• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଢେଙ୍କାନାଳ

୧୧ ସହରରେ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ

April 4, 2015 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଏପ୍ରିଲ୪(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ୧୧ଟି ସହରରେ ଶୁକ୍ରବାର ତାପମାତ୍ରା ୪୦ଡ଼ିଗ୍ରୀ ଅତିକ୍ରମ କରିଛି ।

heatwaveପାଣିପାଗ ବିଭାଗର ସୁଚନା ଅନୁସାରେ ଆଭ୍ୟନ୍ତରୀଣ ଓ ପଶ୍ଛିମ ଓଡ଼ିଶାରେ ତାପମାତ୍ରା ସ୍ଵାଭାବିକ ଠାରୁ ୨ରୁ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଅନୁଗୁଳ ରେ ସର୍ବାଧିକ ୪୨.୧ ଡ଼ିଗ୍ରୀ ରେକର୍ଡ଼ କରାଯାଇଥିବା ବେଳେ ,ତାଳଚେର ରେ ୪୨ଡ଼ିଗ୍ରୀ,ଟିଟିଲାଗଡ ରେ ୪୧ଡ଼ିଗ୍ରୀ ,ଝାରସୁଗୁଡ଼ାର ୪୧,ସମ୍ବଲପୁରରେ ୪୦.୫,ବାରିପଦାରେ ୪୦.୬,ଚାନ୍ଦବାଲିରେ ୪୦.୫ ଓ ଢେଙ୍କାନାଳରେ ୪୦.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୯.୮ ରେକର୍ଡ଼ କରାଯାଇଛି । ଭୀଷଣ ଖରା ସାଙ୍ଗ କୁ ଶୁକ୍ରବାର ସାରା ର।ଜ୍ୟ ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା । ପାଣିପାଗ ବିଭାଗ ସୁଚନା ଅନୁସାରେ ଶନିବାର ଭୁବନେଶ୍ୱରରେ ଅପରାହ୍ଣରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ ।

ଓଡ଼ିଶା ଡ଼ଟ୍ କମ୍

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସ୍ୱାସ୍ଥ୍ୟ Tagged With: ଅନୁଗୁଳ, ଝାରସୁଗୁଡ଼, ଟିଟିଲାଗଡ, ଢେଙ୍କାନାଳ, ତାପମାତ୍ରା, ପାଣିପାଗ, ସମ୍ବଲପୁର

ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ପାଇଲଟ୍ ପ୍ରକଳ୍ପ ଶୁଭାରମ୍ଭ

January 18, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଜାନୁଆରୀ ୧୮(ଓଡିଶା ଡଟ୍ କମ୍ )- ରାଜ୍ୟରେ ମ୍ୟାଲେରିଆ ଏକ ପ୍ରମୁଖ ଜନସ୍ୱାସ୍ଥ୍ୟ ସମସ୍ୟା । ଏହାର ଉଚିତ ମୁକାବିଲା କରି ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନିରବଚ୍ଛିନ ଉଦ୍ୟମ ଜାରି ରହିଛି ।

DSC_0078

ଜାତୀୟ ଭେକ୍ଟର ବର୍ଣ୍ଣ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ବିଧ ପଦକ୍ଷେପ ଗ୍ରହଣ କରାଯାଇ ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ କରାଯାଉଛି । ଏ କ୍ଷେତ୍ରରେ ଆଉ ଏକ ନୂତନ କର୍ମସମ୍ପାଦନା ଗବେଷଣା ପ୍ରକଳ୍ପ ଭାବେ ପଥଦର୍ଶୀ ବ୍ୟାପକ କେଶ୍ ପରିଚାଳନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଆଇ.ଏମ୍.ଏ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ( ଆଇ.ସି.ଏମ୍.ଆର୍ )ର ଏକ ପ୍ରମୁଖ ସଂଗଠନ ଜାତୀୟ ମ୍ୟାଲେରିଆ ଗବେଷଣା ପ୍ରତିଷ୍ଠାନ ( ଏନ୍.ଆଇ.ଏମ୍.ଆର୍ ) ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହଯୋଗରେ ନୂତନ ମ୍ୟାଲେରିଆ ଔଷଧ ପ୍ରସ୍ତୁତକାରୀ ଆନ୍ତର୍ଜାତିକ ଫାଉଣ୍ଡେସନ -ମ୍ୟାଲେରିଆ ଔଷଧ ଭେଞ୍ଚର ( ଏମ୍.ଏମ୍.ଭି) ତରଫରୁ ଓଡିଶାର ୩ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ ।

ଅନୁଗୋଳ , ଢେଙ୍କାନାଳ ଏବଂ ବଲାଙ୍ଗିର ଭଳି ଅତ୍ୟଧିକ ,ମଧ୍ୟମ ଓ କମ୍ ମ୍ୟାଲେରିଆ ପ୍ରବଣ ଜିଲ୍ଲାର ଦୁଇଟି ଲେଖା ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ କରାଯିବ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାତୀୟ ପତଙ୍ଗ ବାହୀତ ରେଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ( ଏନ୍.ଭି.ବି.ଡି.ପି.ସି ) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ ।

ଏଥିରେ ସଂପୃକ୍ତ ବ୍ଲକ୍ ଅଞ୍ଚଳର ସମସ୍ତ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଆରମ୍ଭରୁ ଚିହ୍ନଟକରି ପୂର୍ଣ୍ଣ ମାତ୍ରା ଔଷଧ ସେବନ କରିବାକୁ ଦିଆଯିବା ସହିତ ଚିକିତ୍ସା କରାଯିବ ।

ଉକ୍ତ ଚିକିତ୍ସାରେ ଆକ୍ରାନ୍ତ ମଣିଷଙ୍କ ଦେହରୁ ମ୍ୟାଲେରିଆ ପାରାସାଇଟ ମଶାଙ୍କ ଦେହକୁ ଯାଇ ପାରିବନି ,ଫଳରେ ମ୍ୟାଲେରିଆ ଦ୍ରୃତ ହାରରେ ହ୍ରାସ ପାଇବ ଏବଂ ସଂପୃକ୍ତ ଅଞ୍ଚଳର ଅନ୍ୟ ଲୋକମାନେ ସହଜରେ ଆକ୍ରାନ୍ତ ହେବେ ନାହିଁ ।

ଏଣୁ ଯଦି ପ୍ରାରମ୍ଭିକ ସ୍ତରରେ ମ୍ୟାଲେରିଆ ରୋଗୀକୁ ଚିହ୍ନଟ କରାଯାଇ ଚିକିତ୍ସା ମାଧ୍ୟମରେ ତାହା ଦେହରେ ଥିବା ପାରାସାଇଟଗୁଡିକୁ ସମ୍ପୂର୍ଣ୍ଣ ମାରିଦିଆ ଯାଇ ପାରିବ ତାହା ହେଲେ ମ୍ୟାଲେରିଆକୁ ନିୟନ୍ତ୍ରଣ କରାଯାଇ ପାରିବ, ଯାହାକି ଏହି ନୂତନ ପ୍ରକଳ୍ପ ମାଧ୍ୟମରେ ଉଦ୍ୟମ କରାଯିବ ।

ପ୍ରଥମ କରି ଆରମ୍ଭ କରାଯାଇଥିବା ଏହି ଗବେଷଣା ମୂଳକ ପ୍ରକଳ୍ପର ସଫଳତା ବା ଫଳାଫଳ ଉପରେ ଆମ ଦେଶ ସମେତ ଦକ୍ଷିଣ ପୂର୍ବ ଏସିଆ ଦେଶମାନଙ୍କରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ମାନଙ୍କରେ ମ୍ୟାଲେରିଆ ନିରାକରଣ ଦିଗରେ ବିଶେଷ ସହାୟକ ହୋଇ ପାରିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଡାଃ ତ୍ରିବିକ୍ରମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଏନ୍.ଆଇ.ଏମ୍.ଆର୍ ନିଦେ୍ର୍ଧଶକ ଡାଃ ନିନା ଭୋଲେଚ୍ଚା , ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାଃ ଶିବା , ଜେନେଭା ସ୍ଥିତ ଏମ୍.ଏମ୍.ଭିର ପେନି ଗ୍ରେୱାଲ , ଭାରତ ସରକାରଙ୍କ ଏନ୍.ଭି.ବି.ଡି.ସି.ପିର ପୂର୍ବତନ ନିଦେ୍ର୍ଧଶକ ଡାଃ ପି.ଏଲ୍.ଯୋଶୀ ପ୍ରମୁଖ ଉଦ୍ବୋଧନ ଦେଇ ଏହି ପାଇଲଟ ପ୍ରକଳ୍ପ ଉପରେ ଆଲୋକପାତ କରିଥିଲେ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଅନୁଗୋଳ, ଢେଙ୍କାନାଳ, ବଲାଙ୍ଗିର, ମ୍ୟାଲେରିଆ

ଭୂଷଣ ପ୍ଳାଣ୍ଟରେ ସିଲିଣ୍ଡର ଫାଟି ୩ ଆହତ

January 13, 2013 by ଓଡିଶା ଡଟ କମ Leave a Comment

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଜାନୁଆରୀ ୧୩(ଓଡିଶା ଡଟ୍ କମ୍)-ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆସ୍ଥିତ ଭୂଷଣ କାରଖାନାର ଫେଜ-ଟୁ ଅଞ୍ଚଳର କୋନାର୍କ ୟୁନିଟରେ ଏକ ଅକ୍ସିଜେନ ସିଲିଣ୍ଡର ଫାଟି ଯିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ଶନିବାର ଦିନ ରାତି ୧୧ଟା ସମୟରେ ଘଟିଥିବା କୁହାଯାଉଛି ।

ଆହତମାନଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା ଆଇସିୟୁରେ ଭର୍ତି କରାଯାଇଛି । ସେମାନଙ୍କ ଶରୀର ୮୦ଭାଗ ପୋଡି ଯାଇଥିବା ଜଣା ଯାଇଛି । ସେମାନେ ହେଲେ ଛତିଶଗଡ ରାଞ୍ଚିର ଇଂଜିନିୟର ସଚ୍ଚିନ ଗୁପ୍ତା,ବିହାରର ସିନିୟର ଟେକ୍ନିସିଆନ ସତ୍ୟେନ୍ଦ୍ର ପ୍ରସାଦ ଓ ବିହାରର ଟେକ୍ନିସିଆନ ସନ୍ତୋଷ ସିଂହ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଢେଙ୍କାନାଳ, ଭୂଷଣ ପ୍ଳାଣ୍ଟ, ସିଲିଣ୍ଡର ଫାଟି ୩ ଆହତ

ସିଂଗ୍ଧ ଡେଙ୍ଗୁରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ

August 22, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ,ଅଗଷ୍ଟ ୨୨ (ଓଡ଼ିଶା ଡ଼ଟ୍ କମ୍)- ସିଂଗ୍ଧ ଡେଙ୍ଗୁରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି ।

ଢେଙ୍କାନାଳ ଜିଲ୍ଲା ଦଶିପୁରା ଗ୍ରାମର ସନାତନ ନାୟକ(୩୬)ଙ୍କୁ ଗୁରୁତ୍ୱର ଅବସ୍ଥାରେ ସୋମବାର ତାଳଚେର ଠାରେ ଥିବା ଏକ ଘରୋଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା ।

ମାତ୍ର ତାଙ୍କ ଅବସ୍ଥା ବେଶୀ ଗୁରୁତର ହେବାରୁ ଆଜି ଭୋର ସମୟରେ ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତରିତ କରା ଯାଇଥିଲା । ମାତ୍ର ଏସସିବିରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।

ସେହିପରି ଢେଙ୍କାନାଳ ଜିଲ୍ଲା ଅର୍ନ୍ତଗତ ପରଜଙ୍ଗ ବ୍ଲକର ବଡକମର ଗ୍ରାମର ବିରଂଚି ନାରାୟଣ ଡେଙ୍ଗୁ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

ସେ ଅନୁଗୁଳ ଜିଲ୍ଲା ବନ୍ତଳାରେ ଟେଲିଫୋନ ଏକ୍ସଚେଂଜରେ କାମ କରୁଥିଲେ । ତାଙ୍କ ଦେହ ଗୁରୁତ୍ୱର ଭାବେ ଅସୁସ୍ଥ ହେବାରୁ ୨ଦିନ ହେଲା ଭୁବନେଶ୍ୱର ଆୟୁଷ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଗତକାଲି ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶ୍ରୀ ପ୍ରଦିପ ମହାପାତ୍ର କହିଛନ୍ତି ଯେ,ବିରଂଚି ନାରାୟଣଙ୍କ ଦେହରେ ଡେଙ୍ଗୁ ଭୁତାଣୁ ଚିହ୍ନଟ ସରିଥିବା ବେଳେ ସନାତନଙ୍କ ହେରେ ଏପର୍ଯ୍ୟନ୍ତ ଡେଙ୍ଗୁ ଭୁତାଣୁ ଅଛି କି ନାହିଁ ପ୍ରମାଣ ହୋଇ ପାରିନାହିଁ ।

ଓଡ଼ିଶା ଡ଼ଟ୍ କମ

admin
admin

Filed Under: ମୁଖ୍ୟ ଖବର Tagged With: ଅନୁଗୁଳ, ଆୟୁଷ ଡାକ୍ତର ଖାନା, ଡେଙ୍ଗୁ, ଢେଙ୍କାନାଳ, ପରଜଙ୍ଗ ବ୍ଲକ

ବାଣଫୁଟି ୫ ସ୍କୁଲ ଛାତ୍ର ଆହତ

December 12, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଡ଼ିସେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲାରେ ସୋମବାର ବାଣ ଫୁଟି ପାଂଚ ଜଣ ସ୍କୁଲ ଛାତ୍ର ଆହତ ହୋଇଥିବା ପୋଲିସ କହିଛି ।

ଏହି ଛାତ୍ରମାନେ ଗୋବିନ୍ଦପୁର ସ୍ଥିତ ଅରବିନ୍ଦ ଶିକ୍ଷାଶ୍ରମରୁ ଫେରୁଥିବା ବେଳେ ରାସ୍ତାରେ ପଡ଼ିଥିବା
ଅଫୁଟା ବାଣ ଫୁଟିଯାଇଥିଲା ।

ଆହତ ମାନଙ୍କୁ ପ୍ରଥମେ ଜିଲ୍ଲା ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ତିନି ଜଣଙ୍କ ଅବସ୍ଥା
ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଅରବିନ୍ଦ ଶିକ୍ଷାଶ୍ରମ, ଢେଙ୍କାନାଳ

ଦୁର୍ଘଟଣାରେ ତିନି ମହିଳାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ

November 26, 2011 by ଓଡିଶା ଡଟ କମ

ଢ଼େଙ୍କାନାଳ, ନଭେମ୍ବର ୨୬(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ଜିଲ୍ଲାର ଏକ ସ୍ଥାନରେ ଟ୍ରକ୍ ଓ ବୋଲେରୋ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ତିନି ଜଣ ମହିଳାଙ୍କ ସମେତ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ଶନିବାର କହିଛି ।

ବୋଲେରୋ ଗାଡ଼ିଟି ଦେବଗଡ଼ରୁ କେତେକ ଯାତ୍ରୀଙ୍କୁ ନେଇ ଫେରୁଥିବା ବେଳେ ଭୋର ସମୟରେ ପଂଚୁପଟୀ ଠାରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ ସହ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ଗାଡ଼ି ଡ଼୍ରାଇଭରଙ୍କ ସହ ତିନି ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ କରାଯାଇ ପରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଢେଙ୍କାନାଳ, ଦୁର୍ଘଟଣା

ପ୍ରଦୂଷଣ ଯୋଗୁଁ ଭୂଷଣର ୬ଟି ୟୁନିଟ୍, ବିଦ୍ୟୁତ ପ୍ରକଳ୍ପ ବନ୍ଦ

October 31, 2011 by ଓଡିଶା ଡଟ କମ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ନଭେମ୍ବର ୧(ଓଡ଼ିଶା ଡ଼ଟ୍ କମ୍) ପ୍ରଦୂଷଣ ଯୋଗୁଁ ଢେଙ୍କାନାଳ ଜିଲ୍ଲା କନ୍ଟାବଣିଆ ସ୍ଥିତ ଭୂଷଣ ଷ୍ଟିଲ ପ୍ଲାଣ୍ଟର ଛଅଟି ୟୁନିଟ୍ ଏବଂ ବିଦ୍ୟୁତ ପ୍ରକଳ୍ପକୁ ପ୍ରଶାସନ ବନ୍ଦ କରିଛି ।

ଉକ୍ତ ୟୁନିଟ୍ ଗୁଡ଼ିକ ପ୍ରଦୂଷଣ କରୁଥିବାରୁ ସେଗୁଡ଼ିକ ବନ୍ଦ କରିବାକୁ ଗତ ୧୨ ତାରିଖରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ନୋଟିସ୍ ଦିଆଯାଇଥିଲା କିନ୍ତୁ କାରଖାନା କର୍ତୃପକ୍ଷ ବନ୍ଦ କରିନଥିଲେ ।

ସୋମବାର ଓଡ଼ପଡ଼ା ତହସିଲାରଙ୍କ ଉପସ୍ଥିତିରେ ଫ୍ୟାକ୍ଟ୍ରି ଏବଂ ବଏଲର ବିଭାଗ ଉପନିର୍ଦ୍ଦେଶକ ଓ ପ୍ରଦୂଷଣ ବୋର୍ଡ଼ ଅଧିକାରୀମାନେ ଏହି ୟୁନିଟ୍ ଗୁଡ଼ିକ ବନ୍ଦ କରିେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଢେଙ୍କାନାଳ, ପ୍ରଦୂଷଣ, ବିଦ୍ୟୁତ ପ୍ରକଳ୍ପ, ମୁଖ୍ୟ ଖବର

କଲେଜ ପରିସରରେ ଛାତ୍ରଙ୍କୁ ହତ୍ୟା

December 24, 2010 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଢେଙ୍କାନାଳ, ଡ଼ଇସେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) ଢେଙ୍କାନାଳ ସ୍ୱୟଂଶାସିତ କଲେଜ ପରିସରରେ ଗୁରୁବାର କେତେକ ଦୁର୍ବୃତ୍ତ ଦୁଇ ଜଣ ଛାତ୍ରଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ପୋଲିସ କହିଛି ।

ଉକ୍ତ କଲେଜର ପୂର୍ବତନ ଛାତ୍ର କମଲ ଲୋଚନ ଳେଇ ଓ ଛାତ୍ର ସଂଗ୍ରାମ ମହାନ୍ତି କ୍ୟାରମ ଖେଳୁଥିବା ସମୟରେ ଅଜଣା ଦୁର୍ବୃତ୍ତମାନେ କାର୍ ରେ ଆସି କଲେଜ ପରିସରରେ ତାଙ୍କୁ ଆକ୍ରମଣ କରିଥିଲେ ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ଦଳେଇଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ ଓ ମହାନ୍ତିଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ତାଙ୍କୁ ମଧ୍ୟ ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ ।

ପୋଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରିଛି । ପରେ ଉତ୍ତ୍ୟକ୍ତ ଲୋକମାନେ ଦୁର୍ବୃତ୍ତଙ୍କ ତୁରନ୍ତ ଗିରଫ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: କଲେଜ, ଛାତ୍ର, ଢେଙ୍କାନାଳ, ମୁଖ୍ୟଖବର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ