• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ତ୍ରିଲୋଚନ ମହାପାତ୍ର

ଓଡିଶାର ତ୍ରିଲୋଚନ ମହାପାତ୍ର ଆଇଏ ଆରଆଇର ନିର୍ଦେଶକ ନିଯୁକ୍ତ

August 30, 2015 by ନିଉଜ ଡେସ୍କ Leave a Comment

ଓଡିଶା ଡଟ କମ ସଂବାଦ ଦାତା

ନୂଆଦିଲ୍ଲୀ, ଅଗଷ୍ଟ ୩୦ (ଓଡିଶା ଡଟ କମ) ଦେଶରେ ସବୁଜ ବିପ୍ଲବ ଆଣିବାରେ ମୁଖ୍ୟ ଭୂମିକା  ଗ୍ରହଣ କରିଥିବା ଭାରତୀୟ କୃଷି ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଭାବେ ଓଡିଶାର କୃଷି ବୈଜ୍ଞାନିକ ତ୍ରିଲୋଚନ ମହାପାତ୍ର ଦାୟିତ୍ଵ ଗ୍ରହଣ କରିଛନ୍ତି ।

trilochan mohapatraଭାରତୀୟ କୃଷି ଗବେଷଣା ସଂସ୍ଥା ବା ଇଣ୍ଡିଆନ ଏଗ୍ରିକଲ୍ଚରାଲ ରିସର୍ଚ ଇନ୍ସଟିଚ୍ୟୁଟ- ଆଇଏ  ଆରଆଇ) କୃଷି ତଥା କୃଷକଙ୍କ ଉନ୍ନତି ପାଇଁ କାମ କରୁଥିବା ଦେଶର ଏକ ଅଗ୍ରଣୀ ସରକାରୀ  ଗବେଷଣା ସଂସ୍ଥା ।

ପୂର୍ବରୁ କଟକରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ( ସେଣ୍ଟ୍ରାଲ ରାଇସ ରିସର୍ଚ ଇନ୍ସଟିଚ୍ୟୁଟ )ର ମୁଖ୍ୟ ଭାବେ କାମ କରିଥିବା ମହାପାତ୍ର କଟକ ଜିଲ୍ଲାର ଏରଞ୍ଚ ଅଞ୍ଚଳର ମୂଳ ବାସିନ୍ଦା ।

ଓୟୁଏଟି ଭୁବନେଶ୍ଵରରୁ ୧୯୮୫ ରେ କୃଷି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିବା ମହାପାତ୍ର ପରବର୍ତୀ ସମୟରେ ଭାରତୀୟ କୃଷି ଗବେଷଣା ସଂସ୍ଥା ନୂଆଦିଲ୍ଲୀରୁ ୧୯୮୭ ରେ ଜେନେଟିକସରେ ସ୍ନାତ୍ତକୋତ୍ତର ଓ ୧୯୯୨ ରେ ସେହି ସଂସ୍ଥାରୁ ଡକ୍ଟରେଟ ହାସଲ କରିଛନ୍ତି ।

ଉନ୍ନତ ମାନର ଧାନ ଶସ୍ୟ ବୀଜ ତଥା ଅଧିକ ଅମଳକ୍ଷମ ହୋଇପାରୁଥିବା ଟମାଟୋ ଉଦ୍ଭାବନ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି । ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କୁ ଦିଲ୍ଲୀରେ ବହୁ ପ୍ରତିଷ୍ଠିତ ଓଡିଆ ଓ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ପ୍ରବାସୀ ଓଡିଆ Tagged With: କୃଷି, ତ୍ରିଲୋଚନ ମହାପାତ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ