• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକାରୁ ଫେରିଲେ ନିର୍ଯାତିତ ଓଡ଼ିଆ ଶ୍ରମିକ

July 28, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଯାଜପୁର, ଜୁଲାଇ ୨୬(ଓଡ଼ିଶା ଡ଼ଟ୍ କମ୍)ଦକ୍ଷିଣ ଆଫ୍ରିକାରେ ନିର୍ଯାତନାର ଶିକାର ହୋଇଥିବା ୨୩ ଜଣ ଓଡ଼ିଆ ଶ୍ରମିକ ମଙ୍ଗଳବାର ନିଜ ନିଜ ଗ୍ରାମକୁ ଫେରି ଆସିଛନ୍ତି ।

ସେମାନେ ସମସ୍ତେ ନିଜ ଭିଟାମାଟିରେ ପଂହଂଚିବା ପରେ ସମଗ୍ର ଅଂଚଳରେ ଖୁସିର ଲହରୀ ଖେଳିଯାଇଛି । ନିଜ ଲୋକଙ୍କୁ ଦେଖି ପରିବାରର ସସ୍ୟମାନେ ଖୁସିରେ କାନ୍ଦି ପକାଇଛନ୍ତି ।

ଅଧିକ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଲୋଭନରେ ଯାଜପୁର ଜିଲ୍ଲାର ୧୪ ଜଣ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ନଅ ଜଣ ଶ୍ରମିକ ଦକ୍ଷିଣ ଆଫ୍ରିକାର ବିମ୍ବୋ ଠାରେ ଏକ ପ୍ରକଳ୍ପରେ କାମ କରିବା ପାଇଁ ଯାଇଥିଲେ ।

ଏକବର୍ଷ ଚୁକ୍ତି କରାଇ ଏହି ପ୍ରକଳ୍ପରେ କାମ କରିବା ପାଇଁ ବାଙ୍ଗାଲୋରର ଦୁଇ ଜଣ କଣ୍ଟ୍ରାକ୍ଟର ଓ ଯାଜପୁରର ଜଣେ ଏଜେଣ୍ଟଙ୍କ ଜରିଆରେ ସେମାନେ ସେଠାକୁ ଯାଇଥିଲେ । ସେଠାରେ ସେମାନଙ୍କୁ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରଖି ନିର୍ଯାତନା ଦିଆଯାଇଥିଲା ।

ପରେ ସେଠାକୁ ଯାଇଥିବା ଯାଜପୁର ଜିଲ୍ଲାର ନରେନ୍ଦ୍ର ମଲ୍ଲିକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ଏହି ଖବର ପରେ ସେଠାକାର ସରକାରଙ୍କ ସହ ସମନ୍ୱୟ ରକ୍ଷାକରି ଶ୍ରମିକ ମାନଙ୍କ ତୁରନ୍ତ ଓ ନିରାପଦ ଉଦ୍ଧାର ପାଇଁ ପକ୍ଷେପ ନେବାକୁ ଗତ ଜୁନ୍ ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଦକ୍ଷିଣ ଆଫ୍ରିକା, ମୁଖ୍ୟ ଖବର, ଶ୍ରମିକ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ