• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟୀକାକରଣ

ଡ଼ିଏଫ୍ଆଇଡ଼ି ତାଲିକାରେ ଓଡ଼ିଶାର ସ୍ୱାସ୍ଥ୍ୟସେବା ନମ୍ବର ଏକ

November 26, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଟୀକାକରଣ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବିଚାର କରି ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ସମୟରେ ଡ଼ିଏଫ୍ଆଇଡ଼ି ଓଡ଼ିଶାକୁ ଏକ ନମ୍ବର ସ୍ଥାନରେ ରଖିଛି ।

ରାଜ୍ୟରେ ଚାଲିଥିବା ସ୍ୱାସ୍ଥ୍ୟସେବା ଯୋଜନା(ଓଏଚ୍ଏସ୍ପି)ର କାର୍ଯ୍ୟକାରୀତା ନେଇ ଅତ୍ୟନ୍ତ ଖୁସି ବୋଲି ଡ଼ିଏଫ୍ଆଇଡ଼ି ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଲେଖାଯାଇଥିବା ପତ୍ରରେ ଦର୍ଶାଯାଇଛି ।

ସ୍ୱଚ୍ଛ ପାନୀୟଜଳ, ପରିମଳ ବ୍ୟବସ୍ଥା ଆଦି ଯୋଜନା କାର୍ଯ୍ୟକାରୀ କରାଯିବା ସହିତ ବହୁମୁଖୀ ପରିବାର ନିୟନ୍ତ୍ରଣ ଯୋଜନା ପାଇଁ ଡ଼ିଏଫ୍ଆଇଡ଼ି ୭୦୦ କୋଟି ଟଙ୍କା ଯୋଗାଇ ଦେବେ ବୋଲି ଏହାର କେନ୍ଦ୍ରୀୟ ପ୍ରତିନିଧିମାନେ ସ୍ୱାସ୍ଥ୍ୟସେବା ସଂକ୍ରାନ୍ତୀୟ ସମୀକ୍ଷା ପରେ ଘୋଷଣା କରିଛନ୍ତି ।

ରାଜ୍ୟରେ ଶିଶୁ ମୃତ୍ୟୁହାର ପ୍ରତି ଏକ ହଜାରରେ ୬୯ରୁ ୬୨କୁ ହ୍ରାସ ପାଇଥିବା ବେଳେ ମାତୃ ମୃତ୍ୟୁହାର ପ୍ରତି ଏକ ଲକ୍ଷରେ ୩୦୩ରୁ ୨୫୮କୁ ହ୍ରାସ ପାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ।

କେବଳ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ନୁହେଁ ଆଦିବାସୀ ମହିଳାମାନେ ମଧ୍ୟ ଚିକିତ୍ସାଳୟରେ ସନ୍ତାନ ପ୍ରସବ କରିବାକୁ ଆଗଭର ହୋଇଛନ୍ତି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ପାଇଁ ସଫଳତାର ମାଇଲଖୁଣ୍ଟ ବୋଲି ଡ଼ିଏଫ୍ଆଇଡ଼ି ଏହି ପତ୍ରରେ ଉଲ୍ଲେଖ କରିଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଟୀକାକରଣ, ସ୍ୱାସ୍ଥ୍ୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ