• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜେଲ୍

ଟ୍ରେନ୍ ପୋଡି ମାମଲାରେ ଗିରଫଦାରୀକୁ ନେଇ ରିପୋର୍ଟ ତଲବ

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୧ (ଓଡିଶା ଡଟ କମ) ପୁରୀ ଜିଲ୍ଲାର ଡେଲାଙ୍ଗ ରେଳ ଷ୍ଟେସନରେ ଗତ ମାସ ଏକ ଟ୍ରେନର କେତେକ ବଗିରେ ନିଆଁ ଲଗାଇବା ଓ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ମାମଲାରେ ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିଶନ ପୁରୀ ଜିଲ୍ଲା ପୁଲିସ ମୁଖ୍ୟଙ୍କୁ ସବିଶେଷ ତଥ୍ୟ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଗୁରୁବାର କହିଛନ୍ତି ।

ଟ୍ରେନରେ ଖସିପଡି ଜଣେ ଯୁବକର ହୋଇଥିବା ମୃତ୍ୟୁକୁ ବିରୋଧ କରି ଏପ୍ରିଲ୍ ୧୭ ଦିନ ପୁରୀ -ପାରାଦୀପ ଏକ୍ସପ୍ରେସ ଟ୍ରେନରେ ଲଗାଯାଇଥିବା ନିଆଁ ଓ ପରବର୍ତ୍ତୀ ଗଣ୍ଡଗୋଳକୁ ଆଧାର କରି ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ସ୍ଥାନୀୟ ଗୁଆଳିପଡା ଗାଁର ଅଧିବାସୀ ଅଭିଯୋଗ କରିଥିଲେ ।

ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ଆଳରେ ପୁଲିସ୍ ୧୯ ତାରିଖ ରାତିରେ ଉକ୍ତ ଗାଁର ୫୧ ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅପରେସନ୍ ସମୟରେ ପୁଲିସ୍ ଲୋକଙ୍କ ଘର କବାଟ ଭାଙ୍ଗି ପଶିଥିଲା ଓ ଅନେକ ମହିଳାଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କର ମାନବଧିକାର ଉଲ୍ଲଂଘନ କରିଥିବାର ସେ ଦର୍ଶାଇଥିଲେ ।

କମିଶନ ଏହାର ବିଚାର କରି ପୁରୀ ଏସ୍.ପି.ଙ୍କୁ ନୋଟିସ୍ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଅଭିଯୋଗ ଉପରେ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିବା ଅଖଣ୍ଡ ପ୍ରକାଶ କରିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ମାନବାଧିକାର Tagged With: ଜେଲ୍, ଟ୍ରେନ୍ ପୋଡି, ଡେଲାଙ୍ଗ, ପୁଲିସ୍, ମାନବାଧିକର

ଡେଲାଙ୍ଗ ଟ୍ରେନ୍ ପୋଡି ପରେ ପୁଲିସ୍ ବାଡି, ଜେଲ୍ ବେଡି

May 2, 2015 by News Bureau Leave a Comment

ଶ୍ରୀ ଅଖଣ୍ଡଙ୍କ ଠାରୁ

ଗୁଆଳିପଡା (ପୁରୀ) ମଇ ୨

ଟ୍ରେନରେ ଖସିପଡି ଜଣେ ଯୁବକର ହୋଇଥିବା ମୃତ୍ୟୁକୁ ବିରୋଧ କରି ପୁରୀ ଜିଲ୍ଲାର ଡେଲାଙ୍ଗ ରେଳ ଷ୍ଟେସନରେ ଏପ୍ରିଲ୍ ୧୭ରେ ପୁରୀ -ପାରାଦୀପ ଏକ୍ସପ୍ରେସ ଟ୍ରେନର କେତେକ ବଗିରେ ନିଆଁ ଲଗାଇବା ଓ ରେଳ ଷ୍ଟେସନରେ ଭଙ୍ଗାରୁଜା କରିବା ମାମଲାରେ ପୁଲିସ କେତେକ ନିର୍ଦୋଷ ଲୋକଙ୍କୁ ଗିରଫ କରିଥିବା ସ୍ଥାନୀୟ ଗୁଆଳିପଡା ଗାଁର ଅଧିବାସୀ ଅଭିଯୋଗ କରିଛନ୍ତି ।

Sukanti (2) ସ୍ଥାନୀୟ ରେଳବାଇ ପୁଲିସ ଡିଏସପି ଦେବେନ୍ଦ୍ର ଦାସ ଓଡିଶା ଡଟ କମକୁ କହିଛନ୍ତି ଘଟଣାରେ ସମୁଦାୟ ୪୮ ଜଣ ଗିରଫ ହୋଇଛନ୍ତି ଓ ଆହୁରି ୩୦-୪୦ ଜଣଙ୍କୁ ଖୋଜା ଚାଲିଛି । ଯେଉଁ ମାନଙ୍କ ବିରୁଦ୍ଧରେ ଆପାତତଃ ପ୍ରମାଣ ଅଛି ସେମାନଙ୍କୁ ହିଁ ଗିରଫ କରାଯାଇଛି ।

ତେବେ ଗ୍ରାମବାସୀ ପୁଲିସର ଏହି ଦାବୀକୁ ଖଣ୍ଡନ କରିଛନ୍ତି। ଗାଁକୁ ଘଟଣାର ସାତ ଦିନପରେ ଅନୁଧ୍ୟାନ ପାଇଁ ଯାଇଥିବା ଏହି ଲେଖକ ଓ ଅନ୍ୟ କିଛି ମାନବାଧିକାର କର୍ମୀଙ୍କୁ ସେମାନେ ତାଙ୍କ ବ୍ୟଥା ଶୁଣାଇଛନ୍ତି ।

ରେଳ ଷ୍ଟେସନରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗୁଆଳିପଡା ଗାଁ ରେ ପରିବେଶ ଖାଁ ଖାଁ ଲାଗୁଥିଲା । କେତେକ ବୁଢା ଲୋକଙ୍କୁ ଛାଡି ଦେଲେ ପୁରୁଷ ଲୋକଙ୍କ ଦେଖା ମିଳି ନଥିଲା ।

ଅନେକ ତ ଆମକୁ ଦେଖି କବାଟ ଦେଇ ଘରେ ଭିତରେ ରହିବାକୁ ଶ୍ରେୟ ମନେ କରିଥିଲେ । ଗାଁର ଶେଷ ମୁଣ୍ଡକୁ ଆମ ଟିମ୍ ଗଲା ବେଳେ ଦାଣ୍ଡରେ ବସିଥିବା କିଛି ଲୋକ ଦୈାଡି ପଳାଇ ଘରେ ଭିତରେ ପଶି ଯାଇଥିଲା ।  ଅନେକ ଭାବୁଥିଲେ ପୁଲିସ୍ ସାଧା ପୋଷାକରେ ଲୋକଙ୍କୁ ଧରିବାକୁ ଆସୁଛି ! ପୁଲିସ୍ ଭୟରେ ସେମାନେ ଏତେ ଡରି ଯାଇଥିଲେ ଯେ କାହାକୁ ବିଶ୍ୱାସକୁ ନେଇ ପାରୁ ନଥିଲେ ।

ତେବେ ଅନେକ ମହିଳା ଆମ ପରିଚୟ ପାଇବା ପରେ ଆମ ସହ କଥା ହେବାକୁ ଆଗେଇ ଆସିଥିଲେ । ମନରେ ଥିଲା ଦୁଖ ଓ ପୁଲିସ୍ ଉପରେ କ୍ରୋFact finding teamଧ । ଗାଁର ଝୁନା ଛାଟୋଇଙ୍କ ଆଖିର ଲୁହ ସରୁନି । ତାଙ୍କୁ ଏମିତି ଏକ ଧକ୍କା ଲାଗିଛି ଯେ ସେ ଏଇ ରାଜ୍ୟରେ କିଛି ନ୍ୟାୟ ବିଚାର ଅଛି କି ବୋଲି ବାରମ୍ବାର ପ୍ରଶ୍ନ ପଚାରୁଥାନ୍ତି ।

ତାଙ୍କ ସ୍ୱାମୀ ପ୍ରକାଶ ଟେଂଟ୍ ହାଉସ୍ କାମ କରି ଗୁଜରାଣ କରନ୍ତି । କାହା ସଙ୍ଗେ ପାଟିତୁଣ୍ଡ କରିବା ମଧ୍ୟ କେହି ଜାଣିନାହାନ୍ତି । ଟ୍ରେନ୍ ପୋଡି ଘଟଣା ଦିନ ମଧ୍ୟ ଗାଁର ଜଣଙ୍କ ବିବାହ ଉତ୍ସବପାଇଁ ଟେଂଟ୍ ବାନ୍ଧୁଥିଲେ । ପୁଲିସ୍ ରାତିରେ ଗାଁରେ ପଂହଚିବା ସମୟରେ ସେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଟେଂଟ୍ କାମ କରୁଥିଲେ । ପୁଲିସ୍ ତାଙ୍କୁ ଧରିଲା । ଏହି ସମୟରେ ଗାଁରେ ହୋ ହାଲ୍ଲା କାନ୍ଦ ବୋବାଳି ଆରମ୍ଭ ହୋଇ ଯାଇଥିଲା ।

ଝୁନା ଦାଣ୍ଡକୁ ବାହାରି ଦେଖିଲେ ପୁଲିସ୍ ତାଙ୍କ ସ୍ୱାମୀକୁ ଘୋଷାରି ନେଉଛି । ସେ ଏହାର ବିରୋଧ କରିଥିଲେ । କହିଥିଲେ – “ଦୋଷୀଙ୍କୁ ଧର, ମୋ ସ୍ୱାମୀ ଘଟଣ ଦିନ କେଉଁଠି ଥିଲା ସମସ୍ତଙ୍କୁ ପଚାର । ଯଦି ଦୋଷୀ ତାକୁ ଥାନାକୁ ନିଅ ।” ପୁଲିସ୍ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲା । କିନ୍ତୁ ତାଙ୍କୁ ମାଡ ମାରି ପୁଲିସ୍ ତାଙ୍କ ସ୍ୱାମୀଙ୍କୁ ନେଇ ଯାଇଥିଲା ।

ଜଣେ ନିରୀହ ଦିନ ମଜୁରିଆର ଅନୁପସ୍ଥିତିରେ ଦୁଇ ପିଲାଙ୍କୁ ଧରି ଝୁନା ଆଉଟୁ ପାଉଟୁ  ହେଉଛନ୍ତି । ସେ ଆମକୁ ଦେଖି କହିଥିଲେ – ବିନା ଦୋଷରେ ଆମ ସ୍ୱାମୀଙ୍କୁ ତ ପୁଲିସ୍ ନେଲା । ପୁଲିସ୍ ଆମକୁ ବାଡେଇଲା । ଏହାର ବିଚାର କେଉଁଠି ହେବ ? ଆମେ କାହା ପାଖକୁ ଯିବୁ ? ଆମକୁ କିଏ ଖାଇବାକୁ ଦେବ ?

ପୁଲିସ୍ ଏମିତି ଆଖିବୁଜା ଭାବେ ଯାହାକୁ ପାଇଛି ତାକୁ ଧରି ନେଇଛି । ଏମିତିକି ଗୋଟିଏ ଗୋଟିଏ ଘରୁ ସମସ୍ତ ପୁରୁଷ ସଦସ୍ୟଙ୍କୁ ପୁଲିସ୍ ଟେକି ନେଇଛି । କେବଳ ସେତିକି ନୁହେଁ, ଗାଁର ଦୁଇ ଜଣ ନାବାଳକଙ୍କୁ ମଧ୍ୟ ପୁଲିସ୍ ଧରିଛି ଓ ଜେଲ୍ ପଠାଇଥିବା ଗ୍ରାମବାସୀ କହିଛନ୍ତି ।

ସେମାନେ ଅଭିଯୋଗ କରିଛନ୍ତି ଯେ ଜଣେ ଶିକ୍ଷକ ହିଂସାକାଣ୍ଡ ଦିନ ସ୍କୁଲରେ ଥିଲେ । କିନ୍ତୁ ପୁଲିସ୍ ଚଢାଉ ବେଳେ ଧରାପଡିବାରୁ ସେ ଏବେ ଜେଲ ହାଜତରେ ।

ପୁଲିସ୍ ଯେଉଁ ରାତି ଅଧିଆ ଚଢାଉ କଲା । ପ୍ରାୟ ସମସ୍ତଙ୍କ ଘରକୁ ଜୋର ଜବରଦସ୍ତ ପଶିଛି । ଆଉ ଯେଉଁମାନେ କବାଟ ଖୋଲି ନାହାନ୍ତି, ସେଠାରେ କବାଟ ଭାଙ୍ଗି ପଶିଛି ।

ଗାଁର ସୁକାନ୍ତି ଦାସ କହିଲେ ସେ ଏହି ଅବସ୍ଥାର ସମ୍ମୁଖୀନ ହୋଇଛନ୍ତି । ଦାଣ୍ଡପଟ କବାଟଟି ଭାଙ୍ଗି ୧୦-୧୫ ପୁଲିସ୍ ତାଙ୍କ ଘର ଭିତରକୁ ପଶିଥିଲେ । ସୁକାନ୍ତି ଓ ତାଙ୍କ ସ୍ୱାମୀ ଉଠି ପSukanti (1)ଡିଥିଲେ । ୧୮/୧୯ ବର୍ଷର ଦୁଇ ପୁଅ ସବୁଦିନ ଭୁବନେଶ୍ୱରରେ କାମ କରିବାକୁ ଯାନ୍ତି । ଫେରୁ ଫେରୁ ରାତି ୧୦ଟା । ତେଣୁ ସେମାନେ ନିଘୋଡ ନିଦରେ ଶୋଇ ପଡିଥିଲେ ।

ପୁଲିସ୍ ତାଙ୍କୁ ନିଦରୁ ଉଠାଇ ଭ୍ୟାନକୁ ଘୋଷାଡି ନେଲା । ସୁକାନ୍ତି ଏହାକୁ ବିରୋଧ କରିଥିଲେ । “ଆମେ ନିର୍ଦୋଷ । ପୁଅମାନେ କାମ କଲେ ଆମ ଘର ଚଳେ । ତାଙ୍କୁ ଛାଡି ଦିଅ ।” ପୁଲିସ୍ ତାଙ୍କୁ ଧକ୍କା ମାରିଥିଲା । ସେ  ତଳେ ପଡି ଯାଇଥିଲେ । ପୁଲିସ୍ ଲାଠି ମାଡରେ ତାଙ୍କ ସ୍ୱାମୀ କେଦାରଙ୍କ ହାତ ଫୁଲି ଯାଇଛି । ଆମେ ସୁକାନ୍ତିଙ୍କ ସହ କଥା ହେବା ସମୟରେ ସେ ଡାକ୍ତରଖାନାକୁ ଯାଇଥିଲେ ।

ସୁକାନ୍ତି ଏବେ ତାଙ୍କ ଭଙ୍ଗା କବାଟ ପାଖେ ଠିଆ ହୋଇ ପୁଅମାନଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି । ଚାରି ଦିନ ହେଲା ତାଙ୍କ ଘରେ ଚୁଳି ଜଳୁନି । ସୁକାନ୍ତିଙ୍କ ପରି ଅନେକଙ୍କ ମହିଳାଙ୍କ ଅବସ୍ଥା । କାହାର ପୁଅ ଯାଇଛି ତ, ଆଉ କାହାର ସ୍ୱାମୀ ।

ପୁଲିସ କହିଛି ଘଟଣା ଦିନ ସମ୍ପୃକ୍ତ ଗାଁର କିଛି ଯାତ୍ରୀ ଉକ୍ତ ଟ୍ରେନରେ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ କେହି ଚେନ ଟାଣି ଟ୍ରେନ ଅଟକାଇଥିଲେ । ତରବରରେ ଉତୁରିବା ସମୟରେ ଖସିପଡି ଜଣେ ଯୁବକର ମୃତ୍ୟୁ ଘଟିଥିଲା । ଏହା ପରେ ଅନ୍ୟ ମାନେ ରାଗିଯାଇଥିଲେ ଓ ଗାଁରୁ ଯାଇଥିବା ଲୋକଙ୍କ ସହ ମିଶି ତୁମୂଳକାଣ୍ଡ କରିଥିଲେ ।

ପୁଲିସ ଓ ଗ୍ରାମବାସୀ ପରସ୍ପର ବିରୁଦ୍ଧରେ ଦୋଷାରପ କରୁଥିବା ବେଳେ, ସରକାର ଏହାର ନିରପେକ୍ଷ ତଦନ୍ତ କରି ଯଦି କେହି ନିର୍ଦୋଷ ଲୋକ ଗିରଫ ହୋଇଥାନ୍ତି ତାଙ୍କୁ ତୁରନ୍ତ ମୁକୁଳାଇବାର ଉଦ୍ୟମ ହେବା ସହ ତାଙ୍କୁ  ଆବଶ୍ୟକୀୟ କ୍ଷତିପୂରଣ ଦେବା ଆବଶ୍ୟକ ବୋଲି ମାନବାଧୀକାର କର୍ମୀ ମାନେ କହିଛନ୍ତି ।

ଲେଖକ ଜଣେ ସାମ୍ବାଦିକ ତଥା ମାନବାଧିକାର କର୍ମୀ
ଫୋନ୍ – ୯୯୩୮୮୭୧୯୮୯

 

(ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଲେଖା/ରିପୋର୍ଟ ଓ ସ୍ତମ୍ଭ ଲେଖକ/ଲେଖିକାଙ୍କର ନିଜସ୍ୱ ମତ ) ଓଡିଶା ଡଟ୍ କମ ଘୋଷଣାନାମା

News Bureau
News Bureau

Filed Under: ବିଶେଷ ଖବର, ମାନବାଧିକାର Tagged With: ଜେଲ୍, ଟ୍ରେନ୍ ପୋଡି, ଡେଲାଙ୍ଗ, ପୁଲିସ୍

ମିଛ ମାମଲାରେ ମାନବାଧିକାର କର୍ମୀଙ୍କୁ ୭୦ ଦିନ ଜେଲ୍ !

January 29, 2014 by ଓଡିଶା ଡଟ କମ Leave a Comment

୨୯ ଜାନୁଆରୀ (ଓଡିଶା ଡ଼ଟ୍ କମ୍)-ଦିଲ୍ଲୀରେ ରହୁଥିବା ଓଡିଆ ମାନବାଧିକାର କର୍ମୀ ଭଜମନ ବିଶ୍ୱାଳଙ୍କୁ ଢେଙ୍କାନାଳ ପୋଲିସ୍ ମିଛ କେସ୍ ରେ ସାଇବା ଘଟଣା ଏବେ ପୁଲିସ୍ ବିଭାଗ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପୁଲିସର ବର୍ବରତା ବିରୋଧରେ ଭଜମନ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ କମିଶନ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି ।

ଏନଏଚଆରସିଙ୍କ ନିଦେ୍ର୍ଧଶ ପରେ ଏହି ଘଟଣାର ଦୁଇ ଦୋଷୀ ପୁଲିସ୍ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି ।ଦୋଷୀ ପୁଲିସ୍ ଙ୍କୁ ବରଖାସ୍ତ ଦାବି୨୦୧୩ ଅଗଷ୍ଟରେ ଢେଙ୍କାନାଳ ଜିଲ୍ଲା ତୁମୁସିଂଘା ଥାନା ଅନ୍ତର୍ଗତ ଟାଙ୍ଗର ଗାଁରେ ଗୌରାଙ୍ଗ ଚରଣ ପୃଷ୍ଟି(୨୨)ଙ୍କ ମୃତ ଦେହ ଗାଁ କେନାଲ ନିକଟରୁ ଉଦ୍ଧାର ହୋଇଥିଲା ।

ଏହା ଏକ ହତ୍ୟାକାଣ୍ଡ ବୋଲି ଗାଁ ଲୋକେ ଅଭିଯୋଗ କରିଥିଲେ ଓ ଏ ସମ୍ପର୍କରେ ଦିଲ୍ଲୀରେ ଥିବା ଭଜମନ ବିଶ୍ୱାଳଙ୍କୁ ଜଣାଇଥିଲେ । ଭଜମନ ସେଠାରେ ଥାଇ ଏହାର ଉପଯୁକ୍ତ ତଦନ୍ତ ପାଇଁ ଲଗାତାର ଦାବି କରିଥିଲେ । ସେପ୍ଟେମ୍ବର ୩ ତାରିଖରେ ତାଙ୍କୁ ପୁଲିସ ଏହି ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଦିଲ୍ଲୀରୁ ଡକାଇଥିଲା ।

ଭଜମନ ଓଡିଶା ଆସିବା ପରେ ୧୩ ତାରିଖରେ ତୁମୁସିଂଘା ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କା ଓ ଅନ୍ୟ ପୁଲିସ ଅଧିକାରୀମାନଙ୍କ ସହ କେନାଲ ନିକଟକୁ ଯାଇଥିଲେ । ପ୍ରାୟ ଏକ ଘଣ୍ଟା ପରେ କାମାକ୍ଷାନଗର ତତ୍କାଳୀନ ଏସ୍ଡିପିଓ ରାଜକିଶୋର ଦୋରା, ସବ କଲେକ୍ଟର ନରହରି ସେଠୀ ଓ ଅନ୍ୟ ୫୦୦ ରୁ ଅଧିକ ପୁଲିସ ଫୋର୍ସ ସେଠାରେ ପହଞ୍ଚିଥିଲେ ।

ଉତ୍ୟକ୍ତ ଲୋକେ ପୁଲିସର ନିଷ୍କ୍ରିୟତା ଓ କାର୍ଯାନୁଷ୍ଠାନରେ ବିଳମ୍ବକୁ ବିରୋଧ କରିବାରୁ ପୁଲିସ ଚତୁରତାର ସହିତ ସେଠାରୁ ଚାଲି ଖସିଆସିବାକୁ ଉଦ୍ୟମ କରିଥିଲା । ଘଟଣାର ସ୍ଥିତି ସମ୍ପର୍କରେ ଜଣାଇବା ପାଇଁ ଭଜମନଙ୍କୁ ପଣ୍ଡୁଆ କୁ ଆସିବାବାଲାଗି ଅନୁରୋଧ କରିଥିଲା ।

ଭଜମନ ଓ ଗାଁର ଅନ୍ୟ ୭ ଜଣ ଲୋକ ପଣ୍ଡୁଆକୁ ଆସିଥିଲେ । ସେଠାରେ ତାଙ୍କୁ ପୁଲିସ ୨ ଲକ୍ଷ ଟଙ୍କା ଯାଚିବା ସହ ମାମଲାରୁ ଓହରି ଯିବା ପାଇଁ କହିଥିବା ଭଜମନ ଅଭିଯୋଗ କରିଛନ୍ତି । ସେ ଏଥିରେ ରାଜି ନହେବାରୁ ପୁଲିସ ତାଙ୍କୁ ମାଡମାରିବା ସହ ମିଛ ମାମଲା ରୁଜୁ କରି ତାଙ୍କ ସହ ପାଞ୍ଚ ଜଣଙ୍କୁ କାମାକ୍ଷାନଗର ସବ୍ ଜେଲ ପଠାଇଥିଲା । ସେମାନଙ୍କ ଠାରୁ ପୁଲିସ ୫ଟି ମୋବାଇଲ, ଗୋଟିଏ ମୋଟର ସାଇକେଲ, ଏଟିଏମ୍, ପ୍ୟାନ କାର୍ଡ ଦୁଇଟି ସୁନା ଚେନ୍ ଆଦି ନେଇ ଯାଇଥିଲା । ଏଭଳିକି ତାଙ୍କ ପାଇଁ କୌଣସି ଓକିଲ ମକଦ୍ଧମା ନ ଲଢିବାକୁ ଓଆଇସି ଶ୍ରୀ ଲେଙ୍କା ସ୍ଥାନୀୟ ବାର ଆସୋସିଏସନ୍କୁ ଚିଠି ଲେଖିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ କହିଥିଲେ, ୭୦ ଦିନ ପରେ ୨୦୧୩ ନଭେମ୍ବର ୨୧ରେ ଭଜମନ ଜେଲ୍ ରୁ ଜାମିନରେ ଆସିଲେ । ପୁଲିସ୍ ର ଏହି ବେଆଇନ କାର୍ଯ୍ୟ ବିରୋଧରେ ସେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

କମିଶନଙ୍କ ନିଦେ୍ର୍ଧଶ ପରେ ପୁଲିସ୍ ସେଠାରେ ରିପୋର୍ଟ ଦାଖଲ କରିଥିଲା । ସେଥିରେ ଭଜମନଙ୍କ ଅଭିଯୋଗ ମିଛ ବୋଲି ପୋଲିସ୍ କହିଥିଲା । କିନ୍ତୁ ପୁଲିସ୍ ର ମିଛ ଯୁକ୍ତି ବିରୋଧରେ ଭଜମନ ପ୍ରମାଣ ଭିତିକ ଯୁକ୍ତି କମିଶନଙ୍କ ନିକଟରେ ରଖିଥିଲେ । ଏହାରେ କମିଶନ ପୋଲିସ୍ ରିପୋର୍ଟକୁ ଅଗ୍ରାହ୍ୟ କରି ଘଟଣାର ତଦନ୍ତ ସିବିଆଇ/ସିଆଇଡି ଦ୍ୱାରା କରାଇବାକୁ ନିଦେ୍ର୍ଧଶ ଦେଇଛନ୍ତି । ନିକଟରେ ଭୁବନେଶ୍ୱର ହୋଇଥିବା ଏନଏଚଆରସିଙ୍କ କ୍ୟାମ୍ପ କୋର୍ଟରେ ମଧ୍ୟ ଏହି ମାମଲାର ଶୁଣାଣୀ ହୋଇଥିଲା ।

ଭଜମନ କହିଥିଲେ ଯେ, ତାଙ୍କୁ ପୋଲିସ୍ ମିଛ ଏନକାଉଣ୍ଟରରେ ମାରିଦେବାକୁ ଚେଷ୍ଟା କରୁଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ଜଣାଇଥିଲେ । ସେଠାରେ କମିଶନ ପୋଲିସ୍ ର ଏହି କାର୍ଯ୍ୟ ଉରେ ଅସନ୍ତୋଷ ଓ ବିରକ୍ତି ପ୍ରକାଶ କରିଥିଲେ । ସେଠାରେ ଉପସ୍ଥିତ ଥିବା ଏଚଆରିସି ଅତିରିକ୍ତ ଡିଜି ଅମ୍ରିତମୋହନ ପ୍ରସାଦ, ତାଳଚେର ରେଞ୍ଜ ଡିଆଇଜି, ଢେଙ୍କାନାଳ ଏସିପି ଓ ଜିଲ୍ଲାପାଳ କମିଶନଙ୍କୁ କିଛି କହିପାରିନଥିଲେ । ତାଙ୍କୁ ସୁରକ୍ଷା ଯୋଗାଇବା ଉପରେ ବିଚାର କରିବାକୁ କମିଶନ ଗୃହ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ ।

କମିଶନଙ୍କ ନିଦେ୍ର୍ଧଶ ରେ ଘଟଣାର ମୁଖ୍ୟ ନାୟକ ତଥା ତୁମୁସିଂଘା ଥାନାର ତତ୍କାଳିନ ଅଧିକାରୀ ଲିଙ୍ଗରାଜ ଲେଙ୍କା, ତତ୍କାଳୀନ ଏସ୍ଆଇ ମଧୁସ୍ମିତା ବେହେରା, ତତ୍କାଳୀନ କାମାକ୍ଷାନଗର ଏସ୍ଡିିଓ ରାଜକିଶୋର ଦୋରା ଓ ଏଏସପି ମନୋରଂଜନ ମହାନ୍ତିଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ଭଜମନଙ୍କୁ କ୍ଷତିପୁରଣ ବାବଦରେ ୫୦ ଲକ୍ଷ ଟଙ୍କା ଦେବାକୁ ଅଖଣ୍ଡ ଦାବି କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଅଖଣ୍ଡଙ୍କ ସହ ଭଜମନ ଓ ତାଙ୍କ ପତ୍ନୀ ଜଗତଜୀତା ବିଶ୍ୱାଳ, ମୃତ ଗୌରାଙ୍ଗଙ୍କ ଭାଇ ଲକ୍ଷ୍ମଣ କୁମାର ବେହେରା ଏବଂ ପୋଲିସ୍ ନିର୍ଯାତନାର ଶିକାର ହୋଇଥିବା ଟାଙ୍ଗର ଗାଁର କିଛି ପିଡୀତ ଉପସ୍ଥିତ ଥିଲେ ।

(ଓଡିଶା ଡ଼ଟ୍ କମ୍)

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜିଲ୍ଲାପାଳ, ଜେଲ୍, ମାନବାଧିକାର କର୍ମୀ, ସାମ୍ବାଦିକ ସମ୍ମିଳନୀ

ମାଲକାନଗିରି: ୨୯ ଜଣ କଏଦୀଙ୍କ ଅନଶନ

January 31, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ମାଲକାନଗିରି, ଜାନୁଆରୀ ୩୧(ଓଡିଶା ଡଟ୍ କମ୍)-ମାଲକାନଗିରି ସଦର ମହକୁମା ସ୍ଥିତ ମୁଖ୍ୟ କାରାଗାରରେ ପ୍ରାୟ ୨୯ ଜଣ କଏଦୀ ଅନଶନରେ ବସିଛନ୍ତି । ଏମାନଙ୍କ ନାମରେ ନକ୍ସଲ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗ ଉପରେ କେସ ମାନ ରହିଛି ।

କଏଦୀମାନେ ଆମରଣ ଅନଶନ କରିଥିବା ଯୋଗୁଁ ଜେଲ୍ କତୃପକ୍ଷ ଓ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଜିଲ୍ଲାପାଳ ଅତିରିକ୍ତ ଦଦାୟିତ୍ୱ ଥିବା ପିଡିଆରଡିଏ ବିଶ୍ୱମୋହନ ରାୟ ଜେଲ ମଧ୍ୟକୁ ଯାଇ ଜେଲ କଏଦୀମାନଙ୍କୁ ବୁଝାଇଥିଲେ ମଧ୍ୟ କଏଦୀମାନେ ଅନଶନ ଜାରି ରଖିଛନ୍ତି ବୋଲି ଶ୍ରୀ ରାୟ ପ୍ରକାଶ କରିଛନ୍ତି । ୪ ଦଫା ଦାବି ନେଇ ଏହି କଏଦୀମାନେ ଅନଶନ ଚଳାଇଛନ୍ତି ।

ସେଗୁଡିକ ହେଲା ମିଥ୍ୟା ନକ୍ସଲ କେଶ୍ ଗୁଡିକ ପ୍ରତ୍ୟାହାର କରାଯାଉ । ନିଜ ପରିବାର ବର୍ଗଙ୍କୁ ମିଶିବା ପାଇଁ ଅନୁମତି ପ୍ରଦାନ କରାଯାଉ । ଜେଲରେ ଫୋନ୍ ବ୍ୟବସ୍ଥା କରିବା ଏବଂ ଗୋଟିଏ ମୋକଦ୍ଧମାର ଫଇସଲା ହୋଇଗଲା ପରେ ଆଉ ଗୋଟିଏ ମିଥ୍ୟା କେଶ୍ ଯୋଡା ଯାଉଛି ତାହା ପୋଲିସ ପକ୍ଷରୁ ନକରାଯାଉ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନଶନ, କଏଦୀ, ଜିଲ୍ଲା ପ୍ରଶାସନ, ଜେଲ୍, ନକ୍ସଲ, ମାଲକାନଗିରି

ଜେଲ୍ ରେ ଥିବା ଆଦିବାସୀଙ୍କୁ ଖଲାସ କର: ଜୟରାମ

May 23, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ମଇ ୨୪(ଓଡ଼ିଶା ଡ଼ଟ୍ କମ୍) ବିନା କାରଣରେ ରାଜ୍ୟର ବିଭିନ୍ନ ଜେଲରେ ଥିବା ଆଦିବାସୀଙ୍କୁ ତୁରନ୍ତ ଖଲାସ କରିବାକୁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ନିକଟରେ ଓଡ଼ିଶା ଗସ୍ତ ସମୟରେ ସେ ଅନେକ ମାଓ ଉପ୍ରୁତ ଅଂଚଳ ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ସେ ସରକାରୀ ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ।

ତେବେ କୌଣସି କାରଣ ନଥାଇ ଆଦିବାସୀମାନେ ଜେଲରେ ଥିବା ଜାଣିବାକୁ ପାଇଛନ୍ତି ବୋଲି ରମେଶ ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଦ୍ୱାରା ଜଣାଇଛନ୍ତି । ସେମାନେ ଜେଲରୁ ତୁରନ୍ତ ମୁକ୍ତ ହେବା ଉଚିତ୍ ବୋଲି ସେ ଦର୍ଶାଇଛନ୍ତି ।

ଏ ବିଷୟରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୋଲିସ ଅଧିକାରୀଙ୍କ ଠାରୁ ମଧ୍ୟ ଜାଣିବାକୁ ପାଇଛନ୍ତି । ଯେଉଁ ନୀରିହ ଆଦିବାସୀମାନେ ଛୋଟ ଘଟଣାରେ ଜେଲ୍ ରେ ଅଛନ୍ତି ସେମାନଙ୍କୁ ନ୍ୟାୟ ମିଳିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ରମେଶଙ୍କ ଏହି ଚିଠିକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ଜଣେ କେନ୍ଦ୍ର ମନ୍ତ୍ରୀ କିପରି ହସ୍ତକ୍ଷେପ କରୁଛନ୍ତି ବୋଲି କୁହାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜେଲ୍, ଭୁବନେଶ୍ୱର, ମାଓବାଦୀ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ