• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡି.ଏସ୍.ଓ

ପୋସ୍କୋ ବିରୋଧୀଙ୍କ ଉପରେ ଆକ୍ରମଣକୁ ନିନ୍ଦା

February 6, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟକମ

ଭୁବନେଶ୍ୱର,ଫେବୃଆରି ୬(ଓଡିଶା ଡଟକମ )- ଗୋବିନ୍ଦପୁର ଓ ଢିଙ୍କିଆଠାରେ ପସ୍କୋ ପାଇଁ ପୁଲିସ ଜରିଆରେ ବଳପୂର୍ବକ ଜମି ଅଧିଗ୍ରହଣକୁ ବିରୋଧ କରି ଆନ୍ଦୋଳନକରୁଥିବା ଛାତ୍ରଛାତ୍ରୀ ଓ ମହିଳାଙ୍କ ଉପରେ ପୋଲିସର ବର୍ବର ଆକ୍ରମଣକୁ ଛାତ୍ର ସଂଗଠନ ଅଲ୍ ଇଣ୍ଡିଆ ଡି.ଏସ୍.ଓର ପ୍ରତିନିଧି ଦଳ ତୀବ୍ର ନିନ୍ଦା କରିଛନ୍ତି ।

ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଅଲ୍ ଇଣ୍ଡିଆ ଡି.ଏସ୍.ଓ)ର ରାଜ୍ୟ ସଭାପତି ଅକ୍ଷୟ ଦାସ, ସଭାପତି ସୁବାସ ନାୟକ, ସମ୍ପାଦକ ଶିବାଶିଷ ପ୍ରହରାଜ, ସମ୍ପାଦକମଣ୍ଡଳୀ ସଦସ୍ୟ କେଦାରନାଥ ସାହୁ ଓ ସିଦ୍ଧାର୍ଥ ରଥ ପ୍ରମୁଖ ଏକ ପ୍ରତିନିଧି ଦଳରେ ଗୋବିନ୍ଦ ପୁର ଓ ଡିଙ୍କିଆ ସୀମାରେ ଚାଲିଥିବା ଆନ୍ଦୋଳନ ସ୍ଥଳକୁ ଯାଇ ବଳ ପୂର୍ବକ ଜମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନକୁ ସଂଗଠନ ପକ୍ଷରୁ ସମର୍ଥନ ଜଣାଇଥିଲେ ।

ପୋସ୍କୋ ବିରୋଧୀ ଆନ୍ଦୋଳନକୁ ଦମନ କରିବା ପାଇଁ ଶହ ଶହ ସଶସ୍ତ୍ର ପୁଲିସ ଫ୍ଲାଗ ମାର୍ଚ୍ଚ କରି ସନ୍ତ୍ରାସ ସୃଷ୍ଟି କରିବା ସହ ଘର ଘର ବୁଲି ଲୋକମାନଙ୍କୁ ଧମକ ଦେଉଛି ଓ ମହିଳାମାନଙ୍କୁ ଦୁର୍ବ୍ୟବହାର କରୁଛି ।

ଲୋକମାନେ ସ୍ୱେଚ୍ଛାରେ ଜମି ଦେଉଛନ୍ତି ବୋଲି ସରକାର ପ୍ରତାରଣାମୂଳକ ପ୍ରଚାର କରି ଚାଲିଥିବା ବେଳେ ଅତ୍ୟନ୍ତ ଅମାନବିକ ଓ ଅନ୍ୟାୟଭାବେ ପୋଲିସ ରାତି ଅଧିଆ ବା ବଡି ଭୋରରୁ ଆନ୍ଦୋଳନକାରୀମାନଙ୍କ ପାନ ବରଜ ଭାଙ୍ଗି ଚାଲିଛି ବୋଲି ଡି.ଏସ୍.ଓ କହିଛନ୍ତି ।

ଗଣମାଧ୍ୟମ ସମ୍ମୁଖରେ ଛାତ୍ରଛାତ୍ରୀ ଓ ମହିଳାମାନଙ୍କୁ ପୋଲିସ ଏବଂ ପଦାଧିକାରୀମାନେ ଯେଭଳି ଅତ୍ୟାଚାର କରିଛନ୍ତି, ଜନଗଣଙ୍କ ଉପରେ କିଭଳି ଆକ୍ରମଣ ହେଉଥିବ ତାହା ସେଥିରୁ ସହଜରେ ଅନୁମାନ କରାଯାଇପାରେ ।

ଏଣୁ ଏହି ଘଟଣାକୁ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ପ୍ରସ୍ତାବିତ ପୋସ୍କୋ ଅଞ୍ଚଳରୁ ତୁରନ୍ତ ପୋଲିସ ହଟାଇବା ଓ ବଳ ପ୍ରୟୋଗ କରି ଜବରଦସ୍ତି ଜମି ଅଧିଗ୍ରହଣ ବନ୍ଦ କରିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଛି ଏବଂ ଏହା ବ୍ୟତିରେକ ଦୁର୍ବାର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଅର୍ଥ-ବ୍ୟବସାୟ, ଓଡିଶା ଖବର Tagged With: ଡି.ଏସ୍.ଓ, ଢିଙ୍କିଆ, ପାନ ବରଜ, ପୋସ୍କୋ

ଧର୍ଷଣ,ଅସଦାଚରଣ ବନ୍ଦ ପାଇଁ ଡି.ଏସ୍.ଓ ର ଅଭିଯାନ

February 2, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ପେବୃୟାରୀ ୧ (ଓଡିଶା ଡଟ୍ କମ୍)- ଛାତ୍ରୀ ଓ ମହିଳାମାନଙ୍କୁ ନିରାପତା ପ୍ରଦାନ ଦାବିରେ ଅଲ୍ ଇଣ୍ଡିଆ ଡି.ଏସ୍.ଓ ପକ୍ଷରୁ ସଚିବାଳୟ ସମ୍ମୁଖରେ ଏକ ଛାତ୍ର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୋଷ୍ଟ ମାଷ୍ଟର ଜେନେରାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଓଡିଶାର ତିରିଶ ହଜାର ଛାତ୍ରଛାତ୍ରୀଙ୍କ ଖୋଲା ଚିଠି (ପୋଷ୍ଟକାର୍ଡ) ପ୍ରଦାନ କରାଯାଇଛି ।

Open Letter to PM

ଅଲ୍ ଇଣ୍ଡିଆ ଡି.ଏସ୍.ଓର ରାଜ୍ୟ ସଭାପତି ଅକ୍ଷୟ ଦାସ, ଉପ-ସଭାପତି ସୁବାସ ନାୟକ, ଗଣେଶ ତ୍ରିପାଠୀ, ସଂପାଦକ ଶିବାଶିଷ ପ୍ରହରାଜ, ସଂପାଦକମଣ୍ଡଳୀ ସଦସ୍ୟ କେଦାରନାଥ ସାହୁ, ସିଦ୍ଧାର୍ଥ ରଥ, ସୋମନାଥ ବେହେରା, ବବି ବଳବନ୍ତରାୟ, ଚିତ୍ତ ରଞ୍ଜନ ମିଶ୍ର, ଖଗେଶ୍ୱର ମହାନ୍ତ, ପରମାନନ୍ଦ ସାହୁ, ଜୟନ୍ତ ମହାନ୍ତି, ଦେବଯାନୀ ଦେହୁରୀ, କାର୍ତ୍ତିକ ମହାନ୍ତ, ନସିମ ସରକାର ଓ ଶାଶ୍ୱତ ସାହୁ ପ୍ରମୁଖ ଏହି ଅଭିଯାନର ନେତୃତ୍ୱ ନେଇଥିଲେ ।

ବିକ୍ଷୋଭ ସ୍ଥଳରୁ ଦୁଇଟି ପୃଥକ ପ୍ରତିନିଧି ଦଳ ଉପରୋକ୍ତ ଦାବି ସମ୍ବଳିତ ଦାବି ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଥିବା ବେଳେ ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ସମସ୍ତ ଶିକ୍ଷାନୁଷ୍ଠାନକୁ ପୂର୍ଣ୍ଣ ଅନୁଦାନଦାବିରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ଆଗାମୀ ଦିନରେ ଛାତ୍ର ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଘୋଷଣା କରାଯାଇଛି । ଧର୍ଷଣ ଓ ଅସଦାଚରଣ ବନ୍ଦ ପାଇଁ ଶିକ୍ଷାନୁଷ୍ଠାନ ମାନଙ୍କରେ ‘ଅଙ୍ଗୀକାର ପତ୍ର’ ପାଠ ଓ ଦସ୍ତଖତ ଅଭିଯାନ ଚାଲୁ ରହିବା ସହ ଉପରୋକ୍ତ ଦାବିରେ ‘ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ’ (ଦାବି ସମ୍ବଳିତ ପୋଷ୍ଟକାର୍ଡ ପ୍ରଦାନ)ର କାର୍ଯ୍ୟକ୍ରମ ମଧ୍ୟ ଚାଲିବ ।

ପରବର୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ଜି.ପି.ଓ, ମୁଖ୍ୟ ପୋଷ୍ଟ ଅଫିସ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୋଲା ଚିଠି ପ୍ରଦାନ କରାଯିବ । ଏହି ଆନ୍ଦୋଳନରେ ସମସ୍ତ ସାହାଯ୍ୟ ସହଯୋଗ ଦେଇ ସକ୍ରିୟ ଅଂଶ ଗ୍ରହଣ କରିବାକୁ ସମସ୍ତ ସ୍ତରର ଛାତ୍ରଛାତ୍ରୀଙ୍କୁ ଅଲ ଇଣ୍ଡିଆ ଡି.ଏସ.ଓ ପକ୍ଷରୁ ଆହ୍ୱାନ ଦିଆଯାଇଛି ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର, ରାଜନୀତି Tagged With: ଛାତ୍ରଛାତ୍ରୀ, ଡି.ଏସ୍.ଓ, ଧର୍ଷଣ ଓ ଅସଦାଚରଣ, ଶିକ୍ଷାନୁଷ୍ଠାନ, ସଚିବାଳୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ