• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟ୍ରକ

ବସ, ଟ୍ରକ ମାଲିକଙ୍କ ଅନିର୍ଦ୍ଦିଷ୍ଟ ଧର୍ମଘଟ ଡାକରା

May 21, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୧ (ଓଡିଶା ଡଟ କମ ) ବିଭିନ୍ନ ଦାବି ନେଇ ରାଜ୍ୟର ଘରୋଇ ବସ ମାଲିକ ସଂଘ ଜୁନ ପାଞ୍ଚ ତାରିଖରୁ ଓ ରାଜ୍ୟ ଟ୍ରକ ମାଲିକ ସଂଘ ସେହିମାସ ନଅ ତାରିଖରୁ ଅନିର୍ଦ୍ଦିଷ୍ଟ କଳା ପାଇଁ ଧର୍ମଘଟ ଡାକରା ଦେଇଛନ୍ତି ।

ଏହା ଫଳରେ ରାଜ୍ୟରେ ଯାତ୍ରୀ ଓ ମାଲ ପରିବହନ ସେବା ଗୁରୁତର ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଦୁର୍ଘଟଣା ସଂପର୍କିତ ଜାରି ଏକ ନିର୍ଦେଶନାମାକୁ  ବିରୋଧ କରି ତଥା ଭଡା ବୃଦ୍ଧି ଉପରେ ସରକାରଙ୍କ  ସ୍ପଷ୍ଟ ନୀତି ପ୍ରଣୟନ ଦାବିରେ ଉଭୟ ସଂଘ ମୁଖ୍ୟତଃ  ଏହି ଧର୍ମଘଟର ଡାକରା ଦେଇଛନ୍ତି।

ବସ କିମ୍ବା ଟ୍ରକ ଦୁର୍ଘଟଣାଗ୍ରସ୍ତ ହେଲେ ସମ୍ପୃକ୍ତ ବସ କିମ୍ବା ଟ୍ରକର ଡ୍ରାଇଭରଙ୍କ ଲାଇସେନସ ରଦ୍ଦ ତଥା ଗାଡିର ଫିଟନେସ ଓ ପରମିଟକୁ ବାତିଲ କରାଯିବା
ନେଇ ଏକ ନିର୍ଦ୍ଦେଶନାମ ନିକଟରେ ରାଜ୍ୟ ପରିବହନ କମିଶନର ଜାରି କରିଛନ୍ତି ଯାହାକୁ ଉଭୟ ସଂଘ ବିରୋଧ କରିଛି ।

ବିଭିନ୍ନ ସମୟରେ ଡିଜେଲ ଓ ପେଟ୍ରୋଲ ଦରରେ ପରିବର୍ତ୍ତନ ହେଉଥିବାରୁ ସେହି ଅନୁପାତରେ ବସ ଓ ଟ୍ରକ ଭଡା ମଧ୍ୟ ବୃଦ୍ଧିକରିବା ପାଇଁ ଏକ ବ୍ୟବସ୍ଥା ଲାଗୁ କରିବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି ।

୧୬ ହଜାର ବସ ଓ ଏକ ଲକ୍ଷ ୩୦ ହଜାର ଟ୍ରକ ଏହି ଧର୍ମଘଟରେ ସାମିଲ ହେବେ ବୋଲି ସଂଘ ମାନଙ୍କ ତରଫରୁ କୁହା ଯାଇଛି ।
ଓଡିଶା ଡଟ କମ

News Bureau
News Bureau

Filed Under: ଅର୍ଥ-ବ୍ୟବସାୟ Tagged With: ଟ୍ରକ, ଧର୍ମଘଟ, ବସ

ଦୁଇ ସଡକ ଦୁର୍ଘଟଣାରେ ୫ ମୃତ, ୪ ଗୁରୁତର

November 28, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ନଭେମ୍ବର ୨୮(ଓଡିଶା ଡଟ୍ କମ୍)-ଦୁଇଟି ସଡକ ଦୁର୍ଘଟଣାରେ ୫ ଜଣ ମୃତ୍ୟୁବରଣ କରିଥିବାବେଳେ ୪ ଜଣ ଗୁରୁତ୍ୱର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୋଲିସ ସୂତ୍ରରୁ ପ୍ରକାଶ ।

ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଅନ୍ତର୍ଗତ କଂସରା ଗୋଡିସାହି ଠାରେ ମଙ୍ଗଳବାର ରାତିରେ ଏକ ମର୍ମତୁଦ ଦୁର୍ଘଟଣା ଘଟି ୩ ଜଣ ପ୍ରାଣ ହରାଇଛନ୍ତି ।

ମଇ ଧରପୁରରୁ ହିନ୍ଦୋଳ ଗୋବର୍ଦ୍ଧନପୁରକୁ ମିନିଟ୍ରକରେ ୫ଜଣ ଯାଉଥିବାବେଳେ ଗୋଡିସାହି ଠାରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା ।

ଯାହାଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାପାଶ୍ୱରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ହୋଇ ଯିବାରୁ ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା ।

ବିଦ୍ୟୁତ ଚାର୍ଜଯୋଗୁଁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ହିନ୍ଦୋଳରୁ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲା ।

ମାତ୍ର ସେଠାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ସେମାନେ ହେଲେ ସୋନୁ ନାୟକ, ଶ୍ରୀବତ୍ସ ଭୋଇ ଓ ପିତାମ୍ବର ଭୋଇ । ଆହତ ସାଇକେଲ ଆରୋହୀ ଶ୍ରୀପଞ୍ଚ ସେଠୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ଦୁଇଜଣ ବିଭୂତି ପ୍ରଧାନ ଓ ବେଡା ଭୋଇ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି ।

ଅନ୍ୟ ଏକ ଦୁର୍ଘଟଣା କଟକ ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଯୁଜୁମରା ଥାନା ଅନ୍ତର୍ଗତ ରାମବଡମାଲ ଠାରେ ରାସ୍ତାକଡକୁ ଏକ ଟ୍ରକ ଓଲଟି ପଡିବାରୁ ଦଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ୱର ଆହତ ହୋଇଛନ୍ତି ।

ନାଲକୋରୁ ଆଲୁମିନିୟମ ବୋଝେଇକରି ଟ୍ରକଟି ଗୁଜୁାଟର ଅହମ୍ମଦାବାଦକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭର ତଥା ଅନୁଗୁଳ ଜିଲ୍ଲା ଜରପଡା ଅଞ୍ଚଳର ସୁନିଲ ସାହୁ ଓ ତାଙ୍କ ସଂପର୍କୀୟ ରେଢାଖୋଲ ସହରର ଖଣ୍ଡାଢିପ ନିବାସୀ ପ୍ରଦୀପ ସାହୁଙ୍କର ମୃତ୍ୟୁ ଘଟିଛି ।

ଟ୍ରକରେ ଯାଉଥିବା ଅନୁଗୁଳର ରିଙ୍କୁ ସେଠ୍ ଆହତ ହୋଇଛନ୍ତି । ଯୁଜମରା ଥାନା ଆଇଆଇସି ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଚିକିତ୍ସା, ଜାତୀୟ ରାଜପଥ, ଟ୍ରକ, ବିଦ୍ୟୁତ ଖୁଣ୍ଟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ