• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜୀଅନ୍ତା ଭୂତ

ଜୀଅନ୍ତା ଭୂତକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

August 11, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୧୦(ଓଡ଼ିଶା ଡ଼ଟ୍ କମ୍) ୨୦୦୮-୦୯ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଜୀଅନ୍ତା ଭୂତ ଏବଂ ସାତସୁରେ ବନ୍ଧା ଏ ଜୀବନକୁ ପୁରସ୍କୃତ କରାଯାଇଛି ।

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବରେ ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ପୁରସ୍କାର ପ୍ରଦାନ କରିଛନ୍ତି ।

ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତ୍ରୀ, ଶ୍ରେଷ୍ଠ ପ୍ରଯୋଜକ ଆଦି ୨୨ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଛି ।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ତଥା ଜୀବନ ବ୍ୟାପୀ ସାଧନା ନିମନ୍ତେ ୨୦୦୮ ପାଇଁ ବିଶିଷ୍ଟ ନିର୍ଦ୍ଦେଶକ ସାଧୁ ମେହେରଙ୍କୁ ଏବଂ ୨୦୦୯ ପାଇଁ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କୁ ଜୟବେ ସମ୍ମାନ ପ୍ରଦାନ କରାଯାଇଛି ।

୨୦୦୮ ପାଇଁ ପୁରସ୍କାର ପାଇବା ନିମନ୍ତେ ୧୩ଟି ଚଳଚ୍ଚିତ୍ର ଆସିଥିବା ବେଳେ ୨୦୦୯ ପାଇଁ ୬ଟି ଚଳଚ୍ଚିତ୍ର ଆସିଥିଲା । ସେଥିରୁ ପୁରସ୍କାର ପାଇଁ ତାଲିକା ପ୍ରସ୍ତୁତ କରାଯାଇଥିଲା ।

୨୦୦୮ ପାଇଁ ଆକାଶ ଦାସନାୟକଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ରାଲି ନନ୍ଦଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଥିବା ବେଳେ ୨୦୦୯ ପାଇଁ ଅନୁଭବ ମହାନ୍ତି ଏବଂ ଅର୍ଚ୍ଚିତାଙ୍କୁ ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ସମ୍ମାନୀତ କରାଯାଇଛି ।

ଏଣିକି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ ପାଇଁ ନିର୍ଦ୍ଦିଷ୍ଟଦିନ ଧାର୍ଯ୍ୟ କରାଯିବ ଏବଂ ଆସନ୍ତା ବର୍ଷ ଠାରୁ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ବସନ୍ତ ନାୟକ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଉତ୍ସବରେ ଯୋଗ ଦେଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ମଙ୍ଗଳବାର ରବୀନ୍ଦ୍ରମଣ୍ଡପରେ ଆୟୋଜିତ ଉତ୍ସବ

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୀଅନ୍ତା ଭୂତ, ମନୋରଞ୍ଜନ, ମୁଖ୍ୟ ଖବର, ଶ୍ରେଷ୍ଠ ଚଳଚ୍ଚିତ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ