• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡିଏଭି ସ୍କୁଲ

ଡିଏଭି ସ୍କୁଲ ଫି’ ବୃଦ୍ଧି ପ୍ରତିବାଦ: ପୋଲିସ-ଅଭିଭାବକ ଧସ୍ତାଧସ୍ତି

January 24, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଜାନୁଆରୀ ୨୪(ଓଡିଶା ଡଟ୍ କମ୍)-ଆଜି ଠାରୁ ସମସ୍ତ ଡିଏଭି ସ୍କୁଲ ଗୁଡିକରେ ପାଠପଢା ବନ୍ଦ ରହିଛି । ଶିକ୍ଷକ ଶିକ୍ଷୟିତ୍ରୀ ସ୍କୁଲକୁ ଆସିନାହାଁନ୍ତି । ମାତ୍ର ଏହି ଘଟଣାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲାବେଳେ ପୋଲିସ୍ ଏବଂ ଅଭିଭାବକଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ଘଟଣା ଘଟିଛି ।

ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୪୨ଟି ଡିଏଭି ସ୍କୁଲରେ ଦେଖା ଦେଇଥିବା ପରିସ୍ଥିତିକୁ କେନ୍ଦ୍ରକରି ଅଭିଭାବକ ଏବଂ ସ୍କୁଲ କତୃପକ୍ଷଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଆରମ୍ଭ ହୋଇଛି ।

ଆଜି ଭୁବନେଶ୍ୱରରେ କେତେକ ବିଦ୍ୟାଳୟରେ ଅଭିଭାବକମାନେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ପତିର ପ୍ରତିବାଦ କରିଥିଲେ । ତେବେ ୟୁନିଟ-୮ ଡିଏଭିସ୍କୁଲ ସମ୍ମୁଖରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଅନେକ ଅଭିଭାବକମାନଙ୍କୁ ଅଟକ ରଖିଥିଲେ ।

ସୂଚାନାଯୋଗ୍ୟ ଯେ,ଡିଏଭି ସ୍କୁଲ ଫି’ ବୃଦ୍ଧି ଘଟଣାର ପ୍ରତିବାଦ କରିବାକୁ ଯାଇ ମଙ୍ଗଳବାର କେତେକ ଅଭିଭାବକ କଟକ ସିଡିଏ, ସେକ୍ଟର-୬ ଡିଏଭି ପବ୍ଲିକ ସ୍କୁଲର ଧାରଣା ଦେବା ସହ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ତେବେ ହଠାତ କିଛି ଅଭିଭାବକଙ୍କ ସହ ଅସାମାଜିକ ବ୍ୟକ୍ତି ବିଦ୍ୟାଳୟ ମଧ୍ୟରେ ପଶି ଏଠାରେ ଥିବା ଗାଡିମୋଟର ଭଙ୍ଗାରୁଜା କରିଥିଲେ ।

ସେମାନେ ଅଧ୍ୟକ୍ଷା ଶ୍ରୀମତୀ ଇପିସିତା ଦାସଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଚୁଟିଧରି ଟଣାଓଟରା କରିଥିଲେ । ଏହାପରେ ସେମାନେ ଜବରଦସ୍ତ ଫି’ ବୃଦ୍ଧି ସଂକ୍ରାନ୍ତ ନୋଟିସ ପ୍ରତ୍ୟାହାର କରାଗଲା ବୋଲି ଏକ କାଗଜରେ ଲେଖାଇ ନେଇଥିଲେ ।

ଏହି ଘଟଣା ଚାଲିଥିବା ବେଳେ ବାହାରେ ଉପସ୍ଥିତ କିଛି ଶିକ୍ଷକ/ଶିକ୍ଷୟିତ୍ରୀ ପୁଲିସକୁ ଫୋନ କରିଥିଲେ । ବହୁ ବିଳମ୍ବରେ ପୁଲିସ ଆସି ଉତ୍ୟକ୍ତ ଅଭିଭାବକଙ୍କୁ ରୋକିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା ବୋଲି ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ଶ୍ରୀମତୀ ଦାସ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟି ନ୍ୟାୟଭିକ୍ଷା କରିବା ସହ ମର୍କତନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ଦୈ୍ୱତନଗରୀର ସମସ୍ତ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ନିନ୍ଦା କରିଛନ୍ତି ।

ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା, କର୍ତବ୍ୟରେ ଅବହେଳା କରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରା ନଯାଏ, ତେବେ ମହାନଗରୀର ସମସ୍ତ ଡିଏଭି ପବ୍ଲିକ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀମାନେ ସ୍କୁଲ ଆସିବେ ନାହିଁ ବୋଲି ଉପସ୍ଥିତ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଘୋଷଣା କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅଭିଭାବକ, ଡିଏଭି ସ୍କୁଲ, ପୁଲିସ, ଶିକ୍ଷକ, ଶିକ୍ଷୟିତ୍ରୀ

ଡିଏଭି ସ୍କୁଲରେ ଫି’ ବୃଦ୍ଧିର ପ୍ରତିବାଦ

December 12, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୧୨(ଓଡିଶା ଡଟ୍ କମ୍)- ଡିଏଭି ସ୍କୁଲ କର୍ତୃପକ୍ଷ ସ୍କୁଲ ଫି’ ବୃଦ୍ଧି କରିଥିବା ବେଳେ ଏହାକୁ ବିରୋଧକରି ଅଭିଭାବକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବୁଧବାର ଦିନକ ପାଇଁ ରାଜ୍ୟରେ ଥିବା ସମସ୍ତ ଡିଏଭି ସ୍କୁଲରେ ବନ୍ଦ ଡାକରା ଦିଆଯାଇଥିଲା । ଯାହାର ପ୍ରଭାବରେ ଆଜି ସକାଳୁ ସକାଳୁ କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ ଡିଏଭି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣାରେ ବସିଥିଲେ ।

ରାଜଧାନୀର ୟୁନିଟ ୮,ପୋଖରୀପୁଟ,ଚନ୍ଦ୍ରଶେଖରପୁର,କଳିଙ୍ଗ ବିହାର ପରି ସମସ୍ତ ସ୍କୁଲରେ ଅଭିଭାବକମାନେ ଧାରଣା ଦେଇଥିଲେ । ଅଭିଭାବକ ସଂଘର ସାଧାରଣ ସଂପାଦକ ଅକ୍ଷୟ କୁମାର ମହାକୁଡ କହିଛନ୍ତି ଏ ସଂକ୍ରାନ୍ତ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ସ୍କୁଲ କର୍ତୃପକ୍ଷ ବର୍ଦ୍ଧିତ ଫି’ ଦେବାକୁ ନୋଟିସ ଜାରି କରିଛିନ୍ତି ।

ବର୍ଦ୍ଧିତ ହାରରେ ମାସିକ ଟ୍ୟୁସନ ଫି’ ପୈଠ କରିବାକୁ ନୋଟିସ ଯାଇଥିଲା । ବର୍ଦ୍ଧିତ ଫି’ ପୁରୁଣା ଫି’ଠାରୁ ୨୦୦ ପ୍ରତିଶତ ଅଧିକ ଥିବାରୁ ଅଭିଭାବକମାନେ ହତଚକିତ ହୋଇ ଯାଇଛନ୍ତି ।

ସ୍କୁଲ ତରଫରୁ ଚାପ ପ୍ରୟୋଗ କରାଯାଉଛି ଫି ଦେବା ପାଇଁ । ସେମାନେ କହୁଛନ୍ତି ଯଦି ତମେ ଟଙ୍କା ଜମାକରି ରସିଦ ନଦେଖାନ୍ତି ତାହାଲେ ତମ ପିଲାଙ୍କୁ ପଢାଇବୁ ନାହିଁ । ବାହାରେ ଠିଆ କରିଦେବୁ । ସ୍କୁଲରୁ ଟିସି ଦେଇ ଦେବୁ ।

ଏହି ଘଟଣା ପିଲାଙ୍କ ମାନସିକ ଉପରେ ପ୍ରଭାବ ପ୍ରକାଉଛି । ଅଦାଲତଙ୍କ ନିର୍ଦ୍ଦେଶର ଓଲଟା ଅର୍ଥ ବାହାର କରି ସ୍କୁଲ କର୍ତୃପକ୍ଷ ଫି’ ବୃଦ୍ଧି କରିଛନ୍ତି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।

ରାଜ୍ୟର ସମସ୍ତ ୧୪ଟି ଡିଏଭି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ଧାରଣା ଦେବା ସହ ଫାଟକରେ ତାଲା ପକାଇଛନ୍ତି ବୋଲି ଓଡିଶା ଡିଏଭି ସ୍କୁଲ ଅଭିଭାବକ ସମନ୍ୱୟ ସମିତି ତରଫରୁ ପ୍ରକାଶ । ଏ ଘଟଣା ନେଇ ସ୍କୁଲ କର୍ତୃପକ୍ଷ କିଛି କହିବାକୁ ମନା କରିଦେଇଛନ୍ତି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଡିଏଭି ସ୍କୁଲ, ସୁପ୍ରିମକୋର୍ଟ

ଲିମ୍କା ରେକର୍ଡ଼ କୁଇଜ୍ ଫାଇନାଲରେ ପୋଖରୀପୁଟ ଡିଏଭି

December 9, 2012 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଡିସେମ୍ବର ୯(ଓଡିଶା ଡଟ୍ କମ୍)- ସମ୍ମାନଜନକ ଲିମ୍କା ବୁକ୍ସ ଅଫ୍ ରେକର୍ଡ଼ କୁଇଜ୍- ୨୦୧୨ ନ୍ୟାସନାଲ ଫାଇନାଲକୁ ଡିଏଭି ପବ୍ଲିକ ସ୍କୁଲ ପୋଖରୀ ଫୁଟ ଉନ୍ନୀତ ହୋଇଛି । ଏହି ଫାଇନାଲ ପ୍ରତିଯୋଗୀତା ଦେଶର ରାଜଧାନୀ ଦିଲ୍ଲୀଠାରେ ଚଳିତ ଡିସେମ୍ବର ୧୧ ତାରିଖରେ ଅନୁଷ୍ଠିତ ହେବ ।

ସେମିଫାଇନାଲସ୍ତରରେ ଡିଏଭି ପୋଖରୀ ପୁଟ୍ ସ୍କୁଲ ୮୦ଟି ଦଳ ସହ ମୁକାବିଲା କରି ଇଷ୍ଟ ଜୋନ୍ରୁ ଫାଇନାଲକୁ ଉନ୍ନିତ ହୋଇଛି । ନ୍ୟାସନାଲ ଫାଇନାଲ ରାଉଣ୍ଡକୁ ଉନ୍ନିତ ହୋଇଥିବା ଦଳଗୁଡ଼ିକ ହେଲେ- ଡିଏଭି ପବ୍ଲିକ ସ୍କୁଲ, ପୋଖରୀପୁଟ, ଭୁବନେଶ୍ୱର; ସେଣ୍ଟ ଥୋମାସ, ରାଞ୍ଚି; ଆର୍ମି ପବ୍ଲିକ୍ ସ୍କୁଲ, କିର୍କି-ପୁନେ; ମୁସ୍ତିଫଣ୍ଡ ଆରିୟାନ ହାଇୟର ସେକେଣ୍ଡାରୀ ସ୍କୁଲ, ଗୋଆ; ଚୈତନ୍ୟ ଜୁନିୟର କଲେଜ, ନାରାୟଣଗୁଡ଼ା- ହାଇଦରାବାଦ; ଜର୍ଜରିଆନ ପବ୍ଲିକ ସ୍କୁଲ, କୋଚି; ବାଲ ଭାରତୀ ପବ୍ଲିକ ସ୍କୁଲ, ନୋଇଡ଼ା; ୟାଦବିନ୍ଦ୍ର ପବ୍ଲିକ୍ ସ୍କୁଲ, ଚଣ୍ଡିଗଡ଼; ରୟାନ ଦିପି ବିଦ୍ୟା ମନ୍ଦିର, ଶ୍ରୀକି୍ରଷ୍ଣା ନଗର, ନାଗପୁର; ଏମ୍ଜିଏନ୍ ପବ୍ଲିକ ସ୍କୁଲ ଆଦର୍ଶ ନଗର, ଜଳନ୍ଧର ।

ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସାରା ଦେଶର ଯୁବ ପ୍ରତିଯୋଗୀମାନଙ୍କୁ ପ୍ରୋଶ୍ଚାହିତ କରି ଜ୍ଞାନର ବୃଦ୍ଧି ଘଟାଇବା । ଚଳିତ ବର୍ଷ ୮୦ଟି ସହରରେ ୪୦୦୦ ସ୍କୁଲର ପ୍ରତିଯୋଗୀମାନଙ୍କୁ ନେଇ ଆୟୋଜିତ ହୋଇଛି ।

ଏହି ମଲଟି ସିଟି ଅଭିଯାନ ଡେରେକ୍ ‘ଓ’ ବେରେନ୍ ଆଣ୍ଡ ଆସୋସିଏଟଙ୍କ ସହଯୋଗରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୮ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିପାରିବେ ।

ଲିମ୍କା ବୁକ୍ସ ଅଫ୍ ରେକର୍ଡ଼ କୁଇଜ୍ ୪ଟି ଜୋନ୍ରେ ଅନୁଷ୍ଠିତ ହେଉଛି । ଯଥା ନର୍ଥ, ସାଉଥ, ଇଷ୍ଟ ଆଣ୍ଡ ୱେଷ୍ଟ ଜୋନ୍ । ଏହା ଜୁନ୍ ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହୁଏ । ଏହି କୁଇଜ ପ୍ରତିଯୋଗିତ ୩ସ୍ତରରେ ହୋଇଥାଏ-ଇଣ୍ଟର ସ୍କୁଲ ଲେଭଲ, ସେମିଫାଇନାଲ ଏବଂ ପାଇନାଲ ରାଉଣ୍ଡ ।

ଅନୁପମ ଆଲୁଆଲିଆ, ଭାଇସ୍ ପ୍ରେସିଡ଼େଣ୍ଟ, ମାର୍କେଟିଙ୍ଗ କୋକାକୋଲା ଇଣ୍ଡିଆ ଆଣ୍ଡ ସାଉଥ ୱେଷ୍ଟ ଏସିଆ କହିବା ଅନୁଯାୟୀ ଲିମ୍କା ବୁକ୍ସ ଅପ୍ ରେକର୍ଡ଼ କୁଇଜ ଯୁବ ଗୋଷ୍ଠୀଙ୍କ ଉକ୍ତଣ୍ଠାକୁ ପ୍ରୋସ୍ଚାହିତ କରିବା ପାଇଁ ଏକ ମୂଲ୍ୟବାନ ପଦକ୍ଷେପ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ମନୋରଞ୍ଜନ Tagged With: ଛାତ୍ରଛାତ୍ରୀ, ଡିଏଭି ସ୍କୁଲ, ଲିମ୍କା ରେକର୍ଡ଼

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ