• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ଡିଜି

କେବି ସିଂହଙ୍କ ପୁଲିସ ଡିଜି ପଦବୀରେ ନିଯୁକ୍ତି କାହିଁକି ଯଥାର୍ଥ : ଅଶୋକ ସାହୁ

November 19, 2015 by ନିଉଜ ଡେସ୍କ Leave a Comment

ଅଶୋକ ସାହୁ

ashok sahu
ଅଶୋକ ସାହୁ

ପ୍ରଶାସନରେ ବିଭିନ୍ନ ପଦପଦବୀ ବିଭିନ୍ନ କାନୁନ୍ ଅନୁଯାୟୀ ରହିଛି । ଉକ୍ତ ପଦପଦବୀରେ ଉପଯୁକ୍ତ ବ୍ୟକ୍ତିଙ୍କୁ ନିଯୁକ୍ତି କରିବାପାଇଁ କାନୁନି ବ୍ୟବସ୍ଥା ରହିଛି, ଯାହା ପଦୋନ୍ନତି ମାଧ୍ୟମରେ ମଧ୍ୟ ସାଧିତ ହୋଇଥାଏ ।

ସେହି ଉଦ୍ଧେଶ୍ୟରେ ନିର୍ଦ୍ଧାରିତ ଯୋଗ୍ୟତା ଅନୁଯାୟୀ ସମ୍ପୃକ୍ତ ବିଭାଗର ସରକାରୀ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଏ, ଯାହା ମଧ୍ୟରୁ ଚୟନ ପ୍ରକ୍ରିୟା ମାଧ୍ୟମରେ ଶୂନ୍ୟ ପଦବୀରେ ନିଯୁକ୍ତି ମିଳିଥାଏ ।

ଆବଶ୍ୟକତା ଅନୁଯାୟୀ ପ୍ରଶାସନିକ ପଦପଦବୀରେ ନିଯୁକ୍ତି ପଦୋନ୍ନତି ମାଧ୍ୟମରେ ସମାହିତ କରିବାପାଇଁ ବିଭିନ୍ନ ସମୟରେ ନିର୍ଦ୍ଧେଶନାମା ଏବଂ ନିୟମାବଳୀ ପ୍ରସ୍ତୁତ ହୋଇଥାଏ ଯାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ବିଧି ଏବଂ ନଜିର ରହିଛି ।

ଏଥିରେ କିଛି  ବିଭ୍ରାଟ ହେଲେ ଅନ୍ୟାୟ ଏବଂ ଅବ୍ୟବସ୍ଥାର ଶୀକାର ହୋଇଥିବା ସରକାରୀ କର୍ମଚାରୀ ନ୍ୟାୟାଳୟର ଆଶ୍ରୟ ନେଇ ପାରନ୍ତି ।

KB singh
କେବି ସିଂ

କିଛିଦିନତଳେ ଓଡ଼ିଶାର ପୋଲିସ ମହା ନିର୍ଦ୍ଦେଶକଙ୍କ ନିଯୁକ୍ତିକୁ କେନ୍ଦ୍ରକରି ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ଦେଖିବାକୁ ମିଳିଥିଲା ।

ସଦ୍ୟ ନିଯୁକ୍ତିପ୍ରାପ୍ତ ମହାନିର୍ଦ୍ଦେଶକ ପୂର୍ବରୁ ଭଜିଲାନସ ଡିଜି ଥିବା ସମୟରେ ପୂର୍ବତନ ଡିଜି ଶ୍ରୀ ପ୍ରକାଶ ମିଶ୍ରଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ଏକ ବିବାଦୀୟ ମାମଲାର ନିଷ୍ପତ୍ତି କରି ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ତତ୍କାଳୀନ ଭିଜିଲାନସ ଡିଜିଙ୍କ କାଯ୍ୟର୍କଳାପ ଉପରେ ତିର୍ଯ୍ୟକ୍ ମନ୍ତବ୍ୟ ଦେଇ ଏକ ପ୍ରକାର ଭର୍ସ୍ତନା କରିଥିଲେ ।

ତଥାପି କିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ଭଳି ଏକ ବ୍ୟକ୍ତିଙ୍କୁ ପୋଲିସ ବିଭାଗର ମୁଖ୍ୟଭାବେ ନିଯୁକ୍ତି ଦେଲେ ତାକୁ କେହି କେହି ପ୍ରଶ୍ନ କରିଛନ୍ତି ।

ଉଚ୍ଚ ନ୍ୟାୟାଳୟ କୌଣସି ସରକାରୀ କର୍ମଚାରୀଙ୍କ ଦାୟିତ୍ଵ ସମ୍ପାଦନ କ୍ଷେତ୍ରରେ ଚେଷ୍ଟାକୃତ ଭାବେ ମନ୍ଦ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିଥିବା କାରଣରୁ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥାଆନ୍ତି ତେବେ ସରକାର ତାହା ଅନୁରୂପ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ ।

କିନ୍ତୁ ଉପରୋକ୍ତ ମାମଲାରେ ସେମିତି କୌଣସି ନିର୍ଦ୍ଦେଶ ନଥିବା କାରଣରୁ ଶ୍ରୀ କେବି ସିଂହଙ୍କ ନିଯୁକ୍ତି କ୍ଷେତ୍ରରେ କୌଣସି ତୃଟି ହୋଇନାହିଁ ।

 

(ଅଶୋକ ସାହୁ ଜଣେ ପୂର୍ବତନ ଭାରତୀୟ ପୁଲିସ ସେବା ଅଧିକାରୀ)

ଓଡ଼ିଶା ଡ଼ଟ୍ କମରେ ପ୍ରକାଶିତ ଏହି ଲେଖା ଲେଖକଙ୍କ ନିଜସ୍ୱ ମତ । ଏହା ଓଡ଼ିଶା ଡ଼ଟ୍ କମର ମତାମତ ନୁହେଁ ।

ଓଡିଶା ଡଟ୍ କମ ଘୋଷଣାନାମା

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରୋକ ଠୋକ Tagged With: କେବି ସିଂହ, ଡିଜି, ପୋଲିସ, ପ୍ରକାଶ ମିଶ୍ର

Primary Sidebar

RSS LATEST

  • ବଣ୍ଟା ଯାଉନଥିଲା ରାସନ ସାମଗ୍ରୀ, ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ବଣ୍ଟନ ପାଇଁ ମେୟରଙ୍କ ନିର୍ଦ୍ଦେଶ
  • ରେଳ ଧାରଣା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ମେଡିକାଲ ଚେକ୍ଅପ୍ ପାଇଁ ଆସି ଚମ୍ପଟ ମାରିଲେ ୨ ଅଭିଯୁକ୍ତ
  • ରାଜ୍ୟରୁ ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ
  • ସିଭିଲ ଡିଫେନ୍ସ ତରଫରୁ ପ୍ରଶିକ୍ଷଣ ଶିବିର ଆୟୋଜିତ
  • ରାଜଧାନୀରେ ବୋମାମାଡ଼
  • ମଇ ୨୨ରେ ସିଲଭର ଜୁବୁଲି ପାଇଁ ପ୍ରସ୍ତୁତି ବୈଠକ
  • କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା
  • ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ରାମଚନ୍ଦ୍ର
  • ହାତୀ ମୃତ୍ୟୁ ସଂଖ୍ୟା ତିନରେ ପହଞ୍ଚିଲା (ଅପଡେଟ)