• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜୀବନଦର୍ଶନ

ଜୀବନଦର୍ଶନ ପରିଷର ୨୯ତମ ବାର୍ଷିକ ଉତ୍ସବ

November 3, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ନଭେମ୍ବର ୩(ଓଡ଼ିଶା ଡ଼ଟ୍ କମ୍) ଭଦ୍ରକ ଜିଲ୍ଲା ସରପୁର ସ୍ଥିତ ଅଧ୍ୟାତ୍ମିକ ଅନୁଷ୍ଠାନ ଜୀବନଦର୍ଶନ ପରିଷ ପକ୍ଷରୁ ୨୯ତମ ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି ।

ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ନଅଦିନ ଧରି ଚାଲିବ ଓ ଆସନ୍ତା ୧୦ ତାରିଖରେ
ଯ୍ୟାପିତ ହେବାର କାର୍ଯ୍ୟକ୍ରମ ରହିଛି ।

ପରିଷ ପକ୍ଷରୁ ଆୟୋଜିତ ଏକ କଳସ ଶୋଭାଯାତ୍ରାରେ ଶତାଧିକ କଳସଯାତ୍ରୀ ନିକଟସ୍ଥ କପାଳି ନଦୀରୁ ଜଳ ଆଣି କାର୍ଯ୍ୟସୂଚୀ ସମ୍ବଳିତ ଉତ୍ସବ ଆରମ୍ଭ ହୋଇଛି । ମହିଳା ମାନଙ୍କ କଳସଯାତ୍ରା ସହ ପୁରୁଷ ମାନଙ୍କ ଶୃଙ୍ଖଳିତ ପଟୁଆର ବେଶ୍ ମନଛୁଅାଁ ହୋଇଥିଲା ।

ବିଭିନ୍ନ ଜିଲ୍ଲାରୁ ଅଂଶଗ୍ରହଣ କରିଥିବା ଭକ୍ତମାନଙ୍କ ଗହଣରେ ଜୀବନ ଦର୍ଶନ ପରିଷର ପ୍ରାଣ ପ୍ରତିଷ୍ଠାତା ଅକ୍ଷୟ କୁମାର ପତି ଏହାର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ତିନିଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା ପାଇଁ ଯୋଜନା କରାଯାଇଛି । ରାହାସ ପୂର୍ଣ୍ଣିମାରେ ଅଗଣିତ ଭକ୍ତଙ୍କ ଗହଣରେ ଅନ୍ୟ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହୋତ୍ସବ ପାଳନ କରାଯିବ ।

ଜନ ସମାଜରେ ହିନ୍ଦୁ ସଂସ୍କୃତିର ମହନୀୟତା, ଶାନ୍ତି, ମୈତ୍ରୀର ପ୍ରତୀକ । ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଇବା ଏହାର ମୂଲ ଲକ୍ଷ୍ୟ । ଆଗାମୀଦିନରେ ଜିବନ ଦର୍ଶନ ପରିଷ ତୃତୀୟ ଥର ପାଇଁ ତାର ସ୍ୱୟଂଭୁ ପତ୍ରିକା ଲୋକାର୍ପଣ କରିବ ବୋଲି ପତି କହିଛନ୍ତି ।

ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ତଥା ମନମୋହନ ସଙ୍ଗୀତ ପରିଷର ଗାୟକମାନେ ଭଜନ, ସଂକୀର୍ତ୍ତନ ଓ ପ୍ରବଚନର କାର୍ଯ୍ୟକ୍ରମ ରହିଥିବା ପରିଷର ଭଣେ ସଦସ୍ୟ କହିଛନ୍ତି ।

ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ବରିଷ୍ଠ ତଥା ସଫଳ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିବାକର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜୀବନଦର୍ଶନ, ଭଦ୍ରକ ଜିଲ୍ଲା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ