• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଟ୍ରେନ୍

ଟ୍ରେନ ପରିମଳ ବ୍ୟବସ୍ଥା ସୁଧାରିବା ପାଇଁ ରେଳବାଇକୁ ନିର୍ଦ୍ଦେଶ

May 23, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ପୁରୀ, ମଇ ୨୩ (ଓଡିଶା ଡଟ କମ) ପୁରୀ ସହରରୁ ଦେଶର ବିଭିନ୍ନ ଅଂଚଳକୁ ଯାଉଥିବା ଟ୍ରେନ୍ ଗୁଡିକରେ ପରିମଳ ବ୍ୟବସ୍ଥା ସୁଧାରିବା, ସ୍ୱଚ୍ଛତା ଅବଲମ୍ବନ କରିବା ଓ ଯାତ୍ରୀମାନଙ୍କୁ ଠିକ୍ ସେବା ଯୋଗାଇ ଦେବା ଲାଗି ଜାତୀୟ ମାନବାଧିକାର କମିଶନ ରେଳବାଇ ବୋର୍ଡକୁ ନିର୍ଦ୍ଦେଶ ଦେଇଥିବା ଜଣେ ମାନବଧିକାର କର୍ମୀ ଶନିବାର କହିଛନ୍ତି ।

କମିଶନଙ୍କ ନିକଟରେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଅଭିଯୋଗ କରିଥିଲେ ଯେ ଗତ ମାସରେ ସେ ପୁରୀ-ବିକାନେର ଟ୍ରେନ୍ ର ଏସି ବଗିରେ ଛତିଶଗଡର ବିଳାସପୁରକୁ ଯାଇଥିଲେ । କିନ୍ତୁ ଏହି ଟ୍ରେନ୍ ରେ ମିଳୁଥିବା ଖାଦ୍ୟ ଅତି ନିମ୍ନମାନର ଥିଲା ଏବଂ ଟ୍ରେନ୍ ରେ ସ୍ୱଚ୍ଛତା ପ୍ରତି ଆଦୌ ଧ୍ୟାନ ଦିଆଯାଇନଥିଲା ।

ବଗିରେ ମୂଷା ଓ ଅସରପା ବୁଲୁଥିବାରୁ ଦେଖିବାକୁ ମିଳିଥିଲା । ପାଇଖାନାଗୁଡିକର ଅବସ୍ଥା କହିଲେ ନସରେ । ଏଗୁଡିକରୁ ଦୁର୍ଗନ୍ଧ ବାହାରୁଥିବା ସତ୍ୱେ ସଫା କରାନଯାଇଥିଲା । ଯାହା ଫଳରେ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡିଥିଲ। । ସେହିପରି ସେ ବିଳାସପୁରରୁ ଫେରିବା ବେଳେ ମଧ୍ୟ ଅନ୍ୟ ଏକ ସୁପରଫାଷ୍ଟ ଟ୍ରେନ୍ ରେ ସମାନ ଅବସ୍ଥା ଦେଖିବାକୁ ପାଇଥିଲେ ।

କେବଳ ଏହି ଦୁଇଟି ଟ୍ରେନ୍ ନୁହେଁ, ପ୍ରାୟ ସବୁ ଟ୍ରେନରେ ପରିମଳ ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉନଥିବାରୁ ଯାତ୍ରୀମାନଙ୍କୁ ବିଶେଷକରି ପିଲାମାନଙ୍କୁ ରୋଗ ସଂକ୍ରମଣର ଆଶଙ୍କା ରହିଛି ବୋଲି ସେ ଦର୍ଶାଇଥିଲେ ।

କମିଶନ ଅଭିଯୋଗକୁ ବିଚାରକୁ ନେଇ ଦୁଇଟି ମାମଲା ରୁଜୁ କରିଥିଲେ । ଏହାର ଶୁଣାଣୀ କରି କମିଶନ ଆବେଦନକାରୀ ଉଠାଇଥିବା ସମସ୍ୟା ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ରେଲୱେ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଆଠ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଆବେଦନକାରୀଙ୍କୁ ଅବଗତ କରାଇବାକୁ ମଧ୍ୟ କମିଶନ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ମାନବାଧିକାର Tagged With: ଟ୍ରେନ୍, ପରିମଳ, ଯାତ୍ରୀ, ସ୍ୱଚ୍ଛତା

ଟ୍ରେନ୍ ଚଳାଚଳ ଦାବିରେ ଆନ୍ଦୋଳନ

February 27, 2012 by admin

ଓଡ଼ିଶା ଡ଼ଟ୍ କମ୍ : ଅମରନାଥ ପରିଡ଼ା

ଜଗତସିଂହପୁର, ଫେବୃୟାରୀ ୨୭(ଓଡ଼ିଶା ଡ଼ଟ୍ କମ୍) ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଦାବିରେ ଜଗତସିଂହପୁର ଜିଲ୍ଲାର ହଜାର ହଜାର ଗ୍ରାମବାସୀମାନେ ସୋମବାର ବଡ଼ଖଣ୍ଡେଇ ଠାରେ ରେଳ ରୋକ କରିବା ସହ ଆନ୍ଦୋଳନ କରିଛନ୍ତି ।

ବରୁଣେଇ-ବଡ଼ଖଣ୍ଡେଇ ରେଳ ଗଣ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ୧୨ଟି ଦାବିରେ ଏହି ଲୋକମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ଚଳାଇଛନ୍ତି ।

ପୂର୍ବରୁ ବଡ଼ଖଣ୍ଡେଇ ଠାରେ ରେଳ ଷ୍ଟେସନ ଥିବାରୁ ବିରିଡ଼ି, ରଘୁନାଥପୁର, ଜଗତସିଂହପୁର ଆଦି ଅଞ୍ଚଳର ଲୋକମାନେ ଉପକୃତ ହେଉଥିଲେ ।

ସେହିପରି ୧୯୯୩ରୁ ସ୍ଥାନୀୟ ଲୋକମାନେ ଯାତ୍ରୀବାହି ଟ୍ରେନ୍ ରହଣି ଏବଂ ବରୁଣେଇ ଠାରେ ଫାଟକ କରିବା ପାଇଁ ଦାବି କରିଆସୁଥିଲେ ମଧ୍ୟ ରେଳ କର୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଇନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।

ଗତ ବର୍ଷ ଏହି ଲୋକମାନେ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ସ୍ଥିତ ରେଳବାଇ ଡ଼ିଏମ୍ ଆର୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପରେ ଜିଲ୍ଲା ପ୍ରଶାସନ ଏ ବିଷୟରେ ରେଳ କର୍ତୃପକ୍ଷଙ୍କ ସହ ଆଲୋଚନା ଦାବି ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ କିନ୍ତୁ ଦାବି ପୂରଣ ନହେବାରୁ ସେମାନେ ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ ।

ରେଳବାଇ ମୁଖ୍ୟ ମହାପ୍ରବନ୍ଧକ ଜିଲ୍ଲା ପ୍ରଶାସନ ତଥା ପୋଲିସ ସହ ଆଲୋଚନା କରି ଏହି ଘଟଣା ବିଷୟରେ ତିନି ମାସ ମଧ୍ୟରେ ତଦନ୍ତ କରିବାକୁ କହିଥିଲେ । କିନ୍ତୁ ୧୧ ମାସ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ଦାବି ସଂପର୍କରେ କୌଣସି କାର୍ଯ୍ୟ କରାଯାଇନାହିଁ ।

ତେବେ ଲୋକମାନେ ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ ମଧ୍ୟ ରେଳ କର୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ କେହି ଘଟଣା ସ୍ଥଳକୁ ଯାଇନଥିଲେ । ଆନ୍ଦୋଳନ ଫଳରେ ଏହି ରେଳପଥ ଦେଇ ଯାଇଥିବା ଯାତ୍ରୀବାହୀ ଏବଂ ମାଲବାହୀ ଟ୍ରେନ୍ ଗୁଡ଼ିକ ବିଭିନ୍ନ ସ୍ଥାନରେ ଅଟକି ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଜଗତସିଂହପୁର, ଜିଲ୍ଲା ପ୍ରଶାସନ, ଟ୍ରେନ୍

ମାଲବାହୀ ଓ ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ଧକ୍କା, ୧ଆହତ

November 23, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଝାରସୁଗୁଡ଼ା, ନଭେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଝାରସୁଗୁଡ଼ା ଜିଲ୍ଲାରେ ବୁଧବାର ଯାତ୍ରୀବାହୀ ଓ ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଜଣେ ବ୍ୟକ୍ତି ଆହତ ହୋଇଥିବା ପୋଲିସ କହିଛି ।

ଯାତ୍ରୀବାହୀ କୋରାପୁଟ ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ମାଲବାହୀ ଟ୍ରେନ ଉଭୟ ଝାରସୁଗୁଡ଼ା ଷ୍ଟେସନରେ ଥିବା ବେଳେ ଏହି ଦୁର୍ଘଟଣା ହୋଇଥିବା ଜଣେ ଅଧିକାରୀ କହିଛନ୍ତି ।

ମାଲବାହୀ ଟ୍ରେନ ଷ୍ଟେସନରୁ ଯିବା ପାଇଁ ସଂକେତ ଦିଆଯାଇଥିବା ବେଳେ ଯାତ୍ରୀବାହୀ ଟ୍ରେନ୍ ଡ଼୍ରାଇଭର ଟ୍ରେନ୍ କୁ ଆଗକୁ ବଢାଇଥିଲେ । ଫଳରେ ଗୋଟିଏ ଟ୍ରେନ୍ ଅନ୍ୟ ଟ୍ରେନ୍ ସହ ଘଷି ହୋଇଥିଲା ।

ତେବେ ବିକାଶ ନାୟକ ନାମକ ଜଣେ ଯୁବକ ଯାତ୍ରୀବାହୀ ଟ୍ରେନ୍ କୁ ଡ଼େଇଁ ପଡ଼ିବାରୁ ତାଙ୍କର ଗୋଡ଼ରେ ଆଘାତ ଲାଗିଛି । ଆହତ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଟ୍ରେନ୍, ସମଲେଶ୍ୱରୀ ଏକ୍ସପ୍ରେସ

ଓଡ଼ିଶା ପାଇଁ ଛଅଟି ନୂଆ ଟ୍ରେନ୍

November 11, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନୂଆିଲ୍ଲୀ, ନଭେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) କେନ୍ଦ୍ର ରେଳମନ୍ତ୍ରୀ ୨୬ଟି ନୂତନ ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଥିବା ବେଳେ ସେଥିମଧ୍ୟରୁ ଓଡ଼ିଶା ପାଇଁ ଛଅଟି ଟ୍ରେନ୍ ରହିଛି ।

ଏହି ଛଅଟି ନୂଆ ଟ୍ରେନ୍ ଗୁଡ଼ିକ ହେଲା ଝାରସୁଗୁଡ଼ା-ଭୁବନେଶ୍ୱର ରାଜ୍ୟରାଣୀ ଏକ୍ସପ୍ରେସ, ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ, ବାରିପଦା-ବାଙ୍ଗିରିପୋଷୀ ଡ଼ିଏମ୍ୟୁ, କେନ୍ଦୁଝର-ଭୁବନେଶ୍ୱର ପାସେଞ୍ଜର, ହାତିଆ-ପୁଣେ ଏକ୍ସପ୍ରେସ ଭାୟା ଝାରସୁଗୁଡ଼ା ଏବଂ ପୋରବନ୍ଦର ସାନ୍ତରାଗାଚ୍ଛି କବିଗୁରୁ ଏକସପ୍ରେସ ଭାୟା ଝାରସୁଗୁଡ଼ା ।

ଟ୍ରେନ୍ ଗୁଡ଼ିକ ଆସନ୍ତା ସପ୍ତାହ ମଧ୍ୟରେ ଚଳାଚଳ କରିବ ବୋଲି ଶୁକ୍ରବାର ରେଳମନ୍ତ୍ରୀ ଦୀନେଶ ତ୍ରିବେଦୀ କହିଛନ୍ତି । ଏହାବ୍ୟତୀତ ଜାମ୍ମୁତାୱି-ହାତିଆ ଏକ୍ସପ୍ରେସକୁ ରାଉରକେଲା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି ।

ପୂର୍ବତନ ରେଳମନ୍ତ୍ରୀ ମମତା ବାନାର୍ଜୀ ସଂସରେ ୨୦୧୧-୧୨ ରେଳ ବଜେଟ୍ ଉପସ୍ଥାପନ ସମୟରେ ଏହି
ଟ୍ରେନ୍ ଗୁଡ଼ିକ ଚାଲିବା ବିଷୟରେ ଘୋଷଣା କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଟ୍ରେନ୍, ରେଳମନ୍ତ୍ରୀ

ଜିପ୍ କୁ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ୍, ୧ ମୃତ

November 8, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଟିଟିଲାଗଡ଼, ନଭେମ୍ବର ୮(ଓଡ଼ିଶା ଡ଼ଟ୍ କମ୍) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠାରେ ମଙ୍ଗଳବାର ଜଗୁଆଳି ବୀହୀନ ଫାଟକ ଦେଇ ଯାଉଥିବା ଜିପ୍ କୁ ଯାତ୍ରୀବାହୀ ଟ୍ରେନ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିବା ପୋଲିସ କହିଛି ।

ମୁରିବାହାଲ ଷ୍ଟେସନ ନିକଟରେ ଦିଲ୍ଲୀ-ବିଶାଖାପାଟନମ୍ ସମତା ଏକ୍ସପ୍ରେସ ଉକ୍ତ ଜିପ୍ କୁ ଧକ୍କା ଦେଇଥିବା ଏସ୍ଡ଼ିପିଓ ଜି.ଏନ୍.ଯୋଶୀ ଓଡ଼ିଶା ଡ଼ଟ୍ କମ୍ କୁ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅପରାଧ, ଜିପ୍, ଟ୍ରେନ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ