• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଝାରସୁଗୁଡା

୧୨ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ, ଝାରସୁଗୁଡାରେ ୪୪ ଡିଗ୍ରୀ

May 9, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୯ (ଓଡିଶା ଡଟକମ) ରାଜ୍ୟର ବାରଟି ଜିଲ୍ଲାରେ ଶନିବାର ତାପମାତ୍ରା ଚାଳିଶ ଡିଗ୍ରୀ ଉପରେ ରହିଥିବା ବେଳେ, ଝାରସୁଗୁଡାରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ କହିଛି ।

ଯେଉଁ ସ୍ଥାନରେ ଚାଳିଶ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି ସେ ସ୍ଥାନ ଗୁଡିକ ମଧ୍ୟରେ ସମ୍ବଲପୁର, ସୁନ୍ଦରଗଡ, ହୀରାକୁଦ, ଭବାନୀପାଟଣା, ଅନୁଗୁଳ, ବଲାଙ୍ଗିର ଓ ଟିଟିଲାଗଡ ଅନ୍ୟତମ ।

ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରି ଅନୁଗୁଳ ରାଜ୍ୟର ଦ୍ଵିତୀୟ ଉତ୍ତପ୍ତ ସହର ପାଲଟିଥିଲା । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ଦ୍ଵିପହର ସମୟରେ ବହୁ ଲୋକ ଘର ଭିତରେ ରହିଥିଲେ । ବହୁ ସ୍ଥାନରେ ଜନ ଜୀବନ ପ୍ରଭାବିତ ହୋଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: 44 ଡିଗ୍ରୀ, ଗରମ, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା

ଝାରସୁଗୁଡାରେ ଦିନ ତାପମାତ୍ରା ୪୧ ଡିଗ୍ରୀ ଉପରେ

May 2, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨ (ଓଡିଶା ଡଟ କମ)ଓଡିଶାର ବିଭିନ୍ନ ଅଞ୍ଚଳରେ ଶନିବାର ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଝାରସୁଗୁଡାରେ ସର୍ବାଧିକ ୪୧.୫ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ପାଣିପାଗ ଅଫିସ କହିଛି ।

ବଲାଙ୍ଗିର ଓ ଭବାନୀପାଟଣାରେ ଯଥାକ୍ରମେ ୪୦. ୮ ଓ ୪୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡିଶାର ବହୁ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ମଧ୍ୟରେ ରହିଥିଲା ।

ତେବେ ଉପକୂଳ ଅଞ୍ଚଳର ପୁରୀ, ଗୋପାଳପୁର, ପାରାଦୀପ ଆଦି ସ୍ଥାନ ଗ୍ରୀଷ୍ମ ପ୍ରବାହରୁ ଅପେକ୍ଷା କୃତ ସାମାନନ୍ୟ ମୁକ୍ତ ରହିଥିଲା ।ଏହି ସ୍ଥାନମାନଙ୍କରେ ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ପୁରୀ ୩୩.୮ ଡିଗ୍ରୀ, ଗୋପାଳପୁର ୩୧.୮ ଡିଗ୍ରୀ, ଓ ପାରାଦୀପ ୩୧.୯ ଡିଗ୍ରୀ ।

ଭୁବନେଶ୍ଵର ଓ କଟକରେ ରେକର୍ଡ କରାଯାଇଥିବା ସର୍ବାଧିକ ତାପମାତ୍ରା ହେଲା ଯଥାକ୍ରମେ ୩୭.୨ ଓ ୩୫.୬ ଡିଗ୍ରୀ । ଉପକୂଳ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ରବିବାର ସାମାନ୍ୟ ବର୍ଷା କିମ୍ବା ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ,ଆକାଶ ମେଘାଛନ୍ନ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଉପକୂଳବର୍ତ୍ତୀ କେତେକ ଅଞ୍ଚଳରେ ଝାଞ୍ଜି ଓ ବତାସ ପବନ ବହିବାର ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ  ମତ୍ସ୍ୟଜୀବୀ ମାନଙ୍କୁ  ସମୁଦ୍ରକୁ ମାଛ ମାରି ନ ଯିବାକୁ ସତର୍କ କରାଇ ଦିଆ ଯାଇଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: ଗୋପାଳପୁର, ଗ୍ରୀଷ୍ମ ପ୍ରବାହ, ଝାରସୁଗୁଡା, ପାଣିପାଗ, ପାରାଦୀପ, ପୁରୀ, ସେଲସିଅସ

ଅନିଶ୍ଚିତତା ମଧ୍ୟରେ ବେଦାନ୍ତ ଝାରସୁଗୁଡା ପ୍ରକଳ୍ପ କର୍ମଚାରୀ

December 6, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଝାରସୁଗୁଡା, ଡିସେମ୍ବର ୬ (ଓଡିଶା ଡଟ୍ କମ୍)-କଞ୍ଚାମାଲ ଅଭାବରୁ ବେଦାନ୍ତ ତାର ଲାଞ୍ଜିଗଡରେ ଥିବା ଆଲୁମିନା ରିଫାଇନ କାରଖାନାକୁ ବନ୍ଦ କରିଦେଇଛି । ଝାରସୁଗୁଡାରେ ଥିବା କଂପାନୀର ଆଲୁମିନା ପ୍ରକଳ୍ପ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଛି ବୋଲି ବେଦାନ୍ତର ଝାରସୁଗୁଡା ପ୍ରକଳ୍ପର ସିଓଓ ଅଭିଜିତ ପତି କହିଛନ୍ତି ।

ଆଲୁମିନା ଅଭାବରୁ ଝାରସୁଗଡାର ସଂପ୍ରସାରିତ ପ୍ଳାଣ୍ଟ ଚାଲୁ ହୋଇ ପାରୁନାହିଁ । ଲାଞ୍ଜିଗଡ କାରଖାନାରୁ ଝାରସୁଗୁଡା ପ୍ଳାଣ୍ଟକୁ ମାସକୁ ଆସୁଥିଲା ପ୍ରାୟ ୪୫ ହଜାର ମେଟ୍ରିକ ଟନ ଆଲୁମିନା । ବଳକା କଞ୍ଚାମାଲ ଆସୁଥିଲା ଅଷ୍ଟ୍ରେଲିଆ ଓ ନିୟୁଜଲାଣ୍ଡରୁ ।

ଲାଞ୍ଜିଗଡ କାରଖାନା ବନ୍ଦ ହୋଇଯିବାରୁ ଝାରସୁଗୁଡା ପ୍ଳାଣ୍ଟକୁ ଚଳେଇବା ସମ୍ଭବ ନୁହେଁ ବୋଲି କଂପାନୀ କହିଛି । ପ୍ରାୟ ୭ ବର୍ଷତଳେ ଆଲୁମିନା କାରଖାନା ନିର୍ମାଣ ଆରମ୍ଭ ହୋଇଥିଲା । ନିର୍ଦ୍ଧାରିତ ସମୟପୂର୍ବରୁ କାରଖାନାରୁ ଉତ୍ପାଦନ ଆରମ୍ଭ ହୋଇଥିଲା । ପ୍ଳାଣ୍ଟରୁ ବାର୍ଷିକ ୧.୬ ନିୟୁତ ମେଟ୍ରିକଟନ ଆଲୁମିନା ଉତ୍ପାଦନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା ।

ପ୍ରଥମ ପ୍ଳାଣ୍ଟର ନିର୍ମାଣ କାମ ଶେଷ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଦ୍ୱୀତିୟ ପ୍ଳାଣ୍ଟ ନିର୍ମାଣ କାମ ସରିଆସିଥିଲା । ଲାଞ୍ଜିଗଡ କାରଖାନା ବନ୍ଦ ହୋଇ ଯିବାରୁ ଏହି ପ୍ରଥମ ପ୍ଳାଣ୍ଟ ଚଳେଇବା ଅସମ୍ଭବ ହୋଇ ପଡିଛି । ଫଳରେ ଚିନ୍ତାଗସ୍ତ ହୋଇଛନ୍ତି ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ଥିବା କର୍ମଚାରୀ ।

ରାଜ୍ୟ ସରକାରଙ୍କ ପକ୍ଷରୁ କଞ୍ଚାମାଲ ଯୋଗାଇ ଦିଆନଗଲେ କଂପାନୀରୁ କର୍ମଚାରୀ ଛଟେଇ ଆରମ୍ଭ ହେବ ବୋଲି କଂପାନୀ କତୃପକ୍ଷ କହିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଝାରସୁଗୁଡା, ପ୍ରକଳ୍ପ, ବେଦାନ୍ତ

ଭୁବନେଶ୍ୱର– ଝାରସୁଗୁଡାରୁ ବିମାନସେବା ଆରମ୍ଭ

November 2, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨ (ଓଡ଼ିଶା ଡ଼ଟ୍ କମ୍)– ଝାରସୁଗୁଡାରୁ ବହୁ ପ୍ରତିକ୍ଷିତ ବିମାନସେବା ଆଜି ଆରମ୍ଭ ହୋଇଛି । ପରୀକ୍ଷା ମୁଳକ ଉଡାଣରେ ଏହି ବିମାନ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ସ୍ଥାନୀୟ ଏୟାରପୋର୍ଟରେ ସକାଳ ୯ଟା ୪୫ମିନିଟ୍ରେ ପହଞ୍ଚିଥିଲା ।

ଏୟାର ଓଡିଶା ଅଧିକାରୀ ଏବଂ ଝାରସୁଗଡା ଏସ୍ପି କର୍ମେଶ କଁୱାର ପ୍ରମୁଖ ଏହି ବିମାନରେ ଆସିଥିଲେ । ୯ ସିଟି ବିଶିଷ୍ଟ ଏହି ବିମାନ ଭୁବନେଶ୍ୱରରୁ ଝାରସୁଗୁଡା ଦେଇ ରାଉରକେଲାକୁ ପ୍ରତିଦନ ଚଳାଚଳ କରିବ ।

ଭୁବନେଶ୍ୱରରୁ ଦିନ ୧୧ଟା ବେଳେ ବାହାରି ୧୨ଟା ବେଳେ ଝାରସୁଗୁଡାରେ ପହଞ୍ଚିବ । ଦିନ ୧୨ଟା ୩୦ ବେଳେ ରାଉରକେଲା ଅଭିମୁଖେ ଯିବ ବିମାନ ।

ଫେରନ୍ତା ଯାତ୍ରାରେ ରାଉରକେଲାରୁ ଅପରାହ୍ନ ୩ଟା ୫୦ରୁ ବାହାରି ଝାରସୁଗୁଡାରେ ୪ଟା ୧୦ ମିନିଟ୍ରେ ପହଞ୍ଚିବ । ଅପରାହ୍ନ ୪ଟା ୩୦ରୁ ଝାରସୁଗୁଡାରୁ ବାହାରି ୫ଟା ୩୦ ମିନିଟ୍ ରେ ଭୁବନେଶ୍ୱରରେ ପହଞ୍ଚିବ ।

ଭୁବନେଶ୍ୱରରୁ ଝାରସୁଗୁଡା ଭଡା ୫୪୯୯ ଟଙ୍କା ରଖାଯାଇଛି । ଏୟାର ଓଡିଶା ତରଫରୁ ଝାରସୁଗୁଡା, ରାଉରକେଲା ସହିତ ରାୟପୁରୁକୁ ମଧ୍ୟ ସଂଯୋଗ କରିବା ଲାଗି ଯୋଜନା କରାଯାଇଛି । ରାୟପୁରକୁ ଆସନ୍ତା ୯ ତାରିଖରେ ଉଡାଣ ହେବ ବୋଲି ସୂଚନା ଦିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଝାରସୁଗୁଡା, ବିମାନସେବା, ରାଉରକେଲା

ଝାରସୁଗୁଡ଼ା: ବ୍ୟାଙ୍କରୁ ଆଠ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟ୍

December 6, 2010 by ଓଡିଶା ଡଟ କମ Leave a Comment

 

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଝାରସୁଗୁଡ଼ା, ଡ଼ିସେମ୍ବର ୪(ଓଡ଼ିଶା ଡ଼ଟ୍ କମ୍) ଝାରସୁଗୁଡ଼ା ଜିଲ୍ଲାର ଏକ ବ୍ୟାଙ୍କରୁ ଶନିବାର ଦୁର୍ବୃତ୍ତମାନେ ଆଠ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲୁଟି ନେଇଥିବା ପୋଲିସ କହିଛି।

ସ୍ଥାନୀୟ ବିଜୟା ବ୍ୟାଙ୍କରୁ ଚାରି ଜଣ ଦୁର୍ବୃତ୍ତ ବନ୍ଧୁକ ଖୋଇ ଏହି ଟଙ୍କା ଲୁଟ୍ କରିଥିବା ପୋଲିସ କହିଛି । ସକାଳେ ବ୍ୟାଙ୍କ ଖୋଲିବା ବେଳେ ଏହି ଦୁର୍ବୃତ୍ତମାନେ ଗ୍ରାହକ ଭାବେ ଆସି ଉପସ୍ଥିତ ଗ୍ରାହକଙ୍କୁ ବନ୍ଧୁକ ଖୋଇ ଭୟଭୀତ କରିଥିଲେ ।

ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକର ଚାବି ମାଗିନେବା ପରେ ସେମାନେ କର୍ମଚାରୀ ଓ ଗ୍ରାହମାନଙ୍କୁ ଏକ କୋଠରୀରେ
ଭର୍ତ୍ତିକରି ଦେଇଥିଲେ । ପରେ ଲକରରୁ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ । ଲୁଟ୍ ପରେ ପୋଲିସ ପକ୍ଷରୁ ସହରର ସମସ୍ତ ସୀମା ସିଲ କରିିଆଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଝାରସୁଗୁଡା, ଦୁର୍ବୃତ୍ତ, ପୋଲିସ, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ