• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଝାଡାବାନ୍ତି

ନବରଙ୍ଗପୁର ଜିଲ୍ଲାରେ ଝାଡାବାନ୍ତିରେ ୬ ମୃତ, ୨୭୧ ଆକ୍ରାନ୍ତ

September 17, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୭(ଓଡ଼ିଶା ଡ଼ଟ୍ କମ୍)-ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ଜୁଲାଇ ମାସ ୨୭ ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ ୨୭୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ମୃତ୍ୟୁ ବରଣ କରିଛନ୍ତି ।

ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାଃ ଦାମୋଦର ରାଉତ ସମୀକ୍ଷା କରି କହିଛନ୍ତି ଯେ ଅଗଷ୍ଟ ମାସରେ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚଳିତ ମାସରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ସେଥିରୁ ଚନ୍ଦାହାଣ୍ଡି ବ୍ଲକରେ ୨ ଜଣ , ଝରିଗାଁ ବ୍ଲକରେ ୩ ଜଣ ଏବଂ ଉମରକୋଟ ବ୍ଲକରେ ଜଣଙ୍କର ମୃତ୍ୟୁ ହୋଇଥିବା ସମୀକ୍ଷାରୁ ପ୍ରକାଶ । ଏହି ଜିଲ୍ଲାର ଉମରକୋଟ, ଚନ୍ଦାହାଣ୍ଡି, କୋସମଗୁମୁଡା ଏବଂ ଝରିଗାଁ ବ୍ଲକ୍ ରେ ୭୧ ଟି ଗ୍ରାମରେ ଲୋକମାନେ ପ୍ରଭାବିତ ହେଉଥିବା ବେଳେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କାଁ ଭାଁ ଲୋକମାନେ ଆକ୍ରାନ୍ତ ହେଉଛନ୍ତି ।

ଏହି ଜିଲ୍ଲାର କୌଣସି ସ୍ଥାନରେ କଲେରା ବା ହଇଜା ମହାମାରୀ ରୂପ ନେଇନାହିଁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏକ ଡାକ୍ତରୀଳ ସହିତ ସଂପୃକ୍ତ ଅଞ୍ଚଳ ଗସ୍ତକରୁଛନ୍ତି ଏବଂ ଏମ୍.କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲରୁ ଡାକ୍ତରୀ ଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଛନ୍ତି ।

ଆକ୍ରାନ୍ତଙ୍କୁ ତୁରନ୍ତ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଯଥେଷ୍ଟ ପରିମାଣର ଆବଶ୍ୟକ ଔଷଧ , ଓ.ଆର୍.ଏସ୍ , ହାଲୋଜେନ ବଟିକା ଏବଂ ସାଲାଇନ ଆଦି ମହଜୁଦ ରହିଛି ।

ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖା ଯାଇଛି । ରାତ୍ରୀ କାଳୀନ ତଦାରଖ ବ୍ୟବସ୍ଥାକୁ କଡାକଡି କରାଯାଇଛି । ଜିଲ୍ଲାରେ ଖାଲିଥିବା ଡାକ୍ତର ପଦବି ପୁରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।

ତେବେ ଚନ୍ଦାହାଣ୍ଡି ବ୍ଲକର ଫଟାମୁଣ୍ଡା , ଗୋଧିପାଣି ଏବଂ ସିମେଳିପାଣି ଓ ଝରିଗାଁ ବ୍ଲକର କୁନିନାଳ ଗ୍ରାମରେ ପାଣି ଓ କେତେକ ଆକ୍ରାନ୍ତଙ୍କ ମଳ ନମୂନାରେ ଭିବ୍ରୋ କଲେରା ଜୀବାଣୁ ଥିବା ପରୀକ୍ଷାରୁ ଜଣା ପଡିବା ପରେ ପ୍ରତିଶେଧକ ଓ ତାରଖ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ନିତ କରାଯିବା ସହିତ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରିବା ନିମନ୍ତେ ସ୍ୱାସ୍ଥ୍ୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି ।

ଜିଲ୍ଲା ପ୍ରଶାସନ ତରଫରୁ ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି ଆବଶ୍ୟକତା ଅନୁଯାୟି ପଦକ୍ଷେପ ନିଆଯାଇଛି । ଏ ପର୍ଯ୍ୟନ୍ତ କଲେରା ବା ହଇଜା କୌଣସି ସ୍ଥାନରେ ମହାମାରୀ ରୂପ ନେଇ ନାହିଁ କିମ୍ବା ହଇଜାରେ ଆକ୍ରାନ୍ତ ହୋଇ କେହି ମୃତ୍ୟୁ ବରଣ କରିନାହାଁନ୍ତି ।

ତେବେ ଚଳିତ ବର୍ଷ ଜାନୁୟାରୀ ମାସରୁ ଏ ପର୍ଯ୍ୟନ୍ତ ଝରିଗାଁ , କୋସମଗୁଡା ଏବଂ ଚନ୍ଦାହାଣ୍ଡି ବ୍ଲକରେ ମୋଟ ୬୧ ଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ କଲେରା ବା ଡାଏରିଆ ଯୋଗୁ ହୋଇଥିବା ଯାହା ଅଭିଯୋଗ ହେଉଛି ତାହା ଆଦୌ ସତ୍ୟ ନୁହେଁ ।

କାରଣ ସେମାନେ ବାର୍ଦ୍ଧକ୍ୟ ଜନିତ , ରେନାଲ ଫେଲିୟୋର , ହୃ୍ଦଘାତ , ରକ୍ତବାନ୍ତି ଆଦି ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଛନ୍ତି । ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ନିୟନ୍ତ୍ରଣ କକ୍ଷରୁ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖାଯାଇ ପ୍ରତିଶେଧକ ଏବଂ ଚିକିତ୍ସା ବ୍ୟବସ୍ଥାକୁ ତ୍ୱରାନ୍ନିତ କରାଯାଉଛି ।

ତେବେ ପରିସ୍ଥିତି ସମ୍ପୂର୍ଣ୍ଣ ସ୍ୱଭାବିକ ହେବା ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ସମସ୍ତ ପ୍ରକାର ପଦକ୍ଷେପକୁ ବଜାୟ ରଖିବା ସହିତ ତଦାରଖ ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡାଃ ରାଉତ ନିର୍ଦେଶ ଦେଇଛନ୍ତି ।

ସଚିବାଳୟଠାରେ ଅନୁଷ୍ଠିତ ଉକ୍ତ ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡାଃ ତ୍ରିବିକ୍ରମ ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପାଧିକାରୀମାନେ ଯୋଗ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଲେରା, ଝାଡାବାନ୍ତି, ନବରଙ୍ଗପୁର, ମହାମାରୀ, ସଚିବାଳୟ, ହଇଜା

ଝାଡ଼ାବାନ୍ତିରେ ନରସିଂହପୁରରେ ଶତାଧିକ ଲୋକ ଆକ୍ରାନ୍ତ

September 9, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନରସିଂହପୁର ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଝାଡ଼ାବାନ୍ତିରେ ଶତାଧିକ ଲୋକ ନରସିଂହପୁର ବ୍ଲକର ବିଭିନ୍ନ ଅଂଚଳରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡା ବର୍ତ୍ତମାନ ସାଗର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୧୦ରୁ ଊର୍ଦ୍ଧ୍ଵ ରୋଗୀ ଚିକିତ୍ସା ହେବା ସହିତ ୩ଜଣ ଗୁରୁତର ଅବସ୍ଥାରେ ନରସିଂହପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ଏହି ରୋଗ ଧୀରେ ଧୀରେ ଜଣକ ପରେ ଜଣକୁ ବ୍ୟାପିବାରେ ଲାଗିଛି । ଏହି ଡାଇରିଆ ପାନୀୟଜଳର ଅବ୍ୟବସ୍ଥା ଯୋଗୁଁ ସୃଷ୍ଟି ହୋଇଥିବା ସାଧାରଣରେ ପ୍ରକାଶ ପାଇଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାନପୁର ଅଧିକାରୀ କହିଛନ୍ତି ଯେ, ଏହା ଝାଡ଼ାବାନ୍ତି ନୁହେଁ ସାମାନ୍ୟ ଝାଡା ରୋଗ । ଏହି ଘଟଣାରେ ଗ୍ରାମର ବହୁ ଝାଡ଼ା ରୋଗୀ ଆସି ସାଗର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ନେଇଯାଉଛନ୍ତି ।

ନରସିଂହପୁର ଡାକ୍ତରଖାନାରେ ମହରଗୀ ନାୟକ (୭୫), ରୋଜିସ୍ମିତା ନାୟକ (୨), ବୈକୁଣ୍ଠ ନାୟକ (୬୦) ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ସାଗର ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସସ୍ମିତା ମହାରଣା (୧୫), ଅମୂଲ୍ୟ ସାହୁ (୪୫), ସୁର୍ଶନ ସାହୁ (୬୦), ଲିଲି ସାହୁ (୪୫), କୃଷ୍ଣଚନ୍ଦ୍ର ସାହୁ (୬୫), ଲାବଣ୍ୟ ବାରିକ (୬୦), ଲିକୁଲତା ପ୍ରଧାନ (୧୮) ଝାଡାରେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଝାଡାବାନ୍ତି, ଡାଇରିଆ, ପାନୀୟଜଳ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ