• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟ୍ରକ ମାଲିକ

କେନ୍ଦୁଝର: ଅନଶନରତ ଟ୍ରକ ମାଲିକଙ୍କ ମୃତ୍ୟୁ, ଲଙ୍କାକାଣ୍ଡ

September 12, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

କେନ୍ଦୁଝର, ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଟ୍ରକ ଯୋଗେ ଲୁହାପଥର ପରିବହନକୁ ଦାବି କରି ଆମରଣ ଅନଶନରେ ବସିଥିବା ପ୍ରେମ ରଞ୍ଜନ ବେହେରା ନାମକ ଜଣେ ଟ୍ରକ ମାଲିକଙ୍କ ମୃତ୍ୟୁକୁ ନେଇ କେନ୍ଦୁଝରରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି ।

ବୁଧବାର ଏହି ଅଭାବନୀୟ ଘଟଣା ପ୍ରଘଟ ହେବାପରେ ଶହଶହ ଟ୍ରକ ମାଲିକ ଉତ୍ତେଜିତ ହୋଇ ଗଣ୍ଡଗୋଳ ଓ ଗାଡି ଭଙ୍ଗାରୁଜା କରିଛନ୍ତି ।

ଉତ୍ୟକ୍ତ ଟ୍ରକ ମାଲିକମାନେ ଜିଲ୍ଲାପାଳଙ୍କ ଗାଡି ଭାଙ୍ଗି ଦେଇଥିଲେ । ଏ ଘଟଣାରେ ପୋଲିସ ନିରବ ଦ୍ରଷ୍ଟା ସାଜିଥିଲେ । ପରିସ୍ଥିତି ଅଣାୟତ ହେବାରୁ ମାଓଦମନ ପାଇଁ ଆସିଥିବା ସିଆରପିଏଫ୍ ଜବାନମାନେ କାର୍ଯ୍ୟାନୁଷ୍ଠାନ ନେବାକୁ ଉଦ୍ୟତ ହେବାରୁ ଟ୍ରକ ମାଲିକଙ୍କ ସମେତ ସାଧାରଣ ଲୋକ ମଧ୍ୟ ଏହାକୁ ବିରୋଧ କରିଥିଲେ ।

ଫଳରେ ଜବାନମାନେ କ୍ଷମାମାଗି ଫେରି ଯାଇଥିଲେ । ଗତ ୮ ଦିନଧରି କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘସିପୁରା ଅଞ୍ଚଳର ଗାଡିମାଲିକ ପ୍ରେମରଞ୍ଜନ ବେହେରା ଅନଶନରେ ବସିଥିଲେ ।

ମଙ୍ଗଳବାର ତାଙ୍କ ହେ ଖରାପ ହେବାରୁ ତାଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରୀତ କରାଯାଇଥିଲା । ମାତ୍ର କଟକ ଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

ଦୀର୍ଘ ୯ ଦିନହେଲା ଶହଶହ ଟ୍ରକମାଲିକ ଆନ୍ଦୋଳନରେ ସାମିଲ ହୋଇଥିଲେ ମଧ୍ୟ ଜିଲ୍ଲାପ୍ରଶାସନ କୌଣସି ଆଲୋଚନା ପାଇଁ ଆଗ୍ରହ ପ୍ରକାଶ କରୁନଥିବାରୁ ମାଲିକମାନଙ୍କ ମଧ୍ୟରେ କ୍ଷୋଭ, ଦୁଃଖ ଓ ଉତେଜନା ପ୍ରକାଶ ପାଇଛି ।

ଏ ଘଟଣା ନେଇ ବଡବିଲ ଟ୍ରକ ମାଲିକ ସଂଘ ଆସନ୍ତା କାଲି ୧୨ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା ଦେଇଛି । ଏ ଘଟଣା ନେଇ ବ୍ୟାବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦୁଝର, ଟ୍ରକ ମାଲିକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ