• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡାଲି ଦୁର୍ନୀତି

ଡାଲି ଦୁର୍ନୀତି, ସିଏଜି ରିପୋର୍ଟକୁ ନେଇ ଝଡ

December 16, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୫(ଓଡିଶା ଡଟ୍ କମ୍)-ଡାଲିକିଣା ଓ ବିପିଏଲ ଚାଉଳ ହେରେଫେର ନେଇ ବିରୋଧୀ ଯେଉଁ ଅଭିଯୋଗ କରିଆସୁଥିଲେ ତାକୁ ଅଧିକ ମଜବୁତ କରିଛି ସିଏଜି ରିପୋର୍ଟ । ସିଏଜିଙ୍କ ରିପୋର୍ଟ ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

ବିଧାନସଭାରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟରେ ଅନିୟମିତତା ଓ ଦୁର୍ନୀତି ବିଷୟ ଉଲ୍ଲେଖ ରହିଛି । ଡାଲି କିଲୋ ୭୫ଟଙ୍କା ନିର୍ଦ୍ଧାରଣ ହୋଇଥିବାରୁ ଠିକାଦାରମାନେ କମ୍ ଦରରେ ଡାଲିକିଣି ସେହି ପରିମାଣରେ ଟଙ୍କା ଦର୍ଶାଇଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଫଳରେ ରାଜ୍ୟ ସରକାର ୪୩କୋଟି ୬୧ଲକ୍ଷ ଟଙ୍କା କ୍ଷତି ସହିଛନ୍ତି । ଧାର୍ଯ୍ୟଡାଲିର ମାନ ମଧ୍ୟ ଠିକ୍ ନଥିଲା । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଚୁପ୍ ରହିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏପରିକି ସାଧରଣ ବଣ୍ଟନ ବ୍ୟବସ୍ଥା ବିପିଏଲ ପରିବାରକୁ ବଣ୍ଟାଯାଉଥିବା ଚାଉଳରେ ଅନିୟମିତତା । ସିଏଜି ତାଙ୍କ ରିପୋର୍ଟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବାଟ ହୁଡିଛନ୍ତି । ବିପିଏଲ ପରିବାରକୁ ୨ ଟଙ୍କିଆ ଚାଉଳର ଭୁଲ ବଣ୍ଟନ ଯୋଗୁଁ ୨,୬୫୫କୋଟି ୬୧ ଲକ୍ଷ ଟଙ୍କାର କେନ୍ଦ୍ରୀୟ ରିହାତି ଏପଟ ସେପଟ ହୋଇଛି ।

୨୦୦୨ରୁ ୧୨ ମଧ୍ୟରେ ବିପିଏଲ ପରିବାରକୁ ୫ ଟଙ୍କା ୬୫ ପଇସା ହିସାବରେ ମାସିକ ୩୫କେଜି ଚାଉଳ ଦେବାକୁ କେନ୍ଦ୍ର ସରକାର ଯୋଜନା ଆରମ୍ଭ କରିଥିଲେ । ଏହି ସମୟରେ ରାଜ୍ୟ ସରକାର ୪୪ ଲକ୍ଷ ପରିବାରକୁ ୩୫ କେଜି ବଦଳରେ ୨୫ କେଜି ଚାଉଳ ଦେଇଥିଲେ ।

ଏହାକୁ କେନ୍ଦ୍ର ସରକାର ବିରୋଧ କରିଥିଲେ ଏବଂ ବିପିଏଲ ପରିବାରକୁ ୩୫ କେଜି ଚାଉଳ ଦେବକୁ କହିଥିଲେ ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ।

ରକ୍ତ ଭଣ୍ଡାର ପାଇଁ ରକ୍ତ କିଣାରେ ହେରେଫେର,ସରକାରୀ ଓ ଘରୋଇ ସହଭାଗିତା ନିର୍ମାଣଧିନ ବନ୍ଦରରେ ଆର୍ଥିକ ଅନିୟମିତତା ଓ ନିୟମ ବହିର୍ଭୂତ କାର୍ଯ୍ୟ ହୋଇଥିବା ସିଏଜି ତାଙ୍କ ରିପୋର୍ଟ ରେ ଦର୍ଶାଇଛନ୍ତି ।

ରାଜ୍ୟରେ ୮୨ ପ୍ରତିଶତ ରକ୍ତ ଭଣ୍ଡାରର ଆବଶ୍ୟକ ଭିତିଭୂମି ନଥିବାବେଳେ ରକ୍ତ ସଂଗ୍ରହ ହେଉଥିବା ସିଏଜି ତାଙ୍କ ରିପୋର୍ଟରେ ସମାଲୋଚନା କରିଛନ୍ତି ।

ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂଦେଓ କହିଛନ୍ତି ଯେଉଁ ସିଏଜି ରିପୋର୍ଟକୁ ନେଇ ବିଜେଡି ସଂସଦରେ କେନ୍ଦ୍ର ସରକାର ବିରୋଧରେ ହୋହାଲ୍ଲା କରୁଛି କିନ୍ତୁ ଓଡିଶା ପାଇଁ ସିଏଜି ଯେଉଁ ରିପୋର୍ଟ ଦେଇଛନ୍ତି ତାକୁ କାହିଁକି ଗ୍ରହଣ କରାଯିବନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସ୍ୱାଧୀନ ବିଧାୟକ ପ୍ରତାପ ଷଡଙ୍ଗୀ କହିଛନ୍ତି ସିଏଜି ରାଜ୍ୟ ସରକାରଙ୍କ ବହୁତ ଦୁର୍ନୀତି କଥା ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି । ତିନୋଟି ନିଗମରେ ସରକାର ହଜାର ହଜାର କୋଟି ଟଙ୍କା କ୍ଷତି କରିଛନ୍ତି । ସରକାରଙ୍କ ସମସ୍ତ ଭଷ୍ଟାଚାର,ଦୁର୍ନୀତି ଓ ଅପାରଗତା ସଂପର୍କରେ ସିଏଜି ତାଙ୍କ ରିପୋର୍ଟରେ ପ୍ରମାଣ କରିଦେଇଛନ୍ତି ।

କଂଗ୍ରେସ ବିଧାୟକ ଅନୁପସାଏ କହିଛନ୍ତି ଯେଉଁଭଳି ଭାବରେ ସେହି ଟଙ୍କା ଆତ୍ମସାତ କରାଯାଇଛି ସେଥିପାଇଁ ବହୁତ ଲୋକ ଏଥିପାଇଁ ଜେଲ ଯିବେ । ସିଏଜି ରିପୋର୍ଟକୁ ସରକାର ଢାଙ୍କିକି ରଖିଥିଲେ । ଭାରତ ସରକାର ହଜାର ହଜାର କୋଟି ଟଙ୍କା ଦେଉଛନ୍ତି ତାହା ମଧ୍ୟ ଖର୍ଚ୍ଚ ହେଲାନାହିାଁ ମା ଓ ପେଟରେ ଥିବା ଛୁଆଙ୍କ ପାଇଁ ଆସୁଥିବା ଟଙ୍କା ମଧ୍ୟ ଆତ୍ମସାତ ହୋଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଡାଲି ଦୁର୍ନୀତି, ବିଧାନସଭା, ବିପିଏଲ, ସିଏଜି ରିପୋର୍ଟ

ଡ଼ାଲି ଦୁର୍ନୀତି ନେଇ ପୁଣି ହଟ୍ଟଗୋଳ, ଗୃହ ମୁଲତବି

February 21, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୨୧(ଓଡ଼ିଶା ଡ଼ଟ୍ କମ୍) ସର୍ବଦଳୀୟ ବୈଠକରେ ସରକାରଙ୍କ ଠାରୁ ପ୍ରତିଶୃତ ପାଇବା ପରେ କେବଳ ଗୋଟିଏ ଦିନ ଗୃହରେ ସହଯୋଗ କରିଥିବା ବିରୋଧି ସଭ୍ୟମାନେ ସୋମବାର ଡ଼ାଲି ଦୁର୍ନୀତି ନେଇ ପୁଣି ହଟ୍ଟଗୋଳ କରିଛନ୍ତି ।

ଫଳରେ ଦେଖାଦେଇଥିବା ଅଚଳାବସ୍ଥା ଏଡ଼ାଇବା ପାଇଁ ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ବାରମ୍ବାର ଗୃହ ମୁଲତବି ରଖିବାକୁ ପଡ଼ିଛି ।

ଶୂନ୍ୟ କାଳରେ ପ୍ରଥମେ ବିରୋଧି ଦଳ ନେତା ଭୂପିନ୍ଦର ସିଂହ ଡ଼ାଲି ଦୁର୍ନୀତି ପ୍ରସଙ୍ଗ ଉଠାଇ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଯେଉଁ ପ୍ରତିଶୃ୍ତି ଦେଇଥିଲେ ତାହା ଅ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ ବୋଲି କହିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଜିଲ୍ଲାରେ ତଦନ୍ତ ଶେଷ ହୋଇଛି ତାହାର ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇ ନାହିଁ ଓ ସରକାର ଜାଣି ଶୁଣି ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି, ସେ ଅଭିଯୋଗ କରିଥିଲେ ।

ପରେ ଅନ୍ୟ ସଦସ୍ୟମାନେ ଗୃହରେ ତଦନ୍ତ ରିପୋର୍ଟ କେବେ ଉପସ୍ଥାପନ ହେବ ବୋଲି ଜାଣିବାକୁ ଚାହିଁଥିଲେ । ଏହାକୁ ନେଇ କଂଗ୍ରେସ ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ସରକାରୀ ବିରୋଧୀ ସ୍ଲୋଗାନ ଦେଇଥିଲେ ।

ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ୧୨ଟା ୨ରୁ ୧୨ଟା ୪୫ ପର୍ଯ୍ୟନ୍ତ ମୁଲତବି ରଖିଥିଲେ । ପରେ ଉପବାଚସ୍ପତି ଗୃହକୁ ଦ୍ଵିତୀୟ ଥର ପାଇଁ ଦଶ ମିନିଟ୍ ଓ ଶେଷରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ରଖିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିରୋଧି, ମୁଖ୍ୟ ଖବର, ମୁଖ୍ୟମନ୍ତ୍ରୀ

ବାଚସ୍ପତିଙ୍କ ପୋଡ଼ିୟମ ପାଲଟିଲା ରଣକ୍ଷେତ୍ର

February 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୧୮(ଓଡ଼ିଶା ଡ଼ଟ୍ କମ୍) ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନର ଚତୁର୍ଥ ଦିନ ଜିଲ୍ଲାପାଳ ଅପହରଣ ଓ ଡ଼ାଲି ଦୁର୍ନୀତିକୁ ନେଇ ଶୁକ୍ରବାର ବାଚସ୍ପତିଙ୍କ ପୋଡ଼ିୟମ ରଣକ୍ଷେତ୍ର ପାଲଟିଛି ।

ଅଭାବନୀୟ ଘଟଣାକ୍ରମେ ଶାସକ ଓ ବିରୋଧି ବିଧାୟକମାନେ ଧସ୍ତାଧସ୍ତି ହୋଇଛନ୍ତି । ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଯୋଗୁଁ ଗୃହ ଆରମ୍ଭ ହେବାର ପାଞ୍ଚ ମିନିଟ୍ ପରେ ବାଚସ୍ପତି ଦିନ ତିନିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

ବୈଠକ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ତଳେ ବସିଯାଇ ପୋଡ଼ିୟମ ନିକଟରେ ବ୍ୟାନର ଲଗାଇଥିଲେ ।

ବିରୋଧ ଦଳ ନେତା ଭୂପିନ୍ଦର ସିଂହ ନିଜ ଆସନରେ ଛିଡ଼ାହୋଇ ଅପହୃତ ଜିଲ୍ଲାପାଳଙ୍କ ସୁରକ୍ଷା ଓ ଡ଼ାଲି ଦୁର୍ନୀତି ସଂପକରେ କି ପଦକ୍ଷେପ ନିଆଯାଇଛି ଜାଣିବାକୁ ଚାହିଁଥିଲେ ।

ଏହି ସମୟରେ ବାଚସ୍ପତିଙ୍କ ଆସନ ତଳେ ବସିଥିବା ବିଧାୟକମାନେ ବାଚସ୍ପତିଙ୍କ ଟେବୁଲରେ ଥିବା ପେନ ଷ୍ଟାଣ୍ଡ, କାଗଜପତ୍ର ଛଡ଼ାଇଆଣି ଫୋପାଡ଼ିଥିଲେ । ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇଆଣିବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବଜେଟ୍, ବାଚସ୍ପତି, ମୁଖ୍ୟ ଖବର, ରଣକ୍ଷେତ୍ର

ଡ଼ାଲି ଦୁର୍ନୀତି: ସ୍ୱତନ୍ତ୍ର ସଂସ୍ଥା ଦ୍ୱାରାତନ୍ତ ଦ।ବି

February 18, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦଦ।ତା

ଭୁବନେଶ୍ୱର, ଫେବୃୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ବହୁ କୋଟି ଟଙ୍କାର ଡ଼ାଲି ଦୁର୍ନୀତିର ତନ୍ତ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା କରିବା ପାଇଁ ବିଜେପି ପକ୍ଷରୁ ଦ।ବି କରାଯାଇଛି ।

ଏ ସଂପର୍କରେ ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ନେତୃତ୍ୱରେ ବୁଧବାର ଏକ ପ୍ରତିନିଧି ଦଳ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ ସାକ୍ଷାତ କରି ଦ।ବି ପତ୍ର ପ୍ରଦାନ କରିଛନ୍ତି ।

ସେମାନେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦ।ବି କରିଥିବା ବେଳେ ଦୁର୍ନୀତିରେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀ, ଉଚ୍ଚପସ୍ଥ ଅଧିକାରୀ ଓ ଡ଼ାଲି ଯୋଗାଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଫୌଜଦାରି ମାମଲା ରୁଜୁ କରିବାକୁ ଦ।ବି କରିଛନ୍ତି ।

ରାଜ୍ୟର ଛୋଟ ଛୋଟ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ନାମରେ ପୋକରା ଡ଼ାଲି ଯୋଗାଣ କେବଳ ଦୁର୍ନୀତି ନୁହେଁ ବରଂ ଏହା ଏକ ଅକ୍ଷମଣୀୟ ଅପରାଧ ବୋଲି ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିଜ ସ୍ତରରେ ଏ ସଂପର୍କରେ ଅତି ଶୀଘ୍ର ପଦକ୍ଷେପ ନେବେ ବୋଲି ରାଜ୍ୟପାଳ ପ୍ରତିନିଧି ଦଳଙ୍କୁ ପ୍ରତିଶୃତି ଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିଜେପି, ମୁଖ୍ୟ ଖବର

ଡ଼ାଲି ଦୁର୍ନୀତି ବିରୁଦ୍ଧରେ ଲଢ଼େଇ ଜାରି ରହିବ: ବିଜେପି

February 16, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭଦ୍ରକ, ଫେବୃୟାରୀ ୧୪(ଓଡ଼ିଶା ଡ଼ଟ୍ କମ୍) ଡ଼ାଲି ଦୁର୍ନୀତି ତଥା ଭ୍ରଷ୍ଟାଚାରୀ ନବୀନ ସରକାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ତାର ଆନ୍ଦୋଳନ ସବୁ ସ୍ତରରେ ଜାରି ରଖିବ ବୋଲି ଏକ ସମାବେଶରେ ଦଳର ନେତାମାନେ କହିଛନ୍ତି ।

ଖଣି, ପାଣି, ଜମି ଓ କୋଇଲା ଆଦି ମହାଦୁର୍ନୀତିରେ ଛନ୍ଦି ହୋଇପଡ଼ିଥିବା ବିଜେଡ଼ି ସରକାର ଶେଷରେ ଛୋଟଛୋଟ ପିଲାଙ୍କ ମଧ୍ୟାହ୍ନ ଭୋଜନ ଓ ଗର୍ଭବତୀ ମହିଳାମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ଡ଼ାଲିରେ ବ୍ୟାପକ ଦୁର୍ନୀତି କରିଛନ୍ତି, ସୋମବାର ଭଦ୍ରକ ଠାରେ ଆୟୋଜିତ ସମାବେଶରେ ସେମାନେ କହିଛନ୍ତି ।

ଭଦ୍ରକର ଆର୍ଏମ୍ସି ଛକ ଠାରୁ କର୍ମୀମାନେ ଏକ ର୍ୟାଲି ବାହାରି ନବୀନ ପଟ୍ଟନାୟକ ହାଏ ହାଏ, ବିଜେଡ଼ି ସରକାର ଡ଼ାଉନ ଡ଼ାଉନ୍, ନବୀନ ପଟ୍ଟନାୟକ ଇସ୍ତଫା ଦିଅନ୍ତୁ ଆଦି ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିବା ବେଳେ ଶତାଧିକ ମହିଳା ହାତରେ ଝାଡ଼ୁ ଧରି ର୍ୟାଲିରେ ଯୋଗ ଦେଇଥିଲେ ।

କେନ୍ଦ୍ରର କଂଗ୍ରେସ ଓ ରାଜ୍ୟର ବିଜେଡ଼ି ସରକାର ସଲାସୁତୁରାର ଶାସନ ଚଳାଇଛନ୍ତି । ଦୁର୍ନୀତି କରିବାରେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ପ୍ରତିଯୋଗୀତା ଆରମ୍ଭ ହୋଇଯାଇଛି ବୋଲି ରାଜ୍ୟ ସଭାପତି ଜୁଏଲ ଓରାମ ଉ୍ବୋଧନ ଦେଇ କହିଥିଲେ ।

ଡ଼ାଲି ଯୋଗାଣରେ ବ୍ୟାପକ ଅନିୟମିତତା ହେଉଛି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପୂର୍ବରୁ ଅବଗତ କରାଇଥିଲେ ସୁଦ୍ଧା ତାଙ୍କ କଥାକୁ ସେ ଗୁରୁତ୍ୱ ଦେଇନଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଡ଼ାଲି ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ନିଜେ ସଂଶ୍ଳିଷ୍ଟ ବୋଲି ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉ୍ବୋଧନ ଦେଇ କହିଥିଲେ । ସମାବେଶରେ ଦଳର ବହୁ ବରିଷ୍ଠ ନେତା ଓ ପଦାଧିକାରୀମାନେ ଯୋଗ ଦେଇଥିଲେ

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିଜେପି, ଭଦ୍ରକ, ମୁଖ୍ୟ ଖବର

ଡ଼ାଲି ଦୁର୍ନୀତି: ରିପୋର୍ଟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

February 12, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଫେବୃୟାରୀ ୧୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ହୋଇଥିବା ଡ଼ାଲି ଦୁର୍ନୀତି ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଦଶ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ସହ ଡ଼ାଲି କାରବାର ସଂପର୍କିତ ସମସ୍ତ କାଗଜପତ୍ର ସୁରକ୍ଷିତ ରଖିବାକୁ ମୁଖ୍ୟ ବିଚାରପତି ଭି.ଗୋପାଳ ଗୌଡ଼ ଓ ବିଚାରପତି ବି.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ।

ଘଟଣାର ବହୁତ ଦିନ ବିତିଯାଇଥିଲେ ମଧ୍ୟ ଭିଜିଲାନ୍ସ କୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଏହାର ସିବିଆଇ ତଦନ୍ତ ପାଇଁ ଗତ ଗୁରୁବାର ଆଇନଜୀବୀ ଦିଲୀପ ମହାପାତ୍ର ମାମଲା ରୁଜୁ କରିଥିଲେ ।

ସରକାରୀ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଅନିୟମିତତା ହୋଇଥିବା ଗତ ମାସ ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଏହି ଦୁର୍ନୀତିରେ ଗତ ୫ ତାରିଖରେ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଇସ୍ତଫା ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଜନସ୍ୱାର୍ଥ, ଡାଲି ଦୁର୍ନୀତି, ମୁଖ୍ୟ ଖବର, ହାଇକୋର୍ଟ

ଡ଼ାଲି ଦୁର୍ନୀତିରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଇସ୍ତଫା

February 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଫେବୃୟାରୀ ୫(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟରେ ଦେଖା ଦେଇଥିବା ଡ଼ାଲି ଦୁର୍ନୀତିରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜ ପଦରୁ ଶନିବାର ଇସ୍ତଫା ଦେଇଛନ୍ତି ।

ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଛନ୍ତି ।

ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ କହିବା ପରେ ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତ ଅଭିଯୋଗ କରି ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଥିଲା ।

ପ୍ରମିଳା ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରଥମେ ୧୯୯୦ରେ ନିର୍ବାଚିତ ହୋଇ ପରେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମଇ ୧୮ରୁ ଏହି ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଥିଲେ।

ପୂର୍ବରୁ ଡ଼ାଲି ଯୋଗାଣ ମନିଟରିଂ କମିଟିରୁ ମନ୍ତ୍ରୀଙ୍କ ଭାଇ କ୍ଷୀରୋଦ ମଲ୍ଲିକ ଇସ୍ତଫା ଦେଇଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଇସ୍ତଫା ପତ୍ର, ଡାଲି ଦୁର୍ନୀତି, ମୁଖ୍ୟ ଖବର

ଡ଼ାଲି ଦୁର୍ନୀତି: ବିଜେପି କେନ୍ଦ୍ରୀୟ କମିଟିର ଓଡ଼ିଶା ଗସ୍ତ

February 5, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବ।ଦ ଦାତା

ଭୁବନେଶ୍ୱର, ଫେବୃୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ଓଡ଼ିଶାରେ ସଂପ୍ରତି ହୋଇଥିବା ମଧ୍ୟାହ୍ନ ଭୋଜନ ଡ଼ାଲି ଦୁର୍ନୀତି ସମସ୍ତ ରାଜ୍ୟବାସୀଙ୍କୁ ହତଚକିତ କରିଦେଇଥିବା ବେଳେ ଏହାର ତନ୍ତ ପାଇଁ ବିଜେପି କେନ୍ଦ୍ରୀୟ କମିଟି ଓଡ଼ିଶା ଗସ୍ତ କରିବ ବୋଲି ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି ।

ଦଳର କେନ୍ଦ୍ରୀୟ ସଂପାଦକ କିରୀଟ୍ ସୋମାୟା ଚଳିତ ମାସ ୭ ତାରିଖରେ ଓଡ଼ିଶା ଆସି ଏହି ଦୁର୍ନୀତିର ସରଜମିନ୍ ତନ୍ତ କରି ରିପୋର୍ଟ ପ୍ରଦାନ କରିବେ । ସେ ରାଜ୍ୟର ଅନ୍ୟ ନେତା ମାନଙ୍କ ସହ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲା ଗସ୍ତ କରିବେ ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଯୋଗାଯାଉଥିବା ନିମ୍ନମାନର ଡ଼ାଲି କେବଳ ରାଜ୍ୟବାସୀଙ୍କୁ ନୁହେଁ ସମଗ୍ର ଦେଶବାସୀଙ୍କୁ ଧାର୍ଯ୍ୟ କରିଛି ।

ସ୍ୱଚ୍ଛ ସରକାର ବୋଲି ଦ।ବି କରୁଥିବା ନବୀନ ସରକାରଙ୍କର “ଭାନୁମତି’ର ପେଡ଼ି ଖୋଲିଲା ଭଳି ବିଭିନ୍ନ ଦୁର୍ନୀତିର ପେଡ଼ି ଖୋଲିବାରେ ଲାଗିଛି ।

ତିନି ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ଏହି ଦୁର୍ନୀତି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋମଳମତି ଶିଶୁ ଏବଂ ଗର୍ଭବତୀ ମହିଳା ମାନଙ୍କୁ ପ୍ରତାରଣା କରିଛନ୍ତି ବୋଲି ରାଜ୍ୟ ସଭାପତି ଜୁଏଲ ଓରାମ ଅଭିଯୋଗ କରିଛନ୍ତି ।

ଏହି କମିଟିରେ କେନ୍ଦ୍ରୀୟ ସମ୍ପାଦକ କିରୀଟ୍ ସୋମୟା, ସଭାପତି ଜୁଏଲ ଓରାମଙ୍କ ସମେତ ଅନ୍ୟ ନେତା ଓ ସଂପୃକ୍ତ ଜିଲ୍ଲାର ସ୍ଥାନୀୟ ନେତୃତ୍ୱ ସାମିଲ ଅଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଡାଲି ଦୁର୍ନୀତି, ବିଜେପି, ମୁଖ୍ୟ ଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ