ଆବାସ । ସେମାନଙ୍କୁ କିଛି ଟିଣ ଖଣ୍ଡ ବେଦାନ୍ତ ଯୋଗାଉଛି । ଯୋଗାଉଛି ମାସକ ପାଇଁ ୧୬ କେଜି ଚାଉଳ ଆଉ କେତୋଟି ଶାଢୀ । ଝରଣାରୁ ବହି ଆସୁଥିବା ଜଳକୁ ପାଇପ୍ ଯୋଗେ ଗାଁ ଭିତରକୁ ଛାଡ଼ି ଦିଆଯାଇଛି । ପାଣି ଯେଉଁଠି ଆସୁଛି ସେଠି ଯେଉଁ ଚାନ୍ଦିନୀ ତିଆରି ହୋଇଛି, ଅଳ୍ପଦିନ ମଧ୍ୟରେ ଭାଙ୍ଗି ଯିବ ନିଶ୍ଚୟ ।

କୌଣସି ଗୋଟିଏ ଜାଗାରେ ବେଦାନ୍ତ ନିଦର୍ଶନ ଛାଡ଼ିନାହିଁ ଯାହା ପ୍ରମାଣ କରିବ, ସ୍ଥାନୀୟ ଗରିବ ଜନସାଧାରଣଙ୍କ ପାଇଁ ବେଦାନ୍ତ ହୃଦୟ ଦ୍ରବୀଭୂତ ହୋଇଛି । କେବଳ ଯେନତେନ ପ୍ରକାରେଣ କିଛି ବାହାରକୁ ଦିଶୁଥିବା ଶସ୍ତା ଓ ନିମ୍ନମାନର କାମ କରିଛି ବେଦାନ୍ତ । ରାୟଗଡ଼ାରୁ ଯେଉଁ ରାସ୍ତାଟି ନିର୍ମାଣ କରିଛି ଲାଞ୍ଜିଗଡ଼ ଯାଏ, ତାହା ହେଉଛି କେବଳ ବକ୍ସାଇଟ ଅନ୍ୟଆଡ଼ୁ ଆଣିବା ପାଇଁ ।

ସ୍ଥାନୀୟ ଯୁବକମାନଙ୍କୁ ପ୍ରଥମେ ତାଲିମ ଦେବାପରେ କୁହାଯାଇଛି, ତାଲିମ ଦିଆଗଲା ଆଉ ଚାକିରି କ’ଣ? ସେହି ତାଲିମକୁ ଲଗାଇ ନିଜେ କାମ ଖୋଜ ।

ରାଉରକେଲା ପରି, ଆଖପାଖରେ ଯେଉଁ ହୋଟେଲ ସବୁ ଗଢିଉଠିଛି, ସେ ସବୁର ମାଲିକ ହେଉଛନ୍ତି
ଉପକୂଳର ଲୋକମାନେ । ସେମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ସରପଞ୍ଚଙ୍କ କହିବା ଅନୁସାରେ ଦି ‘ହଜାର
ଟଙ୍କାର ଚାକିରି କିଛି ସେମାନଙ୍କୁ କମ୍ପାନୀ ଦେଇଥିଲେ ଆଜି ଏତେ ଗଣ୍ଡଗୋଳ ହୋଇନଥାନ୍ତା ।

ଆଉ ଶେଷରେ ଗାଁର ପରିବାରମାନଙ୍କୁ ମାସକୁ ୫,୦୦୦ ଟଙ୍କା ବାଣ୍ଟିଛି ବେଦାନ୍ତ । ସେମାନେ ଏହି ଟଙ୍କା ନେଉଛନ୍ତି । କିନ୍ତୁ ବେଦାନ୍ତ ଉପରେ ବିଶ୍ୱାସ ନଥିବାରୁ ଏତେ ସୁନ୍ଦର ପାହାଡ଼କୁ ଛାଡ଼ିବାକୁ ରାଜି ନୁହନ୍ତି ଯାହାକୁ ସେମାନେ କହନ୍ତି ଭଗବାନ ।

(ଲାଞ୍ଜିଗଡ଼ରେ ବେଦାନ୍ତ ବିଭିନ୍ନ ନିୟମ ଉଲଂଘନ କରିଥିବା ଦର୍ଶାଇ କେନ୍ଦ୍ର ଜଂଗଲ ଓ ପରିବେଶ ଦେଇଥିବା ମଞ୍ଜୁରୀ ପ୍ରତ୍ୟାହାର କରିବା ପରେ ଏହି ଲେଖା ଲେଖାଯାଇଥିଲା । ଏହାମଧ୍ୟରେ ବେଦାନ୍ତ ନିଜ ତରଫରୁ କେନ୍ଦ୍ର ସରକାରଙ୍କର ନିଷ୍ପତ୍ତି ବିରୁଦ୍ଧରେ ଅଦାଲତର ଦ୍ୱାରସ୍ଥ ହୋଇଥିବା ବେଳେ ଓଡ଼ିଶା ସରକାର ମଧ୍ୟ ବେଦାନ୍ତ ସପକ୍ଷରେ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି) ।

(ବ୍ରିଦ : ଏହି ସ୍ତମ୍ଭରେ ସ୍ଥାନିତ ବିଚାର ଲେଖକଙ୍କ ନିଜସ୍ୱ ମତ)
ଲେଖା ସଂପର୍କରେ ପାଠକ ପାଠିକା ସେମାନଙ୍କର ମତାମତ କ୍ଟୟ ସରକାରକୁ ପଠାନ୍ତୁ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଆଲୁମିନା, ଜିଲ୍ଲାପାଳ, ବେଦାନ୍ତ, ଲାଞ୍ଜିଗଡ

ମାଓବାଦୀଙ୍କ ସହ ଆଲୋଚନା ପାଇଁ ଓଡ଼ିଶାରେ ଦୁଇ ମଧ୍ୟସ୍ଥି

February 21, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୦(ଓଡ଼ିଶା ଡ଼ଟ୍ କମ୍) ଅପହୃତ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କ ମୁକ୍ତି ପାଇଁ ମାଓବାଦୀଙ୍କ ସହ ଆଲୋଚନା କରିବା ନିମନ୍ତେ ମାନବାଧିକାର କର୍ମୀ ପ୍ରଫେସର ଜି.ହରଗୋପାଳ ଓ ପ୍ରଫେସର ଆର୍.ସୋମେଶ୍ୱର ରାଓ ରବିବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି ।

“ଆମେ କେବଳ ମଧ୍ୟସ୍ଥି । ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଇବାର ପ୍ରଶ୍ନ ଉଠୁନାହିଁ । ସରକାରଙ୍କ ସହ ଆଲୋଚନା ନକରିବା ପର୍ଯ୍ୟନ୍ତ ଆମେ କିଛି କହିପାରିବୁ ନାହିଁ” ବିମାନବନ୍ଦରରେ ହରଗୋପାଳ କହିଛନ୍ତି ।

ଭୁବନେଶ୍ୱରରେ ପହଞ୍ଚିବା ପରେ ଉଭୟଙ୍କୁ ରାଜ୍ୟ ଅତିଥି ଭବନକୁ ନିଆଯାଇଛି । ସେମାନେ ତାଙ୍କ ସଂପର୍କୀୟଙ୍କ ସହ ସେଠାକୁ ଯାଇଛନ୍ତି ।

ଗତ ବୁଧବାର ସଂଧ୍ୟାରେ ଜିଲ୍ଲାପାଳ ଆର୍.ଭିନିଲ.କ୍ରିଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ । ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ଆଇଏଏସ୍ ଅଧିକାରୀଙ୍କୁ ସେମାନେ ଅପହରଣ କରିଛନ୍ତି ।

ଶନିବାର ହରଗୋପାଳ ନୂଆଦିଲ୍ଲୀରୁ ହାଇ୍ରଦ୍ରାବାଦ ଯାଇ ସେଠାରେ ଅନ୍ୟତମ ମଧ୍ୟସ୍ଥି ଅବସରପ୍ରାପ୍ତ ପ୍ରଫେସର
ସୋମେଶ୍ୱର ରାଓ, ମାଓବାଦୀ ସମର୍ଥକ ଓ ବିପ୍ଲବୀ ଲେଖକ ବାର୍ବାରା ରାଓଙ୍କ ସହ ଆଲୋଚନା କରିଥିଲେ ।

ଏହି ତିନିଜଣ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରେ ଏକତ୍ର ହୋଇ ଅପହୃତ ବ୍ୟକ୍ତିଙ୍କ ନିରାପଦ ମୁକ୍ତି କିପରି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ପ୍ରଥମେ ମାଓବାଦୀମାନେ ସେମାନଙ୍କ ଦାବି ପୂରଣ ପାଇଁ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିବେଦନ ପରେ ପୁଣି ସେମାନେ ସର୍ତ୍ତ ପୂରଣ ସମୟ ସୀମା ବୃଦ୍ଧି କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମଧ୍ୟସ୍ଥି, ମାଓବାଦୀ, ମୁଖ୍ୟ ଖବର

ଜିଲ୍ଲାପାଳ ଅପହରଣ ସରକାରଙ୍କୁ ଆଉ ୪୮ ଘଣ୍ଟା ମହଲତ

February 21, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦାତା

ଭୁବନେଶ୍ୱର, ଫେବୃୟରୀ ୧୯(ଓଡ଼ିଶା ଡ଼ଟ୍ କମ୍) ମାଲକାନଗିରି ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀ ଅପହୃତ ହେବାର ୪୮ ଘଣ୍ଟା ପୂରଣ ହୋଇଯାଇଥିବା ବେଳେ ଦ।ବି ପୂରଣ ପାଇଁ ମାଓବାଦୀମାନେ ସରକାରଙ୍କୁ ଆଉ ୪୮ ଘଣ୍ଟା ମହଲତ ଦେଇଛନ୍ତି ।

ନିଜକୁ ସିପିଆଇ ମାଓବାଦୀ ସଂଗଠନର ଆନ୍ଧ୍ର-ଓଡ଼ିଶା ଜୋନାଲ କମିଟି ସଂପାଦକ ଭାବେ ପରିଚୟ ଦେଇ ମାଓବାଦୀ ନେତା ଭାସ୍କର ଦ।ବି ପୂରଣ ସମୟ ସୀମା ବୃଦ୍ଧି ସଂପର୍କରେ କେତେକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଶୁକ୍ରବାର ଦ।ବି ପୂରଣର ଶେଷ ଦିନ ହୋଇଥିବାରୁ ସର୍ତ୍ତ ପୂରଣ ପାଇଁ ସମୟସୀମା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିବେଦନ କରିଥିଲେ ।

ଜିଲ୍ଲାପାଳ ଆର୍ ଭିନୀଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କ ମୁକ୍ତି ପାଇଁ ମାଓବାଦୀମାନେ ଜିଲ୍ଲାରେ କୁମ୍ବିଂ ଅପରେଶନ ବନ୍ଦ କରିବା ସହ ଗିରଫ ହୋଇଥିବା ସମସ୍ତ ମାଓବାଦୀଙ୍କୁ ଛାଡ଼ି ବୋକୁ ସର୍ତ୍ତ ରଖିଛନ୍ତି ।

ମାଓବାଦୀଙ୍କ ସହ ମଧ୍ୟସ୍ଥତା କରିବାକୁ ସରକାର ଅବସରପ୍ରାପ୍ତ ଅର୍ଥନୀତି ପ୍ରଫେସର ଆର୍.ସୋମେଶ୍ୱର ରାଓ ଓ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବ୍ୟିାଳୟର ପ୍ରଫେସର ହରଗୋପାଳଙ୍କ ସହ ସରକାର ଆଲୋଚନା କରିଛନ୍ତି ।

ବୁଧବାର ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଓ କନିଷ୍ଠ ଯନ୍ତ୍ରୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମାଓବାଦୀ, ମୁଖ୍ୟ ଖବର

ଜିଲ୍ଲାପାଳ ଅପହରଣ: ସମୟସୀମା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

February 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ଅପହୃତ ମାଲକାନଗିରି ଜିଲ୍ଲାପାଳ ଏବଂ କନିଷ୍ଠ ଯନ୍ତ୍ରୀଙ୍କ କୌଣସି କ୍ଷତି ନ ପହଞ୍ଚାଇ ସର୍ତ୍ତପାଇଁ ରଖିଥିବା ସମୟସୀମା ବୃଦ୍ଧି କରିବାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓବାଦୀ ମାନଙ୍କୁ ନିବେଦନ କରିଛନ୍ତି ।

“ସେମାନଙ୍କ ସହ ଯୋଗାଯୋଗ କରିବା ପାଇଁ ଉଦ୍ୟମ ଜାରି ରହିଛି । ସର୍ତ୍ତ ପାଇଁ ରଖାଯାଇଥିବା ସମୟସୀମା ଆଜି ସଂଧ୍ୟାରେ ଶେଷ ହେଉଥିବାରୁ ଏହାକୁ ବୃଦ୍ଧି କରିବାକୁ ନିବେଦନ କରିଛି” ସେ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ଓ ଗିରଫ ହୋଇ ଜେଲରେ ଥିବା ସମସ୍ତ ମାଓବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଆର୍.ଭିନିଲ କ୍ରୀଷ୍ଣା ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମାଓବାଦୀ, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ମାଓବାଦୀଙ୍କ ସହ ଆଲୋଚନା ପାଇଁ ସରକାରଙ୍କ ପ୍ରସ୍ତାବ

February 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।।ତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ମାଲକାନଗିରି ଜିଲ୍ଲାପାଳଙ୍କ ମୁକ୍ତି ନିମନ୍ତେ ମାଓବାୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ଗୁରୁବାର ସଂଧ୍ୟାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏ ସଂପର୍କରେ ସରକାର ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ରାଜ୍ୟ ଗୃହ ସଚିବ ଉପେନ୍ଦ୍ରନାଥ ବେହେରା ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ରାଜ୍ୟରେ ସମସ୍ତ କୁମ୍ବିଂ ଅପରେଶନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଜିଲ୍ଲା ସ୍ତରରେ କିମ୍ବା ରାଜ୍ୟ ସ୍ତରରେ ଏ ସଂପର୍କରେ ଆଲୋଚନା ହୋଇ ପାରିବ, ସେ କହିଛନ୍ତି ।

“”ଅପହରଣକାରୀମାନେ ସେମାନଙ୍କ ପ୍ରତିନିଧିଙ୍କ ଜରିଆରେ ଆମ ସହ ଆଲୋଚନା କରିପାରିବେ । ଏଥିପାଇଁ ସରକାର ସମସ୍ତ ପ୍ରକାର ଦ୍ଵାରା ଖୋଲା ରଖିଛନ୍ତି” ସେ କହିଛନ୍ତି ।

ମାଓବାଦୀ ଓ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ମଧ୍ୟସ୍ଥତା କରିବାକୁ ସମାଜସେବୀ ସ୍ୱାମୀ ଅଗ୍ନିବେଶ କେତେକ ଟିଭି ଚ୍ୟନେଲରେ ପ୍ରସ୍ତାବ ଦେଇଥିବା ବେଳେ ଏନେଇ ସରକାର ତାଙ୍କ ସହ ଯୋଗାଯୋଗ କରି ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି ।

ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ବଡ଼ପଡ଼ା ଠାରେ ବୁଧବାର ପ୍ରଶାସନ ପକ୍ଷରୁ ଆୟୋଜିତ ଏକ ଜନସଂପର୍କ ଶିବିରରେ ଯୋଗ ଦେଇ ଫେରୁଥିବା ବେଳେ ଜିଲ୍ଲାପାଳ ଆର୍.ଭିନିଲ ଓ କନିଷ୍ଠ ଯନ୍ତ୍ରୀ ପବିତ୍ର ମୋହନ ମାଝୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିଲେ ।

ଜିଲ୍ଲାରେ ମାଓବାଦୀ ଅପରେଶନ ବନ୍ଦ କରିବା ଓ ଗିରଫ ହୋଇ ଜେଲରେ ଥିବା ସମସ୍ତ ମାଓବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ସରକାରଙ୍କୁ ୪୮ ଘଣ୍ଟା ସମୟ ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ମାଲକାନଗିରି, ମୁଖ୍ୟ ଖବର

  • « Go to Previous Page
  • Page 1
  • Page 2
  • Page 3
  • Go to Next Page »

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ