• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଝିନ୍ନ ହିକକା

ବିଧାୟକ ଅପହରଣ: ଆଉ ପାଞ୍ଚ ଜଣଙ୍କୁ ଛାଡ଼ିବାକୁ ଦାବି

April 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୭(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ ମାଓବାଦୀମାନେ ମଙ୍ଗଳବାର ପର୍ଯ୍ୟନ୍ତ ସମୟସୀମାକୁ ବୃଦ୍ଧି କରିଥିବା ବେଳେ ଆଉ ପାଞ୍ଚ ଜଣଙ୍କୁ ନିଃସର୍ତ ଖଲାସ କରିବାକୁ ଶନିବାର ଦାବି କରିଛନ୍ତି ।

ବିଧାୟକ ଓ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଆଠ ଜଣ ମାଓବାଦୀଙ୍କ ସମେତ ୨୭ ଜଣଙ୍କୁ ଖଲାସ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ଦୁଇଦିନ ପରେ ମାଓବାଦୀମାନେ ପୁଣି ଏଭଳି ଦାବି ଉପସ୍ଥାପନ କରିଛନ୍ତି ।

ସରକାର ୨୭ ଜଣଙ୍କ ସମେତ ଅନ୍ୟ ପାଞ୍ଚ ଜଣଙ୍କୁ ଖଲାସ କରନ୍ତୁ ବୋଲି ଆନ୍ଧ୍ର-ଓଡ଼ିଶା ବୋର୍ଡ଼ର ସ୍ପେଶାଲ ଜୋନାଲ କମିଟି ସଦସ୍ୟ ଜଗବନ୍ଧୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ପଠାଇଥିବା ଅଡ଼ିଓ ଟେପ୍ ରେ କହିଛନ୍ତି ।

ସଂପୃକ୍ତ ମାଓନେତା ଖଲାସ ହେବାକୁ ଥିବା ଲୋକଙ୍କ ନାମ ମଧ୍ୟ ଉକ୍ତ ଟେପ୍ ରେ ଉଲ୍ଲେଖ କରିଛନ୍ତି । “ଆମେ ସମୟସୀମାକୁ ଦଶ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛୁ । ଯଦି ସେମାନଙ୍କୁ ମୁକ୍ତ କରାନଯାଏ ତେବେ ସରକାର ପରବର୍ତୀ ପଦକ୍ଷେପ ଦେଖିବେ” ସେ କହିଛନ୍ତି ।

ଗତ ମାର୍ଚ୍ଚ ୨୪ରେ କୋରାପୁଟରୁ ବିଧାୟକଙ୍କୁ ଅପହରଣ କରିନେଇଥିବା ମାଓବାଦୀମାନେ ପୂର୍ବରୁ ଶନିବାର ପର୍ଯ୍ୟନ୍ତ ସେମାନଙ୍କର ଦାବି ସଂପର୍କରେ ନିଷ୍ପତି ନେବାକୁ ସରକାରଙ୍କୁ ସମୟ ଦେଇଥିଲେ । ହିକକାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଉକ୍ତ ମାଓନେତା ଟେପ୍ ରେ କହିଛନ୍ତି ।

ସେହିପରି ଗତ ମାର୍ଚ୍ଚ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା ଶାଖା ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋଙ୍କୁ ଅପହରଣ କରିନେଇଥିଲା । ତେବେ ତାଙ୍କର ମୁକ୍ତି ପାଇଁ ସଂଗଠନ ପକ୍ଷରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଝିନ୍ନ ହିକକା, ବିଧାୟକ, ମାଓବାଦୀ, ମୁଖ୍ୟମନ୍ତ୍ରୀ

ଅପହୃତଙ୍କ ମୁକ୍ତି ପାଇଁ ୨୭ ବନ୍ଦୀଙ୍କୁ ଛାଡ଼ିବାକୁ ନିଷ୍ପତି

April 4, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅପ୍ରେଲ ୪(ଓଡ଼ିଶା ଡ଼ଟ୍ କମ୍) ଅପହୃତ ବିଦେଶୀ ପର୍ଯ୍ୟଟକ ଏବଂ ବିଧାୟକଙ୍କ ମୁକ୍ତି ପାଇଁ ୨୭ ଜଣ ବନ୍ଦୀଙ୍କୁ ଜେଲ୍ ରୁ ଖଲାସ କରିବାକୁ ସରକାର ବୁଧବାର ନିଷ୍ପତି ଗ୍ରହଣ କରିଛନ୍ତି ।

ସଂଧ୍ୟାରେ କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏସଂପର୍କରେ କହିଛନ୍ତି ।

ବିଧାୟକ ଝିନ୍ନ ହିକକାଙ୍କ ମୁକ୍ତି ପାଇଁ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଥିବା ଚାଷି ମୂଲିଆ ଆଦିବାସୀ ସଂଘର ୧୫ ଜଣ ସଦସ୍ୟ ଏବଂ ୮ ଜଣ ମାଓବାଦୀଙ୍କୁ ଜେଲରୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି ବୋଲି ସେ କହିଛନ୍ତି ।

ସେହିପରି ସିପିଆଇ ମାଓବାଦୀ ସଂଗଠନର ଓଡ଼ିଶା କମିଟି ଦ୍ୱାରା ଅପହୃତ ପର୍ଯ୍ୟଟକ ବାସୁସ୍କୋ ପାଓଲୋଙ୍କ ମୁକ୍ତି ପାଇଁ ମଧ୍ୟସ୍ଥିଙ୍କ ଦ୍ୱାରା ଦିଆଯାଇଥିବା ତାଲିକା ମଧ୍ୟରୁ ଚାରି ଜଣଙ୍କୁ ଖଲାସ କରିବାକୁ ନିଷ୍ପତି ନିଆଯାଇଛି, ସେ କହିଛନ୍ତି ।

ଉଭୟ ବିଧାୟକ ଏବଂ ପର୍ଯ୍ୟଟକଙ୍କ ମୁକ୍ତି ପାଇଁ ଜେଲରୁ ଖଲାସ ହେବାକୁ ଥିବା ବ୍ୟକ୍ତିଙ୍କ ନାମ ଗୁରୁବାର ଘୋଷଣା କରାଯିବ, ସେ କହିଛନ୍ତି ।

ଗତ ୧୪ ତାରିଖରେ କନ୍ଧମାଳ ଜିଲ୍ଲାରୁ ମାଓବାଦୀମାନେ ଦୁଇ ଇଟାଲୀୟ ପର୍ଯ୍ୟଟକ ୫୪ ବର୍ଷ ବୟସ୍କ ବାସୁସ୍କୋ ପାଓଲୋ ଓ ୬୧ ବର୍ଷ ବୟସ୍କ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ ଅପହରଣ କରିନେଇଥିଲେ ।

ତେବେ ଗତ ୨୫ ତାରିଖରେ କନ୍ଧମାଳ ଜିଲ୍ଲାରେ ମାଓବାଦୀମାନେ କ୍ଲାଉଡ଼ିଓ କୋଲାଞ୍ଜେଲୋଙ୍କୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହସ୍ତାନ୍ତର କରିଥିଲେ ।

ସେହିପରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ବିଜେଡ଼ି ବିଧାୟକ ହିକକାଙ୍କୁ ମାଓବାଦୀମାନେ ଗତ ମାର୍ଚ୍ଚ ୨୪ରେ କୋରାପୁଟ ଜିଲ୍ଲାରୁ ଅପହରଣ କରିନେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: କୋରାପୁଟ, ଗଣମାଧ୍ୟମ, ଝିନ୍ନ ହିକକା, ବିଦେଶୀ ପର୍ଯ୍ୟଟକ, ବିଧାୟକ

  • « Go to Previous Page
  • Page 1
  • Page 2

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ