• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟେଲିଫୋନ ଟ୍ୟାପିଂ

ମନ୍ତ୍ରୀ,ବିଧାୟକଙ୍କ ଫୋନ ଟ୍ୟାପିଂ ହୋଇନାହିଁ : ମୁଖ୍ୟମନ୍ତ୍ରୀ

December 8, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୮(ଓଡିଶା ଡଟ୍ କମ୍)-ରାଜ୍ୟରେ କୌଣସି ମନ୍ତ୍ରୀ ସଂସଦ,ବିଧାୟକ ବା ପ୍ରଶାସନିକ ଅଧିକାରୀଙ୍କର ମୋବାଇଲ କି ଟେଲି ଫୋନ ଟ୍ୟାପିଂ ହୋଇନାହିଁ କେବଳ ଅପରାଧ ଓ ନକ୍ସଲ କାର୍ଯକଳାପରେ ସଂପୃକ୍ତ ବ୍ୟକ୍ତି ବିଶେଷକରେ ଟେଲିଫୋନ ଟ୍ୟାପିଂ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ୧୫୪କୋଟି ୮୮ ଲକ୍ଷ ୧୮ ହଜାର ଟଙ୍କା ଓ ସାଧାରଣ ପ୍ରଶାସନ ବିଭାଗର ୩୪ କୋଟି ୯୨ ଲକ୍ଷ ୮୪ ହଜାର ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଗୃହରେ ଆଗତ କରିଥିଲେ ।

ଏହି ଆଲୋଚନା ଉତରରେ ଶ୍ରୀ ପଟ୍ଟନାୟକ କହିଲେ ସେ ବ୍ୟକ୍ତିଗତ ଭାବେ ତାଙ୍କ ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରଶାସନିକ ସ୍ୱଚ୍ଛତାକୁ ବିଶ୍ୱାସ କରନ୍ତି । କେନ୍ଦ୍ର ସରକାର ବର୍ଷକୁ ୧ ଲକ୍ଷ ଟେଲିଫୋନ ଟ୍ୟାପିଂ କରୁଥିବା ବେଳେ ଓଡିଶାରେ ୪ ବର୍ଷରେ ୪୬୨୦ ଫୋନ ଟ୍ୟାପିଂ ହୋଇଛି । ଯାହାକି ବର୍ଷକୁ ୧୨୦୦ କମ୍ ।

ଟେଲିଫୋନ ଟ୍ୟାପିଂ ବେଆଇନ ନୁହେଁ । ଇଣ୍ଡିଆନ ଟେଲିଗ୍ରାଫ ଆଇନର ୧୮୫୫ ସେକ୍ସନ ୫(୨) ଅନୁଯାୟୀ ଓଡିଶା ସରକାର ଆଇନଗତ ଅନୁମତି ପାଇଛନ୍ତି । ତେଣୁ ବିରୋଧି ଦଳର ଅଭିଯୋଗ ଭିତିହୀନ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ବ୍ୟକ୍ତ କରି ବିରୋଧି କଂଗ୍ରେସ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ । ଏ ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ବୋଲି ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରସାଦ ହରିଚନ୍ଦନ ଦାବି କରିଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଟେଲିଫୋନ ଟ୍ୟାପିଂ, ବିରୋଧୀ ଦଳ, ବେଆଇନ, ମୁଖ୍ୟମନ୍ତ୍ରୀ

ଟେଲିଫୋନ ଟ୍ୟାପିଂକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧି

November 25, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ନଭେମ୍ବର ୨୫(ଓଡିଶା ଡଟ୍ କମ୍)-୨୦୦୮ ଡିସେମ୍ବର ୨୯ ତାରିଖରୁ ୨୦୧୨ ସେପ୍ଟେମ୍ବର ୧୨ ତାରିଖ ମଧ୍ୟରେ ରାଜ୍ୟ ସରକାର ୪୬୨୦ ଜଣଙ୍କ ଟେଲିଫୋନ ଟ୍ୟାପିଂ କରିଛନ୍ତି । ଘରୋଇ ବିଭାଗରୁ ସୂଚନା ଅଧିକାର ବଳରେ ମାନବାଧିକାର କର୍ମୀ ବିଶ୍ୱପ୍ରୀୟ କାନୁନଗୋ ଏହି ତଥ୍ୟ ହାସଲ କରିଛନ୍ତି ।

ତାଙ୍କୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୦ରୁ ୨୦୦୮ ମଧ୍ୟରେ ୪୧୭ ଜଣଙ୍କର ଟେଲିଫୋନ ଟ୍ୟାପିଂ କରାଯାଇଛି । ଏହା ଦ୍ୱାରାବ୍ୟକ୍ତିଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି କହି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧିଦଳ ।

ରାଜ୍ୟରେ ସେଭଳି କୌଣସି ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇନାହିଁ ସରକାର କାହିଁକି ଏତେ ସଂଖ୍ୟାର ଫୋନ ଟ୍ୟାପିଂକଲେ ତାହାର ବିଚାର ବିଭାଗୀୟ ତଦନ୍ତ କରାଯାଉ, ବିଜେପି ବରିଷ୍ଠନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି ।

ଶ୍ରୀ କାନୁନ୍ ଗୋ କହିଛନ୍ତି କେବଳ ଜରୁରୀ କାଳୀନ ପରିସ୍ଥିତି ଏବଂ ଜନସାଧାରଣଙ୍କ ସୁରକ୍ଷା ବିପଦଗ୍ରସ୍ତ ହେଲେ ସାମୟିକ ଭାବେ ଫୋନ ଟ୍ୟାପିଂ କରାଯାଇ ପାରିବ । ମାତ୍ର ସରକାର ତାହା ନକରି ମନଇଛା ଟ୍ୟାପିଂ କରି ଚାଲିଛନ୍ତି ।

ପିସିସି ସାଧାରଣ ସଂପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ମନ୍ତ୍ରୀ ହୋଇଥିବାରୁ ସେ ଏଥିପାଇଁ ଦାୟୀ । ଏହି ଚାରି ବର୍ଷମଧ୍ୟରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ବିରୋଧି ଦଳର ନେତା, ସାମ୍ବାଦିକ ଓ ବିଭିନ୍ନ ଆନ୍ଦୋଳନକାରୀଙ୍କ ବାର୍ତାଳାପକୁ ଟ୍ୟାପିଂ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଓ ଅସାମ୍ବିଧାନିକ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଟେଲିଫୋନ ଟ୍ୟାପିଂ, ବିରୋଧିଦଳ, ମୁଖ୍ୟମନ୍ତ୍ରୀ, ସରକାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ